December 21, 2024

Odia Express

Leading Odia News Portal of Odisha

ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ପ୍ରଶ୍ନ ଉତ୍ତର – ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀମାନଙ୍କୁ ଉଡ଼ିବାର ଦେଖିବାକୁ ମିଳିନଥାଏ ? ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ..

ନମସ୍କାର ବନ୍ଧୁଗଣ, ଏଥିରେ ଆମେ ଆପଣଙ୍କୁ ବିଶ୍ୱପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପ୍ରଭୁ ଜଗନ୍ନାଥଙ୍କ ବିଷୟରେ କିଛିଟା ପ୍ରଶ୍ନ ଓ ଏହାର ଉତ୍ତର ବିଷୟରେ ଆଲୋଚନା କରିବା।ଏହାଦ୍ଵାରା ଆପଣଙ୍କର କିଛି ପୌରାଣିକ ଜ୍ଞାନ ମଧ୍ୟ ଆହରଣ ହୋଇବ।ଏବଂ ଆପଣ ପ୍ରଭୁ ଜଗନ୍ନାଥ ଓ ବିଶ୍ୱପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ମଧ୍ୟ ଜାଣିବେ।

୧) ପ୍ରଶ୍ନ: ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ କେଉଁ ରାଜାଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ?

ଏହାର ଉତ୍ତର: ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ଅନନ୍ତବର୍ମା ଚୋଡଗଙ୍ଗ ଦେବଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।

୨) ପ୍ରଶ୍ନ: ଜଗନ୍ନାଥ ମନ୍ଦିର ଅନ୍ୟ କେଉଁ ନାମରେ ମଧ୍ୟ ଜଣା ଯାଇଥାଏ ?

ଏହାର ଉତ୍ତର: ଜଗନ୍ନାଥ ମନ୍ଦିର ବଡ ଦେଉଳ ନାମରେ ମଧ୍ୟ ଜଣାଯାଇଥାଏ।

୩) ପ୍ରଶ୍ନ: ମହାପ୍ରଭୁ ଜଗନ୍ନାଥଙ୍କର ରଥର ନାମ କଣ ?

ଏହାର ଉତ୍ତର: ମହାପ୍ରଭୁ ଜଗନ୍ନାଥଙ୍କର ରଥର ନାମ ଗରୁଡ଼ଧ୍ଵଜ।

୪) ପ୍ରଶ୍ନ: ଗରୁଡ଼ଧ୍ଵଜ ରଥକୁ ଅନ୍ୟ କେଉଁ ନାମରେ ମଧ୍ୟ ଜଣା ଯାଇଥାଏ ?

ଏହାର ଉତ୍ତର: ଗରୁଡ଼ଧ୍ଵଜ ରଥକୁ ନନ୍ଦିଘୋଷ ନାମରେ ଜଣାଯାଇଥାଏ।

୫) ପ୍ରଶ୍ନ: ନନ୍ଦିଘୋଷ ରଥରେ ବ୍ୟବହାର ହେଉଥିବା ପତାକାର ନାମ କଣ ?

ଏହାର ଉତ୍ତର: ନନ୍ଦିଘୋଷ ରଥରେ ବ୍ୟବହାର ହେଉଥିବା ପତାକାର ନାମ ହେଉଛି ତ୍ରିଲୋକ୍ୟମୋହିନୀ।

୬) ପ୍ରଶ୍ନ: ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ କିଏ ଅଟନ୍ତି ?

ଏହାର ଉତ୍ତର: ନନ୍ଦିଘୋଷ ରଥ ବା ପ୍ରଭୁ ଜଗନ୍ନାଥଙ୍କର ରକ୍ଷକ ଗରୁଡ ଅଟନ୍ତି।

୭) ପ୍ରଶ୍ନ: ନନ୍ଦିଘୋଷ ରଥକୁ କେଉଁ ରଙ୍ଗର କପଡ଼ା ପିନ୍ଧା ଯାଇଥାଏ ?

ଏହାର ଉତ୍ତର: ନନ୍ଦିଘୋଷ ରଥକୁ ଲାଲ ଓ ହଳଦିଆ ରଙ୍ଗର କପଡ଼ା ପିନ୍ଧା ଯାଇଥାଏ।

୮) ପ୍ରଶ୍ନ: ଏଥିମଧ୍ୟରୁ କେଉଁଟି ଚାରିଧାମ ସହିତ ସଂଯୁକ୍ତ ନୁହେଁ ?

ଏହାର ଉତ୍ତର: ଶିରିଡି ସାଇ ଚାରିଧାମ ସହିତ ସଂଯୁକ୍ତ ନୁହେଁ।

୯) ପ୍ରଶ୍ନ: ଚାରିଧାମ ମଧ୍ୟରୁ କେଉଁଟି ଶ୍ରେଷ୍ଠ ଧାମ ଅଟେ ?

