February 3, 2025

Odia Express

Leading Odia News Portal of Odisha

ଅଣ୍ଟା ଦରଜ, ହାଡ଼ କମଜୋର ପାଇଁ ଯେଉଁ ବ୍ୟକ୍ତି ଚାଲିପାରୁ ନଥିଲା ସେ ଏହି ଉପାୟ ଦ୍ଵାରା ଦୌଡିବାକୁ ଲାଗିବ

ଆଜିଆମେ ଅଣ୍ଟା ଦରଜ, ହାଡ଼ କମଜୋର, ଶରୀରରେ କୌଣସି ଅଙ୍ଗରେ ଅଧିକ ଯନ୍ତ୍ରଣା ବିଷୟରେ କହିବାକୁ ଯାଉଛୁ। କାରଣ କିଛି ଲୋକ ଏପରି ଅଛନ୍ତି ଯେଉଁ ମାନେ ଏହି ସବୁ ସମସ୍ୟ ପାଇଁ ନିଜ କାମ ମଧ୍ୟ କରିପାରିନାହଁନ୍ତି।ସେମାନେ ଚାଲିବା ପାଇଁ ଅନ୍ୟର ସାହାଯ୍ୟ ନେଉଛନ୍ତି, ବସିଗଲେ ଉଠିପାରୁ ନାହଁନ୍ତି ଓ ନିଜ କାମ ମଧ୍ୟ କରିପାରିନାହଁନ୍ତି। ଏହାର ପ୍ରମୁଖ କାରଣ ହେଉଛି ଶରୀରରେ ପବନ ଅଧିକ ବଢିଯିବା ଯୋଗୁ ଏହା କୌଣସି ସ୍ଥାନରେ ରହିଥାଏ ଯାହା ଦ୍ୱାରା ଏଭଳି ସମସ୍ୟା ହୋଇଥାଏ। ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ଏହାକୁ ଆପଣ ସହଜରେ ଘରେ ପ୍ରସ୍ତୁତ କରିପାରିବେ।ଏହା ଦ୍ଵାରା ଆପଣଙ୍କର ସମସ୍ୟ କମଜୋରି ଦୁରହେବ।ତେବେ ଆସନ୍ତୁ ଜାଣିବା ଏହାକୁ କିପରି ପ୍ରସ୍ତୁତ କରିବେ ଓ ବ୍ୟବହାର କରିବେ।

ଏଥିପାଇଁ ଆପଣ ଗ୍ୟାସରେ ଏକ କୌଣସି ପାତ୍ର ବସାଇ ସେଥିରେ ଦେଢ଼ ଗ୍ଲାସ ପାଣି ନିଅନ୍ତୁ ,ଏହା ପରେ ସେହି ପାଣିରେ ଏକ ଚାମଚ ଜିରା ମିଶାନ୍ତୁ କାରଣ ଏହା ଶରୀରରୁ ସମସ୍ତ ପ୍ରକାର ବାୟୁକୁ ବାହାର କରିବାରେ ସହାୟକ ହୋଇଥାଏ।ତାହା ସହିତ ଏହା ଶରୀରର ସମସ୍ତ କମଜୋରି ମଧ୍ୟ ଭଲ କରିଥାଏ।

