December 23, 2024

Odia Express

Leading Odia News Portal of Odisha

ଆସନ୍ତୁ ଜାଣିବା ଆମେ କିପରି ଆମ ଚାଉଳକୁ ପୋକ ମାନଙ୍କ ଠାରୁ ଦୂରେଇ ବହୁତ ଦିନ ପର୍ଯ୍ୟନ୍ତ ସଂଗୃହିତ କରି ରଖି ପାରିବା ?ଏହି ଉପାୟ ସମସ୍ତେ ଜାଣି ରଖନ୍ତୁ…

ନମସ୍କାର ସାଙ୍ଗମାନେ ଆମେ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ,ଆଜି ଆମେ ଆପଣଙ୍କୁ କହିବୁକି ଆପଣ କିପରି ରଖିଥିବା ଚାଉଳରୁ ପୋକ କିପରି ବାହାର କରି ପାରିବେ ବା କିପରି ତାକୁ ବହୁତ ଦିନ ପର୍ଯ୍ୟନ୍ତ ସଂଗୃହିତ କରି ରଖି ପାରିବେ ସେ ବିଷୟରେ ଆମେ ଜାଣିବା।ଆମେ ଏଠି ଆଜି ୫ ଟି ଉପାୟ କହିବୁ ଯାହାଦ୍ୱାରା ଆପଣ ବହୁତ ଦିନ ପର୍ଯ୍ୟନ୍ତ ଚାଉଳକୁ ସଂଗୃହିତ କରି ରଖି ପାରିବେ ଓ ଶେଷ ଉପାୟରେ ଆପଣଙ୍କ ଚାଉଳରେ ଲାଗିଥିବ ପୋକ ମାନଙ୍କୁ କିପରି ଦୁର କରି ପାରିବେ ସେ ବିଷୟରେ ଜାଣିବା।

ଆପଣ ଜାଣିଥିବେ ପୁରୁଣା ଚାଉଳ ଖାଇବାକୁ ଭଲ ଲାଗେ ଆମେ ସେ ଲୋଭରେ ବହୁତ ଚାଉଳ କିଣି ଦିଅନ୍ତି ଓ ପରେ ସେଥିରେ ପୋକ ଲାଗିଯାଏ।ପ୍ରଥମ ଉପାୟ ହେଲା ଆପଣ ଯେତେବେଳେ ଚାଉଳକୁ ଡ଼ବାରେ ରଖୁଛନ୍ତି ଆପଣ ପ୍ରଥମେ ଡ଼ବାରେ ଖବର କାଗଜ ବିଛେଇ ଦିଅନ୍ତୁ ଓ ତାପରେ ସେଥିରେ ଚାଉଳ ରଖି ସାରିବା ପରେ ତାଉପରେ ଆଉ ଗୋଟେ କାଗଜ ବିଛେଇ ଦିଅନ୍ତୁ।

ଏହାଦ୍ୱାରା ହେବ କଣନା ସେଥିରେ ଥିବା ଜଳକଣା ଆଦି ସେ କାଗଜ ଶୋଷି ନେବ।ଯେଉଁଥିପାଇଁ ସେଥିରେ ପୋକ ହୋଇନଥାଏ।ଦ୍ଵିତୀୟରେ ଆପଣ ଯେତେବେଳେ ଚାଉଳକୁ ସଂଗୃହିତ କରି ରଖୁଛନ୍ତି ସେତେବେଳେ ଆପଣ କଣ କରିବେନା ଚାଉଳ ଭିତରେ ନାଲି ଗୋଟା ଶୁଖିଲା ଲଙ୍କାକୁ ଚାଉଳ ଭିତରେ ଦବେଇ ରଖି ଦେବେ।ଗୋଟେ କିଲୋ ଚାଉଳରେ ଆପଣଙ୍କୁ ୨ ଟି ନାଲି ଶୁଖିଲା ଲଙ୍କା ନେବାର ଅଛି।ଯାହାଦ୍ୱାରା ଆପଣଙ୍କ ଚାଉଳରେ ପୋକ ହେବ ନାହିଁ।

