December 23, 2024

Odia Express

Leading Odia News Portal of Odisha

ସ୍ୱାମୀ ବିବେକାନନ୍ଦଙ୍କର ଏହି ୩ଟି ଖାସ କଥା, ଜାଣିଲେ ବହୁତ କିଛି ଶିଖିବେ…

ଆମ ଭିତରୁ ଅନେକ ଲୋକ ନିଜ ପାଇଁ, ନିଜ ପରିବାର ପାଇଁ ଓ ଏହି ସମାଜ ପାଇଁ କିଛି କରିବା ପାଇଁ ଚାହାଁନ୍ତି କିନ୍ତୁ ହାରିଯିବା ବା କୌଣସି ଅସୁବିଧା ହେବା ଡରରେ ସେ ନିଜ ଇଚ୍ଛା ପ୍ରକାଶ କରିପାରିନଥାନ୍ତି। ଯଦି ଆପଣଙ୍କୁ ବି ଲାଗୁଛି ଆପଣଙ୍କ ସହ କୌଣସି ଭୁଲ ହେଉଛି ତେବେ ସ୍ୱାମୀ ବିବେକାନନ୍ଦଙ୍କ ଏହି ତିନୋଟି କଥା ଆପଣଙ୍କ ଜୀବନ ବଦଳାଇଦେବ। ସ୍ୱାମୀଜୀଙ୍କ ଜୀବନ ସହିତ ଜଡିତ ଏହି ତିନୋଟି କଥା ଜାଣିବା ପରେ କେବେବି ଆପଣଙ୍କ ସହିତ କିଛି ଭୁଲ ହେବନହିଁ।ତେବେ ଆସନ୍ତୁ ଜାଣିବା କଣ ସେହି ତିନୋଟି କଥା।

ପ୍ରଥମ କଥା- ସ୍ୱାମୀଜୀ ଛୋଟ ବେଳୁ କୌଣସି କଥା ଶୁଣି ତାହାକୁ ବିଶ୍ୱାସ କରୁନଥିଲେ। ସେ ନିଜେ ସେହି ଜିନିଷକୁ ଅନୁସନ୍ଧାନ କରିବା ପରେ ବିଶ୍ୱାସ କରୁଥିଲେ।ଆସନ୍ତୁ ଏହି କଥାକୁ ଏକ କାହାଣୀ ମାଧ୍ୟମରେ ଶୁଣିବା। ଛୋଟବେଳେ ବିବେକାନନ୍ଦ ନିଜର ଏକ ସାଙ୍ଗ ସହିତ ବଗିଚାରେ ଖେଳିବାକୁ ଯାଇଥାନ୍ତି ଓ ପ୍ରତିଦିନ ଏକ ଗଛ ଉପରେ ଚଢ଼ିଥାନ୍ତି । ଏହା ଦେଖି ସେହି ପିଲାର ଦାଦାଙ୍କୁ ଚିନ୍ତା ହେଲାକି କାଳେ ପିଲା ଦୁହିଁଙ୍କର କୌଣସି କ୍ଷତି ହୋଇଯିବ।ସେଥିପାଇଁ ପିଲାଙ୍କୁ ଡ଼ରାଇବା ପାଇଁ ସେ କହିଥିଲେ କି ଏହି ଗଛରେ ଭୁତ ଅଛି ଓ ଯିଏବି ଏହି ଗଛରେ ଚଢେ ସେ ଭୁତ ତାକୁ ଧରି ନେଇଯାଇଥାଏ। ବିବେକାନନ୍ଦଙ୍କ ସାଙ୍ଗ ଏହି କଥା ମାନିଗଲେ କିନ୍ତୁ ସେ ଏହି କଥା ମାନିଲେ ନାହିଁ ବରଂ ଏହାର ସତ୍ୟତା ଜାଣିବାକୁ ଚାହିଁଲେ।

ସେଥିପାଇଁ ସେ ସେହି ଗଛରେ ଚଢ଼ିଲେ ଓ ପୁରା ଗୋଟେ ଦିନ ଓ ରାତି ସେହି ଗଛରେ ଭୁତକୁ ଅପେକ୍ଷା କଲେ ଜେବେ କୌଣସି ଭୁତ ନଆସିଲା ସେ ଓଲ୍ହାଇ ଆସିଲେ ଓ ନିଜର ସାଙ୍ଗକୁ ସତ୍ୟତା ଜାଣିଲେ। ଏଥିରୁ ଆମକୁ ଶିଖିବା ଉଚିତ କି କୌଣସି କଥାକୁ କେବଳ ଶୁଣିକି ବିଶ୍ୱାସ କରିବା ଉଚିନ ନୁହେଁ ବରଂ ନିଜେ ତାହାକୁ ଅନୁସନ୍ଧାନ କରିବା ଉଚିତ।ଏହା ଶିଖିବା ଦ୍ଵାରା ଆମର ଅଧା ସମସ୍ୟା ସମାଧାନ ହୋଇଯିବ।

