October 19, 2024

Odia Express

Leading Odia News Portal of Odisha

Father’s day ରେ I Love You ବାପା କହି ୧୨ ବର୍ଷର ଝିଅ ନିଜ ପିତାଙ୍କର ଅନ୍ତିମ ସଂସ୍କାର କଲା – ଆଉ ତାପରେ ଯାହା ହେଲା ସମସ୍ତଙ୍କ ଆଖିରେ ଲୁହ ଆସିଗଲା..

ରବିବାର ୧୬ଜୁନରେ ସାରା ଦୁନିୟାର ଲୋକମାନେ ଫାଦର’ସ୍ ଡେ ପାଳିଲେ । ସେହି ଦିନ ପିଲାମାନେ ନିଜ ପିତାଙ୍କ ପାଦ ଛୁଇଁ, ଆଲିଙ୍ଗନ କରି ପାର୍ଟି କରି ଖୁସି ମନୋଊ ଥିଲେ, କିନ୍ତୁ ଏହା ମଧ୍ୟରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଏକ ବାର ବର୍ଷର ଝିଅ ଏହି ଫାଦର’ସ୍ ଡେ ରେ ନିଜ ପିତାଙ୍କର ଅନ୍ତିମ ସଂସ୍କାରରେ ମୁଖାଗ୍ନି ଦେଇଥିଲା । ନିଶ୍ଚିତ ଭାବରେ ଏହା ଏକ ବିରାଟ ଦୁଃଖଦାୟକ ଘଟଣା ଅଟେ ଯାହାକି ଏହି ଫାଦର’ସ୍ ଡେ ରେ ଜଣେ ନିଜର ପିତାଙ୍କର ମୃତ୍ୟୁକୁ ଅଙ୍ଗେ ଲିଭେଇବ । ଝିଅ ମାନେ ସବୁକାଳେ ବାପଙ୍କର ଗେଲ୍ହି ହୋଇଥାନ୍ତି । ପୁଅ ମାନଙ୍କ ଅପେକ୍ଷା ଝିଅ ମାନେ ବାପାଙ୍କର ନିକଟତର ହୋଇଥାନ୍ତି । ଆଉ ଯେତେବେଳେ ଏହି ପ୍ରକାର ଘଟଣା ଘଟେ କାହାର ବି ହୃଦୟ ଭାଙ୍ଗି ପଡିବ ନିଶ୍ଚିତ ଆଉ ସେ ମଧ୍ୟ ଦୁଃଖରେ ବୁଡିଯିବ । କିନ୍ତୁ ଇନ୍ଦୋର ନିବାସୀ ଖୁସି ୱାଟୱାନି ଙ୍କୁ ପିତାଙ୍କ ମୃତ୍ୟୁ ପରେ ଦାୟିତ୍ଵବୋଧ ଜ୍ଞାନ ହୋଇଗଲା । ଆଖିରେ ଲୁହ ଥିଲା ହୃଦୟ ଭାଙ୍ଗି ଯାଇଥିଲା ତଥାପି ତାଙ୍କ ମନରେ ଏଭଳି ଏକ ବୁଦ୍ଧି ଆସିଲା ଯାହାକୁ ସମସ୍ତ ତାରିଫ କଲେ  ।

 

ଖୁସି ନିଜର ପିତା ଜୟ ୱାଟୱାନିଙ୍କ ମୃତ୍ୟୁ ପରେ ତାଙ୍କର ଅଙ୍ଗଦାନର ଇଚ୍ଛା ତା ମନକୁ ଆସିଲା । ଏଥିନିମନ୍ତେ ସେ ପୁରା ପରିବାରଲୋକଙ୍କର ସହମତି ପ୍ରଥମେ ନେଲେ । ଏହାପରେ ସଂସ୍କାର ପ୍ରକ୍ରିୟା ପୂର୍ବରୁ ଅଙ୍ଗଦାନ କାର୍ଯ୍ୟ ଆରମ୍ଭ ହେଲା । ଏଥିପାଇଁ ମୁସ୍କାର ଗ୍ରୁପର ସଦସ୍ୟ ଆସିଲେ । କିନ୍ତୁ କିଛି ଡାକ୍ତରୀ କାରଣ ଯୋଗୁ କେବଳ ତାଙ୍କର ଚକ୍ଷୁଦାନ ହୋଇପାରିଲା ।

 

