December 23, 2024

Odia Express

Leading Odia News Portal of Odisha

ଦୁଇଚାମୁଚ ଦହି ସହିତ ମିଶେଇ ଖାଇ ନିଅ ଏହି ଜିନିଷ କୋଷ୍ଠକାଠିନ୍ୟ,ଗ୍ୟାସ,ମଧୁମେହ,ହୃଦୟ ସହିତ ଜଡିତ ସମସ୍ୟା କିଛି ରହିବ ନାହିଁ

ଆଜି ଆମେ ଏଠାରେ ଯେଉଁ ଔଷଧି ବିଷୟରେ କହିବାକୁ ଯାଉଛୁ ଏହା ଆପଣଙ୍କୁ ବହୁତ ଲାଭ ଦେବାକୁ ଯାଉଛି।ଯେମିତି ଆପଣଙ୍କ ଶରୀରରେ ଥିବା ଗ୍ୟାସ ଓ କୋଷ୍ଠକାଠିନ୍ୟ ଆଦିକୁ ବହୁତ ଶିଘ୍ର ଠିକ କରିବାରେ ଲାଗିବ।ଯଦି ଆପଣଙ୍କର କୃମି ଜନିତ ସମସ୍ୟା ଅଛି କି ମଧୁମେହ ଜନିତ ସମସ୍ୟା ଅଛି ତାହେଲେ ଏ ତାକୁ ମଧ୍ୟ ଠିକ କରିବାରେ ସାହାଯ୍ୟ କରିବ।ଶରୀରରେ ଥିବା କୋଳେଷ୍ଟ୍ରଲର ମାତ୍ରାକୁ ଏହା କମେଇବାରେ ମଧ୍ୟ ସାହାଯ୍ୟ କରିବ,ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏହି ଉପାୟ ହୃଦୟ ପାଇଁ ବହୁତ ଭଲ ଉପାୟ ଅଟେ।ଆପଣଙ୍କ ଶରୀରର ଓଜନ ମଧ୍ୟ କମେଇବାରେ ସାହାଯ୍ୟ କରିବ ଏହି ଉପାୟ।ଆପଣଙ୍କ ବାରମ୍ବାର ଖାଦ୍ୟ ଖାଇବା ସମସ୍ୟାକୁ ଏହା ଠିକ କରିଥାଏ,ଆଜି ଯେଉଁ ଔଷଧୀ ବିଷୟରେ ଆମେ କଥା ହେଉଛେ ଏହା ଆପଣଙ୍କୁ ଅନେକ ପ୍ରକାରର ଲାଭ ଦେଇଥାଏ।

ତେବେ ଚାଲନ୍ତୁ ଜାଣିବା ସେହି ଔଷଧିର ନାମ କଣ ଏହି ଔଷଧିର ନାମ ହେଉଛି ଭୂଷି।ଏହା ବହୁତ କାମିକା ଔଷଧି ଅଟେ,ଆଜିକାଲିର ଖରାପ ଜୀବନ ଶୈଳୀ,ଖରାପ ଖାଦ୍ୟ ପେୟ ସେବନ,ଡେରୀରେ ସୋଇ ଡେରିରେ ଉଠିବା ଅଭ୍ୟାସ,ଘଣ୍ଟା ଘଣ୍ଟା ଧରି ଗୋଟେ ଜାଗାରେ ବସି କାମ କରିବାର ଅଭ୍ୟାସ ଆମ ଜୀବନ ଶୈଳୀକୁ ପ୍ରଭାବିତ କରିଥାଏ।ସମସ୍ତଙ୍କ ଜୀବନ ଶୈଳୀ ଦିନକୁ ଦିନ ଏହି ଭଳି ହେବାରେ ଲାଗିଛି ଯାହାଫଳରେ ସେମାନେ ଆଗକୁ ଯାଇ ବହୁତ ହଇରାଣ ହେବାରେ ଲାଗିଛନ୍ତି।ଆଉ ଏହି ସବୁ ଖରାପ ଅଭ୍ୟାସ ପାଇଁ ଆମ ପାଚନ ତନ୍ତ୍ର ଉପରେ ବହୁତ ଖରାପ ପ୍ରଭାବ ପଡ଼ିଥାଏ।ଯାହାଫଳରେ ଆମକୁ କୋଷ୍ଠ କାଠିନ୍ୟ ସମେତ ଆହୁରି ଅନେକ ପ୍ରକାରର ସମସ୍ୟା ମଧ୍ୟ ହେବାକୁ ଲାଗିଥାଏ।ଆଉ କୋଷ୍ଠକାଠିନ୍ୟ ହେବା ଦ୍ୱାରା ଆମ ଶରୀରରେ ଭିନ୍ନ ଭିନ୍ନ ପ୍ରକାରର ରୋଗ ଜନ୍ମ ନେବାର ସମ୍ବାବନା ହୋଇଥାଏ।

