୧୧ ଟି ଅଭ୍ୟାସ ଯାହା ଆପଣଙ୍କୁ କେବେ ମଧ୍ୟ ସଫଳ ହେବାକୁ ଦିଏ ନାହିଁ – ନିଶ୍ଚୟ ଏହି କଥା ଜାଣିରଖନ୍ତୁ..
![](https://www.odiaexpress.in/wp-content/uploads/2020/09/iyuTDWGYATWGIYTWRJHGR-oDIA-eXPRESS.jpg)
ଯେକୌଣସି ବ୍ୟକ୍ତି ଙ୍କ ର ସଫଳତା ପାଇବା ବା ଅସଫଳତା ପାଇବା ତାଙ୍କ ନିଜର ସବୁ ଅଭ୍ୟାସ ଉପରେ ନିର୍ଭର କରିଥାଏ।ଆପଣଙ୍କର ଅଭ୍ୟାସ ହିଁ ଆପଣଙ୍କୁ ସଫଳ କରି ପାରିଥାଏ।ଉତ୍ତମ ଅଭ୍ୟାସ ଆପଣଙ୍କୁ ସଫଳତା ର ମାର୍ଗ ଆଡକୁ ନେବା ବେଳେ ଖରାପ ଅଭ୍ୟାସ ଆପଣଙ୍କୁ ଅସଫଳତା ର ମାର୍ଗ ଆଡକୁ ନେଇଯାଏ।ତେବେ ଆଜି ଆମେ ଜାଣିବା ସେହି ସବୁ ଅଭ୍ୟାସ ବିଷୟରେ ଯେଉଁ ଅଭ୍ୟାସ ଆପଣଙ୍କୁ କେବେ ମଧ୍ୟ ସଫଳ ବା ଧନୀ ହେବାକୁ ଦେଇ ନଥାଏ।
୧.ପ୍ରଥମ ଅଭ୍ୟାସ ଟିଭି ଦେଖିବା,ଆପଣ କେବେ ଶୁଣିଛନ୍ତି କି କେହି ଧନୀ ବ୍ୟକ୍ତି ନିଜର ସମୟ ଟିଭି ଦେଖିବାରେ ନଷ୍ଟ କରନ୍ତି ବୋଲି ? ନା ଏପରି କେବେ ହୋଇନଥାଏ କାହିଁକି ନା କୌଣସି ଧନୀ ବ୍ୟକ୍ତି ନିଜରଉତ୍ତରାଧିକାରୀ ମୂଲ୍ୟବାନ ସମୟକୁ ଟିଭି ଦେଖି ସେଥିରେ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ।ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ଅତ୍ୟଧିକ ଟିଭି ଦେଖିବା ଦ୍ବାରା ଆମର କିଛି ବି ଲାଭ ହୋଇନଥାଏ ହେଲେ ଆମ ଶରୀରର ବହୁତ୍ କିଛି କ୍ଷତି ହୋଇଥାଏ,ଯେପରି ସମୟ କ୍ରମେ ମୋଟା ହେବା,ସ୍ମରଣ ଶକ୍ତି ହ୍ରାସ ପାଇବା ଭଳି ଅନେକ କ୍ଷତି ହୋଇଥାଏ।
୨.ଦ୍ଵିତୀୟ ଅଭ୍ୟାସ ଖରାପ ଖାଦ୍ୟ ଖାଇବା, କେବେ ମଧ୍ୟ ଖରାପ ଖାଦ୍ୟ ଖାଆନ୍ତୁ ନାହିଁ କାରଣ ଏହା ଦ୍ବାରା ଆପଣଙ୍କୁ ଅନେକ ପ୍ରକାର ର ରୋଗ ହେବାର ସମ୍ଭାବନା ରହିଥାଏ।ବିଶେଷ କରି ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କର ହୃଦଘାତ ହେବାର ସମ୍ଭାବନା ରହିଥାଏ। ତେଣୁ ଆପଣଙ୍କୁ ସଫଳ ହେବା ପାଇଁ ହେଲେ ଏପରି କିଛି ଖରାପ ଖାଦ୍ୟ ଖାଆନ୍ତୁ ନାହିଁ।
