୩୭ ବର୍ଷର ହୋଇସାରିଛି ମ୍ୟାଗି , ଜାଣନ୍ତୁ କିଏ କରିଥିଲେ ୨ ମିନିଟ୍ ବାଲା ମ୍ୟାଗିର ଆବିଷ୍କାର , ମଜାଦାର୍ ଅଟେ ଏହାର କାହାଣୀ
ମ୍ୟାଗି ନାଁ ଶୁଣିଲେ ମୁହଁରୁ ପାଣି ଆସିଯାଏ , ଯଦି ଆପଣ ହୋଟେଲ୍ କିମ୍ବା ଘର ବାହାରେ କେଉଁଠି ରହୁଛନ୍ତି ତେବେ ମ୍ୟାଗିର ପ୍ରକୃତ ଅହମିୟତ୍ ବିଷୟରେ ଭଲ ଭାବେ ଜାଣିଥିବେ , କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଦୁଇ ମିନିଟ୍ ର ମ୍ୟାଗି କିଏ ଆବିଷ୍କାର୍ କରିଥିଲେ , ଓ ଆଜି ଏହା ଘରେ ଘରେ କେମିତି ଫେମସ୍ ହୋଇଛି, ଆସନ୍ତୁ ଜାଣିବା ମ୍ୟାଗି କିପରି ଘର ଘରରେ ପହଞ୍ଚିଲା ଓ ଏହାର ଆବିଷ୍କାର କିଏ କରିଥିଲେ । ମ୍ୟାଗି ୧୮୮୩ ରେ ଭାରତରେ ପାଦ ଦେଇଥିଲା , ୧୬ ଏପ୍ରିଲ୍ କୁ ମ୍ୟାଗିର ଜନ୍ମଦିନ ମାନେ ଭାରତରେ ଆସିବାର ୩୭ ବର୍ଷ ହୋଇସାରିଛି, ସେହି ସମୟରେ କମ୍ପାନୀ ବଡ ପାଜି ଖେଳିଥିଲେ , କାରଣ ତାଙ୍କୁ ସନ୍ଦେହ ଥିଲା କି ଏହା ଭାରତରେ ଚାଲିବ କି ନାହିଁ , କିନ୍ତୁ ମ୍ୟାଗି ଯେପରି ଆସିଲା ମାର୍କେଟରେ ଧମାଲ୍ ମଚାଇଦେଲା , ସମସ୍ତେ ଏହାର ଦିୱାନା ହୋଇଗଲେ , ଭାରତରେ ଆସିବାର କିଛି ବର୍ଷ ପରେ ମାର୍କେଟ୍ ରେ ମ୍ୟାଗିର ୭୫ପ୍ରତିଶତ ଭାଗିଦାରି ହୋଇଗଲା
ମାନେ ପୁରା ଦୁନିଆଁ ସବୁଠାରୁ ଅଧିକା ମ୍ୟାଗିଖାଉଥିବା ଲୋକ ଭାରତରେ ହିଂ ଅଛନ୍ତି , ସିଧା ଶବ୍ଦରେ କହିଲେ ୧୦୦ ରୁ ୭୫ ପ୍ରତିଶତ ଲୋକେ ଭାରତରେ ମ୍ୟାଗି ଖାଆନ୍ତି । ଏକ ଖବରକାଗଜରେ ଛପା ହୋଇଥିବା ଖବର ମୁତାବିକ ଜୁଲିୟସ୍ ମାଇକେଲ୍ ଜୋହାନ୍ସ ମ୍ୟାଗ୍ ଯେବେ ୧୮୬୦ ରେ ଏହି ପ୍ରଡକ୍ଟ ଆରମ୍ଭ କଲେ ତେବେ କେବେ ଭାବିନଥିଲେ କି ଏତେ ଲୋକପ୍ରିୟତା ପାଇଯିବ , ଓ ଏକ ବଡ ବ୍ରାଣ୍ତ ହୋଇଯିବ , ଆଜି ଭାରତର ଛୋଟ ଗାଁରୁନେଇକରି ବଡ ସହର ପର୍ଯ୍ୟନ୍ତ୍ ମ୍ୟାଗିର ଦିୱାନା କେବଳ ଭାରତରେ ନୁହେଁ ପୁରା ଦୁନିଆଁରେ ମ୍ୟାଗି ବହୁତ ଫେମସ୍ ଅଛି, ଆସନ୍ତୁ ଜାଣିବା ୨ ମିନିଟ୍ ମ୍ୟାଗି ବନାଇବାର କାହାଣୀ ।