ଆଉ ଏହି କୋଷ୍ଠକାଠିନ୍ୟ ପାଇଁ ଆମ ଶରୀରରେ ଧୀରେ ଧୀରେ ମଧୁମେହ ରୋଗ ହେବାରେ ଲାଗିଥାଏ,ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯାଇଥାଏ ହୃଦୟ ଜନିତ ସମସ୍ୟା ଉପୁଜିଥାଏ ନଜାଣି କେତେ ରୋଗ ଆମ ଶରୀରରେ ହେବାରେ ଲାଗିଥାଏ।ଆପଣ ବିଶ୍ୱାସ କରିବେନି ଆମ ଦେଶରେ କୋଷ୍ଠକାଠିନ୍ୟରେ ପିଡୀତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ଆପଣମାନେ ଏହାକୁ ମଧ୍ୟ ଦେଖିଥିବେ।ଆଉ ଏହି କାରଣ ହୋଇଥାଏ ଲୋକମାନେ କୋଷ୍ଠକାଠିନ୍ୟରୁ ଆରାମ ପାଇବା ପାଇଁ ସବୁ ସମ୍ଭବ ଚେଷ୍ଟା କରିଥାନ୍ତି ଆଉ ଯାହା ସେମାନଙ୍କ ସମ୍ଭବରେ ମଧ୍ୟ ହୋଇଥାଏ।ଡାକ୍ତର ଓ କେତେକ ଆୟୁର୍ବେଦ ମାନେ ମଧ୍ୟ କହୁଛନ୍ତିକି ଭୂଶି ଆମ ପେଟ ସଫା କରିବା ପାଇଁ ଏକ ବଢିଆ ଔଷଧି ଅଟେ।ଯଦି ଆପଣ ଭୂଷିର ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କ କୋଷ୍ଠକାଠିନ୍ୟ ଠିକ ହେବା ସହିତ ଆପଣଙ୍କ ମଧୁମେହ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବ ଆଉ ପାଚନ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତାହା ମଧ୍ୟ ଠିକ ହେବାରେ ଲାଗିବ।

ଦେଖିବାକୁ ଗଲେ ଏହି ଭୂଷିର ପ୍ରୟୋଗ କରିବା ଦ୍ୱାରା ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ରୂପରୁ ଲାଭ ହିଁ ଦେବ।ଏହା ଓବାଟା ନାମକ ଗଛର ମଞ୍ଜି ଅଟେ,ଏହି ଗଛ ଦେଖିବାକୁ ପ୍ରାୟ ଗହମ ଭଳି ହୋଇଥାଏ।ଏହି ଭୂଷିରେ ଅନେକ ପ୍ରକାରର ଔଷଧୀୟ ଗୁଣ ମିଳିଥାଏ,ଆଉ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଗୁଣ କାରୀ ମଧ୍ୟ ହୋଇଥାଏ।ଏହି ଭୂଷିରେ ଫାଇବରର ମାତ୍ରା ଅଧିକ ଥାଏ କିନ୍ତୁ ଏଥିରେ କୋଲେଷ୍ଟ୍ରଲର ମାତ୍ରା ଆଦୌ ନଥାଏ।ଏହାର ସେବନ ସବୁ ବୟସର ଲୋକ କରି ପାରିବେ।ବହୁତ ଲୋକଙ୍କର ଧାରଣା ଥାଏ ଭୂଷି କେବଳ କୋଷ୍ଠକାଠିନ୍ୟ ଦୁର କରିବାରେ ସାହାଯ୍ୟ କରିଥାଏ ଏହା ସତ୍ୟ ନୁହେଁ,ଏହି ଭୂଷି କୋଷ୍ଠକାଠିନ୍ୟ ବ୍ୟତୀତ ଆହୁରି ଅନେକ ରୋଗ ଦୁର କରିବାରେ ସାହାଯ୍ୟ କରିଥାଏ।ଯଦି ଆପଣ ଏହାକୁ ନିୟମିତ ଭାବରେ ସେବନ କରିବେ ତାହେଲେ ଆପଣଙ୍କ ପାଚନ ତନ୍ତ୍ର ସଠିକ ରହିଥାଏ,ଯାହାଦ୍ୱାର କଣ ହେବନା ଆପଣଙ୍କ ପେଟ ସହିତ ଜଡିତ କୌଣସି ସମସ୍ୟା ହେବ ନାହିଁ।

