December 23, 2024

Odia Express

Leading Odia News Portal of Odisha

ମଶା ଘଉଡାଇବାର ଆୟୁର୍ବେଦିକ ଉପାୟ – ଜୀବନରେ ମଶା ଆପଣଙ୍କ ଘର କୁ ଅନେଇବେ ନାହିଁ..

ନମସ୍କାର, ଆପଣ ନିଜ ଘରେ ପ୍ରାୟ ମଶା ମାରିବା ପାଇଁ ଔଷଧର ବ୍ୟବହାର କରନ୍ତି।ଏହା ଅଲଗା ଅଲଗା ରୂପରେ ବଜାରରେ ମିଳିଥାଏ।କିଛି ତରଳ ଅବସ୍ଥାରେ କିଛି ସାବୁନ ଭଳି ଆପଣ ଏହାକୁ ବ୍ୟବହାର କରନ୍ତି ଏବଂ କିଛି କଏଲ ରୂପରେ ଆସେ ଏହାକୁ ମଧ୍ୟ ଆପଣ ବ୍ୟବହାର କରିଥିବେ।ତେବେ ତାହା ଯେକୌଣସି ରୂପରେ ଆସୁ ଏଥିରେ ବିଷାକ୍ତ ରାସାୟନିକ ପଦାର୍ଥ ଥାଏ ତାହା ହେଉଛି ଡି-ଏଥିଲିନ, ତାହା ମାଲବୋକୁଇନ ଅଟେ,ଏବଂ ତାହା ଫସିନ ଅଟେ ଏବଂ ଏହି ତିନୋଟି ଯାକ ରାସାୟନିକ ପଦାର୍ଥ ଇଉରୋପ ଓ ଆମେରିକାରେ ବନ୍ଦ ଅଛି ଓ ୨୦ବର୍ଷରୁ ବନ୍ଦ ଅଛି।

ଆମେ ନିଜ ଘରେ ଛୋଟ ଛୋଟ ପିଲାଙ୍କ ପାଖରେ ତାହାକୁ ଲଗାଇ ଚାଲିଯାଉ।ଆପଣ କେତେକ ଘରେ ଦେଖିଥିବେ ୨-୩ମାସର ଛୁଆ ଶୋଇଥିବେ ଓ ତାଙ୍କ ପାଖରେ ସେହି କଏଲ ଜଳୁଥାଏ।ତାହାର ଧୂଆଁ ନାକବାଟେ ଫୁସଫୁସକୁ ଚାଲିଯାଏ।ବୈଜ୍ଞାନିକଙ୍କ କହିବକଥାକି ଏହି ମଶା ମାରୁଥିବା ଔଷଧ ଶେଷରେ ମଣିଷକୁ ମାରିଦେବ।ପ୍ରାୟ ଏହି ଔଷଧର ବ୍ୟବସାୟ ଭାରତରେ ବିଦେଶୀ କମ୍ପାନୀମାନଙ୍କର ଅଧୀନରେ ଅଛି।ଆମ ଭାରତର କିଛି କମ୍ପାନୀ ମଧ୍ୟ ଏହାକୁ ତିଆରିକରି ବିକୁଛନ୍ତି।ନିଜର ସୁରକ୍ଷା ପାଇଁ ଆପଣ ଏହି ବିଷାକ୍ତ ରାସାୟନିକ ପଦାର୍ଥର ବ୍ୟବହାର କରନ୍ତୁନାହିଁ।

ମଶାମାନଙ୍କ ଠାରୁ ରକ୍ଷା ପାଇବାର ସବୁଠୁ ଭଲ ଉପାୟ ହେଉଛି ଆପଣ ମଶାରି ଲଗାଇ ଶୁଅନ୍ତୁ।ଏହା ସ୍ବଦେଶୀ, ବିପଦମୁକ୍ତ, ଭଲ ଗୁଣବତ୍ତା ମଧ୍ୟ ଅଟେ ଓ ଏହା ସବୁସ୍ଥାନରେ ମିଳିଥାଏ।ଏବେତ ବହୁତ ପ୍ରକାରର ମଶାରି ବଜାରରେ ବିକ୍ରି ହେଉଛି।ଏହା ମଶା ଧୂପଠାରୁ ଅଧିକ ପ୍ରଭାବଶାଳୀ ମଧ୍ୟ ଅଟେ।ଏବଂ ଶସ୍ତାରେ କ୍ରୟ ମଧ୍ୟ କରିପାରିବେ।

