December 22, 2024

Odia Express

Leading Odia News Portal of Odisha

ଏବେ ଖରାପ ସମୟ ଚାଲୁଅଛି ତେବେ ଏହି ଜିନିଷକୁ ଘରଠାରୁ ଦୂରରେ ରଖନ୍ତୁ ଏହି ସବୁ ଜିନିଷ – ଚାଣକ୍ୟଙ୍କ ନୀତି ଜାଣନ୍ତୁ

ନମସ୍କାର ବନ୍ଧୁଗଣ, ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ଗ୍ରନ୍ଥ ଅଟେ।ଯେଉଁଥିରେ ଜୀବନକୁ ସୁଖମୟ ଓ ସଫଳ କରିବା ପାଇଁ ଉପାୟ କୁହାଯାଇଛି।ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜକୁ ଜୀବନର ସମସ୍ତ ପହେଲିର ସମାଧାନ ଦେବା ନିମନ୍ତେ ଲେଖାଯାଇଛି।ଚାଣକ୍ୟ ଏକ ବହୁତ ହିଁ ଜ୍ଞାନୀ ଲୋକ ଥିଲେ।ସେ ନିଜ ଜ୍ଞାନ କୌଶଳ ବଳରେ ଚନ୍ଦ୍ରଗୁପ୍ତ ମୌଯ୍ୟଙ୍କୁ ରାଜ୍ୟର ରାଜାର ଗାଦିରେ ବସାଇ ଦେଇଥିଲେ।ଜାଣନ୍ତୁ ଚାଣକ୍ୟଙ୍କର କିଛି ଏପରି ନୀତି ବିଷୟରେ ଯାହା ଆପଣଙ୍କୁ ଜୀବନରେ କୌଣସି ନା କୌଣସି କାର୍ଯ୍ୟରେ ସାହାଯ୍ୟ କରିପାରିବ।

ଆଜି ଆମେ ବାସ୍ତୁ ଶାସ୍ତ୍ରର ବହୁତ ହିଁ ଅମୂଲ୍ୟ ଓ ଅଦ୍ଭୁତ ବିଚାର ଗୁଡିକ ବିଷୟରେ ଜଣାଇବୁ।କୁହାଯାଏ କି ନିଜ ଘରେ ଏହି ସାତଟି ଜିନିଷ କେବେବି ରହିବାକୁ ଦିଅନ୍ତୁ ନାହିଁ।ଏହା ଫଳରେ ସବୁବେଳେ ଆପଣଙ୍କ ପାଖରୁ ଆର୍ଥିକ ସମସ୍ୟା ଦୂରରେ ରହିବ।ଯଦି ଆପଣ ଏହି ସାତଟି ବାସ୍ତୁ ଦୋଷକୁ ଘରୁ ବାହାରକୁ କାଢ଼ିଦେବେ ତେବେ ଆପଣଙ୍କ ପାଖରେ କେବେବି ଟଙ୍କାର ଅଭାବ ହେବ ନାହିଁ।

ଘରେ କିଛି ଜିନିଷ ଏପରି ରହିଥାଏ ଯିଏ ନା ତ ପ୍ରୟୋଗ ହୁଏ ନା ତାକୁ ଫୋପାଡ଼ି ହୁଏ।ନିର୍ଜୀବ ବସ୍ତୁରେ ସବୁବେଳେ ନକରାତ୍ମକ ଶକ୍ତି ରହିଥାଏ।ଯାହା ଦ୍ଵାରା ଘରର ସଦସ୍ୟମାନଙ୍କ ଉପରେ ବିପରୀତ ପ୍ରଭାବ ପଡିଥାଏ।କିନ୍ତୁ ଏବେ ଆପଣ ଘରେ ପଡିଥିବା ଏପରି ଜିନିଷ ମଧ୍ୟରୁ ଫାଲତୁ ଓ ଭଙ୍ଗାରୁଜା ଜିନିଷକୁ ଫୋପାଡ଼ି ଦିଅନ୍ତୁ।ବାସ୍ତୁଶାସ୍ତ୍ର ଅନୁସାରେ ଭଙ୍ଗାରୁଜା ଜିନିଷ ଓ ନିର୍ଜୀବ ବସ୍ତୁକୁ ଦେଖିଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି।ଏବଂ ଆପଣଙ୍କୁ ସୌଭାଗ୍ୟ ଲାଭ ହୁଏ ନାହିଁ।ଏବେ ଆସନ୍ତୁ ଜାଣିବା ଏହି ସାତଟି ଜିନିଷ ବିଷୟରେ।

