ଏହି ଜିନିଷ ର ଗୋଟେ ଚାମୁଚ ସେବନ ଦ୍ବାରା ଜୀବନସାରା ଆପଣଙ୍କ ପେଟରେ କେବେ ମଧ୍ୟ ଗ୍ୟାସ୍ ହେବ ନାହିଁ…
ଆଜି ଆମେ ଆପଣଙ୍କ ପାଇଁ ଏକ ସୁନ୍ଦର ବିଷୟ ବସ୍ତୁ ନେଇ ଆସିଅଛୁ।ଗୋଟେ ଚାମୁଚ ଏହାକୁ ଖାଇ ନିଅନ୍ତୁ ପେଟରେ ଜମା ଗ୍ୟାସ ହେବ ନାହିଁ।ଚାଲନ୍ତୁ ଜାଣିବା ଏକ ଏପରି ଉପାୟ ଯାହାକୁ ଖାଇବା ଦ୍ୱାରା ଆପଣଙ୍କର ଥିବା ଗ୍ୟାସ୍ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର ହୋଇଯିବ। ପେଟ ରେ ଗ୍ୟାସ୍ ଉତ୍ପନ୍ନ ହେବା ଏକ ବହୁତ ବଡ଼ ସମସ୍ୟା ଅଟେ ଓ ଏହା ଯେକୌଣସି ବୟସ ରେ ବା ଯେକୌଣସି ବ୍ୟକ୍ତି କୁ ହୋଇପାରେ। ଯଦି ସମୟ ପୂର୍ବର ଏହାର ସମାଧାନ ନହୁଏ ତେବେ ଏହା ଆଗକୁ ବହୁତ ବଡ଼ ସମସ୍ୟା ସୃଷ୍ଟି କରିଥାଏ ବା ବଡ଼ ରୋଗରେ ପରିଣତ ହୋଇପାରେ ତେଣୁ ଏହାକୁ ଜମାବି ହାଲ୍କାରେ ନେବେ ନାହିଁ।ପ୍ରଥମେ ଚାଲନ୍ତୁ ଜାଣିବା କେଉଁ କାରଣ ପାଇଁ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ।
ପେଟ ରେ ଗ୍ୟାସ୍ ଉତ୍ପନ୍ନ ହେବାର ଅନେକ କାରଣ ରହିଛି, ଯେପରି ଅନିୟମିତ ଭୋଜନ କରିବା,ଖଟାଳିଆ ଢ଼କାର ମାରିବା, ଅଧିକ ଖଟା ବା ରାଗ ଯୁକ୍ତ ଖାଦ୍ୟ ଖାଇବା, ଅଧିକ ମାସଲାଯୁକ୍ତ ଖାଦ୍ୟ ଖାଇବା, ବିଳମ୍ବ ରାତି ଯାଏଁ ଚାହିଁ ରହିବା,ଭୋଜନରେ ସାଲାଡ଼ର ଅଭାବ,ପାଣିର ସେବନ କମ କରିବା,ଚଣା,ବିରି,ଡାଲି,ବୁଟ,ମୁଗ ଆଉ ଚାଉଳ ଆଦିର ଅଧିକ ସେବନ କରିବା। ଅଧିକ ଚିନ୍ତା ବା କ୍ରୋଧ କରିବା ଆଦି କାରଣ ରୁ ଗ୍ୟାସ୍ ଉତ୍ପନ୍ନ ହୋଇଥାଏ,ପରିଶ୍ରମ ନକରିବା,ଯକୃତ ରୋଗର ଉପସ୍ଥିତି ରହିବା,ଆଉ ମାଂସ ଜାତୀୟ ଖାଦ୍ୟର ଅଧିକ ସେବନ କରିବା ଦ୍ୱାରା ଆମ ପେଟରେ ଗ୍ୟାସ ଉତତ୍ପର୍ଣ୍ଣ ହୋଇଥାଏ।
ଏବେ ଚାଲନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ।ପେଟରେ ଗ୍ୟାସ୍ ହେବା ପରେ ସେହି ବ୍ୟକ୍ତିର ପେଟରେ କିଛି ଲକ୍ଷଣ ଦେଖାଯାଇ ଥାଏ,ଯେମିତି ପେଟରେ ଗ୍ୟାସ ଭରି ରହିଥାଏ ଓ ଓଜନ ଲାଗେ। ନିଜ ପେଟ ଓ ପିଠି ରେ ମଧ୍ୟ ଯନ୍ତ୍ରଣା ହୋଇଥାଏ,ଅନ୍ତରେ କିଛି ଅସୁବିଧା ପରିଲିଖିତ ହେବା। ପେଟ ସଫା ନହେବା, ନିଦ ନଆସିବା, ଅଳସୁଆ ବା ଦୁର୍ବଳ ଲାଗିବା, ମୁଣ୍ଡ ବିନ୍ଧା ହେବା, କମ୍ ଭୋକ ହେବା,ହୃଦୟ ସ୍ପନ୍ଦନ ବଢିଯିବା, ହାକୁଟି ଆସିବା, ଛାତିରେ ଜଳାପୋଡା ହେବା,ମୁଣ୍ଡ ବୁଲେଇବା,ଆଉ ଗ୍ୟାସ ବାହାରିବା ପରେ ଆରାମ ଲାଗିବା ଏହି ସବୁ ଲକ୍ଷଣ ଦେଖାଯାଏ।
