October 22, 2024

Odia Express

Leading Odia News Portal of Odisha

ସଦା ସର୍ବଦା ପାଇଁ କିପରି ନିଜ ମୁହଁରୁ ଦୂରକରିବେ ବ୍ରଣ ଏବଂ ଦାଗ…

ଆଜି ଆମେ ଆପଣ ମାନଙ୍କୁ ଏହା ଜଣାଇବୁ କି କିପରି ଆପଣ ନିଜର ମୁହଁରେ ହୋଇଥବା ବ୍ରଣର ଦାଗ କିମ୍ବା ଅନ୍ୟ କୌଣସି ଦାଗ ଅଛି ତାହାକୁ ଦୂର କରିପାରିବେ । ଏହି ମୁହଁରେ ରହି ଯାଉଥିବା ଦାଗ ପାଇଁ ବହୁତ୍ ଲୋକ ମାନେ ବହୁତ୍ ବାର ଚିନ୍ତିତ ରହିଥାନ୍ତି ଏବଂ ସେହି ଲୋକ ମାନେ ବହୁତ୍ ପ୍ରକାରର ରାସାୟନିକ ଔଷଧ ର ବ୍ୟବହାର କରିଥାନ୍ତି ଏବଂ ସେହି ଔଷଧ ମାନଙ୍କର ଆମ ଶରୀର ଉପରେ ପାର୍ଶ୍ଵ ପ୍ରଭାବ ରହିଥାଏ ହେଲେ ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବୁ ଯାହା ଦ୍ଵାରା ସେହି ଦାଗ ଚାଲିଯିବ ହେଲେ ତାହାର କୁପ୍ରଭାବ ଆମ ଶରୀର ଉପରେ ରହିବ ନାହିଁ । ଲୋକ ମାନଙ୍କ ଚିନ୍ତା କୁ ଆଜି ଆମେ ଦୂର କରିବୁ । ସେହି ଉପାୟ ଟି କଣ ଯାହା ଦ୍ଵାରା ମଣିଷ ର ସବୁ ଦାଗ ଚାଲିଯିବ ଆସନ୍ତୁ ଜାଣିବା।

ସାଧାରଣତଃ ଯୌବନ ବୟସରେ ଯୁବକ ଏବଂ ଯୁବତୀ ମାନଙ୍କ ଶରୀରରେ ବହୁତ୍ ହର୍ମୋନ କାର୍ଯ୍ୟ କରିଥାନ୍ତି ସେଥିପାଇଁ ତାହା ପ୍ରଭାବରେ ଆମ ମୁହଁରେ ବହୁତ୍ ବ୍ରଣ ହୋଇଥାଏ । ଏହି ବ୍ରଣ ହୁଏ ପୁଣି ଯେତେବେଳେ ଏହି ବ୍ରଣ ହୋଇଯାଏ ସେତେବେଳେ ଆମ ମୁହଁ ରେ ଦାଗ କରିଦିଏ ଥାଏ । ବହୁତ୍ ଲୋକ ମାନେ ଏହି ଦାଗ ଏବଂ ବ୍ରଣ ପାଇଁ ସବୁବେଳେ ଚିନ୍ତା ରେ ରୁହନ୍ତି ସବୁବେଳେ ଚିନ୍ତା କରନ୍ତି କୁ କଣ ଲଗେଇଲେ ଭଲ ହେଇଯିବ ସେଥିପାଇଁ ସେମାନେ ଏହି ଦାଗ ଏବଂ ବ୍ରଣ କୁ ଭଲ କରିବା ପାଇଁ ବହୁତ୍ ପ୍ରକାରର ଔଷଧ ବ୍ୟବହାର କରିଥାନ୍ତି ଯାହା ଫଳ ରେ ମୁଁହ ଉପରେ ତାହାର କୁପ୍ରଭାବ ପଡିଥାଏ ଯେମିତିକି ମୁହଁ ନାଲି ପଡ଼ିଯାଏ ,ଚର୍ମ ବହୁତ୍ ନରମ ହୋଇଯାଏ ଏହିପରି ବହୁତ୍ କୁପ୍ରଭାବ ରହିଥାଏ ।

