December 26, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ବିଛା ରାଶି ଓ ସିଂହ ରାଶିର ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ୱ ବିଷୟରେ – କିଏ କାହାଠୁ କେତେ ଅଧିକ ଶକ୍ତିଶାଳୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ..

ଯଦି ଆମ ଆଖ ପାଖରେ ନ ନହେଲେ ୟ ନାମର ଲୋକ ବା ବିଛା ରାଶିର ଲୋକ ଥାଆନ୍ତି ନହେଲେ ଆମେ ଯଦି ବିଛା ରାଶିର ହୋଇଥାଉ ତାହେଲେ ଆମକୁ ନିଜର ବ୍ୟକ୍ତିତ୍ୱ ବିଷୟରେ ଜାଣିବାକୁ ଆମର ବହୁତ ଉଚ୍ଛୁକତା ହୋଇଥାଏ।ଯେମିତି ଆମେ କେମିତିଆ ହୋଇଥାଉ ଓ କଣ କରିପାରୁ ଏ ସବୁ କଥା।ବିଛା ରାଶିର ଜାତକ ବହୁତ ରଚନାତ୍ମକ ଓ ରହସ୍ୟାତ୍ମକ ଭାବରେ ନଜର ଆସିଥାନ୍ତି।ଏମାନଙ୍କ ରାଶିର ସ୍ୱାମୀ ମଙ୍ଗଳ ହୋଇଥାନ୍ତି ଯେଉଁ କାରଣରୁ ଏମାନଙ୍କ ବ୍ୟକ୍ତିତ୍ବ ବହୁତ ରାଗି ଓ କ୍ରୋଧି ସ୍ୱଭାବର ହୋଇଥାଏ।ଏମାନେ ସ୍ୱଭାବରୁ ବହୁତ ନିଡ଼ର ଓ ଗମ୍ଭିର ହେବା ସହିତ ବହୁତ ଜିଦ୍ଧିଆ ହୋଇଥାନ୍ତି।ଏମାନଙ୍କ ଭିତରେ ଏକ ଅନ୍ତର ଜ୍ଞାନର ଗହୀର ଭାବନା ଥାଏ।ଏମାନେ ବହୁତ ଜିଜ୍ଞାସୁ ପ୍ରବୃତ୍ତିର ହୋଇଥାନ୍ତି ଆଉ ବହୁତ କମ ସନ୍ତୁଷ୍ଟ ହୋଇପାରନ୍ତି।

ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ସନ୍ଧିଗ୍ଧ ନଜର ଆସିଥାଏ।ଏମାନେ ଗୋଟେ ସଚ୍ଚୋଟ ସାଥୀର ଭୂମିକା ନିର୍ବାହ କରିଥାଆନ୍ତି।ତାସହିତ ଏମାନେ ଗୋଟେ ଚାଲାଖ ଓ କ୍ଷତିକାରୀ ଶତୃ ମଧ୍ୟ ହୋଇଥାନ୍ତି।ଏମାନେ ବହୁତ ଧର୍ଯ୍ୟବାନ ଓ ପ୍ରତିବଦ୍ଧ ହୋଇଥାନ୍ତି।ଏମାନଙ୍କୁ ଉଦାରତା ଓ ମେଳାପୀ ହେବା ପସନ୍ଦ ଆସିନଥାଏ।ଏମାନଙ୍କ ଭିତରେ ପ୍ରତିଶୋଧର ଭାବନା ବହୁତ ଶିଘ୍ର ଘର କରିଯାଇଥାଏ।ଆଉ ନିଜର ବିରୋଧିକୁ ହଠାତ ଜୋରରେ ହାନି ପହଞ୍ଚେଇ ବାର ଚେଷ୍ଟା କରିଥାନ୍ତି।ଦେଖିବାକୁ ଗଲେ ଏମାନେ ବହୁତ ଭାବୁକ ଓ ସମ୍ବେଦନଶୀଳ ହୋଇଥାନ୍ତି।ଏମାନଙ୍କ ଜଟିଳତା ସମ୍ନା ଵାଲା ଠାରେ ଏକ ଅନିଶ୍ଚିତତା ଭୟର ସଞ୍ଚାର କରିଥାଏ।ଏମାନେ ସାଧାରଣତ ବହୁତ ଖୋଜି ସ୍ୱଭାବର ହୋଇଥାନ୍ତି।ଏମାନେ ନିଜ କାର୍ୟ୍ଯସ୍ଥଳରେ ସଠିକ ଭାବରେ କାମ କରିବା ପାଇଁ ମଧ୍ୟ ଜଣାଯାନ୍ତି।

