ମଜାଦାର ପ୍ରଶ୍ନ ଉତ୍ତର – ଏକ ନଦୀର ନାମ,ଏକ ଫୁଲର ନାମ,ଏକ ହିରୋଇନ୍ ର ନାମ,ଏକ ଚଳଚ୍ଚିତ୍ରର ନାମ – ଏପରି ଏକ ନାମ କୁହ ଯାହା ଏହି ସମସ୍ତ ପ୍ରଶ୍ନର ସଠିକ ଉତ୍ତର ହେଉଥିବ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦିୟନ୍ତୁ..
ପହେଲୀ ସମାଧାନ କରିବାକୁ କାହାକୁ ଅବା ଭଲ ନ ଲାଗିଥାଏ।ଏହା ଦ୍ୱାରା ଆପଣଙ୍କର ବୁଦ୍ଧିକୁ ବିଚକ୍ଷଣ ହେବା ସହ ଆପଣଙ୍କର ଭାବିବାର ଶକ୍ତି ମଧ୍ୟ ବଢ଼ିଥାଏ।ଏହା ସହ ପହେଲୀ ଗୁଡିକ ଦ୍ୱାରା ଆପଣଙ୍କର ମନୋରଞ୍ଜନ ମଧ୍ୟ ହେଇଥାଏ।ଏହି ପହେଲୀ ଗୁଡିକରେ ଆପଣଙ୍କୁ କିଛି ମଜାଦାର ପ୍ରଶ୍ନ ଦିଆଯିବ।ଏହି ପ୍ରଶ୍ନଗୁଡ଼ିକର ସମାଧାନ ଦ୍ୱାରା ସମ୍ପୂର୍ଣ୍ଣ ପହେଲୀର ସମାଧାନ ହେଇଯିବ।ଏହାର ସମାଧାନ ପାଇଁ ଆପଣଙ୍କୁ କିଛି ସମୟ ଦିଆଯିବ।ଯଦି ଆପଣ ଧାର୍ଯ୍ୟ ସମୟସୀମା ମଧ୍ୟରେ ପହେଲୀର ସମାଧାନ କରିପାରୁଛନ୍ତି ତେବେ ଆପଣ ବୁଦ୍ଧିମାନ ଅଟନ୍ତି।ତେବେ ଆସନ୍ତୁ ଜାଣିବା ପହେଲୀ ଗୁଡିକ ବିଷୟରେ।
ପହେଲୀ ନମ୍ବର ୧-ତାହା କଣ ଯାହା ରାତି ଅଧରେ ଆସିଥାଏ ଏବଂ ରାତି ଅଧରେ ହିଁ ଚାଲିଯାଇଥାଏ?
ଉତ୍ତର-ଏହାର ସଠିକ ଉତ୍ତର ହେଉଛି ତାରିଖ।ନୂଆ ତାରିଖ ଅର୍ଦ୍ଧରାତ୍ରିରେ ଅର୍ଥାତ ରାତି ୧୨ଟା ରେ ଆସିଥାଏ।ସେହିପରି ତାହା ପରବର୍ତ୍ତୀ ଦିନ ସମାନ ସମୟରେ ଅର୍ଥାତ ଅର୍ଦ୍ଧରାତ୍ରିରେ ସରିଥାଏ।ତେଣୁ ତାରିଖ ଏପରି ଏକ ଜିନିଷ ଯାହା ରାତି ଅଧରେ ଆସି ରାତି ଅଧରେ ଚାଲିଯାଏ।
ପହେଲୀ ନମ୍ବର ୨-ସେ କିଏ ଯେ ଫୁଟେଇ ଫୁଟେଇ ଆମକୁ କଷ୍ଟ ଦେଇଥାଏ,ଛୁରୀରେ ଆମକୁ କାଟିଥାଏ,ଆବଶ୍ୟକ ସମୟରେ କରେଣ୍ଟ ମଧ୍ୟ ଦେଇଥାଏ।ତଥାପି ଆମେ ତାକୁ ଭଗବାନ ବୋଲି ମାନିଥାଉ।
ଉତ୍ତର-ସଠିକ ଉତ୍ତର ହେଉଛି ଡାକ୍ତର।ଡାକ୍ତର ହେଉଛି ସେହି ବ୍ୟକ୍ତି ଯିଏ ଇଞ୍ଜେକ୍ସନ ଫୁଟେଇ ଆମକୁ କଷ୍ଟ ଦେଇଥାଏ।ଅପରେସନ୍ ସମୟରେ ଛୁରୀରେ ଆମ ଶରୀରକୁ କାଟିଥାଏ।ତଥା ରୋଗୀମାନଙ୍କୁ ଭଲ ଲରିବାପାଇଁ କରେଣ୍ଟ ମଧ୍ୟ ଦେଇଥାଏ।ତଥାପି ସେ ଭଗବାନଙ୍କ ସ୍ୱରୂପ।
ପହେଲୀ ନମ୍ବର ୩-କେଉଁ ପତି ଯେ କି ଉଭୟ ବନ ଏବଂ ସହରରେ ବାସ କରିଥାଏ?
