ଜୀବନସାରା ପାଇଁ କିଡନୀ ରେ ପଥର, ମୂତ୍ରାଶୟ ରୋଗ,ପେଟ ରୋଗ,ମୁଣ୍ଡ ବିନ୍ଧା,ଗଣ୍ଠି ରୋଗ ଆଦି ରୋଗରୁ ମୁକ୍ତି ହେବାପାଇଁ ଉପଚାର
ପଥରଚଟ୍ଟା – ପଥରଚଟ୍ଟା ଗୋଟିଏ ଆୟୁର୍ବେଦିକ ଜାଡ଼ିବୁଟି।ଏହାକୁ ଅନେକ ନାମରେ ଜଣାଯାଇଥାଏ।ଏହା ଏକ ଲୋକପ୍ରିୟ ଘରୋଇ ଗଛ।ପ୍ରାୟ ଘରେ ଏହାକୁ ଲାଗନ୍ତି ଓ ଏହାର ବ୍ୟବହାର କରିଥାନ୍ତି।ଏହି ଗଛ କୁ ଲଗାଇବା ବହୁତ ସହଜ।ଏହାର ଗୋଟିଏ ପତ୍ରକୁ ନେଇ ମାଟିରେ ଲଗାଇଲେ ଏହା ଏକ ଗଛ ହେଇଯାଏ।ଏହି ଗଛ ର ପତ୍ରକୁ ଆମେ ବିଭିନ୍ନ ପ୍ରକାର ରୋଗ ଭଲ କରିବାରେ ବ୍ୟବହାର କରିଥାଉ ଯେପରିକି ବୃକକ୍ ରେ ପଥର ରହିଲେ ଆମକୁ ବହୁତ କଷ୍ଟ ଅନୁଭବ ହେଇଥାଏ। ଏହା ସେହି ପଥର କୁ ଭାଙ୍ଗି ବାହାର କରିଦେଇଥାଏ। ମୁଁହରେ ବ୍ରଣ ବାହାରିଲେ ଏହି ପତ୍ର ଆପଣ ବାନ୍ଧିପାରିବେ କିମ୍ବା ଖାଇବାରିବେ ଏହାଦ୍ୱାରା ବ୍ରଣ ମୁଁହରୁ ପଳାଇଥାଏ। ଏହି ପତ୍ରକୁ ବାନ୍ଧିବା ପାଇଁ ଏହାକୁ ଅଳ୍ପ ଗରମ କରି ସୋରିଷ ତେଲ ଲଗାଇ ବ୍ରଣ ଉପରେ ବାନ୍ଧିଦେବେ ଏହାଦ୍ୱାରା ବ୍ରଣ ୨ ଦିନ ରେ ଠିକ ହୋଇଯାଏ।
ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି ଆପଣ ଏହାର ବ୍ୟବହାର କରିପାରିବେ କାରଣ ଏଥିରେ ମୁଣ୍ଡ ବିନ୍ଧା ଦୂର କରିବାର ଗୁଣ ରହିଛି।ଏହାର ପତ୍ର କୁ ମୁଣ୍ଡ ରେ ବାନ୍ଧିପାରିବେ। ହୃଦୟ ଜନିତ ରୋଗ ଥିଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ କିମ୍ବା ହୃଦୟ ଆକ୍ରମଣ ର ଭୟ ଥିଲେ ଏହାକୁ ବ୍ୟବହାର କରିପାରିବେ।ଏଥିରେ କୋଲେଷ୍ଟ୍ରୋଲ କୁ ନିୟନ୍ତ୍ରଣ କରିବାର ଗୁଣା ରହିଥାଏ।କୋଲେଷ୍ଟ୍ରୋଲ ଯଦି ନିୟନ୍ତ୍ରଣ ରେ ରହିବ ଆପଣଙ୍କୁ ହୃଦୟ ସମ୍ବନ୍ଧିତ ରୋଗ ହବାର ଡର ରହିବ ନାହିଁ।
