December 23, 2024

Odia Express

Leading Odia News Portal of Odisha

ଏହି ଅଧା କଟା ଟମାଟର୍ ଆପଣଙ୍କ ସ୍କିନ୍ କୁ ଏତେ ସୁନ୍ଦର ବନାଇଦେବ କି ପାର୍ଲର୍ ଯିବାକୁ ଆଉ ମନ ବଳାଇବେ ନାହିଁ

ଆପଣଙ୍କ ରଙ୍ଗ କଳା ହେଉ କିମ୍ବା ଗୋରା ଏହି କଥାରେ କିଛି ବି ଫରକ ପଡେନି , ଆପଣ ଦୁହେଁ ପରିସ୍ଥିତିରେ ସୁନ୍ଦର ଦେଖାଯାଇପାରିବେ , ଖାଲି ସର୍ତ୍ତ ଏହାକି ଆପଣଙ୍କ ସ୍କିନ୍ ସ୍ମୁଥ୍ ଓ ସଫ୍ଟ ହେବା ଆବଶ୍ୟକ, ସୁନ୍ଦର ଦେଖାଯିବାପାଇଁ ଏକ ଭଲ ସ୍କିନ୍ ହେବା ଜରୁରୀ ହୋଇଥାଏ , ଆଜିର ବଢୁଥିବା ପ୍ରଦୁଷଣ ଖାଦ୍ୟପେୟ ଓ ଷ୍ଟ୍ରେସ୍ ଇତ୍ୟାଦି କାରଣରୁ ଆମ ସ୍କ୍ରିନ୍ ବହୁତ ଜଲଦି ଖରାପ ହୋଇଯାଏ , ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଝିଅମାନେ ନାନାପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି , କିନ୍ତୁ ଏହି ସବୁ ପ୍ରଡକ୍ଟ୍ସରେ ଗୋଟିଏ ବଡ ସମସ୍ୟା ଅଛି କି ଏହା କେମିକାଲ୍ ଯୁକ୍ତ ହୋଇଥିବାର ଏହା ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ , ବହୁତ ଲୋକଙ୍କୁ ଏହା ସାଇଡ୍ ଇଫେକ୍ଟ ବି ହୋଇଯାଏ , କିଛି ଝିଅ ବ୍ୟୁଟି ପାର୍ଲରକୁ ଯାଇ ନିଜ ସୁନ୍ଦରତା ନିଖାର ଆଣିବାକୁ ଚାହଁନ୍ତି , କିନ୍ତୁ ଏହି ଦୁହେଁରେ ପଇସା ଖର୍ଚ୍ଚ ଅଧିକା ହୋଇଥାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଘରୋଇ ପ୍ରକିୟା କହିବାକୁ ଯାଉଛୁ, ଯାହା ଶସ୍ତା ଅଟେ ଓ ଏହାର କୌଣସି କୁପ୍ରଭାବ ସ୍କ୍ରିନ୍ ଉପରେ ପଡିବାକୁ ଦେଇନଥାଏ ।

ସବୁ ରୋଷେଇ ଘରେ ଟମୋଟୋ ମିଳିଥାଏ , ଏହା ସାଧାରଣତଃ ଆମେ ରୋଷେଇ ଖାଦ୍ୟରେ ତରକାରୀର ସ୍ୱାଦ ବଢାଇବାପାଇଁ କରିଥାଉ, କିନ୍ତୁ ଟମାଟୋ ଏକ ସ୍କ୍ରିନ୍ ଉପଯୋଗୀ ପ୍ରଡକ୍ଟ ହୋଇଥାଏ,  ଖାଲି ଆପଣ ଏହାକୁ ସଠିକ୍ ବ୍ୟବହାର କରିବା ଆସିବା ଉଚିତ୍ , ଟମାଟର ମଧ୍ୟରେ ବହୁତ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍କ୍ରିନ୍ କୁ ଫାଇଦା ଦେଇଥାଏ, ଆସନ୍ତୁ ଜାଣିବା ଟମାଟର୍ ଉପଯୋଗ କଲେ ସ୍କ୍ରିନ୍ ର କି ଫାଇଦା ଯୋଗାଇଥାଏ ।