ଉତ୍ତର-ବନସ୍ପତି।ବନସ୍ପତିର ଯଦି ଆମେ ସନ୍ଧିବିଚ୍ଛେଦ କରିବା ତେବେ ଜାଣିପାରିବା ଯେ ଏଥିରେ ପ୍ରଥମେ ବନ ରହିଛି।ତେଣୁ ଏହା ବନରେ ବାସକରିଥାଏ।ଦ୍ୱିତୀୟରେ ଏଥିରେ ସ ମଧ୍ୟ ରହିଛି ଯାହା ସହରରୁ ଆସିଛି।ତେଣୁ ଏହା ସହରରେ ମଧ୍ୟ ରହିଥାଏ।ତେଣୁ ସଠିକ ଉତ୍ତର ହେଉଛି ବନସ୍ପତି।
ପହେଲୀ ନମ୍ବର ୪-“ମୁଁ କଳା,ମୋ ପିଲାମାନେ ଧଳା।ମୋତେ ଛାଡ଼ିଦିଅ,ମୋ ପିଲାମାନଙ୍କୁ ଖାଇଦିଅ।”ତେବେ ସେ କିଏ?
ଉତ୍ତର-ସଠିକ ଉତ୍ତର ହେଇଛି ସିଂଘାରା।ଏହା ଏକ ଶୀତଦିନିଆ ଫଳ।ଏହା ଦେଖିବାକୁ କଳା ମାତ୍ର ଏହାର ଭିତର ସମ୍ପୂର୍ଣ୍ଣ ଧଳା।ତେଣୁ ମତେ ଛାଡିଦିଅର ଅର୍ଥ ହେଉଛି ଏହାର ଚୋପାକୁ ଛଡ଼େଇଦେଇ ଏହାର ଭିତରେ ଥିବା ଫଳକୁ ଅର୍ଥାତ ତାହାର ପିଲାମାନଙ୍କୁ ଖିଆଯାଇଥାଏ।ଏହାକୁ ଖାଇବା ଦ୍ୱାରା ଆପଣଙ୍କର ଓଜନ କମିବା ସହ ଆପଣଙ୍କୁ ଖୁବ ଶକ୍ତି ମିଳିଥାଏ।ଉପବାସ ସମୟରେ ଏହାକୁ ବିଶେଷତଃ ଖିଆଯାଇଥାଏ।ଏହା ଦ୍ୱାରା ମନ୍ୟୁଷଶରୀରର ଅନେକ ହିତ ସାଧନ ହେଇଥାଏ।
ପହେଲୀ ନମ୍ବର ୫-ଏକ ନଦୀର ନାମ,ଏକ ଫୁଲର ନାମ,ଏକ ହିରୋଇନ୍ ର ନାମ,ଏକ ଚଳଚ୍ଚିତ୍ରର ନାମ।ଏପରି ଏକ ନାମ କୁହ ଯାହା ଏହି ସମସ୍ତ ପ୍ରଶ୍ନର ସଠିକ ଉତ୍ତର ହେଉଥିବ?
ଉତ୍ତର-ଏହାର ସଠିକ ଉତ୍ତର ହେଉଛି ମନ୍ଦାକିନୀ।ମନ୍ଦାକିନୀର ଅନ୍ୟନାମ ହେଉଛି ଯାହା ହେଉଛି ଏକ ପବିତ୍ର ନଦୀର ନାମ।ଏହା ଏକ ଫୁଲର ନାମ ମଧ୍ୟ ହେଇପାରିବ।ବେଶ୍ ଲୋକପ୍ରିୟ ଅଭିନେତ୍ରୀଙ୍କର ନାମ ମଧ୍ୟ ରହିଛି ମନ୍ଦାକିନୀ।ସେହିପରି ମନ୍ଦାକିନୀ ନାମକ ଚଳଚ୍ଚିତ୍ର ମଧ୍ୟ ବେଶ୍ ସୁପରହିଟ୍ ସାବ୍ୟସ୍ତ ହେଇଥିଲା।