December 23, 2024

Odia Express

Leading Odia News Portal of Odisha

କେବଳ ଏକ ମିନିଟରେ ହଳଦିଆ ଅସନା ଦାନ୍ତକୁ ମୋତି ଭଳି ଚମକେଇ ଦେବ ଏହି ଏକ ଟଙ୍କାର ଉପଚାର…

ନମସ୍କାର ବନ୍ଧୁଗଣ, ଆଜି ଆପଣଙ୍କୁ ଏପରି ଏକ ଦନ୍ତମଞ୍ଜନ ତିଆରି କରିବା ଶିଖାଇବୁ ଯାହାକୁ ଆପଣ ଯଦି ବଜାରକୁ କିଣିବାକୁ ଯିବେ ତଥାପି ଆପଣଙ୍କୁ ମିଳିବନାହିଁ।ଯେତେ ଦାମୀ ଦନ୍ତମଞ୍ଜନ ମଧ୍ୟ ଏହା ଆଗରେ ଫିକା ପଡିଯିବ।ଯଦି ଆପଣଙ୍କ ଦାନ୍ତ ହଳଦିଆ ଅଛି ତମ୍ବାଖୁ, ବିଡ଼ି, ପାନ, ଗୁଟଖା ଇତ୍ୟାଦି ଖାଇବାରୁ ଏବଂ ଦାନ୍ତ କଳା ମଧ୍ୟ ହୋଇଯାଉଛି, ଦାନ୍ତରୁ ରକ୍ତ ବାହାରୁଛି କି ପୋକ ହେଇଯାଇଛି ଏସବୁ ସମସ୍ୟାକୁ ଏହି ଉପଚାର ମୂଳରୁ ସଫା କରିଦେବ।ଏହା ବହୁତ ଶସ୍ତାରେ ଆପଣ ତିଆରି କରିପାରିବେ।ଏହାର କିଛି ପାର୍ଶ୍ୱପ୍ରତିକ୍ରିୟା ମଧ୍ୟ ନାହିଁ।ଆପଣ ଚାହିଁଲେ ଏହାକୁ ଘରେ ତିଆରି କରି ବ୍ୟବହାର କରିପାରିବେ।

ତେବେ ପ୍ରଥମ ଜିନିଷ ଯାହା ଦରକାର ଅଛି ତାହା ହେଉଛି ନଡ଼ିଆ ତେଲ ନିଅନ୍ତୁ।ଆପଣ ଯେକୌଣସି ନଡିଆ ତେଲ ବ୍ୟବହାର କରିପାରିବେ।ଏବେ ୩ଚାମଚ ଏହି ତେଲକୁ ପକାନ୍ତୁ।ଏହାପରେ ଏଥିରେ ସୋଡା ବ୍ୟବହାର କରନ୍ତୁ।କେବଳ ଅଧା ଚାମଚ ସୋଡା ପକାନ୍ତୁ।ଏବେ ଏଥିରେ ପରେ ବିଟ ଲୁଣ ପକାନ୍ତୁ।ଏହାକୁ ପୁରା କମ୍ ମାତ୍ରାରେ ବ୍ୟବହାର କରନ୍ତୁ।ଏହା ବଜାରରେ ଅତି ସହଜରେ ଓ ଶସ୍ତାରେ ମଧ୍ୟ ମିଳିଯିବ।ଏବଂ ଏବେ ଏକ ପାତ୍ରରେ ଏହାକୁ ପକାଇ ଦିଅନ୍ତୁ।ଏହାପରେ ଯେଉଁଟି ସବୁଠୁ ଜରୁରୀ ଜିନିଷ ଅଛି ତାହା ହେଉଛି କୋଇଲାର ଖଣ୍ଡ।ଏହି କୋଇଲାର ଖଣ୍ଡକୁ ନେଇ ଭଲ ଭାବରେ ଗୁଣ୍ଡ କରିଦିଅନ୍ତୁ।ଯଦି ଆପଣ ଚାହିଁବେ ତେବେ ବଜାରରେ ମିଳୁଥିବା ସକ୍ରିୟ କୋଇଲାକୁ ଆଣି ମଧ୍ୟ ବ୍ୟବହାର କରିପାରିବେ।

