October 23, 2024

Odia Express

Leading Odia News Portal of Odisha

ନିଜ ଦାନ୍ତର ଚମକ ଓ ଉପଯୁକ୍ତ ଯତ୍ନ ନିମନ୍ତେ ଘରୋଇ ଚିକିତ୍ସା – ଜାଣିଦେଲେ ଜୀବନରେ କେବେ ଆପଣଙ୍କ ଦାନ୍ତ ହଳଦିଆ ଦେଖାଯିବନାହିଁ..

ଭଗବାନ ପ୍ରଦାନ କରିଥିବା ଏହି ଶରୀରକୁ ସମସ୍ତେ ବହୁତ ଭଲପାଆନ୍ତି।ସମସ୍ତେ ନିଜ ଶରୀରର ଉପଯୁକ୍ତ ବିକାଶ ଓ ସୁନ୍ଦରତା ଉପରେ ବହୁତ ଗୁରୁତ୍ୱାରୋପ କରିଥାନ୍ତି।ସମସ୍ତ ନିଜ ଶରୀରକୁ ସୁନ୍ଦର ଓ ଆକର୍ଷକ କରିବାକୁ ଚାହାନ୍ତି।ଯାହା ଫଳରେ ନିଜକୁ ଆତ୍ମସନ୍ତୋଷ ମିଳିଥାଏ।ତେଣୁ ଏଥିପାଇଁ ନିଜର ଯତ୍ନ ଓ ଉପଯୁକ୍ତ ଖାଦ୍ୟର ଯଥେଷ୍ଟ ଆବଶ୍ୟକତା ରହିଛି। ଆମ ଶରୀରର ଉପଯୁକ୍ତ ଯତ୍ନ ଦ୍ୱାରା ଆମେ ଏହାକୁ ଆକର୍ଷକ କରି ପାରିବା।ଆମ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ମଧ୍ୟରେ ଦାନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।ଏହା ମଧ୍ୟ ଆମ ଶରୀରର ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।ଖାଦ୍ୟ ଚର୍ବନରେ ଏହା ବିଶେଷ ଭୂମିକା ଗ୍ରହଣ କରିଥାଏ।ଯାହାଦ୍ୱାରା ଖାଦ୍ୟ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସାବଲୀଳ ହୋଇଥାଏ।ଦାନ୍ତ ମଧ୍ୟ ଆମ ମୁହଁର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିଥାଏ।ହସିବା ସମୟରେ ଏହା ବହୁତ ସୁନ୍ଦର ଲାଗେ।

ଦାନ୍ତର ଦୁର୍ବଳତା ଶରୀରକୁ ମ୍ରିୟମାଣ କରିଥାଏ।ହଜମ ପ୍ରକ୍ରିୟାରେ ବାଧା ଉପୁଜିବା ସହିତ ମୁହଁ ଅସୁନ୍ଦରତାର ପ୍ରମୁଖ କାରଣ ଏହା ହୋଇଥାଏ।ଏହା ହଳଦିଆ ପଡିବା ମଧ୍ୟ ଆଦୌ ଭଲ ନୁହେଁ। ଦାନ୍ତର ଦୁର୍ବଳତା ବିଭିନ୍ନ ରୋଗର କାରଣ ହୋଇଥାଏ।ଏଥିପାଇଁ ବହୁତ ଲୋକ ବିବ୍ରତ ହୋଇଥାନ୍ତି ଓ ଏହି ଦାନ୍ତ ସମସ୍ୟା ମଧ୍ୟ ବହୁତ ଲୋକଙ୍କର ଚିନ୍ତାର ବିଷୟ ଅଟେ।ଏଥିପାଇଁ ବହୁତ ଔଷଧ ଓ ଆଧୁନିକ ଜିନିଷର ପ୍ରୟୋଗ ହୋଇଥାଏ।କିନ୍ତୁ ବର୍ତ୍ତମାନ ଆମେ ଘରୋଇ ଉପାୟରେ କିପରି ଆମ ଦାନ୍ତକୁ ଚମକ କରି ପାରିବା ଓ ହଳଦିଆ ହେବାରୁ ରୋକିବା ତାହା ତଳେ ବର୍ଣ୍ଣିତ ହୋଇଛି।

