December 23, 2024

Odia Express

Leading Odia News Portal of Odisha

ଭଲ ଚାକିରି ପାଇବାକୁ ଚାହୁଛନ୍ତି ତେବେ ଭୁଲ୍ ରେ କରନ୍ତୁ ନାହିଁ ଏହି ୧୦ ଟି ଭୁଲ୍ – ନିଶ୍ଚୟ ମନେ ରଖନ୍ତୁ ଏହି କଥା..

ଆଜିର ସମୟରେ ଲଗାତାର ବଢୁଥିବା ଜନସଂଖ୍ୟାର ବହୁତ ଖରାପ ପରିଣାମ ସାମ୍ନାକୁ ଆସୁଛି । ଏହି ସବୁଥିରେ ବେରୋଜଗାରି ସବୁଠାରୁ ବଡ ସମସ୍ୟା ଦେଖିବାକୁ ମିଳିଛି , ବଢୁଥିବା ଜନସଂଖ୍ୟାକୁ ନେଇ ଚାକିରି କମ୍ ହୋଇଯାଇଛି , ଓ ପାଠ ପଡୁଥିବା ଯୁବକ ଅଧିକା ଯାହାର୍ କାରଣରୁ ୬୦ ପ୍ରତିଶତ ଯୁବାଙ୍କ ଚାକିରି ଚକ୍କରରେ ଏପଟ ସେପଟ ଚାକିରି ଖୋଜିବାରେ ଲାଗିଛନ୍ତି । ଆଜିର ସମୟରେ ଚାକିରି ପାଇବା ଆଗ ଅପେକ୍ଷା ଏତେ ସହଜ ହୋଇନାହିଁ , କାରଣ ଆଜିକା ସମୟରେ ପ୍ରତିଯୋଗିତା ଏହା ହୋଇଯାଈଛି , ଇଣ୍ଟରଭ୍ୟୁ ରାଉଣ୍ତ ଏତେ କଠିନ ହୋଇଯାଉଛି କି ବହୁତ ଲୋକ ଇଣ୍ଟରଭ୍ୟୁ ଦେବା ସମୟରେ ଛୋଟ ବଡ ଭୁଲ୍ କରିବସନ୍ତି , ଯାହାର କାରଣରୁ ପାଇବାକୁ ଥିବା ଚାକିରିରୁ ନିଜକୁ ନିବୃତ କରିବସନ୍ତି

ଇଂରାଜୀରେ ଏକ ଲୋକକଥା ଅଛି ଯାହାକି ହେଲା First impression is the last impression ଏମିତିରେ କେଉଁ ବ୍ୟକ୍ତି ଇଣ୍ଟରଭ୍ୟୁ ଦେବା ସମୟରେ ପ୍ରଥମ ଇମ୍ପ୍ରେସନ୍ ଭୁଲ୍ ହୋଇଯାଏ ତେବେ ତାହା ସବୁବେଳେ ଭୁଲ୍ ହୋଇଯାଏ । ଆଜି ଏହି ଆର୍ଟିକିଲ୍ ରେ ଆମେ ଇଣ୍ଟରଭ୍ୟୁ ସହ ଯୋଡିହୋଇଥିବା କିଛି ଏପରି ଭୁଲ୍ ବିଷୟରେ କହିବାକୁ ଯାଊଛୁ , ଯାହାର କାରଣରୁ ବହୁତ ପାଠ ପଢିଥିବା ଯୁବକ ବି ଚାକିରି ପାଇନଥାନ୍ତି , ଯଦି ଆପଣ ଏହି ଭୁଲ୍ କୁ ଜାଣିବେ ଓ ଏହାକୁ ସାବଧନତା ପୁର୍ବକ କେବେ ନ କରିବେ ତେବେ ଆପଣଙ୍କ ଚାକିରି କ୍ଷେତ୍ରରେ ବହୁତ ଲାଭଦାୟକ ହେବ ।

୧) ଇଣ୍ଟରଭ୍ୟୁ ସମୟରେ ସବୁଠାରୁ ପ୍ରଥମେ ଆମର ପରିଧାନକୁ ଧ୍ୟାନ ଦେବା ଉଚିତ୍ , କେବେ ଇଣ୍ଟରଭ୍ୟୁ ସମୟରେ କେଉଁ ଚକମକିଆ ବା ଫ୍ୟାନ୍ସି ଡ୍ରେସ୍ ପରିଧାନ କରିବାକୁ ଉଚିତ୍ ନୁହେଁ । ସବୁବେଳେ ଇଣ୍ଟରଭ୍ୟୁରେ ଫର୍ମାଲ୍ ଡ୍ରେସ୍ ପିନ୍ଧିବା ଉଚିତ୍ ,

୨)ଯେଉଁ ଲୋକ ଇଣ୍ଟରଭ୍ୟୁ ନେଇଥାନ୍ତି ତାଙ୍କୁ ଅଧିକା କହୁଥିବା ଲୋକଙ୍କୁ ଚିଡା ଲାଗେ,  ଏଥିପାଇଁ ଆପଣ ଯେତେ ପଚାରାଯିବ ସେତିକିର ଉତ୍ତର ଦିଅନ୍ତୁ , କାରଣ ଅଧିକା କହୁଥିବା ଲୋକଙ୍କ ପାଇଁ ଏହା କ୍ଷତିକାରକ ବା ନକରାତ୍ମକ ସିଦ୍ଧ ହୋଇପାରେ ।

