December 19, 2024

Odia Express

Leading Odia News Portal of Odisha

ଚୟନ କରନ୍ତୁ ଏକ କବାଟ ଓ ଜାଣନ୍ତୁ ନିଜର ସ୍ଵଭାବ ଓ ମନର ଭାବନା ବିଷୟରେ..

ଆସନ୍ତୁ ଆଉ କୌଣସି ଏକ କବାଟ କୁ ଚୟନ କରନ୍ତୁ ଏବଂ ଜାଣନ୍ତୁ ଆପଣଙ୍କ ମନର ଭାବନା ବିଷୟରେ।ପ୍ରାୟତଃ ସମସ୍ତଙ୍କୁ କିଛି ନା କିଛି ଜିନିଷ ନିଜ ଆଡ଼କୁ ଆକର୍ଷିତ କରିଥାଏ ଓ ସେହି ଜିନିଷ ଆପଣଙ୍କର ମନର ଭାବନା ଏବଂ ଆପଣଙ୍କ ର ସ୍ଵଭାବ ବିଷୟରେ ମଧ୍ୟ ବହୁତ କିଛି କଥା ଜାଣିବାକୁ ମିଳିଥାଏ। କୁହାଯାଏ ଯେ ଜଣେ ବ୍ୟକ୍ତି ର ଚୟନ ତାର ମନର ଭାବନା ଏବଂ ତାର ସ୍ଵଭାବ ର ଆଇନା ସଦୃଶ୍ୟର ହୋଇଥାଏ।ଆମେ ଆପଣଙ୍କ ସାମ୍ନାରେ ଛଅ ଟି କବାଟ ରଖିବୁ ଓ ସେହି ଛଅ ଟି କବାଟ ମଧ୍ୟରୁ ଯେକୌଣସି ଗୋଟିଏ କବାଟକୁ ଆପଣଙ୍କୁ ଚୟନ କରିବାକୁ ପଡ଼ିବ।

୧.ଆପଣଙ୍କ ସାମ୍ନାରେ ରଖାଯାଇଥିବା ଛଅ ଟି କବାଟ ମଧ୍ୟରୁ ପ୍ରଥମ କବାଟ ଟି ହେଉଛି ସବୁଜ ରଙ୍ଗର,ଯଦି ଆପଣ ପ୍ରଥମ କବାଟ ତଥା ସବୁଜ କବାଟକୁ ଚୟନ କରିଛନ୍ତି ତେବେ ଆପଣଙ୍କ ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା।ଆପଣ ସ୍ୱତନ୍ତ୍ରତା କୁ ପସନ୍ଦ କରୁଥିବା ଜଣେ ବ୍ୟକ୍ତି ଅଟନ୍ତି।ଆପଣଙ୍କର ଚିନ୍ତାଧାରା ମଧ୍ୟ ସ୍ବତନ୍ତ୍ର ହୋଇଥାଏ।ଆପଣ ମାନେ ଜୀବନରେ କିଛି କରିବା ପୂର୍ବରୁ ସେହି କାମ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପରେ ଓ ଗହୀର ଚିନ୍ତନ ଓ ମନନ କରିବା ପରେହିଁ କୌଣସି ନିଷ୍ପତି ନେଇଥାନ୍ତି ଓ ସେହି କାମକୁ ନେଇ ଆଗକୁ ବଢ଼ିଥାନ୍ତି।

୨.ଏବେ ଜାଣିବା ଯଦି ଆପଣ ଦ୍ଵିତୀୟ କବାଟ ତଥା ଆକାଶ ନିଳ ରଙ୍ଗର କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କ ର ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା। ଯଦି ଆପଣ ଏହି ଆକାଶି ରଙ୍ଗର କବାଟ ଚୟନ କରିଛନ୍ତି ତେବେ ଏହା ସତ୍ୟ ଅଟେ ଯେ ଆପଣ ସର୍ବଦା ନିଜ ଦୁନିଆ ରେ ରହିବାକୁ ହିଁ ପସନ୍ଦ କରିଥାନ୍ତି।ଏକୁଟିଆ ରହିବା ଓ ନିଜର କାର୍ଯ୍ୟ କରିବା ଏହା ଆପଣଙ୍କର ଏକ ପ୍ରକାର ଅଭ୍ୟାସ,ଏହାର ମାନେ ନୁହେଁ ଯେ ଆପଣ କୌଣସି ବ୍ୟକ୍ତି ଙ୍କ ସହ ମିଶିବାକୁ ଭଲ ପାଆନ୍ତି ନାହିଁ ବରଂ ଏହାର ଅର୍ଥ ଆପଣ ସର୍ବଦା ଏକୁଟିଆ ରହି ନିଜର କାର୍ଯ୍ୟ ଉପରେ ଲକ୍ଷ୍ୟ ରଖି ଦୁନିଆ କୁ ଏକ ଅଲଗା ଦୃଷ୍ଟି ରେ ଦେଖିବାକୁ ଚାହିଁ ଥାଆନ୍ତି।

୩.ଏବେ ଜାଣିବା ଯଦି ଆପଣ ତୃତୀୟ କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା।ଯଦି ଆପଣ ଏହି ମାଟିଆ ରଙ୍ଗର କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଅତ୍ୟନ୍ତ ଉତ୍ତମ ହୋଇଥାଏ ଓ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି।ଆପଣଙ୍କୁ ରଙ୍ଗ ବହୁତ ପସନ୍ଦ ହୋଇଥାଏ, ଯେଉଁଥିପାଇଁ ଆପଣ ସବୁ କଥା କୁ ନିଜ ଭାବନାର ରଙ୍ଗରେ ଯୋଡ଼ି ଦେଇଥାନ୍ତି ଓ ଆପଣ ସର୍ବଦା ଜୀବନରେ କିଛି ନୂତନ କଥା କରିବାକୁ ବା ଜାଣିବାକୁ ଚେଷ୍ଟା କରିଥାନ୍ତି।

୪.ଏବେ ଜାଣିବା ଯଦି ଆପଣ ଚତୁର୍ଥ କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା। ଯଦି ଆପଣ ଏହି ନୀଳ ରଙ୍ଗର କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ମନରେ ଥିବା କିଛି ଜାଣିବାର ବା ଶିଖିବାର ଆଗ୍ରହ ଆପଣଙ୍କୁ କେବେ ମଧ୍ୟ ହରାଇ ପାରେ ନାହିଁ।ଆପଣ ସର୍ବଦା ଅନ୍ୟ ମାନଙ୍କ ଠାରୁ ଆଗରେ ରହିବାକୁ ଚେଷ୍ଟା କରିଥାନ୍ତି ଓ ସେଥିରେ ସଫଳ ମଧ୍ୟ ହୋଇଥାନ୍ତି ଓ ଏହି କାମ ପାଇଁ ଆପଣ ସର୍ବଦା ଲୋକ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥାନ୍ତି।

୫.ଏବେ ଜାଣିବା ଯଦି ଆପଣ ପଞ୍ଚମ କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା।ଯଦି ଆପଣ ଏହି ଧଳା ରଙ୍ଗର କବାଟ କୁ ଚୟନ କରିଛନ୍ତି ତେବେ ଆପଣ ସବୁ ପରିସ୍ଥିତି କୁ ନିଜ ହିସାବ ରେ ସାମ୍ନା କରିବା ପାଇଁ ପସନ୍ଦ କରିଥାନ୍ତି।ଆପଣ ନିଜ ପରିବାର କୁ ବହୁତ ଭଲ ପାଆନ୍ତି ଆଉ ତାଙ୍କୁ ପ୍ରତ୍ୟକ ମୁହୂର୍ତ୍ତରେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ଓ ପରିବାର ଲୋକ ମଧ୍ୟ ଆପଣଙ୍କ ଉପରେ ସର୍ବଦା ଖୁସି ରହିଥାନ୍ତି।

୬.ଏବେ ଜାଣିବା ଯଦି ଆପଣ ଷଷ୍ଠ କବାଟ କୁ ଚୟନ କରିଛନ୍ତି ତେବେ ଆପଣଙ୍କର ସ୍ଵଭାବ ଓ ମନର ଭାବନା କିପରି ହୋଇଥାଏ ଚାଲନ୍ତୁ ଜାଣିବା।ଯଦି ଆପଣ ଏହି ଗାଢ଼ ମାଟିଆ ରଙ୍ଗର କବାଟ କୁ ଚୟନ କରିଛନ୍ତି ତେବେ ଆପଣ ସର୍ବଦା ସୁଖ ଶାନ୍ତି ରହିବାକୁ ପସନ୍ଦ କରିଥାନ୍ତି,ଆପଣ ଜଣେ ଭଲ ଲେଖକ ହୋଇଥାନ୍ତି ଓ ଆପଣଙ୍କ ମଧ୍ୟରେ କଳା ଭରି ହୋଇ ରହିଥାଏ।ଆପଣ ଜୀବନରେ ସତ୍ୟତା କୁ ଭଲ ପାଉଥିବା ଜଣେ ବ୍ୟକ୍ତି ଅଟନ୍ତି।

Leave a Reply

Your email address will not be published. Required fields are marked *