କାର୍ଯ୍ୟ କ୍ଷେତ୍ର ସମ୍ବନ୍ଧିତ ଶୁଦ୍ଧ କାର୍ଯ୍ୟ କରିବା ପାଇଁ ଏମାନଙ୍କ ରୁଚି ଥାଏ।ନିଜର ଏହି ପ୍ରବୃତ୍ତି କାରଣରୁ ଏମାନେ ବହୁତ ତଥ୍ୟ ଏକାଠି କରିପାରନ୍ତି।ଆଉ ଏମାନେ ନିଜ ଜ୍ଞାନର ବଳ ଦ୍ୱାରା ଉନ୍ନତି ଲାଭ କରିଥାନ୍ତି।ନକାରାତ୍ମକ କ୍ଷେତ୍ରରେ ସକାରାତ୍ମକ ଭାବ ସୃଷ୍ଟି କରିବାର ଗୁଣ ଏମାନଙ୍କ ଭିତରେ ଭରି ରହିଥାଏ।ଦେଖିବାକୁ ଗଲେ କାର୍ଯ୍ୟ ସ୍ଥଳରେ ତାଙ୍କର ବରିଷ୍ଠ କାର୍ଯ୍ୟକର୍ମୀ ଓ ନିଜ ସହକର୍ମୀ ମାନେ ଏମାନଙ୍କ ଉପରେ ବହୁତ ଆଶା ରଖିଥାନ୍ତି।ରୋମାଣ୍ଟିକ କ୍ଷେତ୍ରରେ ଦେଖାଗଲେ ଏମାନେ ଗୋଟେ ସୁନ୍ଦର ସ୍ୱାମୀ ଭାବରେ ପରିଗଣିତ ହୁଅନ୍ତି।ଏମାନେ ସାମ୍ନା ବାଲାକୁ ବହୁତ ଶିଘ୍ର ଚିନ୍ହିଯାଆନ୍ତି।ଏମାନଙ୍କ ପ୍ରଶ୍ନ କରିବା ପ୍ରବୃତ୍ତି ପାଇଁ ଏମାନଙ୍କ ସାଥି ଏମାନଙ୍କ ପାଇଁ ବହୁତ ଅସହଜ ଅନୁଭବ କରିଥାଏ। ଏହାସହିତ ଏମାନଙ୍କୁ ବୁଝିବାରେ ଅଳ୍ପ ଅସୁବିଧା ହୋଇଥାଏ।ସେଥିପାଇଁ ଏମାନଙ୍କୁ ନେଇ ତାଙ୍କ ସାଥି ଅସୁରକ୍ଷିତ ଓ ଅନିଶ୍ଚିତତା ଅନୁଭବ କରିଥାନ୍ତି ତଥାପି ଏମାନେ ନିଜ ସାଥିକୁ ବହୁତ ଭଲ ପାଇବା ଦିଅନ୍ତି ଯାହାଦ୍ୱାରା ସବୁ ପ୍ରକାରର ଦୋଷ କ୍ଷମାରେ ପରିଣତ ହୋଇଯାଏ।

ଏବେ ଚାଲନ୍ତୁ ଜାଣିବା ସିଂହ ରାଶିର ବ୍ୟକ୍ତିମାନଙ୍କ ବ୍ୟକ୍ତିତ୍ଵ ବିଷୟରେ। ଏହି ରାଶିର ବ୍ୟକ୍ତି ମାନେ ସିଂହ ପରି ହୋଇଥାନ୍ତି।ଏମାନେ ସମ୍ପୂର୍ଣ୍ଣ ସାହାସି,ନିଡ଼ର ଓ ଟାଣ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ଯେଉଁଠାରେ ରୁହନ୍ତି ସେଠାରେ ନିଜର ଏକ ଛାପ ଛାଡିଆସନ୍ତି। ଏହି ବ୍ୟକ୍ତି ମାନେ ଯାହା ଅନୁଭବ କରନ୍ତି ବିନା ଭୟରେ ସାମ୍ନା ବାଲା ଲୋକକୁ କହିଦିଅନ୍ତି।ସବୁବେଳେ ଏମାନଙ୍କ ଭିତରେ ଗୋଟେ ଅଲଗା ପ୍ରକାରର ଉର୍ଯା ଭରିରହିଥାଏ। ଏହି ବ୍ୟକ୍ତି ମାନେ ବହୁତ ସ୍ୱାଭିମାନ ହୋଇଥାନ୍ତି।ଏମାନଙ୍କ ଚେହେରାରେ ଗୌରବମୟୀ ତେଜ ଚିକ ଚିକ କରିଥାଏ। ଏହି ରାଶିର ସ୍ବାମୀ ସୂର୍ଯ୍ୟ ଅଟନ୍ତି, ଯେଉଁ କାରଣରୁ ଏହି ବ୍ୟକ୍ତିମାନେ ସାମାନ୍ୟ ରୂପରେ ତେଜସ୍ୱି ଓ ପରାକ୍ରମୀ ଅଟନ୍ତି।ଏମାନେ ମୁହଁ ଉପରେ ସବୁ କହି ଦେଉଥିବାରୁ ବେଳେବେଳେ ଏମାନଙ୍କ ପ୍ରିୟଜନ ବହୁତ ଅସମ୍ମାନିତ ଅନୁଭବ କରନ୍ତି କିନ୍ତୁ ଏମାନଙ୍କୁ ତାଙ୍କୁ ମନେଇବାର କଳା ଜଣାଥାଏ।

