February 5, 2025

Odia Express

Leading Odia News Portal of Odisha

ଘରେ ଦେଖାଯିବ ନାହିଁ ଗୋଟେ ହେଲେ ବି ମଶା, ଖାଲି ଦୁଇ ଟଙ୍କାର ଏହି ଜିନିଷ ଦ୍ୱାରା କରନ୍ତୁ ବ୍ୟବହାର ମଶା ଆପଣଙ୍କ ଘରଠୁ ୫୦୦ ମିଟର ଦୂର ରେ ରହିବେ

ପାଗ ଯେମିତି ହେଉ ନା କାହିଁକି ମଶା ମାନଙ୍କ ଆତଙ୍କ ଆରମ୍ଭ ହୋଇଯାଏ , ସେ ଖରାଦିନ ହେଉ କିମ୍ବା ବର୍ଷାଦିନ , ମଶା ମାନଙ୍କ ଆତଙ୍କ ଏତେ ବଢିଯାଈଛି କି ରାତିରେ ଶୋଇବାକୁ ନିଦ ଆସେ ନାହିଁ , ମଶାଙ୍କୁ ଭଗାଇବା ଓ ମାରିବାପାଇଁ ଆମେ ନାନାପ୍ରକାରର ତରିକା ଆପଣାଇଥାଉ, ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ମଶାଙ୍କୁ ମାରିବାପାଇଁ ନାନାପ୍ରକାରର ରାସାୟନିକ କୀଟନାଶକ ବ୍ୟବହାର କରନ୍ତି , କିନ୍ତୁ ଏହି ରାସାୟନିକ ପଦାର୍ଥରୁ ଆମ ଶରୀରରେ ଆଲର୍ଜୀ ଆସିବାର ଭୟ ହୋଇଥାଏ , ଓ ଏହା ହାନିକାରକ ବି ହୋଇଥାଏ , ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବି କ୍ଷତିକାରକ ହୋଇଥାଏ । ମଶା କାମୁଡିଲେ ଆମ ଶରୀରରେ କୁଣ୍ତାଇହୁଏ , ଓ ତାହା ସହ ନାନାପ୍ରକାରର ସଂକ୍ରମକ ଓ ଗଂମ୍ଭୀର ରୋଗ ହେବାର ବିପଦ ହୋଇଥାଏ,  ମଶାଙ୍କ କାରଣରୁ ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ୍, ହଇଜା, ଜ୍ୱର, ଚିକେନଗୁନିଆ, ଆଦି ହୋଇପାରେ

ସେମିତି ମଶାଙ୍କ ଠାରୁ ସବୁ ମୌସୁମରେ ସାବଧାନ ରହିବାର ଅଛି, କିନ୍ତୁ ବର୍ଷାର ଦିନରେ ଏମାନଙ୍କ ସଂକ୍ରମଣ ଅଧିକା ବ୍ୟାପିଥାଏ , ତେବେ ଆଜି ଏହି ପୋଷ୍ଟର ଜରିଆରେ ଆମେ କହିବାକୁ ଯାଊଛୁ କିଛି ଏମିତି ସାଧାରଣ ଓ ଶସ୍ତା ପ୍ରକିୟା ଯାହା ଆପଣଙ୍କ ଘରେ ଗୋଟେ ହେଲେ ବି ମଶା ରହିବାକୁ ଦେବନାହିଁ ।

