February 4, 2025

Odia Express

Leading Odia News Portal of Odisha

ଲେମ୍ବୁପାଣି କରିବା ସମୟରେ ଆପଣ ଏହି ଭୁଲ କରନ୍ତି କି? ଏହି ଛୋଟ ଭୁଲ ପାଇଁ ଫାଇଦା ହେଇପାରେ ନାହିଁ ଆପଣଙ୍କ ଲେମ୍ବୁ ପାଣିର..

ଯେବେ ଓଜନ କମେଇବାର କଥା ଆସେ ତେବେ ଲେମ୍ବୁ ହିଁ ଏକମାତ୍ର ଫଳ ଅଟେ ଯାହାକୁ ସବୁଠୁ ଅଧିକ ବ୍ୟବହାର କରାଯାଏ।ଲେମ୍ବୁରେ ଭିଟାମିନ ସି ଓ ସିଟ୍ରିକ ଅମ୍ଳର ମାତ୍ରା ଅଧିକ ଥାଏ।ଲେମ୍ବୁକୁ ଆମ ତ୍ୱଚା,ପଚନ ଓ କିଡନୀ ରୋଗରେ ଲାଭଦାୟକ ମାନନ୍ତି।କିନ୍ତୁ ଓଜନ ହ୍ରାସ ବେଳେ ଲୋକଙ୍କର ଏହା ଅଭିଯୋଗ ଥାଏକି ଖାଳିପେଟରେ ଲେମ୍ବୁପାଣି ପିଇବା ପରେ ମଧ୍ୟ ତାଙ୍କର କୌଣସି ଖାସ ଲାଭ ହେଉନାହିଁ।ତାଙ୍କର ଓଜନ ଯେମିତିକୁ ସେମିତି ଅଛି।କେତେକ ଲୋକ ଲେମ୍ବୁପାଣିରେ ମହୁ ମିଶାଇ ମଧ୍ୟ ପିଇଥାନ୍ତି।ଏବଂ କେତେକ ଲୋକ ଚର୍ବି ହ୍ରାସ କରିବାପାଇଁ ଗରମ ପାଣିରେ ଲେମ୍ବୁ ମିଶାଇ ପିଇଥାନ୍ତି।କିନ୍ତୁ ପେଟର ଚର୍ବିକୁ କମ କରିବାପାଇଁ ଲେମ୍ବୁପାଣି ସେପର୍ଯ୍ୟନ୍ତ ଆପଣଙ୍କର ଶରୀରରେ ପ୍ରଭାବ ପକାଇବ ନାହିଁ ଯେପର୍ଯ୍ୟନ୍ତ ଏହାକୁ ତିଆରି କରିବାର ସଠିକ ପ୍ରଣାଳୀ ଆପଣଙ୍କୁ ଜଣାନଥିବ।

ଲେମ୍ବୁର ସେବନ ଦ୍ଵାରା ଆପଣଙ୍କୁ ଗ୍ୟାଷ୍ଟିକର ସମସ୍ୟାଠାରୁ ଉପଶମ ମିଳିଥାଏ।ଯେଉଁ ଲୋକ ବେଶୀ ଲୁଣିଆ, ବେଶୀ ରାଗୁଆ କିମ୍ବା ବାହାର ଖାଦ୍ୟର ଅଧିକମାତ୍ରାରେ ସେବନ କରିଥାନ୍ତି ତାଙ୍କୁ ଲେମ୍ବୁପାଣିର ପ୍ରତିଦିନ ସେବନ କରିବା ଉଚିତ। ଲେମ୍ବୁ ଆମର ମେଟାବୋଲିଜମକୁ ବଢାଏ ଓ ଏହାସହିତ ଏଥିରେ ଥିବା ସିଟ୍ରିକ ଅମ୍ଳ ଆମ ଶରୀରରେ ଥିବା ଚର୍ବିକୁ ହଟେଇବା ପାଇଁ ଲାଭଦାୟକ ରହିଥାଏ।ଓଜନ କମ କରିବାପାଇଁ ଲେମ୍ବୁର କିପରି ବ୍ୟବହାର କରିବା ଉଚିତ ଯାହାଦ୍ଵାରା ଶରୀରର ବଢିଥିବା ଚର୍ବି ମଧ୍ୟ ଶୀଘ୍ର କମିଯିବ।ଆସନ୍ତୁ ଜାଣିବା କିଛି ସାଧାରଣ ଭୁଲ ଉପରେ ଯାହା ଆମକୁ ଲେମ୍ବୁପାଣି କରିବାବେଳେ କରିବାକଥା ନୁହେଁ।

