December 23, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା କିପରି ମସୁର ଡାଳୀରୁ ଆମେ ଗୋଟେ ଭଲ କ୍ରିମ ପ୍ରସ୍ତୁତ କରି ପାରିବା – କିଛି ଦିନରେ ଚମକି ଉଠିବ ଆପଣଙ୍କ ଚେହେରା..

ନମସ୍କାର ଆଜି ଆମେ ଜାଣିବା ଆମେ କିପରି ମସୁର ଡାଲିର କ୍ରିମ ତିଆରି କରି ପାରିବା।ଯାହା ଆମ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାଇ ହୋଇଥାଏ।ଏହି କ୍ରିମ ଘରେ ଆପଣ ୧୦୦% ପ୍ରାକୃତିକ ଜିନିଷରେ ବନେଇ ପାରିବେ ଆଜି ଆମେ ସେ ବିଷୟରେ ଜାଣିବା।ଏହା ଆମ ଚେହେରାରୁ କଳା ଦାଗ ଓ ବିଭିନ୍ନ ଅସୁବିଧାକୁ ଦୁର କରିଥାଏ।ତେବେ ଆସନ୍ତୁ ଜାଣିବା ଏହାକୁ ତିଆରି କରିବାର ବଢିଆ ଉପାଉ। ଆମକୁ ପ୍ରଥମେ ଦରକାର ଅଧଗିନା ମସୁର ଡାଲି ଓ ଆପଣ ଏ ଡାଲିକୁ ଆଣିବେ ସେ ଗିନା ସମେତ ରଖି ନେବେ।ତାପରେ ଆମକୁ ଦରକାର ହେବ ୬-୭ ଚାମୁଚ ଗୋଲାପ ଜଳ ନେବେ।ତାପରେ ସେ ମସୁର ଡାଲି ଭିତରେ ପକେଇ ନେବେ ଓ ତାକୁ ସେହି ଭଳି ଗୋଟେ ରାତି ଭଲ ଭବାରେ ଭିଜେଇ ରଖି ଦେବେ।ତାପରେ ଆପଣ ଆର ଦିନ ସକାଳୁ ଦେଖିବେ ଏହା ଭଲ ଭାବରେ ଫୁଲି ଯିବ ଓ ତାପରେ ଏହା ନରମ ମଧ୍ୟ ହୋଇଯିବ।

ତାପରେ ଏହି ଭିଜା ହୋଇଥିବା ନାଲି ମସୁର ଡାଲିକୁ ନେଇ ତାକୁ ଗୋଟେ ଗ୍ରାଇଣ୍ଡର ସାହାଯ୍ୟରେ ତାକୁ ବାଟୀ ନେବେ ଓ ବାଟୀ ଗୋଟେ ମିଶ୍ରଣ ପ୍ରସ୍ତୁତ କରି ନେବେ।ଆଉ ବାଟିବା ଆଗରୁ ଧ୍ୟାନ ରଖିବେକି ସେ ଭିଜେଇ ଥିବା ପାଣିରେ ପକେଇ ଥିବା ମସୁର ଡ଼ାଲି ବାଟିଲା ବେଳେ ସେ ପାଣିକୁ ତା ଭିତରେ ପକେଇ ନେବେ।ଆପଣ ଦେଖିବେ ତାକୁ ବାଟିଲା ବେଳେ ଧ୍ୟାନ ରଖିବେ ଯେପରି ଏହା ପତଳା ହୋଇଯିବ।କାରଣ ଏହା ଛାଣିବାରେ ସୁବିଧା ହେବ।

ତାପରେ ଆପଣ ସେ ମିଶ୍ରଣ କୁ ନେବେ ତାକୁ ଯେକୌଣସି ଛଣା ସାହାଯ୍ୟରେ ଛାଣି ଦେବେ ତାପରେ ଆପଣ ସେ ଛଣାରେ ପକେଇବେ ଓ ଚାମୁଚ ସାହାଯ୍ୟରେ ଚାପି ନେବେ ଓ ତା ଭିତରୁ ବାହାରୁଥିବା ରସକୁ ଗୋଟେ ଗିନା ସାହାଯ୍ୟରେ ଭଲ ଭାବରେ ସଂଗ୍ରହ କରି ନେବା।ତାପରେ ଆପଣ ଯଦି ଚାହିଁବେ ଚା ଛଣା ଦ୍ୱରା ନଛାଣି ଯେକୌଣସି ପତଳା ତୁଳା କପଡା ସାହାଯ୍ୟରେ ଛାଣି ପାରିବା ସେଥିରୁ ମଧ୍ୟ ଭଲ ରସ ଭଲ ଭାବରେ ବାହାରି ପାରିବ।

ତାପରେ ଆପଣ ସେ ରସକୁ ନେଇ ଭଲ ଭାବରେ ଗୋଟେ ଗିନାରେ ରଖିବା।ଏବେ ଆସନ୍ତୁ ଜାଣିବା ସେଥିରୁ କିପରି ସେ କ୍ରିମ ତିଆରି କରି ପାରିବା।ତାପରେ ଆପଣ ସେଥିରେ ୩-୪ ଚାମୁଚ ସେ ରସକୁ ନେବା ଓ ତାପରେ ସେଥିରେ ୨ ଟି ବଡ଼ ଚାମୁଚ ଗ୍ଲେସେରିନ ପକେଇବେ।ତାପରେ ତା ଭିତରେ ଗୋଟେ ଆଉ ତାର ଅଧା ଚାମୁଚ ଭିଟାମିନ-ଇ ତେଲ ପକେଇବା।ସେ ସବୁ ପକେଇ ସାରିବା ପରେ ଆପଣ ତାକୁ ଭଲ ଭାବରେ ଗୋଳେଇ ନେବା।

ତାପରେ ଆପଣ ସେ ସବୁକୁ ଭଲ ଭାବରେ ଗୋଳେଇ ସାରିବା ପରେ ଆପଣ ତାଭିତରେ ଦୁଇଟି ବଡ଼ ଚାମୁଚ ଆଲୋବେରା ଜେଲ ପକେଇବା।ତାପରେ ତାକୁ ଭଲ ଭାବରେ ସେ ଆଲୋବେରା ଜେଲକୁ ଭଲ ଭାବରେ ମିଶେଇ ନେବା ଯାହା ଫଳରେ ଏହା ଯେମିତି ଗାଢ଼ା ହୋଇଯିବ ଓ ଭଲ କ୍ରିମ ତିଆରି ହୋଇଯିବ।ଆପଣ ଭଲ ଭାବରେ ୩-୪ ମିନିଟ ପର୍ଯ୍ୟନ୍ତ ଭଲ ଭବାରେ ଗୋଳେଇ ମିଶେଇ ନେବେ।ସେ ସବୁ ଉପାଦାନ ଭଲ ଭାବରେ ଗୋଳେଇ ହୋଇଯିବା ପରେ ଏହାର ରଙ୍ଗ ହାଲ୍କା ଗୋଲାପି ହୋଇଯିବ।

ଆପଣ ଧ୍ୟାନ ରଖିବେ ଏହା ଯେପରି ବେଶି ମୋଟା କିମ୍ବା ପତଳା ହୋଇଯିବ।ଏବେ ଆସନ୍ତୁ ଜାଣିବା ଆମେ କିପରି ଏହାକୁ ସଂଗ୍ରହ କରି ରଖି ପାରିବା ଏବେ ଜାଣିବା।ଆମେ ତାକୁ ଗୋଟେ ନିବୁଜ ଡ଼ବା ଭିତରେ ନିଜ ଘର ତାପମାତ୍ରାରେ ୧୦-୧୫ ଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖି ପାରିବା।ଏହା ଆମ ଚର୍ମକୁ ଉଜ୍ଜ୍ୱଳତା ପ୍ରଦାନ କରିବ ଓ ସୁନ୍ଦର କରିବ।ଏହା ସାଧାରଣତ ସମ୍ପୂର୍ଣ୍ଣ ପ୍ରାକୃତିକ ଜିନିଷରୁ ପ୍ରସ୍ତୁତ ହୋଇଛି ଓ ଏହା ଆମ ମୁହଁରେ ଥିବା କଳା ଦାଗକୁ ସହଜରେ କାଢି ପାରିବ।

Leave a Reply

Your email address will not be published. Required fields are marked *