December 22, 2024

Odia Express

Leading Odia News Portal of Odisha

କେବଳ ୧ଟଙ୍କାରେ ଅପରିଷ୍କାର ହଳଦିଆ ଦାନ୍ତକୁ ମୋତିପରି ଚମକାନ୍ତୁ ଏବଂ ସବୁଠାରୁ ସୁନ୍ଦର ଦାନ୍ତ ପାଆନ୍ତୁ…

ପ୍ରତ୍ୟେକ ବ୍ୟକ୍ତି ସୁନ୍ଦର ଦେଖାଯିବା ପାଇଁ ଅନେକ କଷ୍ଟ କରିଥାଏ।ନିଜ ଶରୀର ତଥା ନିଜ ମୁଖର ମଧ୍ୟ ସେ ଅନେକ ଯତ୍ନ ନେଇଥାଏ।ଭଲ ହେୟାର ଷ୍ଟାଇଲ ମଧ୍ୟ କରିଥାଏ।ମାତ୍ର ସେ ନିଜ ଦାନ୍ତର ଯତ୍ନ ନେଇ ନ ଥାଏ।ଏକ ସୁନ୍ଦର ମୁଖ ସହ ଏକ ସୁନ୍ଦର ଶରୀର ତଥା ପ୍ରମୁଖତଃ ସୁନ୍ଦର ଦାନ୍ତ ଗଭୀରଭାବେ ଲୋକଙ୍କ ଉପରେ ପ୍ରଭାବ ପକେଇଥାଏ।ଯେତେବେଳେ ଆପଣ ଆପଣଙ୍କର ବନ୍ଧୁମାନଙ୍କ ଗହଳରେ ଅଛନ୍ତି ମାତ୍ର ଆପଣଙ୍କର ଦାନ୍ତ ଅପରିସ୍କାର ହେଇଥିବାରୁ ସେଥିରୁ ଅନେକ ଦୁର୍ଗନ୍ଧ ବାହାରିଥାଏ।ଫଳରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାଏ।ଦାନ୍ତରୁ ଦୁର୍ଗନ୍ଧ ବାହାରିଥାଏ,ହଳଦିଆ ପଡ଼ିଯାଏ,ଅସୁନ୍ଦର ହେଇଯାଏ।ଅନେକଙ୍କର ଦାନ୍ତରେ କ୍ୟାଭିଟି ପାଇଁ ଛିଦ୍ର ମଧ୍ୟ ହେଇଯାଇଥାଏ।ଦାନ୍ତରେ ବିଭିନ୍ନ ଜୀବାଣୁମାନେ ମଧ୍ୟ ରହିଥାନ୍ତି ଯାହା ଫଳରେ ଅନେକ ଯନ୍ତ୍ରଣା ମଧ୍ୟ ହେଇଥାଏ।

ଆପଣ ଯଦି ପାନ,ବିଡ଼ି,ଗୁଟକା ଆଦି ଖାଇଥାନ୍ତି ତେବେ ଏହାର ଦାଗ ଆପଣଙ୍କର ଦାନ୍ତ ଉପରେ ରହିଯାଇଥାଏ।ଯାହା ସହଜରେ ଛାଡ଼ି ନଥାଏ।ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ଟୁଥ୍ ପେଷ୍ଟରେ ତାହା ଯାଇନଥାଏ।କିନ୍ତୁ ଭାରତରେ ଏପରି କିଛି ଉପଚାର ରହିଛି ଯାହାଦ୍ୱାରା ଆପଣଙ୍କର ଏହି ଦାଗ ସମ୍ପୂର୍ଣ୍ଣ ଭାବେ ଚାଲିଯିବ।ଅତ୍ୟନ୍ତ କମ୍ ଖର୍ଚ୍ଚରେ ହେଇଯିବ।ଏହା ସମ୍ପୂର୍ଣ୍ଣରୂପେ ଆୟୁର୍ବେଦିକ ଅଟେ।ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ।ତେଣୁ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ।

