December 26, 2024

Odia Express

Leading Odia News Portal of Odisha

କେମିତି ସହଜ ଘରୋଇ ଉପଚାରରେ କେଶ ଝଡ଼ିବାରୁ ମୁକ୍ତି ପାଇବା ଏବଂ ପତଳା କେଶକୁ ମୋଟା ଏବଂ ଘନ କେମିତି କରିବା ?

ମୁଁ ଏବେ ଆପଣଙ୍କୁ କହିବାକୁ ଯାଉଥିବା ଉପଚାର କୁ ଆପଣେଇଲେ ଯେତେ ବି ଖରାପ କେଶ ହେଇଥାଉ ନା କାହିଁକି ଏହା ଆପଣଙ୍କ କେଶକୁ ମଜବୁତ ଏବଂ ଘନ କରିବାରେ ସମର୍ଥ ହେବ । କେଶ ଝଡ଼ିବା, କେଶ ପତଳା ହେବାରୁ ରକ୍ଷା ପାଇବା ପାଇଁ ଆମେ କହିବାକୁ ଯାଉଥିବା ଉପଚାରକୁ ଆପଣାନ୍ତୁ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖାସ ଉପାୟ ଯାହାକୁ ପାଞ୍ଚ ଥର ଲଗାଇବା ପରେ ଆପଣଙ୍କ ସମସ୍ୟା ଦୂର ହେବ ଏବଂ ଏହା ମଧ୍ୟ ଆପଣ ଅନୁଭବ କରିପାରିବେ।ଏହି ଉପାଚାରକୁ ଆପଣେଇବା ବେଳେ କୋୖଣସି ବି କେମିକାଲ ଜିନିସ ବ୍ୟବହାର କରନ୍ତୁ ନାହିଁ । ଆସନ୍ତୁ ଜାଣିବା କେମିତି ଏହି ଉପାୟକୁ ବନେଇବା । ପ୍ରଥମେ ଆପଣଙ୍କୁ ନେବାକୁ ହେବ କିଛି ମାତ୍ରାରେ କଳା ଜିରା, କେଶ ଝଡ଼ିବା, କେଶ ଛିଣ୍ଡି ଯିବାକୁ ରୋକିବାରେ କଳା ଜିରା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କଳା ଜିରା ସହିତ ଆପଣକୁ ଆଉ ଏକ ଜିନିଷ ନେବାକୁ ହେବ ତାହା ହେଉଛି ମେଥି ଦାନା।

କେଶ ରୁକ୍ଷ ହେବା ଏବଂ ପତଳା କେଶରୁ ଚନ୍ଦାପଣ ହେବ ସମସ୍ୟାରୁ ମେଥି ଦାନ ରକ୍ଷା କରିଥାଏ । ପ୍ରଥମେ ଆପଣ ଏକ ତାଟିଆ ନିଅନ୍ତୁ ସେଥିରେ ଅଢେଇ ଚାମଚ ମେଥି ଦାନ ନିଅନ୍ତୁ ଏବଂ ତା ସହ ଅଢେଇ ଚାମଚ କଳା ଜିରା ମଧ୍ୟ ନିଅନ୍ତୁ, ପାଖ ପାଖି ଦୁଇଟାକୁ ଆପଣଙ୍କୁ ପାଞ୍ଚ ଚାମଚ ନେବାକୁ ହେବ ତା ପରେ ତାକୁ ଭଲ ଭାବେ ମସାଇ ଦିଅନ୍ତୁ, ଗୋଟିଏ ବଡ ପାତ୍ର ନିଅନ୍ତୁ ସେଥିରେ ସେହି ମିଶ୍ରଣ ରଖନ୍ତୁ ଏବଂ ସେଥିରେ ତିନି କପ ପାଣି ମିଶାଇ ଦିଅନ୍ତୁ , ଏହା ପରେ ଏହାକୁ ଧିମା ଆଞ୍ଚରେ ଫୁଟାଇ ଦିଅନ୍ତୁ ସେତିକି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେପର୍ଯ୍ୟନ୍ତ ତାହା ଗୋଟେ କପ ହୋଇ ନ ଯାଇଛି ।

ତା ପରେ ତାକୁ ଛାଣି ଦିଅନ୍ତୁ ,ଦେଖିବେ ତାହା ଯେମିତି ଗୋଟେ କପ କିମ୍ବା ଗୋଟେ ତାଟିଆ ହୋଇଥିବା ଏବଂ ତାର ରଙ୍ଗ ମଧ୍ୟ ବଦଳି ଯାଇଥିବ । ତା ପରେ ତାକୁ ଥଣ୍ଡା ହେବା ଯାଏ ଛାଡିଦିଅନ୍ତୁ, ଏହା ଥଣ୍ଡା ହେଲା ପରେ ସେଥିରେ ଆଲୋଭେରା ଜେଲ କିଛି ମିଶାଇ ଦେବେ, ଆଲୋଭେରା ଜେଲ କେଶକୁ ନରମ ଏବଂ ଚିକଣ କରିଥାଏ, ଆପଣ ଚାହିଁଲେ ପ୍ରାକୁତିକ ଆଲୋଭେରା ବ୍ୟବହାର କରି ପାରିବେ କିନ୍ତୁ ପ୍ରାକୁତିକ ଆଲୋଭେରାକୁ ବହୁତ ଦିନ ଷ୍ଟୋର କରି ରଖିପାରିବେ ନାହିଁ ତେଣୁ ଆପଣ ବଜାରରେ ମିଳୁଥିବା ଆଲୋଭେରା ଜେଲ ମଧ୍ୟ ବ୍ୟବହାର କରିପାରିବେ ।

ଏବେ ଫୁଟାଇ ଥିବା କଳା ଜିରା ଏବଂ ମେଥି ଦାନା ମିଶ୍ରିତ ପାଣି ରେ ଏକ ଚାମଚ ଆଲୋଭେରା ଜେଲ ମସାଇ ଭଲ ଭାବେ ହଲାଇ ଦିଅନ୍ତୁ ଯେମିତି ତାହା ଭଲ ଭାବେ ମିଶ୍ରଣ ହେଇଯିବ, ତାହାକୁ ରଖିବା ପାଇଁ କାଚ ବୋତଲ ବ୍ୟବହାର କରନ୍ତୁ କାରଣ କାଚ ବୋତଳରେ ଏହା ଅଧିକ ଦିନ ପର୍ଯ୍ୟନ୍ତ ରହିଲେ ବି ନଷ୍ଟ ହେବ ନାହିଁ । ଏହାକୁ ଲଗାଇବା ପୂର୍ବରୁ କେଶକୁ ଭଲ ଭାବେ ସଫା କରନ୍ତୁ ଓ ବାଳ ସୁଖୀ ଯିବା ପରେ ସେହି ତେଲକୁ ଆବଶ୍ୟକ ଅନୁଯାୟୀ କେଶରେ ଲଗାନ୍ତୁ । କିଛି ଦିନ ଲଗାଇବା ପରେ ଏହାର ଉପକାର ଆପଣ ଅନୁଭବ କରିବାରେ ଲାଗିବେ ଏହା ଆପଣଙ୍କ ଚନ୍ଦାପଣ, କେଶ ଝଡ଼ିବା, କେଶ ପତଳା ହେବା ସମସ୍ୟାରୁ ମୁକ୍ତି ପାଇ ପାରିବେ ।

Leave a Reply

Your email address will not be published. Required fields are marked *