December 26, 2024

Odia Express

Leading Odia News Portal of Odisha

ବିଲେଇ ମାନଙ୍କର ଏହି ସଂକେତ ଆପଣଙ୍କୁ କରେଇପାରିବ କରୋଡ଼ପତି..

ବିଲେଇମାନଙ୍କର ଏହି ସଂକେତଗୁଡିକ ଭବିଷ୍ୟତ ଆଡ଼କୁ ଇସାରା ଦେଇଥାଏ।ଆମ ଦେଶରେ ଲୋକମାନେ ଯେତେ ଅଧିକ ପାଠ ପଢିଲେ ମଧ୍ୟ ତଥା ଯେତେ ଅଧିକ ସଭ୍ୟ ହେଲେ ମଧ୍ୟ୍ୟ ସେମାନଙ୍କର ବିଚାରଧାରା ପୂର୍ବପୁରୁଷଙ୍କ ବିଚାରଧାରା ସହିତ ପୁରୁଣା ଲୋକଙ୍କ ସହ ଅନେକାଂଶରେ ମିଶିଥାଏ।କିଛି ବିଚାର ଧାରା ଏକ ପ୍ରଥା ପରି ବଂଶ ପରେ ବଂଶରେ ପ୍ରଚଳିତ ହେଇଥାଏ। ଯେତେବେଳେ କିଛି ଅସୁବିଧା ତଥା କିଛି ଜରୁରୀକାଳୀନ ସମସ୍ୟାର ସମାଧାନ ପାଇଁ ପୂର୍ବପୁରୁଷମାନେ କହିଯାଇଥିବା ଅନେକ କଥା ମନେ ପଡିଯାଏ।ଏହା ଅନେକାଂଶରେ ସତ ମଧ୍ୟ ହେଇଥାଏ।ଏହା ସହ କୌଣସି କାର୍ଯ୍ୟ କରିବାପୂର୍ବରୁ ଶୁଭ ତଥା ଅଶୁଭ ଆଦିକୁ ବିଚାରକୁ ନିଆଯାଇଥାଏ।

ପଶୁପକ୍ଷୀଙ୍କର ଗତିବିଧିକୁ ମଧ୍ୟ ବିଚାରକୁ ନିଆଯାଇଥାଏ।ସେମାନଙ୍କର ଷଷ୍ଠ ଇନ୍ଦ୍ରିୟ ଦ୍ୱାରା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ସମ୍ପର୍କରେ ପୂର୍ବରୁ ହିଁ ଅବଗତ ହେଇପାରନ୍ତି।ବିଶେଷତଃ ବିଲେଇକୁ ସାଧାରଣତଃ ଅତ୍ୟନ୍ତ ପ୍ରାଧାନ୍ୟ ଦିଆଯାଇଥାଏ।ଯଦି ବିଲେଇ ଶୋଇଥିବା ଲୋକର ମୁଣ୍ଡ ଚାଟିଥାଏ ତେବେ ସେହି ଲୋକ ବିଭିନ୍ନ ସରକାରୀ ମାମଲାରେ ଫସିଯାଏ।ଯଦି ବିଲେଇ ଗୋଡ଼ ଚାଟିଥାଏ ତେବେ ଭବିଷ୍ୟତରେ ସେ ଅନେକ ରୋଗରେ ପଡିବାର ସମ୍ଭାବନା ଥାଏ।ଯଦି ବିଲେଇ ଶୋଇଥିବା ଲୋକ ଉପରେ ଡେଇଁ କରି ଚାଲିଯାଏ ତେବେ ସେହି ଲୋକକୁ ଅନେକ କଷ୍ଟ ର ସମ୍ମୁଖୀନ ହେବାକୁ ପଡ଼ିବ।