ତେବେ କୋଇଲାକୁ ଭଲ ଭାବରେ ଗୁଣ୍ଡ କରିସାରିବା ପରେ ଆପଣ ଏହି ମିଶ୍ରଣରେ ଏହି ଗୁଣ୍ଡରୁ ୧ରୁ ୨ଚାମଚ ପର୍ଯ୍ୟନ୍ତ ପକାନ୍ତୁ।ଏବଂ ବର୍ତ୍ତମାନ ଏସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ।ଏହାପରେ ଆପଣ ଏଥିରେ ଆଉ ଏକ ଜିନିଷ ମିଶାଇବେ ଏବଂ ତାହା ହେଉଛି ଦନ୍ତମଞ୍ଜନ।ଆପଣ ଯେଉଁ ଦନ୍ତମଞ୍ଜନ ସବୁଦିନ ବ୍ୟବହାର କରନ୍ତି ସେହି ଦନ୍ତମଞ୍ଜନକୁ ଏଥିରେ ମିଶାନ୍ତୁ।ଆପଣ ଅଳ୍ପ ଟିକେ ନିଜ ହିସାବରେ ଦନ୍ତମଞ୍ଜନକୁ ଏହି ମିଶ୍ରଣରେ ମିଶାନ୍ତୁ।ଏବଂ ପୁଣିଥରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏବେ ଆପଣଙ୍କ ଦନ୍ତମଞ୍ଜନ ତିଆରି ହୋଇଯାଇଛି ଏବେ ଆପଣ ଏହାକୁ ଏକ ଛୋଟ ଡବାରେ କାଢି ରଖିଦିଅନ୍ତୁ।

ଏବେ ଆସନ୍ତୁ ଜାଣିବା କି ଏହାକୁ କିପରି ଭାବରେ ଓ କେତେ ମାତ୍ରାରେ ଓ କେମିତି ଆପଣ ବ୍ୟବହାର କରିବେ।ଯେତେବେଳେ ଆପଣ ସକାଳେ ଉଠିବେ ତେବେ ଆପଣ ସବୁବେଳେ ଯେଉଁ ଦନ୍ତମଞ୍ଜନ ବ୍ୟବହାର କରନ୍ତି ତାହା ବଦଳରେ ଆପଣ ଏହି ଉପଚାରକୁ ବ୍ୟବହାର କରିବେ।ନିଜ ବ୍ରସ ରେ ଏହାକୁ ନିଜ ହିସାବରେ ଅଳ୍ପ କିମ୍ବା ବହୁତ ନେଇ ଏଥିରେ ଲଗାଇ ଦିଅନ୍ତୁ।ଏବଂ ନିଜ ଦାନ୍ତରେ ଭଲ ଭାବରେ ଏହାକୁ ପ୍ରୟୋଗ କରନ୍ତୁ।ନିଜ ପାଟିର ସବୁ କୋଣ ଅନୁକୋଣକୁ ଭଲ ଭାବରେ ଘଷନ୍ତୁ।ଭଲ ଭାବରେ ପ୍ରୟୋଗ କରିସାରିବା ପରେ ନିଜ ପାଟିକୁ ପାଣିରେ ସଫା କରନ୍ତୁ।ଏହାକୁ ବ୍ୟବହାର କରିବାର ଠିକ ପରେ ହିଁ ଦେଖିବେ ଆପଣଙ୍କୁ ଏହାର ପ୍ରଭାବ ଦେଖାଯିବ।

ଆପଣଙ୍କର ଯେଉଁ ପାନ,ବିଡି, ତମ୍ବାଖୁ,ଗୁଟଖାର ସେବନ ଦ୍ଵାରା ହୋଇଥିବା କଳା ଦାଗ ଓ ହଳଦିଆପଣ ଧୀରେ ଧୀରେ ସଫା ହୋଇଯିବ।ଏମିତି ନୁହେଁ କି ଗୋଟିଏ ଥର ବ୍ୟବହାରରେ ହିଁ ଏହା ସଫା ହୋଇଯିବ, ଆପଣଙ୍କୁ ଏହି ମିଶ୍ରଣକୁ ସପ୍ତାହରେ ସବୁଦିନ ବ୍ୟବହାର କରିବାକୁ ହେବ।ଏବଂ ପାଖାପାଖି ୫ରୁ ୬ଦିନରେ ହିଁ ଆପଣଙ୍କୁ ଏହାର ପ୍ରଭାବ ଦେଖିବାକୁ ମିଳିବ।ଏହି ଉପଚାରକୁ ନିଶ୍ଚିତ ଭାବରେ ବ୍ୟବହାର କରନ୍ତୁ ଦେଖିବେ ଦାନ୍ତର ହଳଦିଆପଣ ଓ କଳା ଦାଗ ଅତିଶୀଘ୍ର ସଫା ହୋଇଯିବ।ଧନ୍ୟବାଦ।

Leave a Reply

Your email address will not be published. Required fields are marked *