ଏବେ ଚାଲନ୍ତୁ ଜାଣିବା କିଛି ଘରୋଇ ଉପାୟ ବିଷୟରେ ଯାହା ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଭାବରେ ଗ୍ୟାସ୍ ସମସ୍ୟା ରୁ ମୁକ୍ତ ହୋଇ ପାରିବେ। ପ୍ରଥମ ଉପାୟ ହେଉଛି ଆପଣ ଚାରି ରୁ ପାଞ୍ଚ ଚାମଚ ଜିରା ବା ଜିରା ଗୁଣ୍ଡ ଓ ସେତିକି ମାତ୍ରରେ ବା ଚାରି ରୁ ପାଞ୍ଚ ଚାମଚ କଳା ଲୁଣ ନିଅନ୍ତୁ ଓ ଦୁଇଟି ଯାକ ଜିନିଷ କୁ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ଏହାର ମିଶ୍ରଣ କୁ ଉଷୁମ ପାଣି ବା ମହୁ ସହ ମିଶାଇ ସେବନ କରନ୍ତୁ।ଧ୍ୟାନ ରଖିବେ ଏହାକୁ ଅଧିକ ଗରମ ପାଣି ରେ ମିଶାଇ ସେବନ କରିବେ ନାହିଁ।
ଆପଣ ଏହି ଉପାୟ କୁ ସକାଳେ ଓ ସନ୍ଧ୍ୟାରେ ଖାଦ୍ୟ ଖାଇବା ପରେ କରିପାରିବେ,ଆଉ ଏହାର ସେବନ କେବଳ ଗୋଟେ ଚୁଟିକି ବିନା ପାଣିରେ କରିବେ। ଧ୍ୟାନ ରଖିବେ ଜିରା ର ଅଧିକ ସେବନ କରିବା ଦ୍ୱାରା, ବାନ୍ତି, ମୁଣ୍ଡ ବିନ୍ଧା,ଅସ୍ତବ୍ୟସ୍ତ ଲାଗିବା,ଚର୍ମରେ ଜଳାପୋଡା ହେବା, ଆଲାର୍ଜି ଆଦି ହେବାର ସମ୍ଭାବନା ରହିଥାଏ। ସେଥିପାଇଁ ଆପଣ ଏହାକୁ ସିମିତ ମାତ୍ରା ରେ ଦିନକୁ ଥରେ କିମ୍ବା ଦୁଇ ଥର ସେବନ କରନ୍ତୁ। ଏବେ ଚାଲନ୍ତୁ ଜାଣିବା ଦ୍ଵିତୀୟ ଉପାୟ ବିଷୟରେ, ଯେଉଁ ଉପାୟ କରିବା ଦ୍ୱାରା ଆପଣଙ୍କ ର ଗ୍ୟାସ୍ ଜନିତ ସମସ୍ୟା ଦୂର ହୋଇଯିବ।
ପେଟ ର ଗ୍ୟାସ୍ କୁ ଦୂର କରିବା ପାଇଁ ଲବଙ୍ଗ ବହୁତ ଲାଭଦାୟକ ଅଟେ। ପ୍ରତ୍ୟେକ ଦିନ ଏହାକୁ ମହୁ ରେ ମିଶାଇ ଖାଇବା ଦ୍ୱାରା କବଜ ବା କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ଓ ଏହାକୁ ଚୁଚୁମି ଖାଇବା ଦ୍ୱାରା ଆମ ପେଟରେ ଗ୍ୟାସ୍ ସମସ୍ୟା ଦୂର ହେବା ସହ ପାଚନ ପ୍ରକ୍ରିୟା ମଧ୍ୟ ଠିକ୍ ହୋଇଥାଏ।ତୃତୀୟ ଉପାୟ ହେଉଛି ଲେମ୍ବୁ କିମ୍ବା ମୂଳା ଖାଇବା ଦ୍ୱାରା ପେଟରେ ଗ୍ୟାସ ଜନିତ ସମସ୍ୟା ହୋଇ ନଥାଏ ଆଉ ପାଚନ କ୍ରିୟା ମଧ୍ୟ ଠିକ ରହିଥାଏ।ଏହା ସହିତ ଆମେ ଆପଣଙ୍କୁ କହି ରଖୁଚୁକି ସକାଳୁ ଗରମ ପାଣିରେ ଲେମ୍ବୁ ରସ ମିଶେଇ ପିଇବା ଦ୍ୱାରା ଆମର ହଜମ ପ୍ରକ୍ରିୟା ଠିକ ରହିଥାଏ ।ପେଟରେ ଗ୍ୟାସ ଉତତ୍ପର୍ଣ୍ଣ ହେବାର ଗୋଟେ କାରଣ ଶରୀରରେ ପାଣିର ଅଭାବ ମଧ୍ୟ ହୋଇଥାଏ।ସେଥିପାଇଁ ଆପଣ ଗୋଟେ ଦିନରେ ୮ ଗିଲାସ ପାଣି ପିଇବା ନିହାତୀ ଆଵଶ୍ୟକ ହୋଇଥାଏ। ତେବେ ଆପଣ ମଧ୍ୟ ଏହି ସବୁ ଉପାୟ ଅବଲମ୍ବନ କରି ନିଜର ଗ୍ୟାସ୍ ସମସ୍ୟା କୁ ସମ୍ପୂର୍ଣ୍ଣ ଭାବରେ ଦୂର କରିପାରିବେ।