୩)ଯଦି ଆପଣଙ୍କୁ ଇଣ୍ଟରଭ୍ୟୁରେ ପୁରୁଣା କମ୍ପାନୀ ଛାଡିବାର କାରଣ ବିଷୟରେ ପଚାରାଯାଏ ତେବେ ସେ କମ୍ପାନୀ ବିଷୟରେ କିଛି ଅପଶବ୍ଦ କୁହନ୍ତୁ ନାହିଁ , ଏମିତି କଲେ ଭୁଲ୍ ଇମ୍ପ୍ରେସନ୍ ପଡିପାରେ ।

୪) ଇଣ୍ଟରଭ୍ୟୁ ସମୟରେ ନିଜର କନଫିଡେସନ୍ ଲେବୁଲ୍ ସିମିତ ରହିବା ଉଚିତ୍ , କାରଣ ବହୁତ ଥର ଅଧିକା ଓଭର କନଫିଡେନ୍ସ ହୋଇଥିଲେ ଏହା ନକରାତ୍ମକ ସିଦ୍ଧ ହୋଇପାରେ ।

୫) ଇଣ୍ଟରଭ୍ୟୁ ନେଉଥିବା ଲୋକଙ୍କୁ ସମୟ ବହୁତ ପ୍ରଭାବୀ ହୋଇଥାଏ , ଏଥିପାଇଁ ସବୁବେଳେ ଧ୍ୟାନ ରଖିବେ କି ନିଶ୍ଚିତ ସମୟରେ ୧୦ କିମ୍ବା ୧୫ ମିନିଟ୍ ପୁର୍ବରୁ ଇଣ୍ଟରଭ୍ୟୁ ହେଉଥିବା ସ୍ଥାନରେ ପହଞ୍ଚନ୍ତୁ ।

୬) ଇଣ୍ଟରଭ୍ୟୁ ଦେବାପରେ ଥରେ ଏଚ୍ ଆର୍ ଙ୍କୁ ସାକ୍ଷାତ କରନ୍ତୁ , ଯାହା ଦ୍ୱାରା ଆପଣ ଜାଣିପାରିବେ କି ଜବ୍ ପାଇଁ ଆପଣ କେତେ ଅଧିକା ଉତ୍ସାହିତ ଅଛନ୍ତି ।

୭) ଇଣ୍ଟରଭ୍ୟୁ ସମୟରେ ଆପଣଙ୍କୁ ଆପଣଙ୍କ ଆନୁମାନିକ ଦରମା ବିସୟରେ ପଚାରାଗଲେ ଆପଣ ନିଜ ଅଭିଜ୍ଞତା ଅନୁସାରେ ସ୍ୟାଲେରି ର ଡିମାଣ୍ତ କରନ୍ତୁ , କେବେ ବି ଅଧିକା ସ୍ୟାଲେରି ମାଗିବାର ଭୁଲ୍ କରନ୍ତୁ ନାହିଁ ।

୮) ଯେବେ ଆପଣ ଇଣ୍ଟରଭ୍ୟୁ ଦେବାପାଇଁ ଅଫିସ୍ କୁ ଯିବେ ତେବେ ମୋବାଇଲ୍ କୁ ସୁଇଚ୍ ଅଫ୍ କିମ୍ବା ସାଇଲେଣ୍ଟ୍ କରି ଯାଆନ୍ତୁ , ଯାହା ଦ୍ୱାରା ଏହା ଆପଣଙ୍କ ପାଇଁ ଭଲ ହେବ ।

୯) ଆପଣ ଯେଉଁ ବି କମ୍ପାନୀକୁ ଇଣ୍ଟରଭ୍ୟୁ ଦେବାକୁ ଯାଉଛନ୍ତି ତାହା ପୁର୍ବରୁ ସେହି କମ୍ପାନୀ ବିଷୟରେ ଭଲ ଭାବେ ରିସର୍ଚ୍ଚ କରିନିଅନ୍ତୁ , ଯାହା ଦ୍ୱାରା ସେଠାରେ ପହଞ୍ଚିଲେ ପଚାରାଯାଉଥିବା ପ୍ରଶ୍ନକୁ ଭଲ ଭାବେ ଉତ୍ତର ଦେଇପାରିବେ ।

୧୦) ଯଦି ଆପଣ ଇଣ୍ଟରଭ୍ୟୁର ଫାଇନାଲ୍ ରାଉଣ୍ତରେ ପହଞ୍ଚିଯାଆନ୍ତି , ତେବେ ଆପଣଙ୍କ ବେଷ୍ଟ ପରଫରମାନ୍ସ ଦିଅନ୍ତୁ , ଓ ଶାନ୍ତ ଭାବେ ରୁହନ୍ତୁ, କାରଣ ଅଧିକା ଓଭର୍ ଆକ୍ଟ କରିଲେ ଏହା ଆପଣ ହେଉଥିବା କାର୍ଯ୍ୟରେ ଫାଟ ଆଣିପାରେ ।

Leave a Reply

Your email address will not be published. Required fields are marked *