December 21, 2024

Odia Express

Leading Odia News Portal of Odisha

ଗୃହରେ ପୂଜାରେ ଏହି ଭୁଲ କରିବା ଦ୍ୱାରା ଜୀବନ ଦୁଃଖରେ ଭରିଯାଏ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..

ବିଭିନ୍ନ ପୁରାଣ ଓ ଗ୍ରନ୍ଥ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ରର ସ୍ଥାନ ଅନନ୍ୟ ଅଟେ।ବୈଦିକ ଯୁଗରୁ ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନକୁ ନିରନ୍ତର ସହାୟକ ହୋଇଆସିଛି।ଜ୍ୟୋତିଷ ଶାସ୍ତ୍ର ମାନବ ଜୀବନ ଶୈଳୀକୁ ଅନେକାଂଶରେ ସୁଗମ କରିଆସିଛି।ଏହାକୁ ମନୁଷ୍ୟ ଭାଗ୍ୟର ମୂଳଭିତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।ଏହା ମନୁଷ୍ୟ ଜୀବନର ଅବିଛେଦ୍ୟ ଅଙ୍ଗ ରୂପେ ପ୍ରତିବିଦିତ ଓ ଏହା ଜୀବନକୁ ବିଭିନ୍ନ କ୍ଷେତ୍ରରେ ସହାୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଉପରେ ପର୍ଯ୍ୟବେସିତ ହୋଇଥାଏ।ଏହା ଭବିଷ୍ୟତର ସମ୍ୟକ ସୂଚନା ଦେଇଥାଏ।ଭବିଷ୍ୟତରେ ଥିବା ବିପଦର ସମାଧାନରେ ବହୁତ ସାହାଯ୍ୟ ହୋଇଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭାଗ୍ୟଚକ୍ରକୁ ୧୨ଗୋଟି ରାଶିରେ ବିଭକ୍ତ କରାଯାଇଛି।ଏହି ରାଶିଫଳ ନିଜର ଭାଗ୍ୟରେଖା ସହିତ ଜଡିତ ହୋଇଛି।ଓ ଏହା ବହୁତ ପରିମାଣରେ ସତ ମଧ୍ୟ ହୋଇଥାଏ।

ବୈଦିକ ଯୁଗରୁ ଅଦ୍ୟାବଧି ଜ୍ୟୋତିଷ ଶାସ୍ତ୍ର ମଣିଷ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ରୂପେ ପରିଗଣିତ ହୋଇଛି।ଜ୍ୟୋତିଷ ଶାସ୍ତ୍ର ଆଧାରରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଅନେକ ସମସ୍ୟାର ସମାଧାନ ମିଳିଛି ଏବଂ ଭବିଷ୍ୟତର ସମ୍ୟକ ସୂଚନା ମିଳିଛି।ଯାହା ଅନେକ ସମୟରେ ସମଗ୍ର ବିଶ୍ୱକୁ ବିରାଟ ସଙ୍କଟରୁ ରକ୍ଷା କରିଛି।ଜ୍ୟୋତିଷ ଶାସ୍ତ୍ରର ଉପକାରିତା ତଥା ମହାନତା ଯୁଗେ ଯୁଗେ ପ୍ରତିପାଦିତ ହୋଇଆସିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନଚକ୍ର ୧୨ଟି ରାଶି ମଧ୍ୟରୁ ଗୋଟିଏ ସହ ଜଡିତ ହୋଇଛି। ସେହି ରାଶିଫଳ ଅନୁଯାୟୀ ସେମାନଙ୍କ ଜୀବନରେ ସମାନ ଘଟଣା ଘଟିଥାଏ।ଏହା ମଧ୍ୟ ଲୋକମାନଙ୍କ ଦ୍ବାରା ବହୁତ ବିଶ୍ଵସନୀୟ ହୋଇଥାଏ।ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ଗତିବିଧି ତଥା ଚଳନ ଉପରେ ଏହା ପର୍ଯ୍ୟବେସିତ ହୋଇଥାଏ।

ମନୁଷ୍ୟ ଜୀବନ ଏକ ଅଙ୍କାବଙ୍କା ତଟସ୍ୱିନୀ ସହିତ ତୁଳନୀୟ।ମାନବ ଜୀବନରେ କେବେ ସୁଖର ପ୍ରବହ ମାନ ଜୁଆର ତ କେତେବେଳେ ଦୁଃଖର ଅଜସ୍ର ବନ୍ୟା।ବେଳେବେଳେ ମଣିଷ ଜୀବନରେ ଏମିତି ପରିସ୍ଥିତି ଆସିଥାଏ ଯେଉଁଠି ମଣିଷ ଠିକ ଆଉ ଭୁଲର ବିଚାର ହରେଇ ବସେ।ଏହି ପରିସ୍ଥିତିରେ କେବଳ ଐଶ୍ୱରୀୟ ଆଶୀର୍ବାଦ ହିଁ ମଣିଷକୁ ଦିଏ ଆଶ୍ରୟ।

ଦେବୀ ଦେବତା ବିପଦ ସମୟରେ ମନୁଷ୍ୟକୁ ସାହାଯ୍ୟ କରିଥାନ୍ତି।ବୁଡ଼ି ଯାଉଥିବା ଭେଳାକୁ ଉଦ୍ଧାର କରନ୍ତି।।ଦୁଃଖ ସମୟରେ ଦେବୀ ଙ୍କର ଦଶଟି କଥା ବହୁତ ଉପକାରରେ ଆସିଥାଏ।ଏହି କଥା ପାଳନ କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ।ନିମ୍ନରେ ପୂଜା କରିବାର ସଠିକ ନିୟମ ବର୍ଣ୍ଣିତ ହୋଇଛି।