ସମସ୍ତ ସଂକେତ ହେଉଛି ଭବିଷ୍ୟତର।ଏଣୁ ଏହି ଭବିଷ୍ୟତର ସଂକେତକୁ ଧ୍ୟାନରେ ରଖି ଆପଣମାନେ ପୂର୍ବରୁ ସତର୍କ ରହି ଜୀଵନରେ ପଦକ୍ଷେପ ନେଇପାରିବେ।ଯଦି ବିଲେଇ ଆପଣଙ୍କର ଘରେ ଆସି କାନ୍ଦୁଛି ତେବେ ନିଶ୍ଚୟ କିଛି ଅଭାବନୀୟ ଘଟଣା ଆପଣଙ୍କ ଘରେ ଘଟିବାକୁ ଯାଉଛି।ଯଦି ବିଲେଇ ପରସ୍ପର ମଧ୍ୟରେ ଲଢ଼ିବେ ତେବେ ନିଶ୍ଚୟ ଆପଣଙ୍କର ଧନହାନୀ ହେବାସହ ଆପଣଙ୍କର ଆଉ କେଉଁ ବ୍ୟକ୍ତି ସହ ନିଶ୍ଚୟ ଝଗଡ଼ା ହେବ।ଯଦି ଦୀପାବଳିଦିନ ବିଲେଇ ଆପଣଙ୍କର ଘରକୁ ଆସୁଛି ତେବେ ଏହା ଅତ୍ୟନ୍ତ ଶୁଭ ହେବ।ଆପଣଙ୍କର ସେହି ବର୍ଷ ଧନର ଅଭାବ ରହିବ ନାହିଁ।ଆପଣ ଧନବାନ ହେଇଯିବେ।

ବିଲେଇକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକଭାବେ ମଧ୍ୟ ପରିଗଣିତ କରାଯାଇଥାଏ।ଯଦି ବିଲେଇ ରାସ୍ତା କାଟି ଚାଲିଯାଏ ତେବେ ଏହା ଆଦୌ ଅଶୁଭ ହେଇନଥାଏ।ଯଦି ବିଲେଇ ବାମରୁ ଡାହାଣକୁ ରାସ୍ତା କାଟି ଚାଲିଯାଏ ତେବେ ଅତ୍ୟନ୍ତ ଶୁଭ ହେଇଥାଏ।ଅନ୍ୟଥା ଆପଣଙ୍କର କୌଣସି କ୍ଷତି ହୁଏନାହିଁ।ବିଲେଇ ରାହୁଗ୍ରହର ବାହାନ ଅଟେ।ତେଣୁ ଯେତେବେଳେ ବ୍ୟକ୍ତିର କୁଣ୍ଡଳୀରେ ରାହୁଗ୍ରହ ର ଆଗମନ ହେଇଥାଏ ସେତେବେଳେ ବ୍ୟକ୍ତିକୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ।ତଥା ତାହାର ଅନେକ କ୍ଷତି ହେଇଥାଏ।ତେଣୁ ବିଲେଇ ଯେତେବେଳେ ରାସ୍ତାକାଟି ଚାଲିଯାଏ ସେତେବେଳେ ବ୍ୟକ୍ତିର କିଛି କ୍ଷତି ହେଇଥାଏ।ତେଣୁ ଏହାକୁ ଅନେକ ଗୃହପାଳିତ ପଶୁଭାବେ ଏହାକୁ ରଖି ଏହାର ସେବାଶୁଶ୍ରୁଷା କରିଥାନ୍ତି।

ବିଲେଇ ଦେଉଥିବା ଏହି ସଂକେତ ଗୁଡିକୁ ଭବିଷ୍ୟତର କିଛି ପୂର୍ବାନୁମାନ ଭାବେ ଗ୍ରହଣ କରିବାର ଆବଶ୍ୟକତା ରହିଛି।ଏହା ଏକ ପ୍ରକାରର ସତର୍କ ବୋଲି ମଧ୍ୟ ଧ୍ୟାନ ଦେବାର ଅଛି।ଏଥିରେ ଆଦୌ ଭୟଭୀତ ନ ହେଇକି ଏଥରୁ କିପରିଭାବେ ରକ୍ଷା ପାଇବ ସେଥିପ୍ରତି ଧ୍ୟାନଦେବାର ଆବଶ୍ୟକତା ରହିଛି।ଯାହା ହେଇଥାଏ ତାହା ସର୍ବଦା ଈଶ୍ୱରକୃତ।ତାହା ଆଦୌ ମନୁଷ୍ୟକୃତ ନୁହେଁ।ତେଣୁ ତାହା ସର୍ବଦା ଆମର ଭଲପାଇଁ ହେଇଥାଏ।ତେଣୁ ଏଥିପ୍ରତି ଧ୍ୟାନଦେବାର ଆବଶ୍ୟକତା ନାହିଁ।ଯାହା ହବାର ଥିବ ତାହା ନିଶ୍ଚୟ ହେବ।

Leave a Reply

Your email address will not be published. Required fields are marked *