October 19, 2024

Odia Express

Leading Odia News Portal of Odisha

ଭଗବାନ ଶ୍ରୀକୃଷ୍ଣଙ୍କର ୭ଟି କଥାରୁ ଶିଖନ୍ତୁ, କିପରି ସବୁବେଳେ ସଠିକ ନିର୍ଣ୍ଣୟ ନେବେ..

ନମସ୍କାର ବନ୍ଧୁଗଣ, ସମସ୍ତଙ୍କୁ ନିଜ ଜୀବନରେ କିଛି ନିର୍ଣ୍ଣୟ ନେବାକୁ ପଡିଥାଏ।ଏହି ନିର୍ଣ୍ଣୟ ଆମ ଜୀବନକୁ ଠିକ ମାର୍ଗ ଦେଇଥାଏ।ସଠିକ ନିର୍ଣ୍ଣୟ ଆମକୁ ଆକାଶର ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚାଇ ପାରିବ।ସେହିପରି ଭୁଲ ନିର୍ଣ୍ଣୟ ଆମକୁ ଆକାଶର ଉଚ୍ଚତାରୁ ମାଟିରେ ବି ଫୋପାଡ଼ି ପାରିବ।ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାରେ ନିର୍ଣ୍ଣୟ ନେବା ପାଇଁ କିଛି ଉପଦେଶ ଦେଇଛନ୍ତି।ଯାହାକୁ ଆପଣ ଆପଣେଇ କୌଣସି ବିଷୟରେ ଭଲ ନିର୍ଣ୍ଣୟ ନେଇ ପାରିବେ।

୧)ସବୁଠାରୁ ପ୍ରଥମେ ଆପଣ ଏହା ଚିନ୍ତା କରନ୍ତୁ କି ଯଦି ଆପଣଙ୍କୁ କିଛି ବହୁତ ଭଲ ଲାଗୁଥିବା ଜିନିଷ ମିଳିବ,ଏବଂ ଦ୍ୱିତୀୟରେ ବହୁତ ଖରାପ ଲାଗୁଥିବା ଜିନିଷ ମିଳିବ ତେବେ ଆପଣ କେଉଁଟିକୁ ଚୟନ କରିବେ? ସାଧାରଣତଃ ପ୍ରାୟ ଲୋକ ସେହି ଜିନିଷର ଚୟନ କରିବେ ଯେଉଁ ଜିନିଷର ବ୍ୟବହାର କରିବା ଦ୍ଵାରା ତାଙ୍କୁ ଭଲ ଅନୁଭବ ହେବ।ଠିକ ଏହି ପ୍ରକାରରେ ଅର୍ଜୁନ ଯୁଧ୍ୟ ଲଢ଼ିବାକୁ ଚାହୁଁନଥିଲେ କାରଣ ତାଙ୍କୁ ନିଜର ହିଁ ପରିବାରର ଲୋକଙ୍କୁ ମାରିବା ଠିକ ଲାଗୁନଥିଲା।ତେବେ ହିଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଲେ କି କେବେବି କୌଣସି ବି ନିର୍ଣ୍ଣୟ ଭାବନାକୁ ଆଧାର କରି ନେବା ଉଚିତ ନୁହେଁ।କାରଣ ଭାବନା କ୍ଷଣସ୍ଥାୟୀ ହୋଇଥାଏ।ଭାବନାକୁ ଆଧାର କରି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ।

୨)ଦ୍ଵିତୀୟରେ,ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତାରେ କହିଛନ୍ତିକି ଆମକୁ ଆମ ମସ୍ତିଷ୍କକୁ ସର୍ବଦା ସ୍ଥିର ରଖି ନିର୍ଣ୍ଣୟ ନେବା ଉଚିତ।ଅର୍ଥାତ ଆମକୁ ଏପରି ସ୍ଥିତିରେ କୌଣସି ପଦକ୍ଷେପ ନେବା ଉଚିତ ନୁହେଁ ଯେବେ ଆମେ ବହୁତ ଖୁସି କିମ୍ବା ଦୁଃଖୀ ଥିବା।