ମ୍ୟାଗିର ଖୋଜ୍ ଜୁଲିୟସ୍ ମାଇକେଲ୍ ଜୋନ୍ସ ମ୍ୟାଗି ନାମକ ବ୍ୟକ୍ତି ମ୍ୟାଗିର ଆବିଷ୍କାରକରିଥିଲେ ,ତାଙ୍କର ଜନ୍ମ ୯ ଅକ୍ଟୋବର ୧୮୪୬ କୁ ହୋଇଥିଲା, ଯେବେ ଜୁଲିୟସ୍ ପାଠପଢା ପୁରା କରିଥିଲେ , ତେବେ ସେ ବିଜନେସ୍ ରେ ନିଜ ଭାଗ୍ୟ ଆଜମାଇବାକୁ ଚାହିଁଲେ ଓ ବାପାଙ୍କ ଅଟାର ମିଲରେ କାମ କରିବା ଆରମ୍ଭ କରିଦେଲେ , କିନ୍ତୁ ଦୁର୍ଭାଗ୍ୟବଶତଃ ମିଲିଙ୍ଗ୍ ଉଦ୍ୟୋଗରେ ସେହି ସମୟରେ ବହୁତ ଘାଟା ହୋଇଥିଲା , ଓ କାମ ଠପ ହୋଇଗଲା, ଯାହାପରେ ମ୍ୟାଗି କେଉଁ ଅନ୍ୟ ବିଜନେସ୍ କରିବାର ଭାବିଲେ ଓ ଫିଜିଶିୟନ୍ ଫ୍ରିଡୋଲିନ୍ ସ୍କୁଲର୍ ସହ ବନ୍ଧୁତା କଲେ ଓ ଦୁହେଁ ୧୮୮୪ ରେ ଫଲିଆ ର ଅଟା କାମ ଆରମ୍ଭ କରିଦେଲେ , କିନ୍ତୁ ସେଥିରେ ବି ଘାଟା ହେଲା , ଓ ଏହି ବିଜନେସ୍ ବି ଫେଲ୍ ମାରିଲା ।
ନେସଲେ ୱେବସାଇଡ୍ ମୁତାବିକ, ୧୮୮୬ ରେ ରେଡିମେଡ୍ ସୁପ୍ ବନାଇବା କାମ ଆରମ୍ଭ କରିଦେଲେ, ମ୍ୟାଗିର ଏହି ସୁପ୍ ଲେଗ୍ୟୁମ ମିଲ୍ସରୁ ତିଆରି ହୋଇଥିଲା , ଓ ଏଥିରେ ଖାସ୍ କଥା ଏହା କି ଏଥିରେ ପ୍ରୋଟିନ୍ ମାତ୍ରା ବହୁତ ଅଧିକା ଥିଲା , ଏହାପରେ ଜୁଲିୟସ୍ ମ୍ୟାଗି ୧୮୯୭ ରେ ମ୍ୟାଗି GMBH ନାମକ ସହ କମ୍ପାନୀ ରେଜିଷ୍ଟର୍ଡ କରାଇଲେ ଓ ତାପରେ ମ୍ୟାଗିର ବହୁତ ସାରା ପ୍ରଡକ୍ଟ ମାର୍କେଟ୍ ରେ ବାହାର୍ କଲେ , ନେସଲେ ପ୍ରଡକ୍ଟ ବହୁତ ପସନ୍ଦ ହେଲା, ଓ ତାପରେ ୧୯୪୭ ରେ ତାଙ୍କର ଫର୍ମୁଲା ନେସଲେ କିଣିନେଲା । ନେସଲେ ୨ ମିନିଟ୍ ର ମ୍ୟାଗି ବହୁତ ପ୍ରମୋଶନ୍ କଲେ , ପ୍ରମୋଶନ୍ ରେ କହିଲେ କି ଏକ ନ୍ୟୁଟ୍ରିସନ୍ ଫୁଡ୍ ଅଟେ ଯାହା ବହୁତ ବିଜି ରହନ୍ତି , ତାଙ୍କ ପାଇଁ ଏହା ବେଷ୍ଟ ଅଟେ, କାରଣ ଏହା ୨ ମିନିଟ୍ ରେ ହୋଇଯାଏ , ସେହି ସମୟ ପରେ ଆଜି ପର୍ଯ୍ୟନ୍ତ ମ୍ୟାଗି ଘରେ ଘରେ ବହୁତ ଫେମସ୍ ହୋଇଛି, ମଝିରେ ମ୍ୟାଗିକୁ ବ୍ୟାନ୍ କରିଦିଆଯାଇଥିଲା , କିନ୍ତୁ ଆଉଥରେ ମ୍ୟାଗି ଫେରିଆସିଲା, ଓ ଆଜି ବି ମ୍ୟାଗିର ଯାଦୁ ଲୋକଙ୍କ ପାଖରେ ସେମିତି ଅଛି