ଝିଅ ଖୁସି ମୁଖାଗ୍ନି ଦେଲେ  -ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ୩୮ବର୍ଷୀୟ ଜୟ ୱାଟୱାନିଙ୍କୁ ବିଗତ ଶନିବାର ଦିନ ହାର୍ଟ ଆଟାକ୍ ଯୋଗୁ ମୃତ୍ୟୁ ହେଇଥିଲା । ମୃତ୍ୟୁ ପରେ ବାର ବର୍ଷିୟା ଖୁସି ନିଜେ ଆଗକୁ ଆସି ସମସ୍ତ ପ୍ରଥା ସମାପ୍ତ କରିଥିଲା ଓ ତାସହ ପିତାଙ୍କର ଅନ୍ତିମ ସଂସ୍କାର ମଧ୍ୟ କରିଥିଲା । ଖୁସି ନିଜ ପିତାଙ୍କର ଏକମାତ୍ର ସନ୍ତାନ ଥିଲା । ସେଥିପାଇଁ ସେ ଝିଅର କର୍ତ୍ତବ୍ୟ କରିବା ସହ ଅନ୍ତିମ ସଂସ୍କାର ମଧ୍ୟ କଲା। ଶବ ସଂସ୍କାର ସଂସ୍କାର କାର୍ଯ୍ୟ ମୁଖ୍ୟତଃ ପୁଅ ମାନେ ହିଁ କରିଥାନ୍ତି । ଶବ ସଂସ୍କାର କାର୍ଯ୍ୟ ଇନ୍ଦୋର ର ରିଜିଓନାଲ ପାର୍କ ମୁକ୍ତିଧାମ ଠାରେ ସମ୍ପାଦିତ ହୋଇଥିଲା

 

ହାପି ଫାଦର’ସ ଡେ, ଆଇ ଳଭ୍ ୟୁ ପାପା – ଯାହାକି ଆମେ ସମସ୍ତେ ଜାଣୁ ଯେ ୧୬ଜୁନରେ ଫାଦର’ସ ଡେ ପାଳନ କରାଯାଏ । ଏହିଦିନ ଖୁସି ନିଜର ପିତାଙ୍କୁ ଅଶ୍ରୁଭରା ନୟନରେ ଶେଷଥର ପାଇଁ ଫାଦର’ସ ଡେ ର ଅଭିନନ୍ଦନ କରିଥିଲା । ଖୁସି ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଆଗରେ କହିଲା “ହାପି ଫାଦର’ସ ଡେ…, ଆଇ ଳଭ୍ ୟୁ ପାପା” ଖୁସି ମୁହଁରୁ ଏହା ଶୁଣିସେଠାରେ ଉପସ୍ଥିତ ସମସ୍ତ ଜନତାଙ୍କ ଚକ୍ଷୁ ଅଶ୍ରୁ ପ୍ଳାବିତ ହୋଇଗଲା । କାହାକୁ ମୁଣ୍ଡକୁ କିଛି ବୁଦ୍ଧି ଜୁଟିଲା ନାହିଁ ଯେ ଏପରି ସମୟରେ ସେମାନେ କଣ କହି ବା କଣ କରି ଏହି ଛୋଟ ଝିଅକୁ ବୁଝେଇ ପାରିବେ । ଖୁସି ପାଇଁ ଏହି ଦିନଟି କେତେ ଭାବପୂର୍ଣ୍ଣ ଓ ଦୁଃଖପୂର୍ଣ୍ଣ ଏହା ଅନୁମାନ କରିବା ମଧ୍ୟ କଷ୍ଟକର । ଆମେ କେବଳ ଈଶ୍ଵରଙ୍କ ନିକଟରେ ଏହି ପ୍ରାର୍ଥନା କରୁଛୁ କି ସେ ଖୁସିର ପିତାଙ୍କର ଆତ୍ମାର ସଦଗତି ପ୍ରାପ୍ତ କରାଇବା ସହ ଖୁସିର ଭବିଷ୍ୟତ ସୁଖରେ ବିତୁ ।

ଏହି ବିପଦ ସମୟରେ ମଧ୍ୟ ସାହସର ସହ କର୍ତ୍ତବ୍ୟ ସମ୍ପାଦନ କରିଥିବା ନିଜ ଝିଅକୁ ସ୍ଵର୍ଗରୁ ଦେଖି ଖୁସିର ପିତା ନିଜକୁ ଗର୍ବିତ ମାନେ କରୁଥିବେ ନିଶ୍ଚିତ । ଗଡ ବ୍ଲେସ ୟୁ ଖୁସି ….

Leave a Reply

Your email address will not be published. Required fields are marked *