December 23, 2024

Odia Express

Leading Odia News Portal of Odisha

ଏହା ଛୋଟ ଖଣ୍ତ ୫ ମିନିଟ୍ ରେ ଆପଣଙ୍କ ଦାନ୍ତ ମୋତି ପରି ଚମକିବ – ନିଶ୍ଚୟ ଜାଣିରଖନ୍ତୁ..

ଯେବେ କେଉଁ ବ୍ୟକ୍ତି ହସିଥାଏ ତେବେ ସବୁଠାରୁ ପ୍ରଥମ ତାର ଦାନ୍ତ ନଜର ଆସିଥାଏ , ଏହି ଦାନ୍ତ ଆପନଙ୍କ ହସରେ ଆହୁରି ସୁନ୍ଦର କରିଦିଏ , କିନ୍ତୁ ଏହି ଦାନ୍ତ ତେବେ ଦେଖିବାକୁ ସୁନ୍ଦର ଲାଗିଥାଏ , ଯେବେ ଏହା ମୋତିପରି ସଫା ହୋଇଥିବ ,ଯଦି ଆପଣଙ୍କ ଦାନ୍ତରେ ହଳଦିଆ ଦାଗ ହୋଇଛି, ତେବେ କାହାକୁ ଦେଖିବାକୁ ଏହା ଭଲ ଲାଗିବ ନାହିଁ ଦାନ୍ତ ହଳଦିଆ ହେବାର ବହୁତ ସାରା କାରଣ ହୋଇଥାଏ , ଯେଉଁଥିରେ ଦାନ୍ତର ଦେଖାଶୁଣା  ନ କରିବା,  ସମୟରେ ବ୍ରଶ୍ ନକରିବା, ଓ ପାନ ମସଲା ବା ତମାଖୁ ଇତ୍ୟାଦିର ସେବନ କରିବା ସାମିଲ୍ ହୋଇଥାଏ , ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇଥାଏ , କିନ୍ତୁ ଧଳା ଦାନ୍ତରେ ଆହୁରି ଚମକଦାର କରିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଏକ ଉପାୟ କହିବୁ ଯାହାକୁ ନେଇ ଆପଣଙ୍କ ଦାନ୍ତ କେବଳ ୫ ମିନିଟ୍ ରେ ଚମକିବାକୁ ଲାଗିବ ।

ଯଦି ଆପଣଙ୍କ ଦାନ୍ତକୁ ଚମକାଇବାପାଇଁ କେଉଁ ଡେଣ୍ଟିଷ୍ଟ ପାଖକୁ ଯାଇଥାନ୍ତି , ସେ କେମିକାଲ୍ ସହାୟତାରୁ ଏହି ଚମକାଇ ଦେଇଥାଏ,  କିନ୍ତୁ ଏଥିରେ ବହୁତ ଖର୍ଚ୍ଚ୍ ଆସିଯାଏ , ଏମିତିରେ ଆଜି ଆମେ ଆପଣଙ୍କୁ ଦାନ୍ତକୁ ଚମକାଇବାପାଇଁ ତରିକା ବିଷୟରେ କହିବାକୁ ଯାଉଛୁ, ଆସନ୍ତୁ ଜାଣିବା । ଦାନ୍ତକୁ ଚମକାଇବାକୁ ହେଲେ ଏହି ସବୁ ସାମଗ୍ରୀର ଆବଶ୍ୟକତା ହେବ , ଲୁଣ,ପାଣି ,ଲେମ୍ବୁର ରସ, ଲବଙ୍ଗର ତେଲ , ଖଡିଆର ମାଟି, ଖଡିଆ ମାଟି ଆମେ ତାକୁ ଖଡିମାଟି କହନ୍ତି , ଆପଣଙ୍କୁ ଦୋକାନରୁ ମିଳିଯିବ , ଯେବେ ଆପଣ ଖଡିଆର ମାଟି ନେବେ ତେବେ ଏହାର ପାଉଡର୍ ବନାଇନେବେ ।

