December 23, 2024

Odia Express

Leading Odia News Portal of Odisha

ଆମ ପରିଚୟ କଣ ଆଉ କେମିତି ଗୋଟେ ମଣିଷର ପରିଚୟ ସୃଷ୍ଟି ହୋଇଥାଏ,ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

ଆଜି ଆମେ ଆପଣଙ୍କୁ ଆତ୍ମା ପରିଚୟ ବିଷୟରେ କିଛି କହିବାକୁ ଯାଉଛୁ, ଯାହାକୁ ପ୍ରତିଟି ମଣିଷ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଯେତେବେଳେ ପର୍ଯ୍ୟନ୍ତ ଆତ୍ମ ପରିଚୟ ଅଥବା ନିଜର ପରିଚୟ ନ ହେଇଛି ସେତେ ପର୍ଯ୍ୟନ୍ତ ଆମ ପାଖରେ ଆତ୍ମ ବିଶ୍ୱାସ ଆସିବ ନାହି, କିନ୍ତୁ ନିଜକୁ ଜାଣିବାର ଅର୍ଥ କଣ ଅଟେ କେବେ ବିଚାର କରିଛନ୍ତି ଥରୁଟିଏ ଭାବନ୍ତୁ ଯଦି କେହି ଆପଣଙ୍କୁ ପଚାରୁଛି ଆପଣ କିଏ ବୋଲି ସେତେବେଳେ ଆପଣ କଣ ଉତ୍ତର ଦିଅନ୍ତି, କୁହନ୍ତି କି ମୁଁ ତାଙ୍କର ପୁଅ, ମୁଁ ଶିକ୍ଷକ ଅଟେ ଅଥବା ମୁଁ ସେନାରେ ଯବାନ ଅଟେ,ମୁଁ ଚିକିତ୍ସକ ଅଟେ କିମ୍ବା ବେପାରୀ ଅଟେ ଅଥବା ମୁଁ ତାଙ୍କ ଝିଅ, ତାଙ୍କ ସ୍ତ୍ରୀ କିମ୍ବା ତାଙ୍କ ବାପା ନଚେତ ମାମୁଁ, ଆମ ପରିଚୟ ସବୁବେଳେ ଅନ୍ୟ ଜଣଙ୍କ ପାଇଁ ହିଁ ହୋଇଥାଏ।ଆମେ ନିଜକୁ ସମାଜ ଦୃଷ୍ଟିରେ ଦେଖେ ଯଦି ଆମ ପରିଚୟ ଲୋକ ମାନେ ଦେଉଛନ୍ତି ତାହେଲେ ଆମେ କେଉଁ ଦୃଷ୍ଟିରେ ଦେଖିବା। ବିଚାର ଯଦି ନିଜର ନହେବ ତ ଆତ୍ମ ବିଶ୍ୱାସକୁ ଆମେ କି ପ୍ରକାରରେ ଦେଖିବା। ଆମେ ବିଚାର କରୁଥିଲେ କି ଆତ୍ମ ପରିଚୟର ବାସ୍ତବିକ ରୂପ କଣ ଅଟେ

ଆତ୍ମ ପରିଚୟ ପାଇଁ ଆମେ ଆମ ନିଜକୁ ପଚାରିବାକୁ ହେବ କି ଆମେ କିଏ ବୋଲି, କିନ୍ତୁ ପ୍ରଥମେ ପ୍ରଥମେ ଆମ ମନ ଏହା କହେ ଯାହା ଆମେ ଅନ୍ୟ ଲୋକଙ୍କୁ କହେ, ସମାଜ ଦେଇଥିବା ପରିଚୟକୁ ଛାଡିକି ଅତି ଗଭୀରରେ ଚିନ୍ତା କଲେ ତ କଣ ଉତ୍ତର ମିଳିବ, ଅବଶ୍ୟ ଆମ ମନ କହିବ କି ମୁଁ ସିଏ ଯିଏ ପର୍ବତର ଶିଖରରେ ଥିବା କିମ୍ବା ସମୁଦ୍ରର ଗଭୀରତାରେ ଥିବ କିମ୍ବା ସବୁ ଲୋକଙ୍କ ନେତା ବନିବି ବହୁତ ପଇସା ରୋଜଗାର କରିବି, ସମସ୍ତଙ୍କ ଦ୍ୱାରା ପୂଜା ହେବି ଅର୍ଥାତ ସବୁବେଳେ ଆମେ ପରିଚୟ ବନେ ଆମ ଇଚ୍ଛାରୁ , ଆମ ଇଛା ହିଁ ଆମ ଜୀବନର ଯାତ୍ରା ବନିଥାଏ ।


ଆମେ ଜାଣିଲେ ଆମ ମନ ସବୁବେଳେ ଆମର ପରିଚୟ ଆମ ଇଚ୍ଛାରୁ ହିଁ ବନେଇ ଥାଏ କିନ୍ତୁ ଇଛା ତ ତାକୁ କୁହା ଯାଏ ଯିଏକି ସବୁବେଳେ ବଦଳିବାରେ ଲାଗିଥାଏ ଯଦି ଆମ ପରିଚୟ ଆମ ଇଛା ହୁଏ ତେବେ ଆମ ପରିଚୟ ସବୁବେଳେ ଅଧୁରା ଏବଂ ଅସମ୍ପୂର୍ଣ୍ଣ ରହିବ, ତାହାଲେ ବାସ୍ତବରେ ଆମ ପରିଚୟ ଆମକୁ କେମିତି ମିଳିବ, ଆମ ପରିଚୟ ସେଇଟା ନୁହେଁ ଯୋଉଟା ଆମକୁ ସମାଜ ଦେଇଛି କିମ୍ବା ଯୋଉଟା ଆମ ଇଛା କାରଣରୁ ଆମେ ନିଜେ ମାନି ନେଇଥାଏ, କିଛି ଗଭୀରତାରେ ଭାବିଲେ ଆମ ମନ ଏହା ଉତ୍ତର ଦିଏ କି ମୁଁ ଭୟବିତ କିମ୍ବା ସାହସିକ, ମୁଁ ଅଳସୁଆ କିମ୍ବା ମୁଁ କାର୍ଯ୍ୟ କଲା ଵାଲା, ମୁଁ ବନ୍ଧା ହେଇଛି ଅଥବା ମୁଁ ମୁକ୍ତ ବାସ୍ତବରେ ଆମ ପ୍ରକୃତ ପରିଚୟ ଆମ ହୃଦୟର ଭାବନା , କାହିଁକି ନା ଆମର ସବୁ କାର୍ଯ୍ୟ, ଆମ ସବୁ ସଫଳତା ଏବଂ ବିଫଳତା ଆମ ଭାବନାରୁ ହିଁ ବନିଥାଏ, କଣ ଏହା ସତ ନୁହେଁ ।

ଆମେ କହିଲେ କି ବାସ୍ତବରେ ଆମ ପ୍ରକୃତ ପରିଚିୟ ଆମ ହୃଦୟର ଭାବନା ,ସେଥିପାଇଁ ଯେତେବେଳେ ଆମକୁ ଆମ ପ୍ରକୃତ ପରିଚୟ ମିଳିଥାଏ ସେତେବେଳେ ଆମର ପ୍ରକୃତ ଆତ୍ମ ବିଶ୍ୱାସ ଆସିଥାଏ ଏବଂ ତା ପରେ ଆମେ ଯେଉଁ କାମ କରିଥାଉ ସଫା ହୃଦୟରୁ ହିଁ କରିଥାଉ ।

Leave a Reply

Your email address will not be published. Required fields are marked *