ଗୃହରେ ପୂଜା କରିବା ପାଇଁ ପ୍ରତ୍ୟେକ ଠାକୁରଙ୍କ ଗୋଟିଏ ମୂର୍ତ୍ତି ରଖିବା ଉଚିତ।ସିଡ଼ି ଘରେ ଠାକୁରଙ୍କ ପୂଜା କରିବା ମଧ୍ୟ ଆଦୋୖ ଶୁଭ ନୁହେଁ।

ସୂର୍ଯ୍ୟଦେବ, ଗଣେଶ, ଶିଵ, ବିଷ୍ଣୁ, ଏବଂ ଦୁର୍ଗାଙ୍କୁ ପଞ୍ଚ ଦେବତା କୁହାଯାଏ।ତେଣୁ ପୂଜା ପ୍ରାରମ୍ଭରେ ଏମାନଙ୍କୁ ସ୍ମରଣ କରିବା ଦ୍ୱାରା ସମସ୍ତ ପୂଜା ସିଦ୍ଧି ହୋଇଥାଏ।ଓ ମହାଲକ୍ଷ୍ମୀଙ୍କର କୃପା ବର୍ଷିଥାଏ।ଶିବ,ଗଣେଶ ଓ ଭୈରବଙ୍କୁ ଆଦୋୖ ତୁଳସୀ ଅର୍ପଣ କରିବ ନାହିଁ।ମା ଦୁର୍ଗାଙ୍କୁ ଦୁବ ଅର୍ପଣ କରିବା ଅଶୁଭ ଅଟେ।ସୂର୍ଯ୍ୟଦେବଙ୍କୁ କଦାପି ଶଂଖରେ ଜଳ ଅର୍ପଣ କରିବା ଉଚିତ ନୁହେଁ।ସ୍ନାନ ପୂର୍ବରୁ ତୁଳସୀ ଗଛକୁ ପୂଜା କରିବା କିମ୍ବା ପତ୍ର ତୋଳିବା ଉଚିତ ନୁହେଁ।

ଗଙ୍ଗାଜଳକୁ କେବେ ପ୍ଲାଷ୍ଟିକ କିମ୍ବା ଅପବିତ୍ର ଧାତୁର ପାତ୍ରରେ ରଖିବା ଉଚିତ ନୁହେଁ।ଯଥା ଆଲୁମିନିୟମ ଓ ଲୁହା।ଏହାକୁ ତମ୍ବା ପାତ୍ରରେ ରଖିବା ଶୁଭ ଅଟେ।ପୁରୁଷ କିମ୍ବା ସ୍ତ୍ରୀ ଅପବିତ୍ର ଅବସ୍ଥାରେ ଶଙ୍ଖ ବଜାଇବା ଉଚିତ ନୁହେଁ।ଠାକୁରଙ୍କ ସାମ୍ନାରେ ପଛ ମୁଖ କରି ବସିବା ଉଚିତ ନୁହେଁ।କେତକୀ ଫୁଲ ଶିବଙ୍କୁ ଅର୍ପଣ କରିବା ଉଚିତ ନୁହେଁ।ପ୍ରତ୍ୟେକ ପୂଜାରେ ଦକ୍ଷିଣା ଦେବା ଉଚିତ।ପଦ୍ମଫୁଲକ ୫ ଦିନ ପର୍ଯ୍ୟନ୍ତ ବାସୀ ହୁଏନାହିଁ।ବେଲପତ୍ର ୬ମାସ ଯାଏ ବାସୀ ହୁଏନାହିଁ।

ତୁଳସୀ ପତ୍ର ୧୧ଦିନ ଯାଏ ବାସୀ ହୁଏନାହିଁ।

ଫୁଲକୁ ଏକ ପବିତ୍ର ପାତ୍ରରେ ରଖି ଅର୍ପଣ କରିବା ଉଚିତ।

ତମ୍ବା ପାତ୍ରରେ ଚନ୍ଦନ ରଖିବା ଉଚିତ ନୁହେଁ।

ଦୀପ ସହିତ ଦୀପ ଜଳାଯାଏ ନାହିଁ।

ରବିବାରରେ ଅଶ୍ୱତ୍ଥ ଗଛରେ ପାଣି ଦିଆଯାଏ ନାହିଁ।

ପୂଜା ସର୍ବଦା ପୂର୍ବ କିମ୍ବା ଉତ୍ତର ଦିଗକୁ ମୁଖରେ କରାଯାଏ।

ଉଲ ଆସନ ଉପରେ ବସି ପୂଜା କରିବା ଉଚିତ।

ତେଲରେ ଦୀପ ଜାଳିବା ଶୁଭ ଅଟେ।

ରବିବାର ଏକାଦଶୀ ଆଦିରେ ତୁଳସୀ ପତ୍ରକୁ ତୋଳିବ ନାହିଁ।

ଠାକୁରଙ୍କ ମୂର୍ତ୍ତି ୧ ୫ ୭ ୯ ୧୧ ଇଞ୍ଚ ହେବା ଦରକାର।

ଠିଆ ହୋଇଥିବା ମୂର୍ତ୍ତି ରଖିବା ଉଚିତ ନୁହେଁ।

ଏହି ସବୁ ପୂଜାର ନିୟମ ମାନିବା ଗୃହ ପାଇଁ ଶୁଭଙ୍କର ହୋଇଥାଏ।ଓ ପୂଜା ସଫଳ ହୁଏ।

Leave a Reply

Your email address will not be published. Required fields are marked *