December 23, 2024

Odia Express

Leading Odia News Portal of Odisha

ଘରେ ଭୁଲ୍ ରେ ବି ଲଗାନ୍ତୁ ନାହିଁ ଏହି ରଙ୍ଗର ଗୋଲାପର ଗଛ, ହୋଇଥାଏ ବଡ ଅଲକ୍ଷଣ – ନିଶ୍ଚୟ ଜାଣିରଖନ୍ତୁ

ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବହୁତ ଅଧିକା ମହତ୍ତ୍ୱ ଦିଆଯାଇଛି, ଏମିତି କୁହାଯାଇଛି କି ଯେଉଁ ଘରେ ସବୁ ଜିନିଷ ବାସ୍ତୁ ଅନୁସାରେ ହୋଇଥାଏ ସେଠାରେ କିଛି ବି ସମସ୍ୟା ଆସେ ନାହିଁ, ଯେଉଁ ଘରେ ବାସ୍ତୁର ନିୟମ ପାଳନ କରାଯାଏ ନାହିଁ ସେଠାରେ ସମସ୍ୟା ଆସିବାକୁ ଲାଗେ,  ଏହାର ସବୁଠାରୁ ବଡ କାରଣ ହେଲା ସଠିକ୍ ବାସ୍ତୁ ଘରେ ସକରାତ୍ମକ ଉର୍ଜା ଦେଇଥାଏ , ଓ ଯେବେ କି ଭୁଲ୍ ବାସ୍ତୁ ଘରେ ନକରାତ୍ମକ ଉର୍ଜା ଦେଇଥାଏ , ସେମିତି ଏହି କଥା ଘରର ଡିଜାଇନ୍ କଥା ଆସେ ତେବେ ବହୁତ ଲୋକ ବାସ୍ତୁର ନିୟମ ପାଳିଥାନ୍ତି , କିନ୍ତୁ ବାକି ଜିନିଷକୁ ହାଲକାରେ ନେଇଥାନ୍ତି ।

କଣ ଆପଣ ଜାଣିଛନ୍ତି କି ଘରେ ଯାଉଥିବା ଗାର୍ଡେନିଙ୍ଗ୍ ର ବି ବାସ୍ତୁ ସହ ଗଭୀର ସଂବନ୍ଧ ଅଛି, ଉଦାହରଣ ପାଇଁ ଘରେ ପଇସାର ବୃଦ୍ଧି ପାଇଁ ଘରେ ଲୋକେ ମନିପ୍ଲାଣ୍ଟ ଗଛ ଲଗାଇଥାନ୍ତି , ଠିକ୍ ସେହିପରି ଘରର ଛାତ କିମ୍ବା ବାଲକୋନିରେ ଅନ୍ୟ ପ୍ରକାରର ଗଛ ଲଗାଇଥାନ୍ତି , ଘରର ଗାର୍ଡେନ୍ ରେ ଯେବେ ପର୍ଯ୍ୟନ୍ତ କିଛି ଫୁଲ କିମ୍ବା ଗଛ ନଥିବ ତେବେ ପର୍ଯ୍ୟନ୍ତ ମଜା ଆସେ ନାହିଁ,  ଫୁଲରେ ଗୋଲାପ ସମସ୍ତଙ୍କ ପ୍ରିୟ ହୋଇଥାଏ , କିନ୍ତୁ କଣ ଆପଣଙ୍କୁ ଜଣାଅଛି କି କେଉଁ ରଙ୍ଗର ଗୋଲାପ ଘରେ ଲଗାଇଲେ ତାହା ଆପଣଙ୍କ ଜୀବନରେ କଣ ପ୍ରଭାବ ପକାଇଥାଏ , ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ । ଏହି କଥାକୁ ଧ୍ୟାନରେ ରଖିବେ କି ଆଜି ଆମେ ଯେଉଁ କଥା କହିବାକୁ ଯାଊଛୁ, ତାହା ରିୟଲ୍ ଗଛ ଓ ନକଲି ଗଛ ଦୁହେଁରେ ଲାଗୁ ହୋଇଥାଏ , ବହୁତ ଲୋକ ଘରେ ଡେକୋରେସନ୍ ପାଇଁ ନକଲି ଗଛ ଫଟୋ ଲଗାଇଦିଅନ୍ତି , ଏମିତିରେ ଏହି ରଙ୍ଗର ମତଲବ ତାଙ୍କ ଉପରେ ପ୍ରଭାବ ଲାଗୁ ହେବ ।