ଆଧୁନିକ ଉପଚାର ଠାରୁ ଘରୋଇ ଉପଚାର ବହୁତ ଫଳପ୍ରଦ ଓ ବିଶୁଦ୍ଧ ହୋଇଥାଏ।ଏହାର କିଛି ଖରାପ ପ୍ରଭାବ ଶରୀର ଉପରେ ପଡେନାହିଁ।ତେଣୁ ଘରୋଇ ପ୍ରଣାଳୀରେ ଦାନ୍ତର ଚିକିତ୍ସା ମଧ୍ୟ ବହୁତ ଲାଭଦାୟକ ଅଟେ।

ପ୍ରଣାଳୀ-୧: ପ୍ରଥମେ ଏକ ପାତ୍ରରେ ଗୋଟେ ଚାମଚ ବେକିଙ୍ଗ ସୋଡ଼ା ନେବା।ଏହାକୁ ଖାଇବା ସୋଡା ମଧ୍ୟ କୁହାଯାଏ।ଏହା ମଧ୍ୟ ବଜାରରେ ଖୁବ ସହଜରେ ମିଳିଥାଏ। ତାପରେ ଏଥିରେ ଗୋଟେ ଚାମଚ ପାଣି ପକାଇ ଭଲଭାବରେ ମିଶ୍ରଣ କରିବା।ଓ ସପ୍ତାହରେ ଦୁଇ ଥର ଏହାକୁ ବ୍ରଶ କରିବା।ସଠିକ ତରିକାରେ ବ୍ରଶ କରିବା ଦ୍ୱାରା ଆମେ ବହୁତ ଶୀଘ୍ର ଫଳାଫଳ ପାଇବା ଓ ଦାନ୍ତ ଚମକପ୍ରଦ ହେବ।

ପ୍ରଣାଳୀ-୨: ଏହା ମଧ୍ୟ ଏକ ସରଳ ଉପାୟ ଅଟେ।ଏହି ଉପଚାରରେ ଆମକୁ କିଛି ଲୁଣ ଓ ସୋରିଷ ତେଲର ଆବଶ୍ୟକତା ରହିଛି। ପ୍ରଥମେ କିଛି ଲୁଣ ନିଜ ହାତରେ ନେବା ଓ କିଛି ବୁନ୍ଦା ସୋରିଷ ତେଲ ସେଥିରେ ମିଶେଇକି ଏକ ମିଶ୍ରଣ ପ୍ରସ୍ତୁତ କରିବା ଓ ଆସ୍ତେ ଆସ୍ତେ ଏହାକୁ ନିଜ ଦାନ୍ତରେ ଓ ମାଢ଼ିରେ ଘଷିବା।ଏହାକୁ ନିୟମିତ କରିବା ଦ୍ୱାରା ଜଲଦି ଫଳ ମିଳିଥାଏ। ଓ ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।

ଏଥି ସହିତ ଦାନ୍ତର ଉପଯୁକ୍ତ ଯତ୍ନ ପାଇଁ ଆମକୁ ନିଜ ଖାଦ୍ୟରେ ଗାଜର, ଳେମ୍ବୁ, ସେଓ, ହଳଦୀ ଆଦି ଖାଇବାକୁ ପଡିବ।ଏବଂ ଅତ୍ୟଧିକ ଗରମ କିମ୍ବା ଅତ୍ୟଧିକ ଥଣ୍ଡା ଓ ଅଧିକ ମିଠା ଖାଦ୍ୟ କମ ଖାଇବାକୁ ପଡିବ। ଏସବୁ ଅଧିକ ଖାଇବା ଦ୍ୱାରା ଦାନ୍ତ କ୍ଷୟ ହୋଇଥାଏ।ଏଥି ସହିତ ଦୈନିକ ସକାଳେ ଓ ସନ୍ଧ୍ୟାରେ ଦୁଇଥର ବ୍ରଶ କରିବାକୁ ପଡିବ। ଯାହାଦ୍ୱାରା ଆମ ଦାନ୍ତ ରହିବ ସୁସ୍ଥ ,ସବଳ ଓ ମଝବୁତ।

Leave a Reply

Your email address will not be published. Required fields are marked *