ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ମାନଂକ ନିଦ ପ୍ରାତଃ ୩ ରୁ ୫ ଟା ଭିତରେ ଭାଙ୍ଗିଯାଏ ସେମାନେ ଏହା ନିଶ୍ଚିନ୍ତ ଜାଣନ୍ତୁ
ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ ଯେଉଁଥିରେ ଜୀବନକୁ ସୁଖ ମୟ ଏବଂ ସରଳ କରିବା ପାଇଁ ଉପଯୋଗୀ କଥା ସବୁ କୁହାଯାଇଛି।ଏହି ଗ୍ରନ୍ଥର ମୁଖ୍ୟ ଲକ୍ଷ୍ୟ ହେଉଛି ମଣିଷକୁ ତାର ଜୀବନର ସବୁ ପରିସ୍ଥିତିକୁ କିପରି ସମ୍ନ କରିପାରିବେ ତାହା ପାଇଁ ବ୍ୟବହାରିକ ଶିକ୍ଷା ଦିଆଯାଇଛି । ଚାଣକ୍ୟ ଏକ ମହାନ୍ ଜ୍ଞାନୀ ଥିଲେ ଯିଏ କି ନିଜର ଧର୍ମ ଜ୍ଞାନ ଏବଂ ନିଜର ବୁଦ୍ଧି ଦ୍ଵାରା ଚନ୍ଦ୍ରଗୁପ୍ତ ମୋର୍ଯ୍ୟଙ୍କୁ ରାଜ ଗାଦିରେ ବସାଇ ଦେଇଥିଲେ । ତେବେ ଆସନ୍ତୁ ଜାଣିବେ ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା କି ଆପଣଙ୍କୁ ନିଜର ଜୀବନର କୌଣସି ନା କୌଣସି ପରିସ୍ଥିତିରେ କାମରେ ଆସିପାରିବ । ଆଜି ଆମେ ମାନେ ଆପଣ ମାନଙ୍କୁ ଏକ ଏପରି ବିଷୟ ବସ୍ତୁ ଉପରେ କହିବୁ ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ବଢ଼ୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଛି କି ଯେଉଁ ବ୍ୟକ୍ତି ମାନଙ୍କ ନିଦ ପ୍ରାତଃ ୩ ରୁ ୫ ଟା ଭିତରେ ଭାଙ୍ଗିଯାଏ ଏହା ପଛରେ କୌଣସି ନ କୌଣସି ଦିବ୍ୟ ଶକ୍ତି ରହିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କିଛି ରୋଚକ ତଥ୍ୟ। ବନ୍ଧୁଗଣ ସାଧାରଣତଃ ଏମିତି ବହୁତ୍ ଥର ହୋଇଥାଏ କି ରାତିରେ ଶୋଇବା ସମୟରେ ନିଦ ଅଧାରୁ ଭାଙ୍ଗି ଯାଏ ଏବଂ ଆମେ ମାନେ ଏହା ବିଷୟରେ କିଛି ଚିନ୍ତା ନ କରି ପୁଣି ସୋଇପଡ଼ିଥାଉ । କିନ୍ତୁ ଯଦି ଆପଣଙ୍କ ନିଦ ଏମିତି ହଠାତ୍ ଭାଙ୍ଗି ଯାଉଛି ତାହେଲେ ଏହା ଏକ ସାଧାରଣ କଥା ନୁହେଁ ସେଥିପାଇଁ ଭୁଲରେ ବି ଏହି ଜିନିଷକୁ ନଜର ଅନ୍ଦାଜ କରନ୍ତୁ ନାହିଁ । ଯଦି ଆମେ ସିଧସଳଖ କହିବା ତାହେଲେ ଏହା ପଛରେ ବହୁତ୍ ସଂକେତ ଲୁଚି ରହିଥାଏ ।ଏଥିରେ କୌଣସି ସନ୍ଦେହ ନାହିଁ କି ଏହି ଦୁନିଆରେ କୌଣସି ବି କଥା ବିନା କାରଣରେ ହୁଏ ନାହିଁ ।ସେଥିପାଇଁ ବ୍ୟକ୍ତି ଯେତେବେଳେ ଶୋଇବା ସମୟ ରେ କିଛି ସ୍ଵପ୍ନ ଦେଖେ ତାହେଲେ ଏହାର ବି କିଛି ଅର୍ଥ ଥାଏ ।
ଯଦି ଆପଣଙ୍କ ନିଦ ୩ ରୁ ୫ ଟା ଭିତରେ ଭାଙ୍ଗିଯାଏ ତାହେଲେ ଏହାର ଅର୍ଥ କଣ ଜାଣନ୍ତୁ । ବନ୍ଧୁଗଣ ପ୍ରାତଃ ସମୟକୁ ସାଧାରଣତଃ ଅମୃତ ବେଳା ବୋଲି କୁହାଯାଇଥାଏ । ଏହି କାରଣ ରୁ ଏହି ସମୟରେ ବହୁତ୍ ଅଲୌକିକ ଶକ୍ତି ମାନଙ୍କର ପ୍ରବାହ ବି ହୋଇଥାଏ ।ବନ୍ଧୁଗଣ ଏହି ଶକ୍ତି ସବୁ ଆପଣମାନଙ୍କୁ ଅନେକ ପ୍ରକାରର ସଂକେତ ଦେଇଥାନ୍ତି ,ଆପଣ ମାନଙ୍କୁ କେବଳ ଏହି ସଂକେତକୁ ବୁଝିବା ଦରକାର ହୋଇଥାଏ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଶକ୍ତି କେବଳ ସେହି ଲୋକ ମାନଙ୍କ ନିଦକୁ ଭାଙ୍ଗ କରିଥାଏ ଯେଉଁ ଲୋକ ମାନଙ୍କୁ ସେ ଶକ୍ତି ଶୁଖି ଦେଖିବାକୁ ଚାହିଁ ଥାନ୍ତି ।
ଯଦି ଆପଣଙ୍କ ନିଦ ସେହି ସମୟରେ ଭାଙ୍ଗୁଛି ତାହେଲେ ଏହି ଶକ୍ତି ଆପଣଙ୍କୁ ଖୁସି ମିଳିବାର ସଂକେତ ପ୍ରଦାନ କରିଥାଏ । ଏହା ସହିତ ମଧ୍ୟ ଯଦି ଏପରି ଏହି ସମୟରେ ଆପଣଙ୍କ ନିଦ ଭଙ୍ଗ ହେଉଛି ତାହେଲେ ଆପଣଙ୍କ ଘରେ ଧନ ବୈଭବ ବୃଦ୍ଧି ହେବାକୁ ଯାଉଛି ଏବଂ ଆପଣଙ୍କ ଘରେ ଖୁସି ଆସିବାର ଅଛି । ଏମିତି ଉଠିବା ଦ୍ଵାରା କେବଳ ମନ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ । ଯେଉଁ ଲୋକ ମାନେ ସକାଳୁ ଉଠନ୍ତି ସେମାନେ ନିଜ ଭିତରେ ଏକ ପ୍ରକାରର ଶକ୍ତି ଅନୁଭବ କରିଥାନ୍ତି ଏବଂ ସେମାନେ ପ୍ରକୁତିକୁ ମଧ୍ୟ ଉପଭୋଗ କରିଥାନ୍ତି । ଯଦି ଆପଣଙ୍କ ନିଦ ପ୍ରାତଃ ସମୟରେ ଭାଙ୍ଗୁଛି ତାହେଲେ ଆପଣ ମଧ୍ୟ ବହୁତ୍ ଭାଗ୍ୟଶାଳୀ ଅଟନ୍ତି ।