ଉପଚାର ପାଇଁ ଆପଣଙ୍କୁ କିଛି ସାମଗ୍ରୀର ଆବଶ୍ୟକତା ରହିଛି।ପ୍ରଥମେ ଚିମୁଟାଏ ଲୁଣ,ଆପଣ ଦୈନନ୍ଦିନ ବ୍ୟବହାର କରୁଥିବା ପେଷ୍ଟ,ଲେମ୍ବୁ।ଆପଣ ଦୈନିକ ଯେଉଁ ପେଷ୍ଟ ବ୍ୟବହାର କରୁଛନ୍ତି ଆପଣ ତାହାକୁ ନେଇ ଏହି ଉପଚାର ପ୍ରସ୍ତୁତ କରିବେ।ଏପରି ନୁହେଁ ଯେ ଆପଣଙ୍କୁ ଏକ ସ୍ୱତନ୍ତ୍ରଭାବେ ପେଷ୍ଟ ର ଆବଶ୍ୟକତା ପଡିବ।ତେଣୁ ପ୍ରଥମେ ଚିମୁଟାଏ ଲୁଣ ହାତରେ ନିଅନ୍ତୁ।ଏହା ସହ କିଛି ପେଷ୍ଟ ମିଶାନ୍ତୁ।ଏହି ମିଶ୍ରଣରେ ୬-୭ ଠୋପା ଲେମ୍ବୁ ରସ ମିସେଇଦିଅନ୍ତୁ।ଏହି ମିଶ୍ରଣକୁ ଟୁଥ୍ ବ୍ରସ୍ ସାହାଯ୍ୟରେ ହାଲକା ଭାବେ ଦାନ୍ତରେ ଲଗାନ୍ତୁ।ଏହାକୁ ଭଲଭାବେ ଦାନ୍ତରେ ଲଗାନ୍ତୁ।ଏହାଦ୍ୱାରା ଆପଣଙ୍କ ଦାନ୍ତରେ ଲାଗିଥିବା ଦାଗ ଏହି ଲୁଣ ଏବଂ ଲେମ୍ବୁରସ ଲଗାଇବା ଦ୍ୱାରା ଭଲଭାବେ ଛାଡ଼ିଯିବ।ପ୍ରତ୍ୟେକ ଦିନ ଏପରି ଭାବେ ଲଗାଇବା ଦ୍ୱାରା ଆପଣଙ୍କ ଦାନ୍ତ ମୋତିପରି ଚମକିବ।ଏହା ସହ ଆପଣଙ୍କର ଦାନ୍ତ ଜନିତ ଅନ୍ୟ ସମସ୍ୟା ଯେପରିକି ଦାନ୍ତରୁ ରକ୍ତ ବାହାରିବା ମଧ୍ୟ ଭଲ ହେଇଯିବ।

ଏହା ସମ୍ପୂର୍ଣ୍ଣରୂପେ ଆୟୁର୍ବେଦିକ।ଏହାର କୌଣସି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ।ଆପଣଙ୍କର ପାନ,ତମ୍ବାଖୁ ଜନିତ ସମସ୍ତ ଦାଗ ସମ୍ପୂର୍ଣ୍ଣରୂପେ ଭଲ ହେଇଯିବ।ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଏହାଦ୍ୱାରା ଆପଣଙ୍କର ସମସ୍ୟା ମଧ୍ୟ ଦୁର ହେଇଯିବ।ଆଗକାଳରେ ଯେତେବେଳେ ପେଷ୍ଟର ବ୍ୟବହାର ଲୋକମାନେ ଜାଣିନଥିଲେ ସେତେବେଳେ ଆମର ପୂର୍ବପୁରୁଷମାନେ ଲୁଣର ବ୍ୟବହାର କରୁଥିଲେ।ଏହା ଦାନ୍ତପାଈଁ ଅତ୍ୟନ୍ତ ଉପାଦେୟ।ଏହାର ବ୍ୟବହାର ଦ୍ଵାରା ଦାନ୍ତର ମାଢି ମଜବୁତ ହେଇଥାଏ।ତେଣୁ ଆପଣ ଏହି ଉପଚାର କରନ୍ତୁ ଆପଣଙ୍କର ଦାନ୍ତର।ଏହାଦ୍ବାରା ଆପଣଙ୍କର ଦାନ୍ତରୁ ଦାଗ ଦୁର ହେବାସହ ଆପଣଙ୍କର ଦାନ୍ତ ଜନିତ ସମସ୍ତ ସମସ୍ୟା ମଧ୍ୟ ଦୂର ହେଇଯିବ।ଆପଣଙ୍କ ଦାନ୍ତ ମୋତିପରି ଚମକିବ।ଆପଣଙ୍କର ଦାନ୍ତର ମଧ୍ୟ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ଦାନ୍ତରୁ ଆଉ କୌଣସି ଦୁର୍ଗନ୍ଧ ମଧ୍ୟ ବାହାରିବ ନାହିଁ।

Leave a Reply

Your email address will not be published. Required fields are marked *