ଯେବେ କିଏ ଆପଣଙ୍କ ଭରଷା ଭାଙ୍ଗିଦିଏ କଣ ହେଇଥାଏ – କୃଷ୍ଣଙ୍କ ବାଣୀ..
ଯେବେ କୌଣସି ବ୍ୟକ୍ତି କୁ କୌଣସି ଘଟଣାରେ ଅନ୍ୟାୟ ର ଅନୁଭବ ହେଇଥାଏ ତେବେ ସେହି ଘଟଣା ତା ଅନ୍ତରକୁ ଭାଙ୍ଗି ଦେଇଥାଏ।ସମସ୍ତ ଜାଗାରେ ତାକୁ ନିଜର ଶତ୍ରୁ ପ୍ରତୀତ ହେଇଥାଏ।ଅନ୍ୟାୟ ହେଇଥିବା ଘଟଣା ଯେତେ ବଡ ହେଇଥାଏ ମନୁଷ୍ୟର ହୃଦୟ ବି ସେତିକି ବିରୋଧ କରିଥାଏ।ସେହି ଘଟଣାର ଉତ୍ତର ରେ ସେ ନ୍ୟାୟ ମାଗିଥାଏ।ବାସ୍ତବରେ କୌଣସି ପ୍ରକାର ଅନ୍ୟାୟ ବ୍ୟକ୍ତି ର ଆସ୍ଥା ଓ ବିଶ୍ୱାସ ର ନାଶ କରିଥାଏ।
କିନ୍ତୁ ଏ ନ୍ୟାୟ କଣ।ନ୍ୟାୟ ର ଅର୍ଥ କଣ।ଅନ୍ୟାୟ କରୁଥିବା ଲୋକକୁ ନିଜ ଉପରେ ପଶ୍ଚାତାପ ହେଉ।ଆଉ ଅନ୍ୟାୟ ଭୋଗୁଥିବା ଲୋକର ମନରେ ପୁଣି ଥରେ ବିଶ୍ୱାସ ଜାଗୁ ସମାଜ ପ୍ରତି ଏତିକି ହିଁ ଅର୍ଥ ଅଟେ ନ୍ୟାୟର।କିନ୍ତୁ ଯାହା ହୃଦୟରେ ଧର୍ମ ନଥାଏ ସେ ନ୍ୟାୟ କୁ ଛାଡି ଭୁଲ ଓ ପ୍ରତିଶୋଧ କୁ ଆପଣାଇଥାଏ।ହିଂସା ବଦଳରେ ପ୍ରତିହିଂସା ର ଭାବନା ନେଇ ଚାଲିଥାଏ।ନିଜେ ଭୋଗିଥିବା ପୀଡା ଠୁ ଆହୁରି ଅଧିକ ପୀଡା ଦେବାକୁ ପ୍ରୟତ୍ନ କରିଥାଏ।ଏହି ମାର୍ଗରେ ଚାଲୁଥିବା ଅନ୍ୟାୟ କୁ ଭୋଗୁଥିବା ଲୋକ ନିଜେ ଅନ୍ୟାୟ କରିବାକୁ ଲାଗିଥାଏ।ଶୀଘ୍ର ହିଁ ସେ ଅପରାଧୀ ହେଇଯାଇଥାଏ।ନ୍ୟାୟ ଆଉ ପ୍ରତିଶୋଧ ମଧ୍ୟରେ କମ ଅନ୍ତର ହେଇଥାଏ।
ଭରଷା କରିବା ଭୁଲ କଥା ନୁହେଁ।ଯେବେ କିଏ ଆମକୁ ଭରଷା ଦେଇ କିଛି କହିଥାଏ ଆମ ମନରେ ବସା ବାନ୍ଧିଯାଇଥାଏ ଓ ଆମେ ଖୁସି ହେଇଥାଉ।କିନ୍ତୁ ଏହା ଯଦି ନ ହୁଏ ଆମକୁ ବହୁତ କଷ୍ଟ ହେଇଥାଏ ଭରଷା ଭାଙ୍ଗିଯାଇଥାଏ।