୧) କଳା ରଙ୍ଗ ଗୋଲାପ- ଆମେ ନିଜ ଘରେ କଳା ରଙ୍ଗର ଗୋଲାପ ଫୁଲ କେବେ ଲଗାଇବା ଉଚିତ୍ ନୁହେଁ , ଘରେ କଳା ରଙ୍ଗର ଗୋଲାପର ଗଛ , କିମ୍ବା ଫଟୋ କିମ୍ବା ଡେକୋରେସନ୍ ବାଲା ନକଲି ଫୁଲ ସବୁ ଜିନିଷ ଲଗାଇବା ଉଚିତ୍ ନୁହେଁ , ବାସ୍ତୁ ହିସାବରେ କଳା ରଙ୍ଗ ଦୁର୍ଭାଗ୍ୟର ପ୍ରତିକ ହୋଇଥାଏ , ଏମିତି କୁହାଯାଏ କି ଯେଉଁ ଘରେ କଳା ରଙ୍ଗର ଗୋଲାପ ଲଗାଯାଏ , ସେଠାରେ ନକରାତ୍ମକ ଉର୍ଜା ଅଧିକା ହୋଇଥାଏ , ଓ ଘରେ ଖରାପ ଭାଗ୍ୟ ନେଇକରି ଆସେ , ଏଥିପାଇଁ ଘରେ କଳାରଙ୍ଗର ଗୋଲାପ କିମ୍ବାଅନ୍ୟ ଫୁଲ ଲଗାନ୍ତୁ ନାହିଁ , ସେ ସେହି ଫୁଲର ଫଟୋ ବି ହେଉ ନା କାହିଁକି।

୨) ଲାଲ୍ ରଙ୍ଗ ଗୋଲାପ- ଏହି ରଙ୍ଗର ଗୋଲାପକୁ ପ୍ରେମର ପ୍ରତୀକ କୁହାଯାଏ , ଏହି ଘରେ ଲଗାଇଲେ  ପରସ୍ପର ମଧ୍ୟରେ ପ୍ରେମ ବଢିଥାଏ, ଓ ସଂମ୍ପର୍କରେ ମଧୁରତା ଆସିଥାଏ ।

୩) ଧଳା ରଙ୍ଗ ଗୋଲାପ- ଏହି ରଙ୍ଗର ଗୋଲାପ ଶାନ୍ତିର ସନ୍ଦେଶ ଦେଇଥାଏ, ଯେଉଁ ଘରେ ଲଢେଇ ଝଗଡା ଅଧିକା ହୋଇଥାଏ, ସେହି ଘରେ ଧଳା ଗୋଲାପ ଲଗାଇବା ଉଚିତ୍ , ଘରର ମାହୋଲ୍ ସକରାତ୍ମକ ହୋଇଥାଏ ।

୪) ହଳଦିଆ କିମ୍ବା ନାରଙ୍ଗୀ ରଙ୍ଗର ଗୋଲାପ- ଏହି ରଙ୍ଗ ବାସ୍ତୁର ହିସାବରେ ଶୁଭ ବୋଲି ଜଣାଯାଏ , ଏହାକୁ ଘରେ ଲଗାଇଲେ ଆପଣଙ୍କ ଭାଗ୍ୟ ସୁଦୃଢ ହୋଇଥାଏ , ଓ ସବୁ କାମ ସହଜରେ ହୋଇଯାଏ ।

୫) ନୀଳ ରଙ୍ଗର ଗୋଲାପ- ଏହି ରଙ୍ଗ ଗୋଲାପ ଖୁସିମୟର ସନ୍ଦେଶ ଦେଇଥାଏ , ଏହାକୁ ଘରେ ଲଗାଇଲେ ଖୁସିମୟ ମାହୋଲ୍ ରହିଥାଏ

Leave a Reply

Your email address will not be published. Required fields are marked *