ମୂତ୍ର ସମ୍ବନ୍ଧିତ କୋୖଣସି ରୋଗ ଥିଲେ ଆପଣ ଏହାର ବ୍ୟବହାର କରିପାରିବେ।
ଦାନ୍ତ ସମ୍ବନ୍ଧୀୟ କୌଣସି ଅସୁବିଧା ଥିଲେ ଏହାକୁ ବ୍ୟବହାର କରିପାରିବେ।କାରଣ ଏଥିରେ ପତ୍ରି ଭୂତାଣୁ ଓ ଜୀବାଣୁ ଗୁଣ ରହିଥାଏ।ଏହା ଦାନ୍ତ ସମସ୍ୟାକୁ ଦୂର କରିଥାଏ। ଜ୍ୱର ହେଇଗଲେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ କାରଣ ଏହା ଭୁତାଣୁ ଓ ଜୀବାଣୁ ଠାରୁ ଶରୀର କୁ ରକ୍ଷା କରିଥାଏ। ଚୁଟି ସମସ୍ୟା ଥିଲେ ଏହାକୁ ଜରୁର ସେବନ କରନ୍ତୁ।ଯଦି ଆପଣ ଙ୍କ ଚୁଟି ଝଡୁଛି, ଧଳା ପଡିଯାଉଛି ଏହାକୁ ବ୍ୟବହାର କରିପାରିବେ।
ଯଦି ଆପଣ ଅସ୍ଥାମା ରୋଗରେ ପୀଡିତ କିମ୍ବା ଶ୍ୱାସ ନେବାରେ ଅସୁବିଧା ହେଉଛି ଏହାକୁ ବ୍ୟବହାର କରିପାରିବେ କାରଣ ଏଥିରେ ପ୍ରତି ଆସ୍ଥାମା ଗୁଣ ରହିଥାଏ। ମଧୁମେୟ ରୋଗ ପାଇଁ ମଧ୍ୟ ଏହା ଏକ ଭଲ ଉପଚାର।ଏହା ଶରୀର ର ଶର୍କରା କମ କରିବାରେ ସାହାଯ୍ୟ କରିଥାଏ ଓ ଶର୍କରା କୁ ନିୟନ୍ତ୍ରଣ କରି ମଧୁମେୟ ରୋଗ ରୁ ମୁକ୍ତି କରିଥାଏ।
ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ଦୂର କରିଥାଏ।ଅଲସର ଭଳି ରୋଗରୁ ମୁକ୍ତି କରିଥାଏ। ରକ୍ତ ସଫା କରିବାରେ ଏହା ସାହାଯ୍ୟ କରିଥାଏ।ରକ୍ତରେ ଥିବା ଅଶୁଦ୍ଧ ପଦାର୍ଥ କୁ ଏହା ବାହାର କରିଦେଇଥାଏ।ଏହି ଜଡ଼ିବୁଟି ରେ ରକ୍ତ ସଫା କରିବାର ଗୁଣ ରହିଥାଏ।ରକ୍ତ ସଫା ରହିଲେ ଚର୍ମ ଜନିତ ରୋଗ ରୁ ବଂଚିତ ରହିବା।
ଗଣ୍ଠି ଜନିତ ରୋଗ ଥିଲେ ଆପଣ ଏହାକୁ ବ୍ୟବହାର କରିପାରିବେ। ଏହାକୁ ସବୁବେଳେ ସଫାକରି ବ୍ୟବହାର କରିବେ।ସକାଳୁ ଖାଲି ପେଟରେ ପାଣିରେ ଏହାର ୨ ଟି ପତ୍ର କୁ ସିଝାଇ ପିଇଲେ ଏହି ସବୁ ସମସ୍ୟା ଦୂର ହୋଇଥାଏ।ଯଦି ଆପଣ ୫ ଦିନ ଏହାକୁ ପିଇବେ ଏହି ସବୁ ସମସ୍ୟା ଜୀବନସାରା ପାଇଁ ଆଉ ଦେଖାଯିବନାହିଁ।