୩.ତୃତୀୟ ଅଭ୍ୟାସ ଅନାବଶ୍ୟକ ଜିନିଷ କିଣିବା, ଗରିବ ଲୋକ ମାନେ ସର୍ବଦା ଅନାବଶ୍ୟକ ଜିନିଷ କିଣି ସେଥିରେ ପଇସା ବର୍ବାଦ୍ କରିଥାନ୍ତି। କାରଣ ସେହି ସବୁ ଜିନିଷ କେବଳ ଦେଖେଇବା ପାଇଁ ହୋଇଥାଏ ,ହେଲେ ସେହି ସବୁ ଜିନିଷ ର କୌଣସି ବି ଆବଶ୍ୟକତା ନଥାଏ। ଠିକ୍ ସେହି ପରି ଦେଖିବାକୁ ଗଲେ ଧନୀ ବ୍ୟକ୍ତି ମାନେ ଏପରି ଅନାବଶ୍ୟକ ଜିନିଷ କିଣି ନିଜର ପଇସା ବର୍ବାଦ କରନ୍ତି ନାହିଁ, ସେମାନେ କେବଳ ନିଜର ଅତ୍ୟାବଶ୍ୟକ ଜିନିଷ କୁ କିଣି ଥାଆନ୍ତି।
୪.ଚତୁର୍ଥ ଅଭ୍ୟାସ ବିଳମ୍ବ ରେ ଉଠିବା, କେବଳ ଅସଫଳ ବ୍ୟକ୍ତି ହିଁ ଏପରିି ବିଳମ୍ବ ରେ ଉଠି ଥାଆନ୍ତି। କିନ୍ତୁ ସଫଳ ବ୍ୟକ୍ତି ସର୍ବଦା ଶୀଘ୍ର ଶୋଇ ସକାଳୁ ଶୀଘ୍ର ଉଠି ଥାଆନ୍ତି। ତେଣୁ ଆପଣ ବି ଚେଷ୍ଟା କରନ୍ତୁ ସର୍ବଦା ସୁର୍ଯୋଦୟ ପୂର୍ବରୁ ଉଠିବାକୁ ଏବଂ ରାତ୍ରୀରେ ଶିଘ୍ର ଶୋଇବାକୁ। ଏହା ଆପଣଙ୍କୁ ସଫଳତା ହାସଲ କରିବାରେ ନିହାତି ସାହାଯ୍ୟ କରିଥାଏ।
୫.ପଞ୍ଚମ ଅଭ୍ୟାସ ଖେଳ ପ୍ରେମୀ, ଖେଳକୁ ନିଜର ଏକ ଦୁର୍ବଳତା ଭାବୁଥିବା ବ୍ୟକ୍ତି ଜୀବନରେ ସଫଳତା ହାସଲ କରି ପାରନ୍ତି ନାହିଁ। କାହିଁକି ନା ଦେଖନ୍ତୁ ଯଦି ଆପଣ ଜଣେ ଖେଳ ପ୍ରେମୀ ତେବେ ନିଜେ ଯାଇ ପଡ଼ିଆରେ ପିଲା ମାନଙ୍କ ସହ ଖେଳନ୍ତୁ, ଏହା ଦ୍ୱାରା ଆପଣ ଫିଟ୍ ରହିଥାନ୍ତି, କିନ୍ତୁ ଏପରି ନକରି ଘଣ୍ଟା ଘଣ୍ଟା ଧରି ଖେଳ ଦେଖିବା ଦ୍ବାରା ଆପଣକୁ କେବେ ମଧ୍ୟ ସଫଳତା ମିଳିନଥାଏ।
୬.ଷଷ୍ଠ ଅଭ୍ୟାସ ନିନ୍ଦା କରିବା, କିଛି ବ୍ୟକ୍ତି ନିଜର ଭୁଲ୍ କୁ ମାନନ୍ତି ନାହିଁ, କିନ୍ତୁ ସଫଳ ବ୍ୟକ୍ତି ସର୍ବଦା ନିଜର ଭୁଲ୍ କୁ ମାନି ଭୁଲ୍ କୁ ସୁଧାରିବା ପାଇଁ ଚେଷ୍ଟା କରିଥାନ୍ତି। ତେଣୁ କୌଣସି ବ୍ୟକ୍ତି ଙ୍କୁ ନିନ୍ଦା କରିବା ଅନୁଚିତ୍, ସର୍ବଦା ନିଜର ଭୁଲ୍ କୁ ସ୍ବୀକାର କରି ନିଜ ଭୁଲ୍ କୁ ସୁଧାରିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଫଳରେ ଆପଣ ସଫଳତା ହାସଲ କରି ପାରିବେ।
