December 23, 2024

Odia Express

Leading Odia News Portal of Odisha

କେଶ ଝଡ଼ିବା ସମସ୍ୟାର ଘରୋଇ ଉପଚାର – ଏହି ପତ୍ର ଗରମ କରି ବ୍ୟବହାର କରିଲେ କେବେ ମଧ୍ୟ ଚୁଟି ଝଡ଼ିବ ନାହିଁ..

ଆପଣମାନେ ଜାଣିଥିବେ କେଶ ଝଡ଼ିବା ଏକ ବହୁତ ବଡ଼ ସମସ୍ୟା ଉଭୟ ପୁଅ ଓ ଝିଅ ମାନଙ୍କ ପାଇଁ।ଏହି ସମସ୍ୟା ରୁ ମୁକୁଳିବା ପାଇଁ ଆମେ ବହୁତ ସାରା ଔଷଧ, ତେଲ,ସାମ୍ପୁ ବ୍ୟବହାର କରିଥାଉ।ହେଲେ ଏହାପରେ ବି ଆପଣଙ୍କ କେଶ ଝଡ଼ିଥାଏ।ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଜିନିଷ କହିବୁ ଯାହା ଦ୍ଵାରା ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ।ଏହା ସମ୍ପୂର୍ଣ୍ଣ ଘରୋଇ ପଦ୍ଧତିରେ ତିଆରି କରିହୁଏ।ଏହା ବହୁତ ଉପକାରୀ।ଦୁଇ କିମ୍ବା ତିନି ଥର ଏହାକୁ ବ୍ୟବହାର କରିଲେ ଆପଣ ନିଜେ ଏହାର ଉପକାରିତା ବିଷୟରେ ଜାଣିଯିବେ।ତେବେ ଆସନ୍ତୁ ଜାଣିବା ଏହି ଜିନିଷକୁ କିପରି ପ୍ରସ୍ତୁତ କରିବା।

ପ୍ରଥମେ ଆମେ ଦୁଇ ଗିଲାସ ପାଣି ଏକ ପତ୍ରରେ ନେଇ ତାକୁ ଗରମ କରିଦେବା।ଏହା ପରେ ଆମକୁ ଦ୍ୱିତୀୟ ରେ ଯେଉଁ ଜିନିଷ ଦରକାର ତାହା ହଉଛି,ପିଜୁଳି ପତ୍ର।ଏହି ପତ୍ର ଯଦି ଆପଣଂକୁ ମିଳୁନି ତେବେ ମାସେ କିମ୍ବା ପନ୍ଦର ଦିନରେ ଆପଣ ଏହାକୁ ବଜାରରୁ ଆଣିପାରିବେ।ପ୍ରଥମେ ପିଜୁଳି ପତ୍ର କୁ ଆଣି ଧୋଇଦବା।ଆପଣ ମାନେ ହୁଏ ତ ଭାବୁଥିବେ କଣ ଏହି ପତ୍ର କୁ ବ୍ୟବହାର କଲେ ସତରେ ଆମର କେଶ ସମସ୍ୟା ଦୁର ହୋଇଯିବ।ତ ଆପଣଙ୍କୁ ଆମେ ଜଣାଇ ଦେଉଛୁ ଯେ ଏହି ପତ୍ର ଭିଟାମିନ ‘ସି’ ଆଉ ‘ବି’ ରେ ପରିପୂର୍ଣ୍ଣ ଅଟେ। ଏହି କାରଣରୁ ଏହା ଆପଣଙ୍କ କେଶ ଝଡ଼ିବାକୁ ରୋକି ଥାଏ ଆଉ ନୂଆ କେଶ ଉଠିବାରେ ସାହାଯ୍ୟ କରେ।ଏହାକୁ ବ୍ୟବହାର କଲେ ଏହା ଇଉଭି ରେ ଠୁ ଆପଣଙ୍କ କେଶକୁ ରକ୍ଷା କରେ। ଏହି ପତ୍ରର ଆହୁରି ମଧ୍ୟ ଉପକାରିତା ରହିଅଛି।