ଏହାର ଉତ୍ତର: ଚାରିଧାମ ମଧ୍ୟରୁ ଜଗନ୍ନାଥ ଶ୍ରେଷ୍ଠ ଧାମ ଅଟେ।

୧୦) ପ୍ରଶ୍ନ: ଜଗନ୍ନାଥ ମନ୍ଦିର ଉପରେ କାହିଁକି ପକ୍ଷୀମାନଙ୍କୁ ଉଡ଼ିବାର ଦେଖିବାକୁ ମିଳିନଥାଏ ?

ଏହାର ଉତ୍ତର: ଜଗନ୍ନାଥ ମନ୍ଦିର ଉପରେ ଗରୁଡ଼ଙ୍କ ଉପସ୍ଥିତି ଯୋଗୁଁ ପକ୍ଷୀମାନଙ୍କୁ ଉଡ଼ିବାର ଦେଖିବାକୁ ମିଳିନଥାଏ।

୧୧) ପ୍ରଶ୍ନ: ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଧାରଣ କରିବା ପରମ୍ପରା ପ୍ରଥମେ କେଉଁ ରାଜାଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା ?

ଏହାର ଉତ୍ତର: ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଧାରଣ କରିବା ପରମ୍ପରା ପ୍ରଥମେ କପିଳେନ୍ଦ୍ର ଦେବଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।

୧୨) ପ୍ରଶ୍ନ: ନନ୍ଦିଘୋଷ ରଥରେ ମୋଟ କେତେଗୋଟି ଚକ ବ୍ୟବହାର ହୋଇଥାଏ ?

ଏହାର ଉତ୍ତର: ନନ୍ଦିଘୋଷ ରଥରେ ମୋଟ ୧୬ଟି ଚକ ବ୍ୟବହାର ହୋଇଥାଏ।

୧୩) ପ୍ରଶ୍ନ: ନନ୍ଦିଘୋଷ ରଥ ମୋଟ କେତେଖଣ୍ଡ କାଠରେ ତିଆରି ହୋଇଥାଏ ?

ଏହାର ଉତ୍ତର: ନନ୍ଦିଘୋଷ ରଥ ମୋଟ ୮୩୨ ଖଣ୍ଡରେ ତିଆରି ହୁଏ।

୧୪) ପ୍ରଶ୍ନ: ଅର୍ଜୁନ କେଉଁ ରଥର ସାରଥି ଅଟନ୍ତି ?

ଏହାର ଉତ୍ତର: ଅର୍ଜୁନ ଦର୍ପଦଳନ ରଥର ସାରଥି ଅଟନ୍ତି।

୧୫) ପ୍ରଶ୍ନ: ସୁଭଦ୍ରାଙ୍କ ରଥ ଦଉଡିର ନାମ କଣ ?

ଏହାର ଉତ୍ତର: ସୁଭଦ୍ରାଙ୍କ ରଥ ଦଉଡିର ନାମ ସ୍ବର୍ଣ୍ଣଚୂଡ଼ା ନାଗୁଣୀ ଅଟେ।

ତ ଫ୍ରେଣ୍ଡସ ଆପଣ ମାନେ ତା ଜାଣିଲେ ୧୫ ଟି ପ୍ରଶ୍ନ ଓ ତାର ଉତ୍ତର।ଆଶା କରୁଛୁ ଏହା ଆପଣଙ୍କୁ ବହୁତ ଭଲ ଲାଗିଥିବ।ଏଥିରେ ଆପଣଙ୍କ କିଛି ଜ୍ଞାନ ମଧ୍ୟ ବୃଦ୍ଧି ହେବ।ଏବଂ ଏହା ଆପଣଙ୍କର ଭବିଷ୍ୟତରେ କୌଣସି କ୍ଷେତ୍ରରେ ଆପଣଙ୍କୁ ବହୁତ ସାହାଯ୍ୟ କରିବ।ଏଥିରେ ଆପଣଙ୍କର ନିଜସ୍ୱ ଜ୍ଞାନ ମଧ୍ୟ ବୃଦ୍ଧି ହେବ। ତଥା ଭବିଷ୍ୟତ ରେ ଏହା ବହୁତ ଫଳ ପ୍ରଦ ଓ ଲାଭ ଦାୟକ ହେବ।ଯଦି କିଛି ଏମିତି ପ୍ରଶ୍ନ ଆପଣ ଙ୍କୁ ପଚରା ଯାଏ ତେବେ ଏହାର ଉତ୍ତର ଆପଣ ଙ୍କୁ ଆସିବ ବୋଲି ଆଶା କରୁଛୁ।ଏହା ଆପଣଙ୍କୁ ବହୁତ ସହାୟକ ହେବ।।ଧନ୍ୟବାଦ।।

Leave a Reply

Your email address will not be published. Required fields are marked *