December 23, 2024

Odia Express

Leading Odia News Portal of Odisha

ଆମେରିକାର ଜଣେ ମହିଳା ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୧୭ଟି ଯମଜ ସନ୍ତାନ ଜନ୍ମ ଦେଇଛନ୍ତି ? ଯାଣିନିୟନ୍ତୁ ସେ ବିଷୟରେ..

ଅନେକଥର ଆପଣ ଶୁଣିଥିବେ ଯେ ଜଣେ ମହିଳା ଏକ ସାଙ୍ଗରେ ଗୋଟିଏ , ଦୁଇଟି କିମ୍ବା ତିନିଟି ବା ଚାରିଟି ସନ୍ତାନ ଜନ୍ମ ଦେଇଛନ୍ତି । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ଅନେକ ସମୟରେ ଏହି ଭଳି ବହୁତ ଘଟଣାଘଟେ । କିନ୍ତୁ ଯଦି ଆମେ କହିବୁ କି ଜଣେ ମହିଳା ଏକାଥରେ ୧୭ ସନ୍ତାନ ଜନ୍ମ ଦେଇଛନ୍ତି ତେବେ ଏହା ସୂନୀ ଆପଣ ଚିନ୍ତାରେ ପଡିଯିବେ କି ଏମିତି କିପରି ହୋଇପାରିବ । ବର୍ତ୍ତମାନ ସୋଶଲ ମିଡିଆ ଦ୍ଵାରା ସାରା ବିଶ୍ଵର ଖବର କିଛି ମୂହୁର୍ତ୍ତ ମଧ୍ୟରେ ଜାଣିହେଉଛି । ଏହି ସୋଶଲ ମିଡିଆରେ ଏହି ଗର୍ଭବତୀ ମହିଳାଙ୍କ ବିଷୟ ଭାଇରାଲ ହୋଇଛି । ଆମେରିକାରେ ରହୁଥିବା ଜଣେ ମହିଳା ଏକ ସଙ୍ଗରେ ୧୭ଟି ଯମଜ ଛୁଆ ଜନ୍ମ କରିଛନ୍ତି ।

 

ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଏହି ସଂବାଦରେ ୩ଟି ଛବି ରହିଛି ,ଯେଉଥିରେ ଗୋଟିଏ କାହାଣୀ ମଧ୍ୟ ଅଛି । ଗୋଟିଏ ଫଟୋରେ ଗର୍ଭବତୀ ମହିଳା ସେଲଫି ନେଉଥିବାର ଦେଖାଯାଇଛି ଯାହାର ପେଟ ଅସାମାନ୍ୟ ଆକାରରେ ବଡ ଦେଖାଯାଉଛି । ଦ୍ଵିତୀୟ ଫଟୋରେ କିଛି ଛୋଟଛୋଟ ଛୁଆ ଅଛନ୍ତି । ଓ ତୃତୀୟ ରେ ଛୁଆ ମାନଙ୍କ ସହ ଜଣେ ମଣିଷ ଅଛନ୍ତି । ଏହି ପୋଷ୍ଟରେ କୁହାଯାଇଛି କି ଆମେରିକାର କ୍ୟାଥେରିନ ବ୍ରିଜ ନାମ୍ନୀ ମହିଳା ସବୁଠାରୁ ଅଧିକ ଅର୍ଥାତ ଏକାଥରେ ୧୭ଟି ଛୁଆ ଜନ୍ମ କରିବାର ରେକର୍ଡ କରିଛନ୍ତି । ଆପଣଙ୍କୁ ଏବେ ଜଣେଇ ଦେଉଛୁ ଏହି ପୋଷ୍ଟ ର ସତ୍ୟତା କଣ ।

 

ଏକାଥରେ ୧୭ଟି ଛୁଆ ଜନ୍ମ କରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏହି ପୋଷ୍ଟ କୁ ଯାଞ୍ଚ କରିବାରୁ ଜଣାପଡିଲା ଏହା ମିଛ ଅଟେ । ଏହି ଖବର ୱାର୍ଲ୍ଡ ନିଉଜ ଡେଲିରିପୋର୍ଟ ନାମକ ଏକ ୱେବସାଇଟ ରେ ବାହାରିଛି । ଯେଉଁଥିରେ ମଉଜମସ୍ତି ପାଇଁ ମଜାଦାର ଖବର ବାହାରେ । ଏହି ପୋଷ୍ଟ କୁ RichardCamarintaDyନାମରେ ଜଣେ ଫେସବୁକ ୟୁଜର ସେୟାର କରିଥିଲେ । ଏହି ପୋଷ୍ଟ କୁ ଆଜିଯାଏଁ ପ୍ର୍ଯାୟ ୩୩୦୦୦ ଲୋକ ସେୟାର କରିସାରିଛନ୍ତି । ଫଟୋରେ ଦେଖାଯାଉଥିବା ଏହି ମହିଳା କିନ୍ତୁ ଅସଲି ଅଟନ୍ତି ।

ଏହି ପୋଷ୍ଟକୁ WomenDailyMagazine ନାମରେ ୱେବସାଇଟ ରୁ ସେୟାର କରଯାଇଥିଲା । କିନ୍ତୁ ଯାଞ୍ଚ ପରେ ଏହି ଖବର ସଂପୂର୍ଣ୍ଣ କାଳ୍ପନିକ ବୋଲି ଜଣାପଡିଥିଲା । ଏଥିରେ ଦୃଶ୍ୟ ହେଉଥିବା ମହିଳାଙ୍କ ଫଟୋ କୁ ଫଟୋଶପ କରାଯାଇଛି । ବାକି ଫଟୋ ଗୁଡିକ ଏକ ଡାକ୍ତରଙ୍କ wallରୁ ନିଆଯାଇଛି ଯିଏକି ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଅଟନ୍ତି । ଫଟୋରେ ଛୁଆ ମାନଙ୍କ ସହ ଥିବା ଜଣକ ଡାକ୍ତର ରବର୍ଟ ଏମ ବିଟର ଅଟନ୍ତି ସେ ଏହି ଫଟୋ ଫେସବୁକ କଭରରେ ଲଗେଇଛନ୍ତି ।

Leave a Reply

Your email address will not be published. Required fields are marked *