ପାଣି ଗରମ ହେଇସାରିବା ପରେ ଆମେ ଏହି ପତ୍ର ଦଶଟି କିମ୍ବା ବାରଟି ନେଇ ସେଇ ପାତ୍ରରେ ପକାଇ ଦେବା।ଏହାପରେ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ଫୁଟିବାକୁ ଦେବା।ଯଦି ଆପଣ ସବୁ ଜିନିଷ ବ୍ୟବହାର କରି ଥକି ଯାଇଛନ୍ତି।ତ ଆପଣ ମାନେ ହାର ମାନିବା ଆଗରୁ ଏହାକୁ ଥରେ ମାତ୍ର ବ୍ୟବହାର କରନ୍ତୁ।ଏହାର ଫଳ ଆପଣ ନିଶ୍ଚୟ ପାଇବେ।ଗରମ କରି ସାରିବା ପରେ ଆମେ ଦେଖିବା ପତ୍ର ଗୁଡ଼ିକ ହଳଦିଆ ହୋଇଯାଇଛି।ଓ ପାଣି ମଧ୍ୟ ହଳଦିଆ ରଙ୍ଗର ହୋଇଯାଇଛି।ଏହା ପରେ କିଛି ସମୟ ଏହାକୁ ଥଣ୍ଡା କରିବା ପାଇଁ ରଖିଦେବ।ପାଣି ଥଣ୍ଡା ହେଇଯିବା ପରେ ଆମେ ସେ ପତ୍ର କୁ ପାଣିରୁ ବାହାର କରିଦେବା।ଏହାକୁ ନିଜ ମୁଣ୍ଡରେ ଲାଗେଇବାର ଦୁଇଟି ଉପାୟ ରହିଛି।ଯଦି ଆପଣ ଏହି ପତ୍ରକୁ ସହଜରେ ପାଇଯାନ୍ତି ତବେ ସବୁଦିନ ଏହାକୁ ବ୍ୟବହାର କରନ୍ତୁ। ଯାହା ଫଳରେ କି ଆପଣଙ୍କ ନୂଆ କେଶ ଉଠିବ।

ପ୍ରଥମ ଉପାୟରେ ଆପଣ ଯେମିତି ସପ୍ତାହରେ ଦୁଇ ତିନି ଥର ସାମ୍ପୁ କରନ୍ତି,ସେହିପରି ସାମ୍ପୁ କରିସାରିବା ପରେ ଶେଷରେ ଏହାକୁ ମୁଣ୍ଡରେ ଲାଗେଇବେ।ଏହାପରେ ଏହାକୁ ପାଞ୍ଚ ମିନିଟ ମୁଣ୍ଡରେ ରଖି ଧୋଇଦେବେ।ଏହା କରିବା ଦ୍ଵାରା ଆପଣଙ୍କ ମୁଣ୍ଡ ମଧ୍ୟ ରୁ ଏହାର ବାସ୍ନା ଆସିବ ନାହିଁ।ଦ୍ୱିତୀୟ ଉପାୟରେ ଯେଉଁମାନେ ଏହି ପତ୍ରକୁ ସହଜରେ ପାଉନାହାନ୍ତି,ମାସକରେ ଥରେ କିମ୍ବା ଦୁଇଥର ଆଣିପାରୁଥିବେ ସେମାନେ ଏହି ପଦ୍ଧତି ରେ ତିଆରି କରି ଏହାକୁ ରଖିଦେବେ ଏହାପରେ ତୁଲା ଦ୍ଵାରା କିମ୍ବା ସ୍ପ୍ରେ ବୋତଲ ଦ୍ଵାରା ନିଜ ମୁଣ୍ଡରେ ଲଗାଇବ।

ଯାହା ଦ୍ଵାରା ବହୁତ କମ ଏହା ଆପଣଙ୍କ ଲାଗିବ ଏହି ଔଷଧ। କିନ୍ତୁ ମନେ ରଖନ୍ତୁ ଏହାକୁ କେଶର ମୂଳରେ ଲଗେଇବେ।ଯାହା ଦ୍ଵାରା ଏହା ଆପଣଙ୍କ କେଶକୁ ମଜଭୁତ କରିବ। ମନେ ରଖନ୍ତୁ ଆପଣ ଯେମିତି ତେଲ ଲାଗନ୍ତି ସେମିତି ତେଲ ଲଗେଇବେ।କିନ୍ତୁ ଯେତେବେଳେ ସାମ୍ପୁ ବ୍ୟବହାର କରୁଛନ୍ତି ‘କେମିକାଲ ସାମ୍ପୁ’ ବ୍ୟବହାର ନକରି ‘ହର୍ବାଲ ସାମ୍ପୁ’ ବ୍ୟବହାର କରନ୍ତୁ।ଏହା ପରେ ଏହି ଜିନିଷଟିକୁ ମୁଣ୍ଡରେ ଲଗାନ୍ତୁ।ଫଳ ନିଶ୍ଚିନ୍ତ ପାଇବେ।

Leave a Reply

Your email address will not be published. Required fields are marked *