୧) କର୍ପୁର- ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁସାରେ କର୍ପୁର ସ୍ୱାସ୍ଥ୍ୟ ପାଇଁ ଫାଇଦାଦାୟକ ହୋଇଥାଏ , ଏହାକୁ ଜଳାଇବା ବହୁତ ନିରାପଦ ହୋଇଥାଏ , ଯେବେ ଆମେ କର୍ପୁରକୁ ନିଶ୍ୱାସ ଦ୍ୱାରା ଗ୍ରହଣ କରିଥାଉ ତେବେ ଆମର ବଡିରେ ଭଲ ପ୍ରଭାବ ହୋଇଥାଏ,  ଯାହା ସ୍ୱାସ୍ଥ୍ୟ ପାଇଁ ଫାଈଦାଦାୟକ ଅଟେ, ତାହା ସହ୍ ମଶାଙ୍କୁ ଭଗାଇବାପାଇଁ କର୍ପୁର କେଉଁ ରାମବାଣ ଉପାୟରୁ କମ୍ ନୁହେଁ , ଯଦି ତେଜପତ୍ର ଉପରେ ରଖିକରି କର୍ପୁରକୁ ଜଳାଯାଏ , ତେବେ ମଶା ଆସିବେ ନାହିଁ,  ତାହା ସହ ଏହା ଆମର ସ୍ୱାସ୍ଥ୍ୟ ଉପରେ କିଛି ପ୍ରଭାବ ପକାଇବ ନାହିଁ , କର୍ପୁର୍ ବହୁତ୍ ସମୟ ଯାଏଁ ମଶାଙ୍କ ଠାରୁ ଆଶ୍ୱସ୍ତି ଦେବ,  ଯଦି ଆପଣ ଚାହିଁବେ ତେବେ କର୍ପୁରକୁ ବିନା କୌଣସି ଜିନିଷର ବ୍ୟବହାର କରି ରଖିପାରିବେ, ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଜଳାଇ ରହିବାକୁ ଦିଅନ୍ତୁ , ଓ ସବୁ କବାଟ ଝରକା ଏହି ଜଳାଇବା ସମୟରେ ବନ୍ଦ ରହିଥିବା ଦରକାର, ସବୁ ମଶା ଆପେ ଆପେ ରୁମ୍ ଛାଡି ପଳାଇବେ ।

୨) ନିମ୍ବର ତେଲ- ନିମ୍ବ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ , ନିମ୍ବ ସ୍ୱାସ୍ଥ୍ୟ ବର୍ଦ୍ଦକ ହେବା ଛଡା ଏକ ମଶାନାଶକ ରୁପେ ଜଣାଯାଏ , ଯଦି ଆମେ ନିମ୍ବର ତେଲ ଓନଡିଆରଅ ତେଲକୁ ଏକ ସମାନ ଅନୁପାତରେ ବନାଇକରି ନିଜ ଶରୀରରେ ମାଲିସ୍ କରିବା ତେବେ ଏହା ପ୍ରଭାବଶାଳୀ ତରିକା ହୋଇଥାଏ,  ଏକ ଶକ୍ତିଶାଳୀ ଜୀବାଣୁରୋଧୀ, କବକ ବିରୋଧୀ(ଆଣ୍ଟି ଫଙ୍ଗଲ୍, ବିଷାଣୁ(ଆଣ୍ଟୀ ଭାଇରସ୍) ଏବଂ ପ୍ରୋଟ୍ରୋଜୋଆଲ୍ ବିରୋଧୀ ଏଜେଣ୍ଟ ହେବାର ଯୋଗୁଁ ନିମ୍ବ ତ୍ୱଚାରେ ଏକ ବିଶେଷ ଗନ୍ଧ ଛାଡିଥାଏ,  ଯାହା ମଶାଙ୍କ ଦାଉରୁ ରକ୍ଷା କରେ, ଏହି ଦୁହେଁ ତେଲର ମିଶ୍ରଣ କୀଟନାଶକ ପରି କାମ କରିବ ।

୩) ରସୁଣ- ରସୁଣ ସେମିତି ଟିକିଏ ଦୁର୍ଗନ୍ଧଯୁକ୍ତ ହୋଇଥାଏ , କିନ୍ତୁ ମଶାଙ୍କୁ ଭଗାଇବାରେ ପୁରା ତରିକାରେ ସକ୍ଷମ ଅଟ୍,ଏ ଏହି ଦୁର୍ଗନ୍ଧର କାରଣରୁ ମଶା ପଳାଇଥାନ୍ତି , ରସୁଣର ତିଖା ଓ କଟୁ ଗନ୍ଧ ସକାଶେ ମଶା କାମୁଡିଆ ଓ ଏହା ସହ ଘରେ ପ୍ରବେଶ କରିବାରେ ରୋକିଥାଏ,  ଆପଣ ରସୁଣର ପାଖୁଡାକୁ ପେଶୀକରି ପାଣିରେ ସିଝାଇଦିଅନ୍ତୁ , ଓ ଜେଉଁଠାରେ ମଶା ଭଗାଇବାକୁ ଚାହୁଁଛନ୍ତି ସେଠାରେ ସ୍ପ୍ରେ କରନ୍ତୁ , ତୁରନ୍ତ୍ ମଶା ପଳାଇବେ

Leave a Reply

Your email address will not be published. Required fields are marked *