December 23, 2024

Odia Express

Leading Odia News Portal of Odisha

କେବଳ ୪ମିନିଟରେ ଆପଣଙ୍କର ହଳଦିଆ ଅପରିସ୍କାର ଦାନ୍ତକୁ ହୀରା ପରି ଧଳା ଏବଂ ଚମକଦାର କରିଦେବ ଏହି ଜିନିଷ

ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ଅନେକ କଷ୍ଟ କରିଥାଏ।ନିଜ ଶରୀର ତଥା ନିଜ ମୁଖର ମଧ୍ୟ ସେ ଅନେକ ଯତ୍ନ ନେଇଥାଏ।ଭଲ ହେୟାର ଷ୍ଟାଇଲ ମଧ୍ୟ କରିଥାଏ।ମାତ୍ର ସେ ନିଜ ଦାନ୍ତର ଯତ୍ନ ନେଇ ନ ଥାଏ।ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାଏ।ଦାନ୍ତରୁ ଦୁର୍ଗନ୍ଧ ବାହାରିଥାଏ,ହଳଦିଆ ପଡ଼ିଯାଏ,ଅସୁନ୍ଦର ହେଇଯାଏ।ଏକ ସୁନ୍ଦର ମୁଖ ସହ ଏକ ସୁନ୍ଦର ଶରୀର ତଥା ପ୍ରମୁଖତଃ ସୁନ୍ଦର ଦାନ୍ତ ଗଭୀରଭାବେ ଲୋକଙ୍କ ଉପରେ ପ୍ରଭାବ ପକେଇଥାଏ।ଯେତେବେଳେ ଆପଣ ଆପଣଙ୍କର ବନ୍ଧୁମାନଙ୍କ ଗହଳରେ ଅଛନ୍ତି ମାତ୍ର ଆପଣଙ୍କର ଦାନ୍ତ ଅପରିସ୍କାର ହେଇଥିବାରୁ ସେଥିରୁ ଅନେକ ଦୁର୍ଗନ୍ଧ ବାହାରିଥାଏ।ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାଏ

ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ତଥା ଏକ ଉପଚାର ବିଷୟରେ କହିବୁ ଯାହାଦ୍ୱାରା ଆପଣ ନିଜର ଅପରିଷ୍କାର ତଥା ହଲଦିଆ ପଡ଼ିଯାଇଥିବା ଦାନ୍ତକୁ ମୋତି ପରି ଚମକେଇ ପାରିବେ।ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ଏହା ଚାହିଁଥାନ୍ତି ଯେ ତାଙ୍କ ଦାନ୍ତ ପରିଷ୍କାର ହେଉ ତଥା ସୁନ୍ଦର ହେଉ।ତେଣୁ ଦାନ୍ତକୁ ମୋତିଭଳି ଚମକେଇବା ପାଇଁ ସେମାନେ ଅନେକ ପ୍ରକାରର କ୍ରିମ୍ ଲାଗେଇଥାନ୍ତି।ଡାକ୍ତରଙ୍କ ପାଖକୁ ଯାଇ ଦାନ୍ତକୁ ସଫା ମଧ୍ୟ କରେଇଥାଏ।ମାତ୍ର କିଛିଦିନ ଗଲାପରେ ଯେଉଁ କଥାକୁ ସେହି କଥା।ଏହି ସମସ୍ୟା ପୁଣିଥରେ ଦେଖାଦିଏ।ମାତ୍ର ଏହାର କୌଣସି ସ୍ଥାୟୀସମାଧାନ ହେଇପାରେନାହିଁ।କିନ୍ତୁ ଆପଣ ଘରୋଇ ଉପଚାର ମାଧ୍ୟମରେ ମଧ୍ୟ ନିଜ ଦାନ୍ତକୁ ସଫା କରିପାରିବେ।

