December 23, 2024

Odia Express

Leading Odia News Portal of Odisha

ମା-ବାପାଙ୍କ ପ୍ରତି ଆପଣଙ୍କ ଚିନ୍ତାଧାରା ବଦଳାଇ ଦେବ ଏହି କାହାଣୀ – ଏହାକୁ ପଢିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ ନିଶ୍ଚୟ – ଦୁନିଆର ସବୁ ଲୋକ ଏହାକୁ ପଢିବା ନିହାତି ଦରକାର..

ନମସ୍କାର, ଯେପରି ଗୋଟେ ପିଲା ବଡ ହୁଏ ତ ସେ ଆତ୍ମନିର୍ଭରଶୀଳ ହେବାକୁ ଲାଗେ।ସେ ବହୁତ ପ୍ରକାରର ସ୍ୱାଧୀନତା ଆବଶ୍ୟକ କରିଥାଏ।ଯେଉଁଥିରୁ ଗୋଟେ ହେଉଛି ମନଇଚ୍ଛା କହିବାର ସ୍ୱାଧୀନତା।ଓ ଏହି ସ୍ୱାଧୀନତା ପାଇଁ କେତେ ପିଲା ନିଜ ମାତାପିତାଙ୍କ ସହ ଏମିତି କଥା ମଧ୍ୟ କହିଦିଅନ୍ତି ଯାହା ତାଙ୍କୁ କେବେବି କହିବାକଥା ନୁହେଁ। ଆପଣ ମତେ ଖୁସିରେ ଦେଖିହିଁ ପାରିବେନି,ଆପଣ ମୋପାଇଁ ଏତିକିବି ଯଦି କରିପାରିବେନି ତେବେ ମତେ ଜନ୍ମ କଲେ କାହିଁକି, ଆପଣ ଆଜିଯାଏ ମୋପାଇଁ କଣ କରିଛନ୍ତି।ନିଜ ମାତାପିତାଙ୍କୁ ଏମିତି କହିବାରେ ମଧ୍ୟ ସଙ୍କୋଚ କରିନଥାନ୍ତି। ଏହି କାହାଣୀକୁ ଶୁଣିବା ଓ ବୁଝିବା ପରେ ଆପଣ ନିଜ ମାତାପିତାଙ୍କର ଅସଲ ମୂଲ୍ୟ ଜାଣିପାରିବେ।ତେବେ ଚାଲନ୍ତୁ ଦେଖିବା ଏକ ବହୁତଭଲ ପ୍ରେରକ କାହାଣୀ।

ଗୋଟେ ଛୋଟ ପିଲା ବହୁତ ସମୟ ହବ କାଗଜ ଉପରେ କିଛି ଲେଖୁଥିଲା।ତାର ମା ତାକୁ କେତେଥର ପଚାରିଲେ ମଧ୍ୟ କି ପ୍ରକୃତରେ ତମେ କଣ ଲେଖୁଛ? ।କିନ୍ତୁ ପିଲାଟି ପ୍ରଶ୍ନର ଉତ୍ତର ଦେଲା ନାହିଁ।ସେ ନିଜ ବିଚାରରେ ନିମଗ୍ନ ରହିଲା ଓ କାଗଜ ଉପରେ କିଛି ନା କିଛି ଲେଖୁଥିଲା।କିଛି ଘଣ୍ଟା ପରେ ସେହି ପିଲା ସେହି କାଗଜକୁ ନେଇ ତାର ମା ପାଖକୁଗଲା ଓ କହିଲା ଏଇନିଅ ପୁରା ମାସର ହିସାବ।ଏଥିରେ ସେହିସବୁ ଜିନିଷ ଲେଖିଦେଇଛି ଯାହା ମୁଁ ତୁମପାଇଁ ଓ ବାପାଙ୍କ ପାଇଁ କରିଛି ।ଏହାକୁ ଭଲଭାବରେ ପଢିନିଅ ଓ ଜଲଦି ମୋ ହିସାବ କରିଦିଅ।ଯେତେବେଳେ ମା ସେହି କାଗଜକୁ ପଢିବାକୁ ଲାଗିଲେ ସେଥିରେ ଲେଖା ହୋଇଥିଲା।

