December 23, 2024

Odia Express

Leading Odia News Portal of Odisha

ଛୁଆମାନଙ୍କୁ ସବୁ ବେଳେ ଭଲ ଶିକ୍ଷା ଦେବା ଉଚିତ୍ – ଯାହା ଦ୍ୱାରା ସେ ବଡ ହୋଇକରି ଭଲ ମଣିଷ ହୋଇପାରିବେ…

ଥରେ ଜଣେ ସନ୍ଥ ନିଜ ଗୋଟିଏ ଶିଷ୍ୟଙ୍କ ସହ ଏକ ଗାଁକୁ ଆସନ୍ତି ଓ ଗୋଟେ ଗୋଟେ କରି ଗାଁର ସବୁ ଘରକୁ ଭିକ୍ଷା ମାଗିବା ଆରମ୍ଭ କରିଦିଅନ୍ତି , ଏହି ସମୟରେ ବହୁତ ଲୋକ ତାଙ୍କୁ ଭିକ୍ଷା ଦେବାକୁ ମନା କରିଦିଅନ୍ତି । ଭିକ୍ଷା ନ ମିଳିବା କାରଣରୁ ଶିଷ୍ୟଙ୍କୁ ବହୁତ ଖରାପ ଲାଗିଥାଏ , କିନ୍ତୁ ଏହି ଶିଷ୍ୟ ନିଜ ଗୁରୁକୁ କିଛି କହିନଥାଏ ।କିଛି ସମୟ ପରେ ସନ୍ଥ ଓ ତାଙ୍କର ଶିଷ୍ୟ ଏକ ଗଛ ତଳେ ବସିକରି ଆରାମ କରିଥାନ୍ତି , ଓ ଆରାମ କରିବା ପରେ ରହିଯାଇଥିବା ଘରଗୁଡିକରୁ ଭିକ୍ଷା ମାଗିବା ଆରମ୍ଭ କରିଦିଅନ୍ତି , ଏହି ସମୟରେ ଏହି ସନ୍ଥ ଓ ଶିଷ୍ୟ ଏକ ଘରକୁ ଯାଆନ୍ତି , ଓ ଆବାଜ୍ ଦେଇକରି ଭିକ୍ଷା ମାଗନ୍ତି ।

ଟିକିଏ ସମୟ ପ୍ରତିକ୍ଷା ପରେ ଘରୁ ଏକ ଛୋଟ ଝିଅ ବାହାରକୁ ବାହାରିଥିଲା,  ଓ ଏହି ଛୁଆ ତାଙ୍କୁ ଦେଖିକରି କହେ ଆପଣଙ୍କୁ କଣ ଦରକାର ? ସନ୍ଥ ସେହି ଝିଅକୁ କହନ୍ତି କି ମୋତେ ଶୋଷ ଲାଗୁଛି କଣ ତୁମେ ମୋତେ ପାଣି ଦେଇପାରିବ , ଝିଅଟି ତୁରନ୍ତ ନିଜ ଘରକୁ ଯାଇ ଦୁଇ ଗିଲାସ ପାଣି ନେଇକରି ଆସେ , ପାଣି ପିଇବା ପରେ ସନ୍ଥ ସେ ଝିଅକୁ କହନ୍ତି କି ଆମେ ତୁମକୁ ଭିକ୍ଷା ମାଗିବାକୁ ଚାହୁଁଛୁ କଣ ତୁମେ ମୋତେ କିଛି ଖାଇବାକୁ ଦେଇପାରିବ ? କିନ୍ତୁ ସେ ଛୋଟ ଝିଅଟି ଭିକ୍ଷା ଦେବାକୁ ମନା କରିଦିଏ , ସନ୍ଥ ଝିଅକୁ ଭିକ୍ଷା ନଦେବାର କାରଣ ବିଷୟରେ ପଚାରନ୍ତି , ତେବେ ସେ ଝିଅ କହେ କି ଆମେ ବହୁତ ଦରିଦ୍ର ଅଟୁ ଆମର ଘରେ ଖାଇବାକୁ କିଛି ଚାଉଳ ନାହିଁ । ଏଥିପାଇଁ ଆପଣଙ୍କୁ ମୁଁ କିଛି ଦାନ କରିପାରିବି ନାହିଁ ଏହି ନିରିହ ଛୁଆର କଥା ଶୁଣିବା ପରେ ସନ୍ଥ କହନ୍ତି କି କିଛି ନାହିଁ ଚାଉଳ ଦାନ କର ନାହିଁ ତୁମେ ତୁମ ଅଗଣାର କିଛି ମାଟି ଦିଅ , ଏହି କଥା ଶୁଣିକରି ଛୁଆଟି ଯାଇକରି ଅଗଣାରୁ କିଛି ମାଟି ନେଇଆସେ , ଓ ଦାନରେ ଦିଏ ।