୭.ସପ୍ତମ ଅଭ୍ୟାସ ଅର୍ଥ ସଞ୍ଚୟ ନ କରିବା, ଗରିବ ବ୍ୟକ୍ତି ମାନେ ସର୍ବଦା ଯେତିକି ଅର୍ଥ ରୋଜଗାର କରନ୍ତି ତାହା ଖର୍ଚ୍ଚ କରି ସାରି ଦିଅନ୍ତି, ଏହା ଦ୍ୱାରା ସେମାନେ ଅଧିକ ଗରିବତ୍ୱ ର ଶିକାର ହୋଇଥାନ୍ତି, କିନ୍ତୁ ସଫଳ ବ୍ୟକ୍ତି ମାନେ ସର୍ବଦା ଅର୍ଥ ସଞ୍ଚୟ କରିଥାନ୍ତି ଓ ଆବଶ୍ୟକ ପଡ଼ିବା ସମୟରେ ତାହାର ଉପଯୋଗ କରିଥାନ୍ତି।
୮.ଅଷ୍ଟମ ଅଭ୍ୟାସ ଗରିବ ବ୍ୟକ୍ତି ମାନେ ପଇସା ଆସିବାର ଆଶା ରଖି ସେହି ସବୁ ପଇସା କୁ ଖର୍ଚ୍ଚ କରିଦିଅନ୍ତି। ପଇସା ଖର୍ଚ୍ଚ କରିବା ସମୟରେ ସେମାନେ ଠିକ୍ ଭୁଲ୍ ଦେଖନ୍ତି ନାହିଁ ଓ ମନ ଇଚ୍ଛା ପଇସା ଖର୍ଚ୍ଚ କରିଦିଅନ୍ତି। ଏପରିିକି ଯଦି କୌଣସି କାମ ପାଇଁ ତାଙ୍କୁ ଉଦ୍ଧାର ନେବାକୁ ହୁଏ ସେଥିରେ ମଧ୍ୟ ସେମାନେ ପଛାନ୍ତି ନାହିଁ। ଯେମିତି ବି ହଉ ଉଦ୍ଧାର କରି ସେହି କାମ କରିଥାନ୍ତି।
୯.ନବମ ଅଭ୍ୟାସ ଗରିବ ଲୋକ ମାନେ କେବଳ ଗରିବ ଲୋକଙ୍କ ସହ ମିଶିବାକୁ ପସନ୍ଦ କରିଥାନ୍ତି। ଏହାର ମାନେ ନୁହେଁ ଯେ ଆପଣ ନିଜର ବନ୍ଧୁ ମାନଙ୍କ ସହ ମିଶନ୍ତୁ ନାହିଁ, ଏହାର ମାନେ ହେଉଛି ଆପଣ ଆପଣଙ୍କର ବନ୍ଧୁ ବାନ୍ଧବ ମାନଙ୍କ ସହ ମିଶିବା ସହିତ ଏପରି ଲୋକ ମାନଙ୍କ ସହ ମିଶନ୍ତୁ ଯିଏ କି କିଛି ନା କିଛି ରୋଜଗାର କରୁଥିବ।
୧୦.ଦଶମ ଅଭ୍ୟାସ ଅସଫଳ ବ୍ୟକ୍ତି କିଛି ନା କିଛି କରିବା ପାଇଁ ଚିନ୍ତା କରନ୍ତି ସତ ହେଲେ କିଛି କରନ୍ତି ନାହିଁ, ହେଲେ ସଫଳ ବ୍ୟକ୍ତି ସର୍ବଦା ନିଜେ ଭାବୁଥିବା କାମକୁ ସଫଳ କରିବା ପାଇଁ ଚେଷ୍ଟା କରିଥାନ୍ତି ଓ ଦିନେ ନା ଦିନେ ସେ ସଫଳ ହୋଇ ଦେଖାଇ ଥାଆନ୍ତି। ତେଣୁ ଆପଣଙ୍କୁ ସର୍ବଦା ନିଜର କାମକୁ କରିବା ପାଇଁ ପଡ଼ିବ ଯାହା ଦ୍ୱାରା ଆପଣ ମଧ୍ୟ ସଫଳ ହୋଇ ପାରିବେ।
୧୧.ଏକାଦଶ ଅଭ୍ୟାସ ଗରିବ ବ୍ୟକ୍ତି ମାନେ କେବେ ମଧ୍ୟ ରିସ୍କ ନିଅନ୍ତି ନାହିଁ ହେଲେ ସଫଳ ବ୍ୟକ୍ତି ସର୍ବଦା ରିସ୍କ ନେବାକୁ ପସନ୍ଦ କରିଥାନ୍ତି। ହେଲେ ଆପଣଙ୍କୁ କିଛି ରିସ୍କ ନେବା ପୂର୍ବରୁ ତା ବିଷୟରେ ସଠିକ୍ ଜ୍ଞାନ ରହିବା ଆବଶ୍ୟକ ଆଉ ମନରେ ସେତିକି ଆତ୍ମ ବିଶ୍ୱାସ ରହିବା ଆବଶ୍ୟକ।ତେବେ ଯାଇ ଆପଣ ଆପଣଙ୍କ କାମରେ ସଫଳତା ହାସଲ କରି ପାରିବେ।