ଭୂଷିରେ ଜିଲେଟିନର ମାତ୍ରା ଅଧିକ ଥିବାରୁ ଏହା ଆମ ଶରୀରରେ ଗ୍ଲୁକୋଜକୁ କମେଇବାରେ ସାହାଯ୍ୟ କରିଥାଏ।ମୋଟାପଣ ମଧ୍ୟ ଏହା କମେଇବାରେ ସାହାଯ୍ୟ କରିଥାଏ।ଯଦି ଆପଣ ନିଜ ଖାଦ୍ୟ ପେୟରେ ଫାଇବର ଜଡିତ ଜିନିଷ ମିଶଉଛନ୍ତି ତାହେଲେ ଆପଣ ହୃଦୟ ଜନିତ ସମସ୍ୟାରୁ ଦୁରେଇ ରହି ପାରିବେ।ଏହା ରକ୍ତ ଚାପକୁ କମେଇବାରର ଓ ଲିପିଡ଼ର ମାତ୍ରା ବଢ଼େଇ ବାରେ ସାହାଯ୍ୟ କରିଥାଏ।ଭୂଷି ଆମର ଡାଇରିଆ ଜନିତ ସମସ୍ୟାକୁ ଦୁରେଇବାରେ ସାହାଯ୍ୟ କରିଥାଏ।ଡାଇରିଆ ହେଲେ ଆପଣ ଏହି ଭୂଷିକୁ ଦହିରେ ମିଶେଇ ନିଜ ସେବନରେ ଲଗେଇ ପାରିବେ ଆଉ ଅଧିକାଂଶ ଡାକ୍ତର ଏହାକୁ ଖାଇବାକୁ ମଧ୍ୟ ଉପଦେଶ ଦେଇଥାନ୍ତି।ଯଦି ଆପଣଙ୍କୁ ଗ୍ୟାସ ଜନିତ ସମସ୍ୟା ଅଛି ତାହେଲେ ଆପଣ ମଧ୍ୟ ଏହାର ସେବନ କରି ପାରିବେ।ବେଳେବେଳେ ଆପଣଙ୍କ ଶରୀରରେ ଗ୍ୟାସ ସମସ୍ୟା ବଢିବାରେ ଲାଗିଲେ ଏହି ଭୂଷି ଆମର ସମସ୍ୟା ସବୁକୁ ଦୁର କରିଥାଏ।

ସାଧାରଣତଃ ରାତିରେ ଖାଇ ସାରିବା ପରେ ଆମ ଶରୀରରେ ଏସିଡିଟି ସୃଷ୍ଟି ହୋଇଥାଏ ଯେମିତି ଖଟା ଢ଼କାର ଆସିବା,ଛାତି ପୋଡିବା ଭଳି ସମସ୍ୟା ଆଦି ଦେଖାଯାଇଥାଏ।ଆପଣ ଏହି ସବୁ ଜିନିଷକୁ ଦୁରେଇବା ପାଇଁ ଭୂଷିର ସେବନ କରି ପାରିବେ।ଏବେ ଆସନ୍ତୁ ଜାଣିବା ଏହି ଭୂସୀର ସେବନ ଆପଣଙ୍କୁ କିପରି କରିବାର ଅଛି,ସେମିତୀରେ ଦେଖିବାକୁ ଗେଲେ ଆପଣଙ୍କୁ ଏହାର ସେବନ ୩ ଟି ଉପାୟରେ କରି ପାରିବେ,ଯେମିତି ଆପଣ ଏହାକୁ ହାଲ୍କା ଉଷୁମ ପାଣି ସହିତ ନେଇ ପାରିବେ,ନହେଲେ ଆପଣ ଏହାର ସେବନ କ୍ଷୀର ସହିତ କରି ପାରିବେ,ଯଦି ଆପଣ ଏହାକୁ କ୍ଷୀର ସହିତ ସେବନ କରିବାର ଅଛି ତାହେଲେ ଆପଣ ଏହାକୁ ରାତିରେ କରିବାର ଅଛି।ଆଜି ଆମେ ଏଠାରେ ଆପନଙ୍କୁ ଏକ ଏମିତି ଉପାୟ କହିବୁ ଯାହାକୁ ଆପଣ ଖାଇବା ଖାଇବା ପରେ କରିବାର ଅଛି।ଆଉ ଏହି ଉପାୟ ବହୁତ ପ୍ରଭାବ ଶାଳୀ ଉପାୟ ଅଟେ,ଏହି ଉପାୟର ସେବନ ଆପଣ ଖାଦ୍ୟ ଖାଇବାର ଅଧଘଣ୍ଟା ପରେ କରିବେ।ଆପଣ ଗୋଟେ ଗିନା ଦହି ନେବେ ଆଉ ସେଥିରେ ଗୋଟେ ଚାମୁଚ ଭୂଷି ପକେଇ ନେବେ ଆଉ ତାକୁ ଭଲ ଭାବରେ ଗୋଳେଇ ନେବେ।ଆଉ ତାପରେ ଏହାକୁ ଖାଇ ନେବେ।ଆଉ ଏହାର ପ୍ରଭାବ ଆପଣ ବହୁତ ଶିଘ୍ର ଦେଖି ପାରିବେ।

Leave a Reply

Your email address will not be published. Required fields are marked *