ଏହି ଉପାୟ ଦ୍ଵାରା ନିଜର ଫାଟି ଯାଇଥିବା ପାଦ ରୁ ଆପଣ ମୁକ୍ତି ପାଇ ପାରିବେ..
ଫାଟି ଯାଇଥିବା ପାଦ ରୁ ମୁକ୍ତି ପାଇବା ର ସରଳ ଉପାୟ । ବନ୍ଧୁଗଣ ଆମେ ମାନେ ନିଜର ଚେହେରା ର ଯତ୍ନ ନେଉ ନେଉ ଆମ ପାଦ ର ଯତ୍ନ ନେବାକୁ ହିଁ ଭୁଲି ଯାଇ ଥାଉ।ଏଥିପାଇଁ ଆମ ପଡ ଶୁଖି ଯାଇଥାଏ ଏବଂ ସେଥିପାଇଁ ଆମ ପାଦ ରେ ଫାଟ ସୃଷ୍ଟି ହୋଇଥାଏ କାହିଁକି ନା ପାଦ ଯେତେବେଳେ ଶୁଖି ଯାଇଥାଏ ସେତେବେଳେ ଆମେ ଚାଲିଲା ବେଳେ ପାଣି ମାଟି ଏ ସବୁ ଦ୍ଵାରା ସେଥିରେ ଫାଟ ସୃଷ୍ଟି ହୋଇଥାଏ ଏବଂ ଚାଲିଲା ବେଳେ କଷ୍ଟ ହେବା ସହ ଆମ ପାଦ ରୁ ରକ୍ତ ବାହାରିଥାଏ । ଯଦି ଆପଣ ଏହି ଉପାୟ ଟି କୁ ଅବଲମ୍ବନ କରିବେ ତାହେଲେ ଆପଣ ନିଜର ଫାଟ ପାଦ ରୁ ମୁକ୍ତି ପାଇ ପାରିବେ ।ଏଥିପାଇଁ ଆପଣଙ୍କୁ ପ୍ରଥମ ରେ ଆବଶ୍ୟକ ହେବ ଏକ ମହମବତୀ । ଫାଟି ଯାଇଥିବା ପାଦ ପାଇଁ ଏହାର ବ୍ୟବହାର ଯୁଗ ଯୁଗ ରୁ କରାଯାଇଛି ଏବଂ ଏହା ମଧ୍ୟ ଏକ ସଫଳ ଉପାୟ । ଏହା ଆମ ପଡ କୁ ନରମ କରିଥାଏ ।
ଆମ ପାଦ ରୁ ରକ୍ତ ଝରିବା ରୁ ଏହା ରକ୍ଷା କରିଥାଏ । ଯଦି ଆପଣ ଏହି ମହମବତୀ ସହ ଆଉ ଗୋଟେ ଦୁଇଟି ଜିନିଷ ମିଶାଇ ବ୍ୟବହାର କରିବେ ତାହେଲେ ଆପଣ ସବୁଦିନ ପାଇଁ ନିଜର ପାଦ କୁ ନରମ କରିଦେବ ।ପ୍ରଥମେ ଆପଣ ଏକ ମହମବତୀ କୁ ଏମ ଛୁରୀ ସାହାଯ୍ୟ ରେ ଘଷି ସେଥିରୁ ମହମ କୁ ଅଲଗା କରି ଦିଅନ୍ତୁ ।ଏହାପରେ ସେଥିରୁ ଦୁଇ ଚାମଚ୍ ପାଖାପାଖି ମହମ୍ ଆଣି ତାହାକୁ ଏକ ପାତ୍ର ରେ ରଖନ୍ତୁ । ଏହାପରେ ସେଥିରେ ଆପଣ ସୋରିଷ ତେଲ କୁ ଆଣି ମିଶାନ୍ତୁ । ସୋରିଷ ତେଲ ଆମ ଚର୍ମ ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ ଏବଂ ଏହା ଆମ ପାଦ ଉପରେ ଭଲ ପ୍ରଭାବ ପକାଇ ଥାଏ।
ଏହାପରେ ଆପଣ ଦୁଇ ଚାମଚ୍ ସୋରିଷ ତେଲ ନେଇ ସେଥିରେ ମିଶାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଏକ ଏକ କ୍ରିମ ପରି ପ୍ରସ୍ତୁତ କରିବା ପାଇଁ ଆପଣ ତାହାକୁ ନେଇ ଏକ ଗରମ ପାଣି ରହିଥିବା ପାତ୍ର ରେ ରଖି ଦିଅନ୍ତୁ, ଏହା ପରେ ତାହା ଭଲ ଭାବରେ ଗରମ କରିବା ଦ୍ଵାରା ତାହା ତରଳି ଯିବ । ଏହା ପରେ ତାହାକୁ ଟିକେ ଥଣ୍ଡା ହେବାକୁ ଦିଅନ୍ତୁ । ଏହା ପରେ ଯେତେବେଳେ ତାହା ଭଲ ଭାବରେ ଥଣ୍ଡା ହୋଇଯିବ ତାହା ଏକ କ୍ରିମ ପରି ହୋଇଯିବ । ଏହି କ୍ରିମ କୁ ନିଜ ର ପାଦ ରେ ବ୍ୟବହାର କରିବା ଆଗରୁ ନିଜର ପାଦ କୁ ଭଲ ଭାବରେ ସଫା କରି ଦିଅନ୍ତୁ । ନିଜର ପାଦ କୁ କିଛି ସମୟ ହାଲକା ଗରମ ପାଣି ରେ ୫ ମିନିଟ ପର୍ଯ୍ୟନ୍ତ ବୁଡାଇ ତାହାକୁ ନିଜର ଫାଟି ଥିବା ଜାଗା ରେ ଲଗାଇ ଦିଅନ୍ତୁ । ଏହାକୁ ଆପଣ ରାତି ରେ ଲଗାଇ ସୋଇପଡ଼ନ୍ତୁ ସକାଳୁ ଉଠି ଥଣ୍ଡା ପାଣି ରେ ପାଦ କୁ ଧୋଇ ଦିଅନ୍ତୁ ।ଏହିପରି କିଛି ଦିନ କରିବା ପରେ ଆପଣଙ୍କ ପାଦ ରେ ଥିବା ସମସ୍ତ ଫାଟ ପୂରଣ ହୋଇଯିବ ।