ଥାଇରଏଡ଼ର ଆୟୁର୍ବେଦିକ ଉପଚାର – ଏହି ଉପାୟ କଲେ ଆଉ ଆପଣାକୁ କେବେ ହେବ ନାହିଁ ଥାଇରଏଡ଼ – ଏବେ ଜାଣିରଖନ୍ତୁ..
ବୈଜ୍ଞାନିକ ପଦ୍ଧତିର ଅଗ୍ରଗତି ସମାଜକୁ ସଫଳତାର ଚରମ ସୀମାରେ ଉପନୀତ କଲେ ମଧ୍ୟ ଲୋକ ବିଳାସ ବ୍ୟସନ ଓ ଆଧୁନିକତାର ଅତ୍ୟଧିକ ପ୍ରଭାବରେ ପ୍ରଭାବିତ ହୋଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି।ତେଣୁ ବର୍ତ୍ତମାନ ସମସ୍ତ ଲୋକ ଏକ ସୁସ୍ଥ ସ୍ୱାସ୍ଥ୍ୟ ପାଇବାର ପ୍ରୟାସ ଅଭିମୁଖେ ଅଗ୍ରସର।ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି କି ଅତ୍ୟାଧୁନିକ ଔଷଧର ବହୁଳ ବ୍ୟବହାର ସିନା ଦେହକୁ ସୁସ୍ଥ କରିଥାଏ।କିନ୍ତୁ ଏହାର କୁପ୍ରଭାଵ ଶରୀର ପାଇଁ ବହୁତ।ଏହା ଶରୀରକୁ ବିଷାକ୍ତ କରିଦେବା ସହିତ ଗୋଟିଏ ରୋଗକୁ ଭଲ କରିବା ପରେ ଶରୀରରେ ଅନ୍ୟ ଏକ ରୋଗ ସୃଷ୍ଟିର କାରଣ ହୋଇଥାଏ।ତେଣୁ ସର୍ବୋପରି ଆୟୁର୍ବେଦିକ ଚିକିତ୍ସା ସ୍ୱାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ।ସେହିପରି ଅନେକାଂଶ ଲୋକଙ୍କର ଏକ ପ୍ରଧାନ ରୋଗ ସମସ୍ୟା ହେଉଛି ଥାଇରଏଡ଼।ଏହାର ଆୟୁର୍ବେଦିକ ଉପଚାର ନିମ୍ନରେ ବର୍ଣ୍ଣିତ ହୋଇଛି।
ଏଥିପାଇଁ କିଛି ଧନିଆ ପତ୍ର ନେବ ଓ ଏହାକୁ ଭଲ ଭାବରେ ଗ୍ରାଇଣ୍ଡରରେ ଏହାର ଚଟଣୀ ପ୍ରସ୍ତୁତ କରିବ।ଏହି ଚଟଣୀକୁ ଆପଣ ଦୁଇ କି ତିନି ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।କାରଣ ଏହା ନଷ୍ଟ ହୋଇନଥାଏ।ତାପରେ ଅଧା ଗ୍ଲାସ ଗରମ ପାଣିରେ ଏହି ଚଟଣୀରୁ ଏକ ଚାମଚ ପକେଇବେ ଓ ଏହାକୁ ଭଲ ଭାବରେ ଗୋଳେଇଦେବେ।ରାତିରେ ଖାଇବା ପରେ ହଉ କିମ୍ବା ଦିନରେ ଖାଇବା ପରେ ଆପଣ ନିୟମିତ ଏକ ମାସ ପର୍ଯ୍ୟନ୍ତ ଏହାକୁ ପାନ କରିବେ ଓ ଏଥି ସହିତ ଆପଣ ” କଞ୍ଚାନର ଗୁଗୁଲୁ” ଏହି ଆୟୁର୍ବେଦ ବଟିକା ମଧ୍ୟ ନିୟମିତ ସେବନ କରିବେ।ଏହା ଆଦୋୖ ବିଷାକ୍ତ ନୁହେଁ।ଏହାର ଶରୀର ଉପରେ କୌଣସି କୁପ୍ରଭାଵ ନଥାଏ।ଏହି ପାନୀୟ ଓ ବଟିକା ନିୟମିତ ବ୍ୟବହାର କରିବା ଦ୍ୱାରା ଥାଇରଏଡ଼ ସମସ୍ୟାରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଥାଏ।
ଏକ ସୁସ୍ଥ ସ୍ୱାସ୍ଥ୍ୟ ଏକ ସୁସ୍ଥ ପରିବେଶ ତଥା ସୁସ୍ଥ ସମାଜ ଗଠନ ଅଭିମୁଖେ ପ୍ରୋତ୍ସାହିତ କରିଥାଏ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଏକ ସୁସ୍ଥ ସ୍ୱାସ୍ଥ୍ୟକୁ ନେଇ ଜୀବନ ଅତିବାହିତ କରିବାର ପ୍ରୟୋଜନ ରଖିଥାନ୍ତି।ତେଣୁ ଏହାର ସଠିକ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ।ବିଳାସ ବ୍ୟସନ ପୂର୍ଣ୍ଣ ଜୀବନ ବର୍ତ୍ତମାନ ଯୁଗରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବାର କାରଣ ହୋଇଥାଏ।ତେଣୁ ଏହାର ଠିକ ଭାବରେ ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।
ଅଧିକ ମୁଣ୍ଡ ବିନ୍ଧା ହେବା , ଗଳାରେ ପୀଡ଼ା ହେବା ଓ ଆଣ୍ଠୁଗଣ୍ଠି ବିନ୍ଧା ହେବା ଇତ୍ୟାଦି ଏହି ରୋଗର ପ୍ରଧାନ ଲକ୍ଷଣ ଅଟେ।ତେଣୁ ଏହା ଶରୀରକୁ ମ୍ରିୟମାଣ କରିଦିଏ।ଏହାର ଉପଚାର ନିମନ୍ତେ ଏହି ଘରୋଇ ଉପଚାର ଲାଭପ୍ରଦ ଅଟେ।ଆଶା କରୁଛି ଏହା ଆପଣଙ୍କ ପାଇଁ ବହୁତ ଉପକାରୀ ଅଟେ।ଏହି ଉପାୟ ଅବଲମ୍ବନ ଦ୍ୱାରା ଥାଇରଏଡ଼ ଜନିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ।ଓ ଏହାର ଶରୀର ପ୍ରତି କୌଣସି କୁପ୍ରଭାଵ ନଥାଏ।ଏହାକୁ ଗୋଟେ ମାସ ନିୟମିତ ସେବନ କରିବା ଦ୍ୱାରା ଏହି ରୋଗରୁ ଆରୋଗ୍ୟତା ମିଳିଥାଏ।