ଏହି ପ୍ରକିୟା କରିବାପାଇଁ ଆପଣ ଏକ କପ୍ ନିଅନ୍ତୁ , ଓ ସେଥିରେ ଏକ ଚାମଚ ଖଡିଆ ମାଟିର ପାଉଡର୍ , ଏକ ଚୁଟକି ଲୁଣ, ପାଞ୍ଚରୁ ସାତ ବୁନ୍ଧା ଲେମ୍ବୁର ରସ, ଦୁଇ ବୁନ୍ଦା ଲବଙ୍ଗର ତେଲ ଓ ଆବଶ୍ୟକତା ଅନୁସାରେ ପାଣିଦିଅନ୍ତୁ , ଏହି ସବୁ ସାମଗ୍ରୀକୁ ଏକ ଚାମଚ ସହାୟତାରେ ମିଶାଇକରି ହଲକା ଗାଢା ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ , ଏବେ ଏହି ପେଷ୍ଟକୁ ବ୍ରଶର ସହାୟତାରେ ଦାନ୍ତରେ ଲଗାନ୍ତୁ , ଆପଣଙ୍କୁ ପ୍ରାୟ ପାଞ୍ଚ୍ ମିନିଟ୍ ପର୍ଯ୍ୟନ୍ତ ଏହି ପେଷ୍ଟକୁ ବ୍ରଶ୍ ରେ ସଫା କରିବାର ଅଛି , ଆପଣ ଚାହିଁଲେ ତାକୁ ଆଙ୍ଗୁଟି ମାଧ୍ୟମରେ ଘସିପାରିବେ , ଏବେ ଆପଣ ନିଜ ଦାନ୍ତକୁ ସାମାନ୍ୟ୍ ସଫା ପାଣିରେ ଧୋଇଦିଅନ୍ତୁ । ଆପଣ ସପ୍ତାହରେ ଥରେ ଦୁଇଥର ଏହାକୁ କରିପାରିବେ , ଆପଣ ଯେବେ ବି ଏହାକୁ ପ୍ରଥମଥର କରିବେ ତେବେ ଆପଣଙ୍କୁ ଆପଣଙ୍କ ଦାନ୍ତର ରଙ୍ଗ ଅନ୍ତର୍ ନଜର୍ ଆସିଯିବ । ଏହି ପ୍ରକିୟାର ଏକ ଖାସ୍ କଥା ଏହା କି ଏଥିରେ କୌଣସି ସାଇଡ୍ ଇଫେକ୍ଟ ହୋଇନଥାଏ, ଏହାକୁ ଛୁଆ ବି ଆପଣାଇପାରିବେ , ଯଦି ଆପଣଙ୍କ ଦାନ୍ତ ସଂବନ୍ଧିତ କିଛି ସମସ୍ୟା ଅଛି ତେବେ ଏହାକୁ ବ୍ୟବହାର କରନ୍ତୁ କିନ୍ତୁ ତା ପୁର୍ବରୁ ଦନ୍ତବିଶେଷଜ୍ଞଙ୍କୁ ପରାମର୍ଶ ନେବା ଉଚିତ୍ ।

ଯଦି ଆପଣଙ୍କ ଦାନ୍ତକୁ ସବୁବେଳେ ସୁସ୍ଥ୍ୟ ରଖିବାକୁ ଚାହୁଁଛନ୍ତି ତେବେ ଏହି ସବୁ ସାବଧନତା ଅବଲମ୍ବନ କରନ୍ତୁ ।

୧) ରାତିରେ ଶୋଇବାପୁର୍ବରୁ ବ୍ରଶ୍ ନିଶ୍ଚିତ କରନ୍ତୁ , ଯାହାଦ୍ୱାରା ଦାନ୍ତରେ ଫସି ରହିଥିବା କଣ ବାହାରିଯିବ ।

୨) ବଜାରରେ ମିଳୁଥିବା ଅନ୍ୟ କେଉଁ ପାଉଡର୍ ରୁ ଦାନ୍ତର ସଫା କରନ୍ତୁ ନାହିଁ ।

୩) ସପ୍ତାହରେ ଥରେ କିମ୍ବା ଦୁଇଥର ନିମ୍ବର ଦାତୁନ ବ୍ୟବହାର କରନ୍ତୁ ।

୪) ଦାନ୍ତର ଜଡରେ ମଇଳା ଜମାହେବାକୁ ଦିଅନ୍ତୁ ନାହିଁ ।

୫) ପାନ,ମସଲା, ଗୁଟଖା, ଓ ତମାଖୁର ସେବନ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *