December 23, 2024

Odia Express

Leading Odia News Portal of Odisha

ଏହାକୁ ବ୍ୟବହାରର ଗୋଟେ ମିନିଟରେ ଭୟଙ୍କରରୁ ଭୟଙ୍କର ଏସିଡିଟି ବହୁତ ସହଜରେ ଭଲ ହୋଇଯିବ

ପେଟରେ ହେଉଥିବା ଗ୍ୟାସ,ପେଟ ଫୁଲିବା,ବଦହଜମି ପାଇଁ ଆଗରୁ ଆମେ ଘରେ କଣ ବ୍ୟବହାର କରୁଥିଲେ ଆମ ଜେଜେମା ଓ ଆଇ ଆମକୁ କଣ ଦେଉଥିଲେ ଆଜି ଆମେ ଆପଣଙ୍କ ସହିତ ସେ ଜିନିଷ ବାଣ୍ଟିବାକୁ ଯାଉଛୁ। କେବଳ ସାଧାରଣ ଉପାୟରେ ଏହି ପାନୀୟ ପ୍ରସ୍ତୁତ ହୋଇଥାଏ କେବଳ ସାଧାରଣ ଉପାୟରେ ଏହି ପାନୀୟ ପ୍ରସ୍ତୁତ ହୋଇଥାଏ। ଆଗକାଳରେ କୌଣସି ଔଷଧ ନଥିଲା ଯେମିତି ଆଜିକାଲି ପେଟ ସମସ୍ୟା ହେଲେ ଆମେ ଯେମିତି କୌଣସି ଔଷଧ ଖାଇ ନେଉଛେ ସେମିତି କିଛି ନଥିଲା। ଆଜିକାଲି ଏମିତି କଣ ହେଉଛି ଯେଉଁକାରଣରୁ ଡାକ୍ତର ସମସ୍ତଙ୍କୁ ଖାଲି ପେଟରେ ଔଷଧ ଖାଇବାକୁ କହିଦେଉଛି।ଆଜି ଆମେ ଆପଣଙ୍କୁ କହିବୁକି ଆପଣ କିପରି ଘରୋଇ ଉପାୟ ଦ୍ୱାରା ଆପଣଙ୍କ ପେଟରେ ଥିବା ସବୁ ପ୍ରକାରର ସମସ୍ୟାକୁ ଅଳ୍ପ କେତେକ ସମୟରେ ଠିକ କରିପାରିବେ।

ତେବେ ଚାଲନ୍ତୁ ଆରମ୍ଭ କରିବା ଏହି ଅବିଶ୍ଵସନିୟ ଔଷଧିକୁ ଆମେ କିପରି ପ୍ରସ୍ତୁତ କରି ପାରିବା ସେ ବିଷୟରେ ଜାଣିବା।ଆମକୁ ପ୍ରଥମେ ନବାର ଅଛି ଗୋଟେ ଗିଲାସ ପାଣି ଆଉ ତାକୁ ଗରମ କରିବାର ଅଛି। ଆମେ ଆପଣଙ୍କୁ ବହୁତ ସାଧାରଣ ଉପାୟରେ ଏହି ଔଷଧି ପ୍ରସ୍ତୁତ କରିବା ଶିଖେଇବୁ।ତାପରେ ଆମକୁ ସେ ପାଣିରେ ଗୋଟେ ଚାମୁଚ ଜିରା ପକେଇବାର ଅଛି। ସାଧାରଣତଃ ଏ ଜିରା ସମସ୍ତଙ୍କ ଘରେ ବହୁତ ସହଜରେ ଉପଲବ୍ଧ ହୋଇଯିବ ତେଣୁ ଆପଣଙ୍କୁ ଏହାକୁ ନେବାକୁ ବାହାରକୁ କୁଆଡକୁ ଯିବାକୁ ପଡ଼ିବ ନାହିଁ । ତାପରେ ଜିରା ପକେଇ ସାରିବା ପରେ ଆମକୁ ଏହାକୁ ୨-୩ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟେଇବାର ଅଛି।ଆପଣ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟାକୁ ଦୁର କରିଦେବ।

ଆଉ ସବୁଠାରୁ ବଢିଆ କଥା ହେଉଛି ଏହାକୁ ଛୋଟ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ସେବନ କରି ପାରିବେ। ଔଷଧି ଏମିତି ନେବାର ଅଛି ଯାହା ବହୁତ ସୁନ୍ଦର ହୋଇଥିବ ଓ ସରଳ ହୋଇଥିବ ଆଉ ପିଇବାରେ ବହୁତ ସହଜ ହେଉଥିବ। ଆଉ ଔଷଧି ଏମିତି ନେବେ ଯାହା ଆମ ପେଟରେ ଯାଇ ଆଦୌ ଗରମ ନହେବ କି ଆଗକୁ ଯାଇ ଅଧିକ କୌଣସି ରୋଗ ଯେମିତି ସୃଷ୍ଟି ନକରିବ।ଆପଣ ଜାଣିଥିବେ ଯେତେବେଳେ ଆପଣ ଅଧିକ ମାତ୍ରାରେ ଲବଙ୍ଗ ପାଣି ପିନେଉଥିବେ ତାହେଲେ କିପିରି ଏହା ଆପଣଙ୍କ ଶରୀରକୁ ହାନି ପହଞ୍ଚେଇ ଥାଏ । ଆପଣ ଯେତେବେଳେ କୌଣସି ଜିନିଷ ନେଉଛନ୍ତି ତାହେଲେ ଆପଣ ନିଜ ଗୁରୁଜନଙ୍କୁ ପଚାରି ନିଅନ୍ତୁ ଆଜି ଜାଣିପାରିବେ ଆପଣଙ୍କ ପାଖରେ କେତେ ଲାଭ ଦାୟୀ ଜିନିଷ ରହିଛି ଆପଣ ସହଜରେ ଜାଣିପାରିବେ।

ଆପଣ ସେ ଜିରାକୁ ଭଲ ଭାବରେ ଫୁଟେଇ ନେବେ ଆଉ ଯଦି ଆପଣଙ୍କୁ ଅଧିକ ଜଲ୍ଦି ଏହାକୁ ନେବାର ଅଛି ତାହେଲେ ଆପଣ ତାକୁ ୨ ମିନିଟ ପର୍ଯ୍ୟନ୍ତ ଫୁଟେଇ ପାରିବେ।ତାପରେ ଆପଣ ୨ ମିନିଟ ପର୍ଯ୍ୟନ୍ତ ତାକୁ ଫୁଟେଇବା ପରେ ଗ୍ୟାସକୁ ବନ୍ଦ କରିନେବେ। ଆଉ ତାପରେ ଗୋଟେ ଢ଼ାଙ୍କୁଣୀ ସାହାଯ୍ୟରେ ଏହାକୁ ଘୋଡେଇ ୫ ମିନିଟ ପର୍ଯ୍ୟନ୍ତ ଛାଡ଼ିଦେବେ। ତାପରେ ଗୋଟେ ଛଣା ସାହାଯ୍ୟ ରେ ସେ ଜିରା ପାଣିକୁ ଛାଣି ଗୋଟେ ଗିଲାସକୁ କାଢି ନେବେ।ଆଉ ଆପଣ ସେ ପାଣିକୁ ବେସି ଥଣ୍ଡା କରିବେନି ହାଲ୍କା ଉଷୁମ କରି ତାକୁ ନିଜ ବ୍ୟବହାରରେ ଲଗେଇବେ। ଆପଣ ଯଦି ସେ ବଳି ଯାଇଥିବା ଜିରାକୁ ଫୋପାଡିବାକୁ ଚାହୁଁନାହାନ୍ତି ତାହେଲେ ଆପଣ ତାକୁ ଫ୍ରିଜରେ ରଖି ଦ୍ଵିତୀୟ ଦିନ ଏହାକୁ ନିଜ ବ୍ୟବହାରରେ ଲଗେଇ ପାରିବେ ନହେଲେ ତାକୁ ସୁଖେଇ ନିଜ ଖାଇବାରେ ବ୍ୟବହାର କରିପାରିବେ।

ତାପରେ ସେ ଜିରା ପାଣିରେ ଆପଣ କଳା ଲୁଣ ପକେଇ ପାରିବେ ଯଦି ଆପଣଙ୍କ ପାଖରେ କଳା ଲୁଣ ନାହିଁ ତାହେଲେ ଆପଣ ସେଥିରେ ସିନ୍ଧା ଲୁଣ ମଧ୍ୟ ପକେଇ ପାରିବେ।ତାପରେ ଗୋଟେ ଚାମୁଚ ସାହାଯ୍ୟରେ ସେ ଲୁଣକୁ ଭଲ ଭାବରେ ଗୋଳେଇ ନେବେ। ତାପରେ ଆମକୁ ନେବାର ଅଛି ଲେମ୍ବୁ,ଆପଣ ଲେମ୍ବୁକୁ ଅଧା କାଟି ନେବେ ଆଉ ସେ ପାଣିରେ ପକେଇ ପାରିବେ।ଯଦି କାହାକୁ ଲେମ୍ବୁ ପସନ୍ଦ ନୁହେଁ ତାହେଲେ ଆପଣ ଏହାକୁ ବିନା ଲେମ୍ବୁରେ ମଧ୍ୟ ପ୍ରସ୍ତୁତ କରି ପାରିବେ। ଏବେ ଆପଣଙ୍କ ଔଷଧି ତିଆରି ହୋଇ ପ୍ରସ୍ତୁତ ହୋଇଗଲା।ଏବେ ଜାଣିବା ଏହାକୁ ସେବନ କିପରି କରିବା ଯେତେବେଳେ ଆପଣଙ୍କର ଅଧିକ ଗ୍ୟାସ ହେବାରେ ଲାଗିବ ସେତେବେଳେ ଆପଣ ଏହାକୁ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରି ପିଇପାରିବେ ନହେଲେ ରାତି ସମୟରେ ଆପଣ ଏହାକୁ ନେଇ ପାରିବେ । ଆପଣଙ୍କୁ ଏହାକୁ ଉଷୁମ ଉଷୁମ ଚା ଭଳି ଅଳ୍ପ ଅଳ୍ପ କରି ପିବାର ଅଛି।ଏହାକୁ ଆପଣ କେବେ ଖାଲି ପେଟରେ ପିଇବେ ନାହିଁ।

Leave a Reply

Your email address will not be published. Required fields are marked *