ଆମେ ଆପଣ ମାନଙ୍କୁ ଯେଉଁ ଉପାୟ ଟି ବିଷୟରେ କହିବାକୁ ଯାଉଛୁ ତାହାକୁ ଜାଣି ନିଜ ଜୀବନରେ ପ୍ରୟୋଗ କଲେ ଆପଣଙ୍କ ମୁହଁ ରୁ ବି ମଧ୍ୟ ସମସ୍ତ ଦାଗ କେବଳ କିଛି ଦିନ ମଧ୍ୟରେ ଚାଲିଯିବ ।ଏଥିପାଇଁ ଆପଣଙ୍କୁ କିଛି ପିଜୁଳିର ପତ୍ର ଦରକାର । ଆପଣ କିଛି ଭଲ ଭଲ ପିଜୁଳି ର ପତ୍ର ଆଣ ନ୍ତୀ । ପିଜୁଳି ଗଛ ତ୍ ସାଧାରଣତଃ ସବୁ ଆଡେ ଏମିତିକି କହିବାକୁ ଗଲେ ଘରେ ଘରେ ପିଜୁଳି ଗଛ ଦେଖିବାକୁ ମିଳିଥାଏ ।ତ୍ ଆମକୁ ପିଜୁଳି ପତ୍ର ବହୁତ୍ ସହଜରେ ମିଳିଯିବ ।

ଏହା ପରେ କିଛି ପିଜୁଳି ପତ୍ର କୁ ଆଣି ତାହାକୁ ପାଣି ରେ ଧୋଇ ଦେଇ ପରିଷ୍କାର କରି ଦିଅନ୍ତୁ ଏହା ପରେ ସେହି ପିଜୁଳି ପତ୍ର କୁ ଛୋଟ ଛୋଟ କରି କରି ଦିଅନ୍ତୁ । ଏହା ପରେ ସେହି କଟା ଯାଇଥିବା ପିଜୁଳି ପତ୍ର କୁ ଛେଚି ଚଟଣୀ ପ୍ରସ୍ତୁତ କରି ଦିଅନ୍ତୁ। ଏହି ଭିଡିଓ ର ଲିଙ୍କ ଉପରେ ଦିଆ ଯାଇଛି ସେଠାରେ ଯାଇକି ଦେଖି ନେବେ ଚଟଣୀ ଟି କିପରି ହେବା ଦରକାର । ହେଲେ ଏହାକୁ ଯେତେବେଳେ କେମିତି ବ୍ୟବହାର କରିବା ଆସନ୍ତୁ ଜାଣିବା । ଏହାକୁ ଆମେ ଦିନରେ ଯେତେବେଳେ ବ୍ୟବହାର କଲେ ଚଳିବ। ଏହି ଚଟଣୀ କୁ ସେହି ଦାଗ ଉପରେ ଲଗାଇ ଦିଅନ୍ତୁ ଏହା ପରେ ସେଇଟା ଶୁଖି ଯିବା ପରେ ତାହାକୁ ଛଡାଇ ଦିଅନ୍ତୁ ନଚେତ୍ ପାଣି ରେ ଭଲ ଭାବରେ ମୁହଁ କୁ ଧୋଇ ଦିଅନ୍ତୁ । ଏହାକୁ ଧୋଇ ଦେବା ପରେ ସେହି ସ୍ଥାନରେ ଆପଣଙ୍କୁ ଟିକେ ନଡ଼ିଆ ତେଲ ଲଗାଇବାକୁ ହେବ । ଆଉ ଯଦି ଆପଣ ଲଗାତାର ୭ ଦିନ ଏହି ପରି କରିବେ ତାହେଲେ ଗୋଟେ ସପ୍ତାହ ଭିତରେ ଆପଣଙ୍କ ମୁହଁରୁ ଦାଗ ଚାଲିଯିବ।

Leave a Reply

Your email address will not be published. Required fields are marked *