ଏହାର ଆଉ ଏକ ଉପାୟ ହେଉଛି ବଜାରରେ ମିଳୁଥିବା ନିମ୍ବ ତେଲ।ଏହାକୁ ଆଣି ଆପଣ ଦୀପରେ ପକାଇ ଲଗାଇପାରିବେ।ଏକ ଦୀପ ନିଅନ୍ତୁ ସେଥିରେ ତୁଳାର ବତୀ କରି ନିମ୍ବର ତେଲକୁ ଜାଳି ରଖନ୍ତୁ।ସେହି ଦୀପ ଯେତେବେଳ ପର୍ଯ୍ୟନ୍ତ ଜଳିବ ଆପଣଙ୍କ ପାଖକୁ ଗୋଟିଏ ମଧ୍ୟ ମଶା ଆସିବନାହିଁ।ଏହା ଏକ ଶସ୍ତା ଓ ସରଳ ଉପାୟ ଅଟେ।ନିମ୍ବର ତେଲ ବଜରରେ ୩୦-୪୦ଟଙ୍କାରେ ମିଳିଯିବ।ଏକ ଲିଟର ତେଲ ପୁରା ୧ମାସ ଧରି ଚାଲେ।

ଏବଂ ତୃତୀୟ ଉପାୟ ହେଉଛି ଗାଈର ଗୋବରରୁ ତିଆରି ହୋଇଥିବା ଅଗରବତୀ।ଗାଈର ଗୋବରରୁ ତିଆରି ଧୂପ ମଧ୍ୟ ଏବେ ବଜରରେ ଉପଲବ୍ଧ ହୋଇଗଲାଣି।ଏହାକୁ ଜଳାଇ ଆପଣ ଶୋଇପଡନ୍ତୁ ଏହାଦ୍ଵାରା ମଧ୍ୟ ମଶା ଆପଣଙ୍କ ପାଖକୁ ଆସିପାରିବେ ନାହିଁ।ଏବଂ ଗୁଣବତ୍ତାରେ ଗାଈ ଗୋବରରେ ତିଆରି ଅଗରବତୀ ମଶାଧୂପ ଠାରୁ କେତେଗୁଣରେ ଭଲ ଅଟେ।ଯଦି ଆପଣ ଗାଈର ଗୋବରରେ ତିଆରି ଅଗରବତୀକୁ ବ୍ୟବହାର କରିବେ ତେବେ ଏହାର ଲାଭ କୌଣସି ଏକ ଗୋପାଳକଙ୍କୁ ମିଳିବ।ଏବଂ ଏଥିରେ ଗାଈର ରକ୍ଷା ହେବ ଯାହା ଫଳରେ ଅନ୍ତତଃ ଦେଶର ରକ୍ଷା ହେବ।ଯଦି ଆପଣ ବିଷାକ୍ତ ରାସାୟନିକ ମଶାଧୂପ କିଣିବେ ତେବେ କୌଣସି ବିଦେଶୀ କମ୍ପାନୀର ଫାଇଦା ହେବ।ଏବଂ ଏହିପରି କଲେ ଆପଣଙ୍କର କ୍ଷତି ହେବ ଓ ତା’ ସହିତ ଦେଶର ମଧ୍ୟ କ୍ଷତି ହେବ।

ତେବେ ଆପଣ ଜାଣିଲେ କି ଆମେ ମଶା କୁ ମାରିବା ପାଇଁ ବ୍ୟବହାର କରୁଥିବା ମଶାଧୂପ କେଉଁଭଳି ବିଷାକ୍ତ ରାସାୟନିକ ପଦାର୍ଥରେ ତିଆରି ହେଉଛି ଏବଂ ଏହାଦ୍ଵାରା ଆପଣଙ୍କର ଓ ଆପଣଙ୍କ ପ୍ରିୟଜନ ମାନଙ୍କର କିପରି କ୍ଷତି ହେବ କିମ୍ବା ଭବିଷ୍ୟତରେ ହୋଇପାରେ।ସେଥିପାଇଁ ଆପଣଙ୍କୁ ଉପରୋକ୍ତ ୩ଟି ଆୟୁର୍ବେଦିକ ଉପାୟ ମଧ୍ୟରୁ ଯେଉଁ ଉପାୟ ଟି ସହଜ,ସରଳ, ଶସ୍ତା ଓ ଅଧିକ ଗୁଣବତ୍ତା ଲାଗିବ ତାହା ନିଶ୍ଚୟ ଆପଣାନ୍ତୁ।ଏହାର କୌଣସି କୁପ୍ରଭାବ ଛୁଆମାନଙ୍କ ଉପରେ କିମ୍ବା ଆପଣଙ୍କ ଉପରେ ପଡିବ ନାହିଁ।ଏହି ଉପାୟ ସମ୍ପୂର୍ଣ୍ଣ ସ୍ବଦେଶୀ ଅଟେ।

Leave a Reply

Your email address will not be published. Required fields are marked *