ଦ୍ୱିତୀୟ କଥା-ସ୍ୱାମୀଜୀଙ୍କ ସବୁଠୁ ବଡ଼ ଅସ୍ତ୍ର ଥିଲା ସେ ନିଜ ଉପରେ ସର୍ବଦା ବିଶ୍ୱାସ ରଖୁଥିଲେ। ପରିସ୍ଥିତି କିପରି ହେଉନା କାହିଁକି ସେ ସର୍ବଦା ନିଜ ଉପରେ ବିଶ୍ୱାସ ରଖୁଥିଲେ । ୧୮୮୩ରେ ସ୍ୱାମୀଜୀ ଚିକାଗୋ ରେ ହେଉଥିବା ଧର୍ମ ସମ୍ମିଳନୀରେ ଯୋଗ ଦେବାକୁ ସ୍ଥିର କଲେ ଯାହା ଦ୍ଵାରା ସେନିଜ ଗୁରୁଙ୍କ ଠୁ ପାଇଥିବା ଜ୍ଞାନ ଯେପରି ପୁରା ବିଶ୍ୱକୁ ଦେଇପାରିବେ। ଯେବେ ସେ ଚିକାଗୋ ପହଁଚିଲେ ଜାଣିବାକୁ ପାଇଲେ ସମ୍ମିଳନୀ ଆଗକୁ ଦୁଇ ମାସ ଘୁଞ୍ଚି ଯାଇଛି।ଏବେ ସେ କିପରି ଦୁଇମାସ ବିନା ପଇସା ରେ ଚିକାଗୋରେ ରହିବେ ଏହା ବହୁତ କଠିନ ଥିଲା କିନ୍ତୁ ସେ ହାର ମାନିନଥିଲେ ଅନେକ ରାତିରେ ରାସ୍ତାରେ ସୋଇଲେ, ଅନେକ ଦିନ ଭୋକରେ ରହିଲେ। ତାଙ୍କ ବେସ ପୋଷକକୁ ନେଇ ଲୋକ ତାଙ୍କୁ ଚିଡାଉଥିଲେ କିନ୍ତୁ ସେ ଆତ୍ମବିଶ୍ୱାସ ନିଜ ଲକ୍ଷ ପ୍ରତି ରଖିଥିଲେ। ଶେଷରେ ସମ୍ମିଳନୀରେ ତାଙ୍କ ଭାଷଣ ଶୁଣି ପୁରା ବିଶ୍ୱ ନତମସ୍ତକ ହୋଇଗଲା।ଯଦି ନିଜ ଉପରେ ମଣିଷର ବିଶ୍ୱାସ ଥିବ ସେ କୌଣସି ବି କାମ କରିପାରିବ।ଏହି କଥା ସ୍ୱାମୀଜୀ ବାରମ୍ବାର ପ୍ରମାଣ କରିଛନ୍ତି।

ତୃତୀୟ କଥା- ସ୍ୱାମୀଜୀ ସେହି ଲୋକ ମାନଙ୍କ ମଧ୍ୟରେ ଥିଲେ ଯାହାଙ୍କ କଥା ଓ କାର୍ଯ୍ୟ ସମାନ ଥିଲା। ଥରେ ଏକ ବିଦେଶୀ ମହିଳା ସ୍ୱାମୀଜୀଙ୍କ ପାଖକୁ ଆସି କହିଲେ ମୁଁ ଆପଣଙ୍କୁ ବିବାହ କରିବାକୁ ଚାହୁଁଛି। ସ୍ୱାମୀଜୀ କହିଲେ ଏହା କିପରି ସମ୍ଭବ ମୁଁ ତ ଜଣେ ସନ୍ୟାସୀ। ମହିଳା ଜଣଙ୍କ କହିଥିଲେ ମୁଁ ଚାହୁଁଛି ମୋର ବି ଆପଣଙ୍କ ପରି ପୁଅ ହେଉ କିନ୍ତୁ ଏହା ସେବେ ସମ୍ଭବ ଯେବେ ଆପଣ ମୋତେ ବିବାହ କରିବେ। ଏହା ଶୁଣି ସ୍ୱାମୀଜୀ କହିଲେ ଏଥିପାଇଁ ବିବାହର କୌଣସି ଆବଶ୍ୟକତା ନାହିଁ ମୁଁ ନିଜେ ଆପଣଙ୍କ ପୁଅ ହେଇଯାଉଛି ଏହା ଶୁଣି ସେହି ମହିଳା ନତ ମସ୍ତକ ହୋଇଗଲେ। ଆପଣ ମଧ୍ୟ ଯଦି ଏହି ୩ଟି କଥାର ଧ୍ୟାନ ରଖିବେ ଜୀବନରେ ଅବଶ୍ୟ ସଫଳ ହେବେ।

Leave a Reply

Your email address will not be published. Required fields are marked *