୨ ମିନିଟ ରେ ଘରୁ ମଶା ବାହାର କରିବାର ଉପାୟ – ନିଶ୍ଚୟ ଏହି କଥା ଗୁଡିକ ଜାଣିରଖନ୍ତୁ
ଡାହାଣୀ ମାରି ଫୁଲ: ଏହି ଫୁଲକୁ ଇଂରାଜୀ ରେ ଲଂଟଣା କ୍ରେମେଲ ନାମରେ ଜଣାଯାଇଥାଏ।ଏହା କୁ ମଶା ମାରିବାରେ ବ୍ୟବହାର କରାଯାଏ। ଏଥିରୁ ବାହାରୁଥିବା ଧୂଆଁ କିମ୍ବା ଏହାର ମଞ୍ଜିର ଗନ୍ଧ ରେ ମଶା ଘରୁ ବାହାରି ଯାଇଥାନ୍ତି।ମଶା ଭାଗଇବା ପାଇଁ ଏହା ଏକ ସହଜ ଓ ଘରୋଇ ଉପାୟ।ମଶା ଭଗାଇବାପାଇଁ ଆପଣ ଯେଉଁ ଅଗରବତୀ କିମ୍ବା ରାସାୟନିକ ଜିନିଷ ଜଳାଇଥାନ୍ତି ଏହା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ।
ଏହି ଫୁଲ ପ୍ରାକୃତିକ ଉପାୟରେ ଘରୁ ମଶା କୁ ତଡିଥାଏ।ଏହାର ୨ଟି ଉପାୟ। ପ୍ରଥମେ ଏହାର ମଞ୍ଜିକୁ ପେଷି ଦିଅନ୍ତୁ ଓ ପାଖରେ ଥିବା କୌଣସି ନଳା ରେ ପକେଇଦିଅନ୍ତୁ।ନଳା ରେ ବହୁତ ମଶା ରହିଥାନ୍ତି ଏହାର ଗନ୍ଧରେ ମଶା ମରିଯାଇଥାନ୍ତି।୨ୟ ଉପାୟ ହେଉଛି ଏହାର ପତ୍ରକୁ ଶୁଖାଇ ଦିଅନ୍ତୁ,ଶୁଖିଲା ପତ୍ର କୁ ଜଳାଇ ଏହାର ଧୂଆଁ କୁ ଘରେ ଦିଅନ୍ତୁ ଏହାଦ୍ୱାରା ମଶା ସେଠାରୁ ପଳାଇବେ।ଏହାର ଧୂଆଁ ବହୁତ ରାଗ ଓ ଦୁର୍ଗନ୍ଧ ହୋଇଥାଏ ଯାହା ମଶା ପାଇଁ ହାନିକାରକ ହୋଇଥାଏ ମଶା ଏହାକୁ ବରଦାସ୍ତ କରିପାରିନଥାଏ ଓ ଘରୁ ବାହାରିଯାଇଥାଏ।
ଯଦି ଆପଣଙ୍କ ଘରେ ବହୁତ ମଶା ଅଛନ୍ତି ସପ୍ତାହ ରେ ଥରେ ଏହାର ଧୂଆଁ ଦେଇ ଘରୁ ମଶା କୁ ବାହାରକରିଦିଅନ୍ତୁ।ୱାର୍ଲଡ଼ ହେଲଦ ଅର୍ଗାନାଇଜେସନ ଅନୁସାରେ ପ୍ରତି ବର୍ଷ ମଶା କାମୁଡ଼ାରେ ହେଉଥିବା ରୋଗ ଦ୍ୱାରା ନିଜ ଜୀବନ ହରାଇଥାନ୍ତି।ମଶା ଛଡା ଏମିତି କୋୖଣସି ଜୀବ କିମ୍ବା ପ୍ରାଣୀ ନାହିଁ ଯାହାଦ୍ୱାରା ଏତେ ଲୋକ ପ୍ରତିବର୍ଷ ମରିଯାଇଥାନ୍ତି କିମ୍ବା ରୋଗରେ ପଡ଼ିଥାନ୍ତି ସେଥିପାଇଁ ମଶା କୁ ସବୁଠାରୁ ଘାତକ ଜୀବ ମାନିଥାଉ।