ମାଟି ଆଣିବା ପରେ ସନ୍ଥ ନିଜ ଶିଷ୍ୟ ସହ ଅନ୍ୟ ଘର ଆଡକୁ ପ୍ରସ୍ଥାନ କରନ୍ତି , ତେବେ ସନ୍ଥକୁ ଶିଷ୍ୟ ଏକ ପ୍ରଶ୍ନ କରିଥାଏ , ଓ ପଚାରିଥାଏ , ଗୁରୁଜି  ଏହି ମାଟି ଆମର କେଉଁ ପ୍ରକାରର କାମରେ ଆସିବ ନାହିଁ ତେବେ ଏହାକୁ ଦାନରେ ଆଣିଲେ କଣ ପାଇଁ ?

ତେବେ ସନ୍ଥ ନିଜ ଶିଷ୍ୟକୁ କହନ୍ତି କି ଏହି ଝିଅଟି ବହୁତ ଛୋଟ ଅଛି , ଓ ଆଜି ସେ ଦାନ କରିବାକୁ ମନା କରିଦେଇଥିଲା,  ମୁଁ ତାହାର ଘରୁ ସେ ମାଟି ଦେଇ ଦାନ କରିବା ଶିକ୍ଷା ଦେଇଛି । ଯଦି ଆଜି ମୁଁ ତାହାକୁ ମାଟି ଦାନରେ ନେଇ ନଥାନ୍ତି ତେବେ ସେ ଝିଅ ବଡ ହୋଇକରି ଦାନ କରିନଥାନ୍ତା,  ଆଜି ମୁଁ ମାଟି ଦାନ ନେଇକରି ଦାନ ଦେବାର ଭାବନା ସୃଷ୍ଟି କରିଛି , ଯେଉଁ ଲୋକଙ୍କର ଆଜି ଆମେ ଦାନ ଦେବାରେ ମନା କରିଛନ୍ତି ତାଙ୍କୁ ଯଦି ଛୋଟ ବେଳରୁ ଦାନ ଦେବାର କଥା ଶିକ୍ଷା ଦିଆହୋଇଥାନ୍ତା ତେବେ ସେମାନେ ଆମକୁ ନିଶ୍ଚିତ ଦେଇଥାନ୍ତେ । ମୁଁ ଚାହୁଁ ନାହିଁ କି ଏହି ଝିଅ ବଡ ହୋଇକରି ଏହି ଲୋକଙ୍କର ପରି ହେଉ ।

କାହାଣୀରୁ ଏହା ଶିକ୍ଷା ମିଳିଲା କି ଛୁଆଙ୍କୁ ଛୋଟ ବେଳରୁ ଯାହା ଶିକ୍ଷା ଦିଆଯାଇଥାଏ ତାହା ବଡ ହେଲେ ସେହି ଶିକ୍ଷା ପାଇଥାନ୍ତି , ଏଥିପାଇଁ ଆମେ ଛୁଆଙ୍କୁ ଛୋଟ ବେଳରୁ ଭଲ କାମ କରିବାର ଶିକ୍ଷା ଦେବାର ଉଚିତ୍ , ଯାହା ଦ୍ୱାରା ସେ ବଡ ହୋଇକରି ଭଲ ମଣିଷ ହୋଇପାରିବେ , ଓ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *