December 26, 2024

Odia Express

Leading Odia News Portal of Odisha

ନିଜ ରାଶି ଅନୁସାରେ କେଉଁ ରଙ୍ଗର ବାହନ ହେବ ଶୁଭ – ଗାଡି କିଣିବା ଆଗରୁ ଏହି କଥା ଜାଣିରଖିବା ନିହାତି ଦରକାର..

ନମସ୍କାର ବନ୍ଧୁଗଣ, ଆଜି ଆପଣ ଜାଣିବେକି କେଉଁ ରାଶି ଅନୁସାରେ କେଉଁ ରଙ୍ଗର ବାହନ କିଣିଲେ ଶୁଭ ହେବ। ଆଜିକାଲି ସବୁ ଲୋକ ନିଜର ସୁବିଧା ଅନୁସାରେ ବାହନ ଆଦି କିଣୁଛନ୍ତି।ଜ୍ୟୋତିଷ ହିସାବରେ ପ୍ରତ୍ୟେକ ବ୍ୟକ୍ତିପାଇଁ ସବୁ ରଙ୍ଗ ଉପଯୁକ୍ତ ହୋଇନଥାଏ।ଆଜି ଆମେ ଆପଣମାନଙ୍କୁ କହିବୁକି ରାଶି ଅନୁସାରେ କେଉଁ ରଙ୍ଗର ବାହନ ଆପଣଙ୍କ ପାଇଁ ଶୁଭ ହୋଇପାରିବ।ଆସନ୍ତୁ ଜାଣିବା କେଉଁ ରାଶିର ଲୋକଙ୍କୁ କେଉଁ ରଙ୍ଗର ଗାଡି ନେବା ଦରକାର।

ମେଷ: ମେଷ ରାଶିର ଜାତକ ପାଇଁ ଧଳା, ଫିକା ସବୁଜ, ଗୋଲାପୀ ରଙ୍ଗ ଶୁଭ ବୋଲି ମନାଯାଇଥାଏ।ଏଥିପାଇଁ ଏହି ରାଶିର ଲୋକ ଏଥିମଧ୍ୟରୁ କୌଣସି ବାହନ ନେଇପାରିବେ।ଏହାଛଡା ମେଷ ରାଶିର ଲୋକଙ୍କୁ ଭୁଲରେ ମଧ୍ୟ କଳା ରଙ୍ଗର ବାହନ ନେବା ଉଚିତ ନୁହେଁ।

ବୃଷ: ବୃଷ ରାଶିର ଲୋକଙ୍କ ପାଇଁ ଫିକା ଗୋଲାପୀ, ଧୂସର, କଳା, ଧଳା, ଗାଢ଼ ନୀଳ ରଙ୍ଗ ଶୁଭ ଅଟେ।ଏଥିପାଇଁ ଏହି ରାଶିର ଲୋକଙ୍କୁ ଏହାମଧ୍ୟରୁ କୌଣସି ଏକ ରଙ୍ଗର ବାହନ କିଣିବା ଶୁଭ ମନାଯାଇଥାଏ।ଏହାଛଡା ଏହି ରାଶିର ଲୋକଙ୍କୁ ଭୁଲରେ ମଧ୍ୟ ନାଲି ରଙ୍ଗର ବାହନ ନେବା ଉଚିତ ନୁହେଁ।

ମିଥୁନ: ମିଥୁନ ରାଶିର ଜାତକର ଗାଢ଼ ମଠା କିମ୍ବା ଚମକୁଥିବା ସୁନାରଙ୍ଗ ,କଳା, ଗୋଲାପୀ, ଲାଲ, ଧଳା କିମ୍ବା ଏଥିସହ ମିଶୁଥିବା ରଙ୍ଗର ବାହନ କିଣିବା ଲାଭଦାୟକ କୁହାଯାଇଛି।ଏଥିପାଇଁ ଏହିରାଶିର ଲୋକଙ୍କୁ ଏହାମଧ୍ୟରୁ କୌଣସି ଏକ ରଙ୍ଗର ବାହନ କିଣିପାରିବେ।

କର୍କଟ: କର୍କଟ ରାଶିର ଜାତକପାଇଁ ନୀଳ, ଧଳା, ଗାଢ଼ ସବୁଜ ଓ ଫିକା ହଳଦିଆ ରଙ୍ଗ ଶୁଭ ମନାଯାଇଥାଏ।ଏଥିପାଇଁ ଏହି ରାଶିର ଲୋକଙ୍କୁଏହାମଧ୍ୟରୁ କୌଣସି ଏକ ରଙ୍ଗର ବାହନ କିଣିବା ଦରକାର।ଏହାଛଡା ଏହିରାଶିର ଲୋକଙ୍କୁ କଳା ରଙ୍ଗର ବାହନ କିଣିବାଠାରୁ ପୁରା ବଞ୍ଚିବା ଦରକାର।