ଧନ ରଖିବା ସ୍ଥାନରେ ନୀଳ ରଙ୍ଗର ଜିନିଷ କିମ୍ବା ଚିତ୍ର ରଖନ୍ତୁନାହିଁ।କାରଣ ନୀଳ ରଙ୍ଗ ପାଣିର ପ୍ରତିନିଧିତ୍ଵ କରିଥାଏ।ଏଥିପାଇଁ ଆପଣଙ୍କ ଧନ ମଧ୍ୟ ବହିଯିବ।

କେବେବି ବହୁମୂଲ୍ୟ ବସ୍ତୁକୁ ବାୟୁକୋଣରେ ରଖନ୍ତୁ ନାହିଁ।ଅର୍ଥାତ ଉତ୍ତର ଓ ଦକ୍ଷିଣ ଦିଗର ମଧ୍ୟଭାଗରେ।

ଫଟା ପର୍ସ ଓ ଭାଙ୍ଗିଥିବା ଆଲମୀରା ରଖିବାକଥା ନୁହେଁ।ଏଥିରେ ମାତା ଲକ୍ଷ୍ମୀଙ୍କ ଫଟୋ,କୁବେର ଯନ୍ତ୍ର ରଖିଲେ ଶୁଭ ଫଳ ପ୍ରାପ୍ତି ହେବ। ଭଙ୍ଗା ଆସବାବପତ୍ର ରଖିଲେ ଅଶୁଭ ହୋଇଥାଏ।ଧନ ଓ ଉନ୍ନତି ଆସେ ନାହିଁ।ପରିବାରର ସଦସ୍ୟଙ୍କ ସ୍ଵାସ୍ଥ୍ୟରେ ବିପରୀତ ପ୍ରଭାବ ପଡେ।

ଡ୍ରଇଁଗ ରୁମରେ ରଖା ଯାଇଥିବା ସୋଫା ଓ ଚାଦର କେବେବି ଅସନା ଓ ଚିରି ଥିବା ଅବସ୍ଥାରେ ରଖନ୍ତୁ ନାହିଁ।ଯଦି ଏପରି ଅଛି ତେବେ ତାକୁ ତୁରନ୍ତ ବଦଳେଇ ଦିଅନ୍ତୁ।କାରଣ ଏହା ଦ୍ଵାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଷଷ୍ଠ ଜିନିଷ ହେଉଛି, ଘରର ଛାତ ଉପରେ କବାଡିଆ ଓ ଖରାପ ଜିନିଷ ରଖନ୍ତୁ ନାହିଁ।କାରଣ ଏହା ଦ୍ଵାରା ଆପଣଙ୍କ ଘରେ ଓ ପରିବାରରେ ଆର୍ଥିକ ସ୍ଥିତିରେ ଅବନତି ଘଟିବ।ଏବଂ ଏହା ଦ୍ଵାରା ପାରିବାରିକ ସଦସ୍ୟ ମାନଙ୍କର ରୋଜଗାର ଓ ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପଡିଥାଏ।ଏହା ସହିତ ସେମାନଙ୍କର ଉନ୍ନତି ମଧ୍ୟ ହୁଏ ନାହିଁ।ତାହା ବାଧାପ୍ରାପ୍ତ ହୋଇଥାଏ।ଏପରି ନିଜ ଘରେ କରନ୍ତୁ ନାହିଁ।

ସପ୍ତମ ଜିନିଷ ହେଉଛି,ଘର ଭିତରେ କେବେବି ଭାଙ୍ଗି ଯାଇଥିବା କିମ୍ବା ଅଦରକାରୀ ବସ୍ତୁକୁ ରଖିବା ଉଚିତ ନୁହେଁ।ଏହା ଦ୍ଵାରା ଆପଣଙ୍କ ଘରେ ବାସ୍ତୁ ଦୋଷ ଉତ୍ପନ ହୋଇଥାଏ।ଏବଂ ଯେଉଁ କାରଣରୁ ମା ଲକ୍ଷ୍ମୀଙ୍କର ଆପଣଙ୍କ ଘରକୁ ଆଗମନ ଅଟକି ଯାଏ କିମ୍ବା ବାଧାପ୍ରାପ୍ତ ହୁଏ।ବିଶେଷକରି କାଚର କୌଣସି ସାମଗ୍ରୀ ଘରେ ଭଙ୍ଗାରୁଜା ଅବସ୍ଥାରେ ରଖନ୍ତୁନାହିଁ।ଏହି ସାତଟି ଜିନିଷକୁ ଧ୍ୟାନରେ ରଖନ୍ତୁ।

Leave a Reply

Your email address will not be published. Required fields are marked *