ଏହା ସହିତ ଏହା ହାର୍ଟ ରୋଗୀ ମାନଙ୍କ ପାଇଁ ମଧ୍ୟ ବହୁତ ଉପକାରୀ ଅଟେ ଓ ଏହା ଆପଣଙ୍କ ରକ୍ତ ସଫା କରିବାରେ ମଧ୍ୟ ବହୁତ ଲାଭଦାୟକ ହୋଇଥା।ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଛି।ଏହା ପାଇଁ ବି ଏହି ଉପାୟ କାମ ଦେବ ଏହା ଦ୍ଵାରା ଆପଣଙ୍କ ମୁହଁରେ ଆଉ ବ୍ରଣ ହେବ ନାହିଁ। ଏହା ପରେ ସେଥିରେ ତେଜପତ୍ର ଦୁଇଟି ମିଶାନ୍ତୁ ଏହା ଆପଣଙ୍କ ଶରୀରରୁ ସମସ୍ତ ଖରାପ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ଓ ଆପଣଙ୍କ ବିନ୍ଦା ଭଲକରିଥାଏ।ସେହି ପାଣିକୁ ଆପଣ ସେବେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେବେ ପର୍ଯ୍ୟନ୍ତ ସେହି ପାଣି ଏକ ଗ୍ଲାସ ପର୍ଯ୍ୟନ୍ତ ନରହିଯିବ।ଯାହା ଦ୍ୱାରା ଜିରା ଓ ତେଜପତ୍ରର ତତ୍ୱ ସେହି ପାଣିରେ ଭଲସେ ମିଶିଯିବ।

ଏହା ପରେ ସେହି ପାଣିକୁ ଭଲସେ ଛାଣି ଦିଅନ୍ତୁ।ଏବେ ସେଥିରେ ଏକ ଚାମଚ ଗୁଡ଼ ମିଶାଇ ଭଲସେ ଗୋଳାନ୍ତୁ।ଏବେ ଏହା ଜାଣିବା ଜରୁରି କି ଏହାକୁ କେବେ ଓ କେଉଁ ସମୟରେ ବ୍ୟବହାର କରିବେ।ଏହାକୁ ଆପଣ ସକାଳେ ଖାଲି ପେଟରେ ପିଅନ୍ତୁ ଯାହା ଦ୍ଵାରା ପୁରା ଦିନ ଆପଣଙ୍କୁ କୌଣସି ଦରଜ ଓ କମଜୋରି ଅନୁଭବ ହେବ ନାହିଁ।ଏହା ପରେ ପୁଣି ରାତିରେ ଶୋଇବା ପୂର୍ବରୁ ପିଇବା ଉଚିତ।ଆପଣ ଏହାକୁ ଦିନରେ ଦୁଇଥର ବ୍ୟବହାର କରନ୍ତୁ ଦେଖିବେ ସବୁ ସମସ୍ୟା ଦୁରହେବ। ଏବେ ଆମେ ଆପଣଙ୍କୁ ଏକ ହସ୍ତ ମୁଦ୍ରା କହିବୁ ଯାହାକୁ କରିବା ଦ୍ୱାରା ସମସ୍ତ ଯନ୍ତ୍ରଣା ଦୂର ହେବ।ଏହି ମୁଦ୍ରାକୁ ସୂର୍ଯ୍ୟ ମୁଦ୍ରା କୁହାଯାଏ।

ଏହାକୁ କରିବା ଦ୍ୱାରା ଆପଣଙ୍କ ଶରୀରରେ ଶକ୍ତି ଜାଗ୍ରତ ହେବା ସହ ଶରୀରରେ ରକ୍ତ ସଞ୍ଚାଳନ ଠିକସେ ହୋଇଥାଏ ଯାହା ଦ୍ୱାରା କୌଣସି ସମସ୍ୟା ହୋଇନଥାଏ। ଏହି ମୁଦ୍ରା ବହୁତ ସହଜ ଅଟେ।ଆପଣ ଦୁଇ ହାତର ବିଶି ଆଙ୍ଗୁଠିକୁ ବନ୍ଦ କରନ୍ତୁ ବୁଢ଼ାବାଙ୍ଗୁଠି ଦ୍ଵାରା ତାହାକୁ ଦବାଇ ରଖନ୍ତୁ ଓ ଅନ୍ୟ ତିନୋଟି ଆଙ୍ଗୁଠି ସିଧା ରଖନ୍ତୁ ଆପଣ ଦିନରେ କୌଣସି ସମୟରେ ମଧ୍ୟ ଏପରି ୧୫ ମିନିଟ ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣଙ୍କ କମଜୋରି ଦୂର ହୋଇଯିବ।

Leave a Reply

Your email address will not be published. Required fields are marked *