ସିଂହ: ସିଂହ ରାଶିର ଲୋକମାନଙ୍କ ପାଇଁ ନାରଙ୍ଗୀ, କେଶରିଆ କିମ୍ବା ହଳଦିଆ, ନୀଳଲୋହିତ, ସୁନା କିମ୍ବା ଲାଲ ରଙ୍ଗର ବାହନ କିଣିବା ଶୁଭ ମନାଯାଇଥାଏ।କାହିଁକିନା ଏହି ରାଶିର ଲୋକ ସୂର୍ଯ୍ୟଙ୍କ ଠାରୁ ପ୍ରଭାବିତ ହୋଇଥାନ୍ତି।ଏଥିପାଇଁ ଏହି ରାଶିର ଲୋକଙ୍କପାଇଁ ରଙ୍ଗର ବାହନ କିଣିବା ଲାଭଦାୟକ ହୋଇପାରିବ।

ତୁଳା: ତୁଳା ରାଶିର ଜାତକର ଲୋକଙ୍କ ପାଇଁ ଧଳା ଏବଂ ଗାଢ଼ ନୀଳ ବହୁତଭଲ ପଡେ ଅଥବା ଏହି ରାଶିର ଲୋକଙ୍କ ପାଇଁ ଏହି ରଙ୍ଗ ଶୁଭ ମନାଯାଇଥାଏ।ଏଥିପାଇଁ ଏହିରାଶିର ଲୋକଙ୍କୁ ନୀଳ ରଙ୍ଗର ବାହନ କିଣିବା ସବୁଠାରୁ ଅଧିକ ଭାଗ୍ୟଶାଳୀ ରହିଥାଏ।ଏହାଛଡା ସେ ଗୋଲାପୀ ଓ କଳା ରଙ୍ଗର ବାହନବି କିଣିପାରିବେ।

ବିଛା: ବିଛା ରାଶିର ଲୋକଙ୍କୁ ନୀଳଲୋହିତ, ମେରୁନ, ସବୁଜ, ବାଇଗଣୀ ସବୁଜ ରଙ୍ଗ କିମ୍ବା ରେଡିସ କଳା ରଙ୍ଗର ବାହନ କିଣିବା ଲାଭଦାୟକ ହୋଇପାରେ।ଯେବେକି ମିଶାମିଶି ରଙ୍ଗର ବାହନ କିଣିବା ଉଚିତ ନୁହେଁ।

ଧନୁ: ଧନୁରାଶିର ଲୋକଙ୍କପାଇଁ ଗାଢ଼ନୀଳ,ନାରଙ୍ଗୀ,ହଳଦିଆ ଏହିସବୁ ରଙ୍ଗର ବାହନ କିଣିବା ଶୁଭ ମନାଯାଇଥାଏ।ଏଥିପାଇଁ ଏହି ରାଶିର ଲୋକଙ୍କୁଏହାମଧ୍ୟରୁ କୌଣସି ଏକ ରଙ୍ଗର ବାହନ କିଣିବାଲାଭଦାୟକ ହୋଇଥାଏ।ଏମାନଙ୍କୁ କଳା ରଙ୍ଗର ବାହନ କିଣିବା ଉଚିତ ନୁହେଁ।

ମକର: ଏହି ରାଶିର ଲୋକଙ୍କ ପାଇଁ ଧୂସର,ନୀଳ କିମ୍ବା ଫିରୋଦି ରଙ୍ଗର ବାହନ କିଣିବା ଶୁଭ ମନାଯାଇଥାଏ।ତାଙ୍କପାଇଁ ଲାଲ ରଙ୍ଗର ବାହନ ଦୁର୍ଭାଗ୍ୟ ଆଣିପାରେ।ଏଥିପାଇଁ ଲାଲରଙ୍ଗ କିଣିବା ଉଚିତ ନୁହେଁ।

କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ କଳା, ନୀଳ,ବାଇଗଣୀ ତଥା ସବୁଜ ରଙ୍ଗ ଶୁଭ ହୋଇଥାଏ।ଏଥିପାଇଁ ଏହି ରାଶିର ଲୋକଙ୍କୁଏହାମଧ୍ୟରୁ କୌଣସି ଏକ ରଙ୍ଗର ବାହନ କିଣିବା ଲାଭଦାୟକ ହୋଇଥାଏ।

ମୀନ: ମୀନ ରାଶିର ଲୋକଙ୍କପାଇଁ ଫିକାଗୋଲାପୀ,ହଳଦିଆ, ଗାଢ଼ ନୀଳ ରଙ୍ଗର ବାହନ ଅଧିକ ଉପଯୁକ୍ତ ହୋଇଥାଏ।ସବୁଜ ରଙ୍ଗର ବାହନ ଏମାନଙ୍କ ପାଇଁ ଦୁର୍ଭାଗ୍ୟଜନକ ହୋଇଥାଏ।

Leave a Reply

Your email address will not be published. Required fields are marked *