ପାଞ୍ଚ ବର୍ଷ ବୟସରୁ ବାପାଙ୍କ ସହ ଜେଲ ରେ ଥିଲା ଏହି ଛୁଆଟି , କଲେକ୍ଟର ସାହେବ ଏପରି କିଛି କଲେ ଯେ ସେହି ପିଲାର ଜୀବନ ବଦଳି ଗଲା- ଆପଣ ମଧ୍ୟ ଜାଣି ରଖନ୍ତୁ…
ଆଜି ଏହି ଦୁନିଆରେ ଏପରି ବହୁତ ପିଲା ଅଛନ୍ତି ଯେଉଁମାନେ ପଢିବା ପାଇଁ ଚାହାନ୍ତି , ଭବିଷ୍ୟତ ଗଢିବାକୁ ଚାହାନ୍ତି । କିନ୍ତୁ ସେହି ପିଲାମାନଙ୍କ ଅବସ୍ଥା ଏପରି କି ସେମାନେ ଅଧିକ ପଢିପାରନ୍ତି ନାହିଁ କିମ୍ବା ସଠିକ ସୁଯୋଗରୁ ବଞ୍ଚିତ ରହନ୍ତି । ଏହି ସମୟରେ ଯଦି ଆମେ ନାଗରିକ ମାନେ ଏହି ପିଲାମାନଙ୍କୁ ବିପଦରେ ପଡିଥିବା ଏହି ପିଲାଙ୍କୁ ସହଯୋଗର ହାତ ବଢେଇବୁ ଓ ସେମାନକୁ ଏକ ସଠିକ ମାର୍ଗଦର୍ଶନ ଦେବୁ ସେମାନଙ୍କର ନଷ୍ଟ ହେଉଥିବା ଜୀବନ ଆବାଦ ହୋଇପାରିବ । ଏପରି ଏକ ପୂଣ୍ୟର କାର୍ଯ୍ୟ ଛତିଶଗଡ ର ବିଲାସପୁର ର ଜେନ ଆଇଏଏସ କରି ଦେଖେଇଛନ୍ତି । ସେ ଜେଲ ରେ ଥିବା ଏକ ପିଲା ପାଇଁ ଏପରି କିଛି କମ କଲେ ଯେ ତାର ଜୀବନ ବଦଳି ଗଲା । ଆସନ୍ତୁ ଏହି ମାମଲା ଆହୁରି ବିସ୍ତାରପୂର୍ବକ ଜାଣିବା ।
ଆଶା (ଛଦ୍ମ ନାମ ) ଯେତେବେଳେ ମାତ୍ର ଛଅ ମାସର ଥିଲା ସେତେବେଳୁ ସେ ଜେଲରେ ନିଜ ଜୀବନ ବିତାଉ ଥିଲା । ଏବେ ଆପଣ ଭାବୁଥିବେ କି ଏହି ଛଅ ମାସର ଶିଶୁ କି ଅପରାଧ କରିଥିଲା ଯେ ତାକୁ ଜେଲ ରେ ରହିବାକୁ ପଡିଲା । ପ୍ରକୃତରେ ଏହି ଅପରାଧ ସେ ନୁହେଁ ବରଂ ତାର ବାପା କରିଥିଲେ । ଯେତେବେଳେ ଆଶା ର ଜନ୍ମ ହୋଇଥିଲା ତାର ମା ଙ୍କର ଦେହାନ୍ତ ହୋଇଗଲା । ଏହାପରେ ତାର ପିତାଙ୍କୁ ଏକ ଅପରାଧରେ ଜେଲ ଯିବାକୁ ପଡିଲା । ଆଶା କଥା ବୁଝିବାକୁ ଅନ୍ୟକେହି ନଥିବାରୁ ତାକୁ ମଧ୍ୟ ତାର ବାପାଙ୍କ ସହ ଜେଲରେ ରହିବାକୁ ପଡିଲା । ସେଠାରେ ତାର ତତ୍ଵ ନେବା ନିମନ୍ତେ ଜେଲ ପ୍ରଶାସନ ଜଣେ ମହିଳା କଏଦୀଙ୍କୁ ଦାୟିତ୍ଵ ଦେଇଥିଲେ । ଏହିଭଳି ଏହି ଶିଶୁଟି ଜେଲ୍ ରେ ରହି ବଢିବାକୁ ଲାଗିଲା ।
ବର୍ତ୍ତମାନ ଆଶା 6ବର୍ଷର ହୋଇଗଲାଣି , ତାକୁ ଜେଲରେ ଥିବା ପ୍ଲେସ୍କୁଲ ରେ ପାଠ ପଢା ଯାଉଥିଲା । ତା ମଧ୍ୟରେ ପାଠପଢାକୁ ନେଇ ଏକାଗ୍ରତା ଥିଲା । ଏହି ମଧ୍ୟରେ ଦିନେ ବିଲାସପୁର ଜିଲ୍ଲାପାଳ ଡ.ସଞ୍ଜୟ ଅଲଙ୍ଗ ଜେଲ ନିରୀକ୍ଷଣ କରିବାକୁ ଆସିଥିଲେ ଓ ତାଙ୍କର ସାକ୍ଷାତ ଏହି ଛଅ ବର୍ଷିୟା ଆଶା ସହିତ ହୋଇଥିଲା । ଏହି ସମୟରେ କଲେକ୍ଟର ସାହେବ ତାକୁ ପଚାରିଥିଲେ କି ସେ କଣ କରିବାକୁ ଚାହୁଁଛି ଓ ସେ ନିରୀହତାର ସହ କହିଲା ସେ ଜେଲ ରୁ ବାହାରକୁ ଯାଇ ସ୍କୁଲ ଯିବାକୁ ଚାହୁଁଛି ଓ ଅଧିକ ପାଠ ପଢିବାକୁ ଇଚ୍ଛୁକ । ପିଲାଟିର ଏହି ଉତ୍ତର ଜିଲ୍ଲାପାଳ ମହୋଦୟଙ୍କ ହୃଦୟକୁ ଛୁଇଁଗଲା , ବାସ, ଏହାପରେ ଆଉ କଣ ଥିଲା? ସେ ତୁରନ୍ତ ଝିଅଟିକୁ ସେଠାକାର ଏକ ଭଲ ସ୍କୁଲରେ ନାମ ଲେଖାଇବାର ବ୍ୟବସ୍ଥା କରିଦେଲେ । କେବଳ ଏତିକି ନୁହେଁ ସେ ସେହି ସ୍କୁଲର ହଷ୍ଟେଲରେ ତା ପାଇଁ ରହିବା ନିମନ୍ତେ ବ୍ୟବସ୍ଥା କରିଦେଲେ । ତାଙ୍କର ଏହି ମହନୀୟ ଉଦ୍ୟମରେ ସହରର ଲାୟନ୍ସ କ୍ଲବ ମଧ୍ୟ ସହାୟତା କରିଥିଲା ।
ଜଣେଇ ଦେଉଛୁ ଯେ ଆଇଏଏସ ଡ.ସଞ୍ଜୟ ଅଲଙ୍ଗଙ୍କର ମଧ୍ୟ ଲେଖାପଢା ର ବହୁତ ଆଗ୍ରହ ଥିଲା । ସେ ଜଣେ ସାହିତ୍ୟିକ ମଧ୍ୟ ଅଟନ୍ତି । ସେ କେତେଗୁଡିଏ ପୁସ୍ତକ ରଚନା କରିଛନ୍ତି । ନିଜର ପୁସ୍ତକ ଓ କବିତା ନିମନ୍ତେ ସେ “ରାଷ୍ଟ୍ରକବି ଦିନକର ସମ୍ମାନ”, “ଭାରତ ଗୌରବ ସମ୍ମାନ”, ସେବା ଶିଖର ସମ୍ମାନ” ଭଳି ପୁରସ୍କାର ପ୍ରାପ୍ତ ହୋଇଛନ୍ତି । ଯେତେବେଳେ କଲେକ୍ଟର ସାହେବ ଝିଅକୁ ସାହାଯ୍ୟ ବିଷୟ ପଚରାଗଲା ସେ କହିଲେ ଯେ “କୌଣସି ବ୍ୟକ୍ତିର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବା ସମ୍ଭବ”। ଏଥିପାଇଁ ଆମକୁ ସାହାଯ୍ୟ ପାଇଁ ଆଗେଇ ଆସିବାକୁ ହେବ। କୌଣସି ପିଲାର ଆପଣ ପୃଷ୍ଠଭୂମି ନଦେଖି ତାକୁ ଜୀବନରେ ଆଗକୁ ଯିବାକୁ ପୂର୍ଣ୍ଣ ଅବସର ପ୍ରଦାନ କରନ୍ତୁ । ଆମର ଏକ ଛୋଟ ପ୍ରଚେଷ୍ଟା କୌଣସି ଶିଶୁକୁ ଏକ ଉନ୍ନତ ଭବିଷ୍ୟତ ପ୍ରଦାନ କରିପାରିବ ।