ଏପରି ଏକ ଦିବ୍ୟ ପଦାର୍ଥ ରହିଛି ଯାହାର ବ୍ୟବହାର ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ନିଶ୍ଚିତ ରୁପେ ଦୁର ହେଇଯିବ।ଆପଣଙ୍କର ଦାନ୍ତ ସମ୍ପୂର୍ଣ୍ଣରୂପେ ସଫା ହେଇଯିବ।

ଆପଣମାନେ ଜାଣିଥିବେ ଯେ ପ୍ରକୃତିରେ ଅନେକ ଉପାଦେୟ ତଥା ଔଷଧିୟ ଗଛ ରହିଛି।ମାତ୍ର ସେ ସବୁ ବିଷୟରେ ଆମେ ମାନେ ସାଧାରଣ ଭାବେ କିଛି ଜାଣି ନଥାଉ।ମାତ୍ର ଆଜି ଏପରି ଏକ ଔଷଧୀୟ ବୃକ୍ଷ ସମ୍ବନ୍ଧରେ ଆମେ ଆପଣଙ୍କୁ କହିବୁ ଯାହା ଆପଣଙ୍କର ସମସ୍ତ ସମସ୍ୟା ଦୂର କରିଦେବ।ପ୍ରଥମେ ଆପଣ ଅଳ୍ପମାତ୍ରାରେ ସୋରିଷ ତେଲ ନିଅନ୍ତୁ।ଏହା ଆପଣଙ୍କ ଦାନ୍ତକୁ ଧଳା କରିବା ସହ ଦାନ୍ତରେ ଥିବା ପୋକ ମାନଙ୍କୁ ମଧ୍ୟ ମାରିଥାଏ।ଏହା ସହ ଆପଣ ଦୁଇ ଚିମୁଟା ସନ୍ଧ୍ୟବ ଲୁଣ ନେବାର ଆବଶ୍ୟକତା ରହିଛି।ଏହି ଲୁଣ ଆପଣଙ୍କ ଦାନ୍ତ ଉପରେ ପଡ଼ିଥିବା ହଳଦିଆ ଆସ୍ତରଣକୁ କ୍ଷୟ କରିଥାଏ,ଏହା ସହ ଆପଣଙ୍କର ମାଢ଼ିକୁ ମଧ୍ୟ ଏହା ଶକ୍ତ କରିଥାଏ।ଆପଣ ଏଥିରେ ୨-୩ ବୁନ୍ଦା ଲେମ୍ବୁ ରସ ମିଶେଇ ଦିଅନ୍ତୁ।ଏଥିରେ ଥିବା ସାଇଟ୍ରିକ ଏସିଡ୍ ଏବଂ ଭିଟାମିନ୍ ସି ଆପଣଙ୍କ ଦାନ୍ତକୁ ଧଳା କରିଥାଏ।ଏହା ସହ ଏକ ଚିମୁଟା ହଳଦୀ ମଧ୍ୟ ଆପଣ ନିଅନ୍ତୁ।ଆପଣଙ୍କ ଘର ପାଖେ ଜାମୁକୋଳି ପତ୍ର ଅବଶ୍ୟ ରହିଥିବ।

କଁଅଳ ଜାମୁକୋଳି ପତ୍ରକୁ ଆପଣ ସଂଗ୍ରହ କରି ଏହାକୁ ସୁଖାଇ ଏହାର ଏକ ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ।ଏହାର ଅଧା ଚାମଚ ଆପଣ ନିଅନ୍ତୁ।ଏହି ସମସ୍ତ ଜିନିଷକୁ ମିଶାଇ ଏକ ଲେପନ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ଦାନ୍ତରେ ଲଗାନ୍ତୁ।ଏହାର ପ୍ରଭାବ ଦେଖି ଆପଣ ସମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହେଇଯିବେ।ଆପଣ ନିଶ୍ଚୟ ସୁଫଳ ପାଇବେ।ଆପଣଙ୍କର ଦାନ୍ତ ସମ୍ପୂର୍ଣ୍ଣ ରୂପେ ଚମକଦାର ହେଇଯିବ।

Leave a Reply

Your email address will not be published. Required fields are marked *