ରଚନାତ୍ମକତା, ଆଦର୍ଶବାଦ ଏବଂ ନେତୃତ୍ୱତା ଏହି ବ୍ୟକ୍ତି ମାନଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ ବିକଶିତ ହୋଇଥାଏ। ଏହି ବ୍ୟକ୍ତି ନିଜର ଅସଫଳତା ରୁ ମଧ୍ୟ କିଛି ଶିଖିଥାନ୍ତି ଏବଂ ନୂତନ ଉର୍ଜା ସହିତ ପୁଣି ଥରେ ସେହି କାର୍ଯ୍ୟ କୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରିଥାନ୍ତି। ସାମାଜିକ ଦୃଷ୍ଟିରୁ ଏହି ବ୍ୟକ୍ତି ମାନଙ୍କ ବ୍ୟକ୍ତିତ୍ଵ ବହୁତ ସଂଗଠିତ ହୋଇଥାଏ ଯାହାଦ୍ୱାରା ଏମାନଙ୍କ ସାମାଜିକ ପ୍ରତିଷ୍ଠା ସମ୍ମାନ ଜନକ ହୋଇଥାଏ। କାର୍ଯ୍ୟସ୍ଥଳରେ ଏହି ବ୍ୟକ୍ତି ମାନଙ୍କ ପଦର୍ଶନ ବହୁତ ଭଲ ହୋଇଥାଏ। ନେତୃତ୍ଵତାର ଅପାର କ୍ଷମତା ଏହି ବ୍ୟକ୍ତି ମାନଙ୍କ ପାଖରେ ରହିଥାଏ।ଏମାନେ ନିଜର ଏକ ସମୂହ ଗଠିତ କରି ନେତାର ଭୂମିକା ଗ୍ରହଣ କରନ୍ତି।

ଏହି ବ୍ୟକ୍ତି ମାନେ ନିଜ କାର୍ଯ୍ୟସ୍ଥଳରେ ନିଜର ପ୍ରତିଭା ପାଇଁ ନିଜର ପ୍ରତିଦ୍ବନ୍ଦୀ ମଧ୍ୟ ସୃଷ୍ଟି କରିଥାନ୍ତି। ଏହି ବ୍ୟକ୍ତି ମାନେ ସବୁ ପ୍ରକାର ସମସ୍ୟାକୁ ଦୂର କରିବା ଜାଣିଥାନ୍ତି ତେଣୁ କାର୍ଯ୍ୟସ୍ଥଳ ରେ ଏହି ବ୍ୟକ୍ତି ମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ। କାହାର ଅଧୀନରେ ରହି କାର୍ଯ୍ୟ କରିବା ଏହି ବ୍ୟକ୍ତି ମାନଙ୍କୁ ପସନ୍ଦ ହୋଇନଥାଏ।ସ୍ୱତନ୍ତ୍ର ହୋଇ କାର୍ଯ୍ୟ କରିବାକୁ ଅନୁମତି ମିଳିଲେ ଏମାନେ ବହୁତ ଭଲ ପ୍ରଦର୍ଶନ କରନ୍ତି। ନିଜ କାର୍ଯ୍ୟର ପଦର୍ଶନ କରି ଏହି ବ୍ୟକ୍ତି ମାନେ ଉଚ୍ଚ ପଦ ରେ ରହିଥାନ୍ତି। ରୋମାଣ୍ଟିକ ଜୀବନ ହିସାବ ରେ ଦେଖିବାକୁ ଗଲେ ଏହି ବ୍ୟକ୍ତି ମାନେ ବହୁତ ସୁନ୍ଦର ହୋଇଥାନ୍ତି।

ସୁବିଧା ସମ୍ପନ୍ନ, ମୁକ୍ତ ବିଚାର, ପ୍ରସିଦ୍ଧ ଏବଂ ଦେଖିବାକୁ ସୁନ୍ଦର ହୋଇଥିବା ବ୍ୟକ୍ତି ଏହି ରାଶିର ବ୍ୟକ୍ତି ମାନଙ୍କୁ ପସନ୍ଦ ହୋଇଥାନ୍ତି। ଏହି ବ୍ୟକ୍ତି ମାନେ ନିଜ ପ୍ରେମ କୁ ପାଇବା ପାଇଁ କିଛିବି କରିପାରନ୍ତି।ଏମାନଙ୍କ ଭଲ ପାଇବାର ଉପାୟ ବହୁତ ଅଦ୍ଧୁତ ହୋଇଥାଏ। ବେଳେ ବେଳେ ଏମାନଙ୍କ ଭଲ ପାଇବା ଏତେ ଅସହଜ ହୋଇଥାଏ ନିଜର ପାର୍ଟନର ଏହି ବ୍ୟକ୍ତି ମାନଙ୍କୁ ନେଇ ସମସ୍ୟା ରେ ପଡିଥାନ୍ତି। ଉପରୁ କଠୋର ଦେଖାଯାଉଥିବା ଏହି ବ୍ୟକ୍ତି ମାନେ ଭିତରୁ ବହୁତ ସରଳ ଓ ଆଦର୍ଶବାନ ହୋଇଥାନ୍ତି।

Leave a Reply

Your email address will not be published. Required fields are marked *