December 22, 2024

Odia Express

Leading Odia News Portal of Odisha

କୁମ୍ଭରାଶିର ଲୋକ ବହୁତ ପଇସା କମେଇବାର ଅଛି ତେବେ ଗଣ୍ଠି ବାନ୍ଧି ନିଅନ୍ତୁ ନହେଲେ ଏହି ଦୁନିଆ ବଞ୍ଚିବାକୁ ଦେବନାହିଁ

କୁମ୍ଭରାଶିର ଲୋକମାନେ ଯଦି ଆପଣ ନିଜ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ସେମିତିରେ ତ ସମସ୍ତେ ନିଜ ଜୀବନରେ ସଫଳ ହେବାକୁ ଚାହାନ୍ତି କିନ୍ତୁ ଆପଣଙ୍କ କଥା ହିଁ ଅଲଗା।ଯଦି ଆପଣ ଜୀବନରେ ସଫଳ ହେବାପାଇଁ ଚାହୁଁଛନ୍ତି ତେବେ କଣ କାର୍ଯ୍ୟ କରିବେ ଓ କେଉଁ କାର୍ଯ୍ୟରୁ ବଞ୍ଚିବେ।ଆପଣଙ୍କ ଦୁର୍ବଳତା କଣ ଅଟେ,ଆପଣଙ୍କ ଦକ୍ଷତା କଣ ଅଟେ ଏହି ବିଷୟରେ ଜାଣିବା।କୁମ୍ଭରାଶିର ଲୋକମାନେ ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି।ଏମାନଙ୍କ କଥାହିଁ ଖାସ ହୋଇଥାଏ।ଦୁଇଟି କଥା ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ।କୁମ୍ଭରାଶି ଲୋକଙ୍କର ଶନିଦେବ ମାଲିକ ଅଟନ୍ତି।ଏମାନଙ୍କ ରାଶିକୁ ଶନିଗ୍ରହ ଆୟତ୍ତ କରିଥାଏ।ମାନେ ଶନିଦେବଙ୍କ ଉପରେ ଏମାନଙ୍କ ଭାଗ୍ୟ ନିର୍ଭର କରିଥାଏ।ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି କିନ୍ତୁ କଣ ହୋଇଥାଏ ନା ଟିକେ ଆୟତ୍ତ ଦ୍ଵାରା ଏମାନେ କର୍ମଶାଳୀ ହୋଇଯାଆନ୍ତି।

କେବେକେବେ କିଛି ଦୁର୍ବଳତା ଅଛି ଯାହା ଏମାନଙ୍କୁ ଆଗକୁ ବଢିବାକୁ ଦେଇନଥାଏ।ତେବେ ସେସବୁ ଜିନିଷ ଉପରେ ଆପଣଙ୍କୁ କାମ କରିବା ଦରକାର।କେବେକେବେ ଦାୟିତ୍ବହୀନ ହୋଇଯାଆନ୍ତି।କେବେକେବେ ଅଳସୁଆ ମଧ୍ୟ ହୋଇଯାଆନ୍ତି।ଏବଂ ଏହି ଦାୟିତ୍ବହୀନତା ଓ ଏହି ଅଳସୁଆପଣରେ ଭଲ ଭଲ ମଉକା ନିଜ ହାତରୁ ହରାଇଦିଅନ୍ତି।ଏମିତିରେ ଏସବୁ ଜିନିଷକୁ ଆପଣଙ୍କୁ ବୁଝିବାକୁ ପଡ଼ିବ।

ସବୁଠୁ ପ୍ରଥମେ ଜାଣିରଖନ୍ତୁ କି ଆପଣ ଧନର ଖାତିର କରନ୍ତିନାହିଁ।ଏବଂ ଯଦି କାମ ହେଇଯାଉଛି ତେବେ ଆପଣ ସଞ୍ଚୟର ଖାତିର ମଧ୍ୟ କରନ୍ତିନାହିଁ।ଥରେ ଭାବନ୍ତୁ କଣ ଏହା ଠିକ ଅଟେ? ମାନୁଛୁକି ଏହା ଆପଣଙ୍କ ରାଶିର ଗୁଣ ଅଟେ କିନ୍ତୁ ଏହାକୁ ବଦଳେଇବାକୁ ପଡିବ।ମନୁଷ୍ୟ ହିଁ ଏକ ଏଭଳି ପ୍ରାଣୀ ଯିଏ ନିଜ ଜୀବନକୁ ନିଜେ ଆୟତ୍ତରେ ରଖିପାରିବ।