ତାପରେ ଆସନ୍ତୁ ଜାଣିବା ତୃତୀୟ ଉପାୟ ଆପଣଙ୍କୁ ନବାର ଅଛି ଗୋଟା ହଳଦୀ,ଆପଣ ସେ ଗୋଟା ହଳଦିକୁ ଆଣି ଚାଉଳ ମଝିରେ ରଖି ଦେଲେ ଆପଣଙ୍କ ଚାଉଳରେ ଆଦୌବି ପୋକ ଲାଗିବେ ନାହିଁ।ଯାହାଫଳରେ ଆପଣ ବହୁତ ଦିନ ପର୍ଯ୍ୟନ୍ତ ଆପଣଙ୍କ ଚାଉଳକୁ ସଂଗୃହିତ କରି ରଖି ପାରିବେ।ଆସନ୍ତୁ ଜାଣିବା ଚତୁର୍ଥ ଉପାୟ ଆପଣ କଣ କରିବେ ନା ଗୋଟା ରସୁଣ କୁ ଚାଉଳ ମଝିରେ ରଖି ଚାଉଳକୁ ଢାଙ୍କି ଦେବେ।

ରସୁଣର ବହୁତ ଲାଭ କାରୀ ଗୁଣ ରଖିଥାଏ ଓ ଏହାର ବାସ୍ନାରେ ଆପଣଙ୍କ ଚାଉଳରେ ଆଦୌ ପୋକ ହେବେ ନାହିଁ ଓ ଆପଣ ଯେତେ ଦିନ ଚାହିଁବେ ସେତେଦିନ ପର୍ଯ୍ୟନ୍ତ ଏହାକୁ ସଂଗୃହିତ କରି ରଖି ପାରିବେ।ଏବେ ଜାଣିବା ପଞ୍ଚମ ଉପାୟ ଆପଣ ଯଦି ଚାହିଁବେ ଚାଉଳରେ ଗୋଟା ଲୁଣ ବା ସମୁଦ୍ର ଲୁଣ ସେଥିରେ ପକେଇ ପାରିବେ।ତାପରେ ଆସନ୍ତୁ ଜାଣିବା ଆଉ ଏକ ଉପାୟ।

ଆପଣଙ୍କୁ ନେବାର ଅଛି ଲିମ୍ବ ପତ୍ର,ତାପରେ ଆପଣ ସେ ଲିମ୍ବ ପତ୍ରକୁ ଗୋଟା ସେ ଚାଉଳ ଭିତରେ ରଖିପାରିବେ।ତାପରେ ଆପଣ କଣ କରିବେ ନା ସବୁ ଲିମ୍ବ ପତ୍ରକୁ ଭଲ ଭାବରେ ଛିଣ୍ଡେଇ ନେବା।ଲିମ୍ବର ବହୁତ ଔଷଧିଅ ଗୁଣ ରହି ଅଛି ଓ ତାସହିତ ଆମକୁ ଦରକାର ରସୁଣ ପାଖୁଡା,ଲବଙ୍ଗ ଓ ଗୋଲମରିଚ।ତାପରର ଆପଣ ସେ ତିନିଟି ଜିନିଷକୁ ଗ୍ରାଇଣ୍ଡର ସାହାଯ୍ୟରେ ଭଲ ଭାବରେ ବାଟୀ ନେବା।

ତାପରେ ତାକୁ ନେଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରିବା।ତାପରେ ସେ ଗୁଳାକୁ ନେଇ ଖରାରେ ସୁଖେଇ ଦେବେ।ଆପଣ ଚାହିଁଲେ ଖରାରେ ନରଖି ପଙ୍ଖା ତଳେ ଆପଣ ସୁଖେଇ ପାରିବେ।ତାପରେ ଆପଣ ତାକୁ ଆଣିବେ ଓ ଦେଖିବେ ଯଦି ଆପଣଙ୍କ ଚାଉଳରେ ପୋକ ନାହିଁ ଆପଣ ତାକୁ ମଝିରେ ରଖି ଖୋପକୁ ଭଲ ଭାବରେ ଚାପି ଦେବେ ଓ ଯଦି ପୋକ ଅଛନ୍ତି ଆପଣ ଖୋପକୁ ଅଧା ଖୋଲା ଛାଡି ଦେବେ ଯାହାଫଳରେ ସେଥିରେ ଥିବା ପୋକ ସବୁ ବାହାରି ପଳେଇବେ।ଏହି ସବୁ ଉପାୟରେ ଆପଣ ନିଜ ଚାଉଳକୁ ଶହଜରେ ସଂଗୃହିତ କରି ରଖି ପାରିବେ।

Leave a Reply

Your email address will not be published. Required fields are marked *