ଖରାଦିନେ ଶରୀରକୁ ଥଣ୍ଡା କରିବାପାଇଁ ଚିନି ଓ ଲେମ୍ବୁପାଣି ପିଅନ୍ତି।କିନ୍ତୁ ଲେମ୍ବୁପାଣିରେ ଚିନି ମିଶାନ୍ତୁନାହିଁ ଏହାଦ୍ଵାରା ଲେମ୍ବୁର ପ୍ରଭାବ କମ ହୋଇଯାଏ।ଏବଂ ଚିନି ଦ୍ଵାରା ଓଜନ ବଢିଥାଏ।ଯଦି ଆପଣ ଚିନି ବଦଳରେ ମହୁ ମିଶାଇ ପିଇବେ ତେବେ ଅଧିକ ଗରମପାଣିରେ ମିଶାନ୍ତୁନାହିଁ କାରଣ ଏହାଦ୍ଵାରା ଆମ ଶରୀରରେ ଓଲଟା ପ୍ରଭାବ ପକାଇଥାଏ।ପାଣିକୁ ଟିକେ ଥଣ୍ଡା କରନ୍ତୁ ଓ ଏହାପରେ ମହୁ ମିଶାନ୍ତୁ।ଯଦି ଲେମ୍ବୁ ଓ ମହୁ ମିଶାଇ ଦେଇଛନ୍ତି ତେବେ ଏହାକୁ ପୁଣି ଗରମ କରନ୍ତୁନାହିଁ ଏପରି କରିବାଦ୍ଵାରା ଏହାର ପୋଷକ ତତ୍ତ୍ୱ କମିଯାଏ।

କେତେକ ଲୋକଙ୍କୁ ଏହା ଜଣାନାହିଁକି ଲେମ୍ବୁର ରସଠାରୁ ଏହାର ଚୋପାରେ ଲେମ୍ବୁରସଠାରୁ ମଧ୍ୟ ବେଶୀ ପୃଷ୍ଟିକର ଥାଏ କିନ୍ତୁ ଅତ୍ୟଧିକ ଲୋକ ଲେମ୍ବୁର ରସକୁ କାଢି ଚୋପାକୁ ଫୋପାଡିଦିଅନ୍ତି।

ଲେମ୍ବୁର ଚୋପା ଓଜନହ୍ରାସ ଠାରୁ ଆରମ୍ଭକରି ଚର୍ବି ଓ କ୍ୟାନ୍ସର ଭଳି ରୋଗକୁ ଠିକ କରିବାପାଇଁ ବ୍ୟବହାର ହୁଏ।ଲେମ୍ବୁର ଚୋପା ବ୍ୟବହାର କରିବାପାଇଁ ଏମିତି ଚୋପା ବାଛନ୍ତୁ ଯାହା ମୋଟା ହୋଇଥିବ।ଲେମ୍ବୁର ଉପର ଅଂଶରେ ଥିବା ତେଲ ହିଁ ଓଜନହ୍ରାସ କରିବାରେ ସହାୟତା କରିଥାଏ।ଲେମ୍ବୁକୁ ଛେଲିବା ସମୟରେ କେବଳ ଏହାର ଉପରର ହଳଦିଆ ଅଂଶକୁ ଛେଲନ୍ତୁ ଭିତରର ଧଳା ଅଂଶକୁ ଛେଲନ୍ତୁନାହିଁ।କାରଣ ଏହାର ସ୍ୱାଦ ଟିକେ ପିତା ହୋଇଥାଏ।ଲେମ୍ବୁର ଚୋପା କାଢ଼ିବାପରେ ୨୫୦ମିଲି ପାଣିକୁ ଗରମ କରନ୍ତୁ।ଏହାକୁ ଗିଲାସରେ କାଢି ଏଥିରେ ଏକ ଚାମଚ ଲେମ୍ବୁର ଚୋପା ପକାନ୍ତୁ।

ଏହାକୁ ପରେ ୨ରୁ ୩ମିନିଟ ପର୍ଯ୍ୟନ୍ତ ଘୋଡାଇ ଟିକେ ଥଣ୍ଡା ହେବାପାଇଁ ଛାଡିଦିଅନ୍ତୁ।ଏବଂ ପରେ ଏଥିରେ ଅଧା ଲେମ୍ବୁର ରସ ମିଶାନ୍ତୁ।ଏପରି ଏହା ତିଆରି ହୋଇଯିବ।ସ୍ୱାଦ ପାଇଁ ଏଥିରେ ମହୁ ମିଶାଇପାରନ୍ତି।ଓଜନହ୍ରାସ ପାଇଁ ଆପଣ ଏହିପରି ଲେମ୍ବୁପାଣି କରିପିଇବା ବହୁତ ଲାଭଦାୟକ ଅଟେ।ପ୍ରତିଦିନ ଖାଳିପେଟରେ ଏହାର ସେବନ କରିବାଦ୍ଵାରା ପ୍ରଥମ ୭ଦିନରୁ ହିଁ ଏହାର ଶରୀର ଉପରେ ପ୍ରଭାବ ଆରମ୍ଭ ହୋଇଯାଏ।ଏବଂ ଧୀରେଧୀରେ ଆପଣ ନିଜ ଶରୀରରେ ହାଲୁକାପଣ ଅନୁଭବ କରିପାରନ୍ତି।ଏହା ଚେହେରାର ରଙ୍ଗକୁ ମଧ୍ୟ ଭଲ କରିଥାଏ।ଯେଉଁମାନଙ୍କର ଏସିଡ଼ିଟିର ସମସ୍ୟା ଅଛି ସେମାନେ ଏହାକୁ ଖାଲିପେଟରେ ସେବନ କରନ୍ତୁନାହିଁ।

Leave a Reply

Your email address will not be published. Required fields are marked *