ପୁରା ଦୁନିଆରେ ମଶା ଙ୍କ ସଂଖ୍ୟା ୩୦୦୦ ରୁ ଅଧିକା ମିଳିଥାଏ। ସବୁ ପ୍ରଜାତି ର ମଶା ଜୀବନ ହାନି କରିନଥାନ୍ତି କିନ୍ତୁ ଆମ ଘରେ ରହୁଥିବା ମଶା ମଧ୍ୟରୁ ଯଦି ଗୋଟେ ଡେଙ୍ଗୁ କିଂମ୍ବା ମ୍ୟାଲେରିଆ ପ୍ରଜାତି ର ମଶା କାମୁଡ଼ିଦେଇଥାଏ ଏହା ଜୀବନ ହାନି କରାଇଥାଏ।
ମଶା ମାନେ ସବୁ ୠତୁ ରେ ଦେଖାଯାଇଥାନ୍ତି କିନ୍ତୁ ଖରାଦିନେ କିମ୍ବା ବର୍ଷା ଦିନ ସରିଗଲେ ମଶା ଅଧିକ ଦେଖାଯାଇଥାନ୍ତି।ଏହା ସେହି ସମୟ ଯେବେ ରୋଗ ସୃଷ୍ଟି କରୁଥିବା ମଶା ଙ୍କ ସଂଖ୍ୟା ଅଧିକ ଦେଖାଯାଏ।
ମଶା ଦ୍ୱାରା ବ୍ୟାପୁଥିବା ରୋଗ ମଧ୍ୟରୁ ଡେଙ୍ଗୁ, ମ୍ୟାଲେରିଆ, ଚିକନଗୁନିଆ ରୋଗ ସବୁଠୁ ଅଧିକା ପ୍ରସିଦ୍ଧ।ଏହି ୩ ଟି ରୋଗ ବହୁତ ବେଗରେ ବ୍ୟାପୁଅଛି। ମଶା ମାରିବା ପାଇଁ ମିଳୁଥିବା ଜିନିଷ ଆଜିକାଲି ୨୫୦୦୦ କୋଟି ଲୋକଙ୍କ ବ୍ୟାପାର ହେଇସାରିଛି।ଏହି ଜିନିଷ ମଧ୍ୟରୁ ମଶା ମାରୁଥିବା କଏଲ,ରେପଳେନ୍ତ, କାର୍ଡ,ଲୋସନ, ଟିକିଆ ଆଉ ସ୍ପ୍ରେ ଭଳି ଜିନିଷ ବଜାରରେ ମିଳୁଅଛି।ଏମିତି କୌଣସି ଜିନିଷ ଆଜି ଯାଏ ବହାରିନାହିଁ ଯାହା ବ୍ୟବହାର କଲେ ମଣିଷ ଉପରେ କୁପ୍ରଭାବ ପକାଇବ ନାହିଁ।ଏହି ସବୁ ଜିନିଷ ରେ ରାସାୟନିକ ପଦାର୍ଥ ର ମାତ୍ରା ବହୁତ ଅଧିକ ରହିଥାଏ।ଏହା ମଶା କୁ ତ ମାରିଥାଏ ଏବଂ ଆମ ପାଇଁ ନୂଆ ନୂଆ ରୋଗ ମଧ୍ୟ ଆଣିଥାଏ।
ଆଜିଠାରୁ ଏହି ହାନିକାରକ ଜିନିଷ ବ୍ୟବହାର ଛାଡି ଆମେ ପ୍ରାକୃତିକ ଉପଚାର ବ୍ୟବହାର କରିବା ଆବଶ୍ୟକ।ଏହାଦ୍ୱାରା ମଶା ମାରିବା ସହ ଆମ ଶରୀର ରେ କୌଣସି କୁପ୍ରଭାବ ମଧ୍ୟ ପଡିବ ନାହିଁ।