October 20, 2024

Odia Express

Leading Odia News Portal of Odisha

ଆପଣଙ୍କ କଳା ଓ ହଳଦିଆ ଦାନ୍ତକୁ ହୀରା ଭଳି ଚିକ ଚିକ କରିଦେବ ଏହି ପ୍ରାକୃତିକ ଘରୋଇ ଉପାୟ ଆସନ୍ତୁ ଜଣାଇବା ଏହାକୁ ପ୍ରସ୍ତୁତ କରିବାର ବିଧି..

ଯଦି ଆପଣଙ୍କ ଦାନ୍ତ ଥରେ ଅସନା ଓ ହଳଦିଆ ହୋଇଯାଉଛି ତେବେ ଆପଣ ଚାହିଁଲା ପରେବି ତାକୁ ସଫା କରି ପାରିବେ ନାହିଁ।ଆସନ୍ତୁ ବନ୍ଧୁଗଣ ଆଜି ଆମେ ଏମିତି ଏକ ପ୍ରାକୃତିକ ଉପାୟ ବିଷୟରେ ଜାଣିବା ଯାହାଦ୍ୱାରା ଆପଣଙ୍କ ଦାନ୍ତରେ ଜମାଥିବା ଅସନା ପଣ ଓ ହଳଦିଆ ପଣକୁ ସାଙ୍ଗେ ସାଙ୍ଗେ ଭଲ କରି ଦେବ।ଆଜି ଆମେ ଯେଉଁ ଉପାୟ ଆପଣଙ୍କୁ କହିବାକୁ ଯାଉଛୁ ବୋଧହୁଏ ଆପଣ ମାନଙ୍କ ଭିତରୁ କେହିବି ଏ ଉପାୟର ପ୍ରୟୋଗ କରି ନଥିବେ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କୁ ପ୍ରଥମ ଦିନରୁହିଁ ଆପଣଙ୍କୁ ଲାଭ ଦେଖିବାକୁ ମିଳୁ ତ ଆମେ କହୁଥିବା ସବୁ ଉପାୟକୁ ଭଲ ଭାବରେ ଶୁଣି ଏହାକୁ ମନ ରଖନ୍ତୁ ଓ ନିଜ କାର୍ଯ୍ୟରେ ବ୍ୟବହାର କରନ୍ତୁ।ସାଙ୍ଗମାନେ ଆମର ଯେଉଁ ଦାନ୍ତ ଥାଏ ତାକୁ ଅସନା ହେବାରେ ଗୋଟେ ସମୟ ଲାଗିଥାଏ।ଦାନ୍ତ ଉପରେ ଜମାଥିବା ହଳଦିଆ ସ୍ତର ବା କଳା ସ୍ତରକୁ ଆମେ ସ୍ଟେନ କହିଥାଉ।

ଦାନ୍ତର ସବୁଠାରୁ ଉପର ଭାଗ ଯାହାକୁ ଆମେ ଇନେମେଲ ବୋଲି କହିଥାଉ ତାଉପରୁ ସେ ହଳଦିଆ ଅଂଶକୁ ହଟେଇବା ବହୁତ କଷ୍ଟ ସାଧ୍ୟ ହୋଇଥାଏ।ଆସନ୍ତୁ ଆରମ୍ଭ କରିବା ଏହି ଘରୋଇ ପ୍ରାକୃତିକ ଉପାୟ,ଆପଣଙ୍କୁ ପ୍ରଥମେ ଦରକାର କୌଣସିବି ଗୋଟେ ଦାନ୍ତ ଘଷା ପେଷ୍ଟ।ତାପରେ ସେଥିରେ ଦ୍ୱିତୀୟ ଜିନିଷ ଯାହା ଆମେ ମିସେଇବା ସେ ହେଉଛି ୪-୫ ବୁନ୍ଦା ଲେମ୍ଭୁ ରସ ଏହାକୁ ମିଶେଇ ସାରିବା ପରେ ଆପଣ ସେ ଦୁଇଟି ଜିନିଷକୁ ଭଲ ଭାବରେ ଗୋଳେଇ ନେବେ।