୩)ସବୁବେଳେ କୌଣସି ନିର୍ଣ୍ଣୟ ନେବା ସମୟରେ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ କି କଣ ଆପଣ ଏହି ନିର୍ଣ୍ଣୟ ରାଗରେ କିମ୍ବା ଆଉ କାହାର ବନ୍ଧନ ପାଇଁ ନେଉଛନ୍ତି କି?କାରଣ ଏପରି ପରିସ୍ଥିତିରେ ନେଇଥିବା ନିର୍ଣ୍ଣୟ ଆପଣଙ୍କୁ ଆଗକୁ ବହୁ କଷ୍ଟ ଦେଇପାରେ।

୪)ଭାଗବତ ଗୀତାରେ ଗୋଟିଏ ଶବ୍ଦ ବାରମ୍ବାର କୁହାଯାଇଛି ଯାହା ହେଉଛି ‘ନିଷ୍କାମକର୍ମା’।ଏହାର ଅର୍ଥ ହେଉଛି ବିନା ଫଳର ଆଶା ରଖି କର୍ମ କରିବା ଅର୍ଥାତ ଆମକୁ କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ଫଳାଫଳର ଲୋଭ ରଖିବାକଥା ନୁହେଁ। ଯଦି ଆପଣ ଏପରି କରିବେ ତେବେ ଆପଣଙ୍କ ସଫଳତା ନିଶ୍ଚିତ ହୋଇଯିବ।

୫)ଭାଗବତ ଗୀତାରେ କୁହାଯାଇଛି ଆମେ ଯେକୌଣସି କାମ କରିବା ତାହା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖିବା ଉଚିତ।ନହେଲେ ସଫଳତା ମିଳିବନାହିଁ।

୬)କୌଣସି କାମ କରିବା ପୂର୍ବରୁ କିମ୍ବା ନିର୍ଣ୍ଣୟ ନେବା ପୂର୍ବରୁ ଭଲ ଭାବରେ ବିଚାର କରିନିଅନ୍ତୁକି ଆପଣଙ୍କୁ ତାହା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛିକି ନାହିଁ? ଯଦି ମନରେ କୌଣସି ପ୍ରକାରର କିଛି ବି ସନ୍ଦେହ ଅଛି ତେବେ ସେହି କାର୍ଯ୍ୟ କରନ୍ତୁନାହିଁ।ସେହି ବିଷୟରେ ଆଉଥରେ ଚିନ୍ତା କରନ୍ତୁ।

୭)ଯେ କୌଣସି ଜିନିଷ ସମାଜ କିମ୍ବା କୌଣସି ବଡ ସମୂହ ପାଇଁ ଭଲ ହୋଇନଥିବ ତେବେ ସେହି ଜିନିଷ ଆପଣଙ୍କ ପାଇଁ ମଧ୍ୟ ଭଲ ହୋଇନଥିବ।ସେଥିପାଇଁ କେବେବି ଏପରି ନିର୍ଣ୍ଣୟ ନିଅନ୍ତୁ ନାହିଁ ।ବନ୍ଧୁଗଣ ଗୀତରେ ସ୍ପଷ୍ଟ ଭାବରେ କୁହାଯାଇଛି କି ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ଉପରେ ବିଶ୍ୱାସ ରଖିଥାଏ ଓ ତାଙ୍କର ସ୍ମରଣ କରେ।ସେ ସବୁବେଳେ ଠିକ ନିର୍ଣ୍ଣୟ ନେଇଥାଏ।ତାର କେବେବି ପରାଜୟ ହୁଏ ନାହିଁ।କୌଣସି ବି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ଭଗବାନଙ୍କୁ ସ୍ମରଣ ନିଶ୍ଚିତ କରନ୍ତୁ।

ଏହା ଥିଲା ଶ୍ରୀମଦ ଭାଗବତ ଗୀତାରେ ଥିବା ୭ଟି ଏପରି କଥା ଯାହାକୁ ଧ୍ୟାନରେ ରଖି ନେଇଥିବା ନିଷ୍ପତ୍ତି ଆପଣଙ୍କ ପାଇଁ ସଫଳତା ଆଣିଥାଏ।ଆମେ ଆଶାକରୁଛୁ ଭାଗବତ ଗୀତା ସହ ଜଡ଼ିତ ଏହିକଥା ଆପଣଙ୍କର କାର୍ଯ୍ୟରେ ଲାଗିବ।

Leave a Reply

Your email address will not be published. Required fields are marked *