କୁମ୍ଭରାଶିର ଲୋକମାନେ ନିଶାର ଶିକାର ବେଳେବେଳେ ହୋଇଯାଆନ୍ତି ଏବଂ ଅଳସୁଆ ମଧ୍ୟ ହୋଇଯାଆନ୍ତି।ସବୁବେଳେ ଏମାନେ ଫସିଯାନ୍ତି।ଓ ଏମାନଙ୍କ ପାଖରେ ବହୁତ ଭଲ ସାଙ୍ଗବି ନଥାଏ।ଏମାନଙ୍କୁ ନିଜ ଲୋକ ହିଁ ଠକନ୍ତି।ଏଥିପାଇଁ କର୍ମପ୍ରଧାନ ହୋଇଯାଆନ୍ତୁ।ଯେବେ ଆପଣ କର୍ମପ୍ରଧାନ ହୋଇଯିବେ ସେବେ ସବୁ ଜିନିଷ ଧୀରେ ଧୀରେ ଆପଣଙ୍କ ଆୟତ୍ତକୁ ଆସିଯାଏ।ଏବଂ ଭଲ କର୍ମ କରନ୍ତୁ।ଏପରି ହେବାର କାରଣ ହେଉଛି ଆପଣଙ୍କ କୁଣ୍ଡଳୀର ଶୁକ୍ର।ଏହାର ଉପଚାର କରିବାକୁ ଚାହୁଁଥିଲେ ସକାଳୁ ଜଲଦି ଉଠନ୍ତୁ।ଆପଣ ସପ୍ତାହରେ ଅତି କମରେ ୧ଦିନ ଉପବାସ ରଖନ୍ତୁ।ଆପଣ ଙ୍କ ଇଚ୍ଛା କୌଣସି ଦିନବି ରଖିପାରିବେ।ଧନ କମେଇବାର ଥିଲେ କିମ୍ବା ଧନ ସଞ୍ଚୟ କରିବାର ଥିଲେ ଆପଣଙ୍କୁ ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଦୁର୍ବଳତା ଉପରେ ଆୟତ୍ତ ରଖିବାକୁ ହେଲେ ଶୁକ୍ରଙ୍କୁ ସନ୍ତୁଷ୍ଟ କରନ୍ତୁ।

ତେବେ ଏଥିପାଇଁ ସକାଳୁ ଜଲଦି ଉଠି ଗାଧୋଇସାରି ନିଜ ମଥାରେ କେଶରର ତିଳକ ଲଗାନ୍ତୁ।ଏକ ଛୋଟ ଗିନା ନିଅନ୍ତୁ, ଏକ ଚୁଟକି କେଶର ପକାନ୍ତୁ ପାଣି ପକାନ୍ତୁ ଅଥବା ଗଙ୍ଗାଜଳ ପକାନ୍ତୁ।ନିଜ ଡାହାଣ ହାତର ପରିଆଙ୍ଗୁଠିରେ ସେହି ତିଳକକୁ ନେଇ ମଥାରେ ଲଗାନ୍ତୁ।ସବୁଦିନେ ଏହାକୁ ଲଗାନ୍ତୁ।ଦେଖିବେ ଏହା ଆପଣଙ୍କ ଜୀବନରେ ପରିବର୍ତ୍ତନ ନିଶ୍ଚୟ ଆଣିବ।ଏହାକୁ ସାରାଜୀବନ କରନ୍ତୁ ଆପଣଙ୍କ ପାଇଁ ବହୁତ ଶୁଭ ରହିବ।ଯଦି ସମ୍ଭବ ତେବେ ବୃହସ୍ପତିବାର ଦିନ ହଳଦିଆ ବସ୍ତୁର ଦାନ କରନ୍ତୁ।କୌଣସି ଏକ ମନ୍ଦିରରେ ନେଇ ରଖିଆସନ୍ତୁ।ନିଜ ହୃଦୟରୁ ଯେତିକି ସମ୍ଭବ ସେତିକି ଦାନ କରନ୍ତୁ।କେବଳ ବୃହସ୍ପତିବାରରେ ହିଁ ଦାନ କରନ୍ତୁ।ଯଦି ଆପଣଙ୍କ କିଛି କରଜ ଅଛି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ ଧଳା ରୁମାଲରେ ଟିକେ ଅରୁଆ ଚାଉଳକୁ ବାନ୍ଧି ପୂଜା ସ୍ଥାନରେ ରଖନ୍ତୁ।ଏହା ବହୁତ ଫଳପ୍ରଦ ହେବ ଧ୍ୟାନ ରଖନ୍ତୁ ଚାଉଳ ଯେପରି ଭାଙ୍ଗିନଥିବ।

Leave a Reply

Your email address will not be published. Required fields are marked *