୧:ବଗିଚା ସଫା କରିବାପାଇଁ ୫୦ଟଙ୍କା।

୨: ମୋ କକ୍ଷ ସଫା କରିବା ପାଇଁ ୧୦୦ଟଙ୍କା।

୩: ବାପାଙ୍କର ମଧ୍ୟାହ୍ନଭୋଜନ ତାଙ୍କ ଅଫିସ ନେଇଯିବାପାଇଁ ୧୦୦ଟଙ୍କା।

୪: ସଉଦା ଦୋକାନ ଯାଇ ଜିନିଷ ଆଣିବାକୁ ୫୦ଟଙ୍କା।

୫: ଛୋଟ ଭାଇର ଦେଖାଶୁଣା କରିବାପାଇଁ ୫୦ଟଙ୍କା।

୬: ଆପଣଙ୍କ ପାଇଁ ଔଷଧ ଆଣିବା ପାଇଁ ୫୦ଟଙ୍କା।

୭:କେବେକେବେ ଆପଣଙ୍କ ପାଇଁ ଚାହା କରିବାପାଇଁ ୫୦ଟଙ୍କା।

ମୋଟରେ ହେଉଛି ୪୫୦ ଟଙ୍କା।

ଯେମିତିହି ମା କାଗଜକୁ ପଢ଼ି ନେଲେ ପୁଅ ପୁଣିଥରେ କହିଲା ,ମୁଁ ପୁରାମାସ ରେ ଆପଣଙ୍କ ପାଇଁ କେତେ କଣ ନ କରିଛି।ଜଲଦି ମୋ ହିସାବ କରିଦିଅନ୍ତୁ।ଏହା ଶୁଣି ମା ଆଶ୍ଚର୍ଯ୍ୟ ହୋଇଗଲେ।ସେ କିଛି ସମୟପାଇଁ ବିଚାର କଲେ ଓ ପୁଣି ପିଲାର ହାତରୁ କଲମ ନେଇ ନିଜେମଧ୍ୟ କାଗଜ ଉପରେ କିଛି ଲେଖିବା ଆରମ୍ଭ କରିଦେଲେ।ଯେମିତି ହିଁ ମା ନିଜ କାଗଜ ପିଲାଟିର ହାତରେ ରଖିଲେ।ସେଥିରେ ଲେଖା ଥିଲା।

ତୁମକୁ ୯ମାସ ନିଜ ଗର୍ଭ ରେ ରଖିବା ଓ ପାଳିବା ପାଇଁ କିଛି ଶୁଳ୍କ ନାହିଁ କେବଳ ପ୍ରେମ ।ତୁମକୁ ଦୁନିଆକୁ ଆଣି ଚଲେଇବା ,କଥା କୁହାଇବା ,ଖାଦ୍ୟଦେବା ର କୌଣସି ଶୁଳ୍କ ନାହିଁ କେବଳ ପ୍ରେମ।ତୁମ ଦେହ ଖରାପ ହେଲେ ରାତିସାରା ଅନିଦ୍ରା ହୋଇ ତୁମ ସେବା କରିବାର କିଛି ଶୁଳ୍କ ନାହିଁ କେବଳ ପ୍ରେମ।ତୁମ ଖୁସିପାଇଁ ସବୁବେଳେ ମନ୍ଦିରଯାଇ ପ୍ରାଥନା କରିବାପାଇଁ କିଛି ଶୁଳ୍କ ନାହିଁ କେବଳ ପ୍ରେମ।ଏତିକିହିଁ ନୁହଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତୁମର ଭଲପାଇଁ ଚାହୁଁଥିବାରୁ କୌଣସି ଶୁଳ୍କ ନାହିଁ କେବଳ ପ୍ରେମ।ଯେବେତୁମେ ଏହିସବୁ ହିସାବ କୁ ଯୋଡିବ ତେବେ ଆମର ପ୍ରେମର ମୂଲ୍ୟ କିଛିବି ନୁହଁ ବଦଳରେ ତୁମର ପ୍ରେମ।ଯେମିତିହି ପିଲା ମାଆଙ୍କର ସେହି ଚିଠି ପଢିଲା ତେବେ ତାକୁ ଅନୁଭବ ହେଲା ମାଆବାପାଙ୍କର ପ୍ରେମ।ସେ ନିଜ ମାଆଙ୍କ ସହ ଆଲିଙ୍ଗନକରି କହିଲା ମୁଁ ବୋଧହୁଏ ଆପଣଙ୍କର ଭଲପାଇବାକୁ ଭୁଲିଯାଇଥିଲି କିନ୍ତୁ ଏବେ ମୋ ଆଖି ଖୋଲିଯାଇଛି।ମୁ ଆପଣଙ୍କୁ ଜୀବନସାରା ଭଲପାଇବି।ତେବେ ଆପଣ ମଧ୍ୟ ଆପଣଙ୍କ ବାପା ମା ଙ୍କୁ ସବୁବେଳେ ଭଲ ପାଆନ୍ତୁ କାରଣ ତାଙ୍କ ଝାଳ ର ଗୋଟେ ବୁନ୍ଦା ଆମେ ଜୀବନସାରା ଖଟିଲେ ମଧ୍ୟ ସୁଝି ପରିବା ନାହିଁ |ଭଲ ଲାଗିଲେ ନିଶ୍ଚୟ ସେୟାର କରିବେ

Leave a Reply

Your email address will not be published. Required fields are marked *