ଯଦି କାହାକୁ ଭରଷା ଦେଉଛନ୍ତି ତେବେ ତାହାକୁ ପୂରଣ କରନ୍ତୁ।କାହିଁକିନା ଆପଣଙ୍କ ଭରଷା ବିନା ସେ ଖୁସିରେ ଥିଲା ଆଉ ଭଲରେ ଥିଲା ଆପଣଙ୍କ ଭରଷା ଭାଙ୍ଗିଯିବା ପରେ ସେ ଦୁଖୀ ହେଇଗଲା।ତେଣୁ ଭରଷା ଦେଇ ତାକୁ ପୂରଣ ନକଲେ ସେଇଟା ଭୁଲ ହେଇଥାଏ।
ଆମକୁ କାହା ଉପରେ ନିର୍ଭର କରିବା ଉଚିତ ନୁହେଁ।ଭରଷା ଓ ନିର୍ଭର ମଧ୍ୟରେ ଅଧିକ ଅନ୍ତର ନାହିଁ।କାହା ଉପରେ ଭରଷା କରିବା ସେ ଭରଷା ଭାଙ୍ଗି ଦେଲେ କଷ୍ଟ ହେବା ଏହାର ମାନେ ହେଉଛି ଆମେ ତାଙ୍କ ଉପରେ ନିର୍ଭର କରିଥିଲେ।କାହାଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ।ଆଉ ଭରଷା ଭାଙ୍ଗିଲେ ପ୍ରତିଶୋଧ ନିଅନ୍ତୁ ନାହିଁ।କିଛି ଲୋକ ପ୍ରତିଶୋଧ ନେବା ପାଇଁ ଅନ୍ୟାୟ କରିଥାନ୍ତି।
କାହାକୁ ବାନ୍ଧି ରଖିବା ପାଇଁ କିଛି ରସିର ଆବଶ୍ୟକତା ରହିଛି।କିନ୍ତୁ ଏହି ରସି କୁ ବାନ୍ଧିବାର ଶକ୍ତି କିଏ ଦେଇଥାଏ।ସେହି ରସି ହେଇଥାଏ ବିଶ୍ୱାସ।ବିଶ୍ୱାସ ର ରସି ସତ୍ୟ ର ରସି ରେ ହେଇଥାଏ।ସତ୍ୟ ତାହା ଯାହା ଉପରେ ଆମେ ବିଶ୍ୱାସ କରିଥିଲେ ଆଉ ବିଶ୍ୱାସ ଏହା ଯେ ଯାହାକୁ ଆମେ ସତ୍ୟ ଭାବିନେଇଥିଲେ।ବାସ୍ତବରେ ସତ୍ୟ ଓ ବିଶ୍ୱାସ ଏକ ମୁଦ୍ରାର ଦୁଇଟି ପାର୍ଶ୍ଵ ଅଟନ୍ତି।ଯେଉଁଠି ସତ୍ୟ ନାହିଁ ସେଠି ବିଶ୍ୱାସ ମଧ୍ୟ ନାହିଁ।ଯେଉଁଟି ବିଶ୍ୱାସ ନାହିଁ ସେଠି ସତ୍ୟ ନିଜର ହାର ମାନିଥାଏ।ଯଦି କାହାର ସତ୍ୟ ଜାଣିବାର ଅଛି ତ ବିଶ୍ୱାସ କରନ୍ତୁ।ଯଦି ବିଶ୍ୱାସ ଭାଙ୍ଗୁଛି ପୁନର୍ବାର ବିଶ୍ୱାସ କରନ୍ତୁ ନାହିଁ।କ୍ଷମା କରିଦିଅନ୍ତୁ କିନ୍ତୁ ପ୍ରତିଶୋଧ ନିଅନ୍ତୁ ନାହିଁ।