୧) ଏକ ଅଧା କଟା ଟମାଟର ନିଅନ୍ତୁ ଓ ତାହା ମଧ୍ୟରେ ହଳଦୀଗୁଣ୍ତ ପକାନ୍ତୁ ଓ କଟା ହୋଇଥିବା ଭାଗକୁ ସ୍କ୍ରିନ୍ ରେ ପ୍ରାୟ ପାଞ୍ଚ ମିନିଟ୍ ଘସନ୍ତୁ, ମସାଜ୍ ଆପଣଙ୍କୁ ସର୍କୁଲାର୍ ମୋସନ୍ ରେ କରିବାର ଅଛି, ମସାଜ୍ କଲାବେଳେ ଟମାଟରକୁ ହାଲକା ହାଲକା ଦବାଉଥାନ୍ତୁ , ଏହିପରି ଟମାଟର୍ ହଳଦୀ ସହ ମିଶି ଆପଣଙ୍କ ସ୍କ୍ରିନ୍ କୁ ଭଲ ଭାବେ ସଫା କରିଦେବ , ପାଞ୍ଚ ମିନିଟ୍ ମସାଜ୍ କରିବାପରେ ଏହାକୁ ଦଶ ମିନିଟ୍ ସେମିତି ଛାଡିଦିଅନ୍ତୁ , ଓ ଚେହେରାକୁ ପରେ ପାଣିରେ ଧୋଇଦିଅନ୍ତୁ , ଏମିତି ସପ୍ତାହକୁ ଦୁଇଥର କରନ୍ତୁ , ଏହି ଉପାୟ ଦ୍ୱାରା ଆପଣଙ୍କ ସ୍କ୍ରିନ୍ ରୁ ଚମକ ଆସିବ , ଓ ତାହା ଆପଣଙ୍କ ଚେହେରାରେ କଳାଦାଗ, ଓ ବ୍ରଣ ଆଦି ସମସ୍ୟା ଦୂର ହୋଇଯିବ ।

୨) ଏକ ଅଧା କଟା ଟମାଟର ନିଅନ୍ତୁ ସେଥିରେ ଚିନି ମିଶାନ୍ତୁ , ଏହାପରେ ସର୍କୁଲାର୍ ମୋସନରେ ଚେହେରାରେ ୫ ମିନିଟ୍  ମସାଜ୍ କରନ୍ତୁ ତାପରେ ଏହାକୁ ଛାଡିଦିଅନ୍ତୁ ଓ ଦଶ ମିନିଟ୍ ପରେ ପାଣିରେ ଚେହେରା ଧୋଇଦିଅନ୍ତୁ , ଏଇ ଉପାୟ କଲେ ଆପଣଙ୍କ ଚେହେରା କୋମଳ ଓ ଚିକ୍କଣ ହୋଇଯିବ , ଏହାକୁ ସପ୍ତାହରେ ଥରେ କରନ୍ତୁ ।

୩) ଯଦି ଆପଣଙ୍କ ଚେହେରାରେ ଉଜ୍ଜଳତା ପାଇବାକୁ ଚାହୁଁଛନ୍ତି ତେବେ ଟମାଟରରେ ଲେମ୍ବୁର ରସ ମିଶ୍ରଣ କରିଦିଅନ୍ତୁ , ଏବେ ଏହାକୁ ଏକ କଟନ୍ କପଡା ଦ୍ୱାରା ଏହି ମିଶ୍ରଣକୁ ଚେହେରାରେ ଲଗାଇଦିଅନ୍ତୁ , ଓ ୧୫ ମିନିଟ୍ ପାଇଁ ଛାଡିଦିଅନ୍ତୁ , ଏହାପରେ ଚେହେରାକୁ ଧୋଇଦିଅନ୍ତୁ , ଆପଣଙ୍କ ଫେସ୍ ଚମକିବାକୁ ଲାଗିବ ।

୪) ଯଦି ଆପଣଙ୍କ ଚେହେରାରେ ବ୍ରଣର ସମସ୍ୟା ଅଛି ତେବେ ଟମାଟର ରସକୁ ଫେସ୍ ପ୍ୟାକ୍ କରନ୍ତୁ ଏହି ଫେସପ୍ୟାକ୍ ରେ ଗୋଲାପ ଜଳ ମିଶାଇପାରିବେ , ଏଥିରେ ଅଧିକା ଫାଇଦା ହେବ ।

Leave a Reply

Your email address will not be published. Required fields are marked *