ବହୁତ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ଏହାର ବ୍ୟବହାରରେ ସେମାନଙ୍କ ଦାନ୍ତ ଖଟାଳିଆ ହେବାକୁ ଲାଗେ ଯେଉଁ କାରଣରୁ ସେମାନେ ଲେମ୍ଭୁ ଜାଗାରେ ଆପଣ ସାଧାରଣ ପାଣି ମିଶେଇ ପାରିବେ।ତାପରେ ତୃତୀୟ ଜିନିଷ ଆପଣଙ୍କୁ ଦରକାର ଖାଇବା ଲୁଣ,ଆପଣ ମାତ୍ର ଗୋଟେ ଚୁଟକି ଖାଇବା ଲୁଣ ମିଶେଇ ସେଗୁଡିକୁ ଭଲ ଭାବରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।

ଲୁଣ ଭିତରେ ଏମିତି ତତ୍ୱ ମିଳିଥାଏ ଯାହା ଆମର ମାଢୀକୁ ଟାଣ କରିଥାଏ ଓ ଦାନ୍ତକୁ ଶକ୍ତ କରିଥାଏ।ତାସହିତ ସେଥିରେ ଥିବା ହଳଦିଆ ଦାଗକୁ ବାହାରକୁ କାଢି ଫୋପାଡ଼ି ଦେଇଥାଏ।ଚତୁର୍ଥ ଜିନିଷ ଯାହା ଆପଣଙ୍କୁ ନବାର ଅଛି ସେ ହେଉଛି ଗୋଟେ ଚୁଟକି ହଲଦି।ହଳଦୀ ଆପଣଙ୍କ ଦାନ୍ତକୁ ସଢ଼ିବାରୁ ବଞ୍ଚେଇ ଥାଏ ଓ ହଳଦିଆ ପଣକୁ ବାହାରକୁ କାଢି ଫୋପାଡ଼ି ଥାଏ।

ତାପରେ ସେ ସବୁ ଜିନିଷକୁ ଭଲ ଭାବରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।ତାପରେ ପଞ୍ଚମ ଜିନିଷ ଯାହା ଆମକୁ ମିଶେଇବାର ଅଛି ସେହେଉଛି ସୋରିଷ ତେଲ।ଆପଣ ମାତ୍ର ୬-୭ ବୁନ୍ଦା ଏଥିରେ ମିଶେଇ ପାରିବେ।ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ତମ୍ଭାଖୁ ଓ ଗୁଟଖାର ସେବନ କରନ୍ତିନି କିନ୍ତୁ ସେମାନଙ୍କ ଦାନ୍ତ ତଥାପି ଖରାପ ହୋଇଥାଏ।ତାପରେ ସେ ସୋରିଷ ଟେଲକୁ ଭଲ ଭାବରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।

ତାପରେ ଛଅ ନମ୍ବର୍ ଜିନିଷ ଯାହା ମିସେଇବାର ଅଛି ସେ ହେଉଛି ଟମାଟର।ଆପଣ ଏଥିରେ ୪-୫ ବୁନ୍ଦା ଟମାଟର ଏଥିରେ ଚାମୁଚ ସାହାଯ୍ୟରେ ମିଶେଇ ନେବେ।ଆପଣ ଏହାକୁ ବନେଇ ପ୍ରସ୍ତୁତ କରି ସାରିବା ପରେ ଆପଣ ବ୍ରସ ସାହାଯ୍ୟରେ ଆପଣ ସକାଳ ସନ୍ଧ୍ୟା ଦୁଇ ଥର ଏହାକୁ ନିଜ ଦାନ୍ତରେ ଆପଣ ଘସି ପାରିବେ।ଆପଣ ଏହାକୁ ବେଶୀରେ ବେଶି ୧-୨ ଦିନ ସଂଗ୍ରହ କରି ରଖି ପାରିବେ।ଦାନ୍ତ ସଫା ସହ ନିଜ ମୁହଁର ଦୁର୍ଗନ୍ଧ ଶେଷ କରି ପାରିବ।

Leave a Reply

Your email address will not be published. Required fields are marked *