December 22, 2024

Odia Express

Leading Odia News Portal of Odisha

ଚାଣକ୍ୟ ନୀତି: ଏମିତି ପତ୍ନୀ ନିଜ ସ୍ୱାମୀଙ୍କ ପାଇଁ ହେଇଥାନ୍ତି ଭାଗ୍ୟଶାଳୀ – ନିଶ୍ଚୟ ଜାଣି ରଖନ୍ତୁ ଏହି କଥା…

ପ୍ରତି ବ୍ୟକ୍ତି ତାର ଜୀବନରେ ଏମିତି ସ୍ତ୍ରୀ ଚାହିଁଥାଏ ଯିଏ ତାକୁ ତାର ପ୍ରତିଟି ଷ୍ଟେପରେ ତା ସହିତ ରହିବ। ଯାହା ଉପରେ ସେ ବହୁତ ବିଶ୍ୱାସ କରିପାରିବ। ଯିଏ ସୁଖରେ ତା ସହିତ ଉତ୍ସବ ମନାଇବ ଏବଂ ଦୁଃଖରେ ତା ସହିତ ରହିଵ।ଆଚାର୍ଯ୍ୟ ଚାଣକ୍ୟ ନିଜ ପୁସ୍ତକ ଚାଣକ୍ୟ ନୀତିରେ ହଜାର ହଜାର ବର୍ଷ ପୂର୍ବରୁ ଭଲ ପତ୍ନୀଙ୍କର ମହତ୍ୱପୂର୍ଣ୍ଣ କଥା କହିଛନ୍ତି। ଆମେ ଆଜି ଆପଣଂକୁ ୫ଟି କହିବୁ।

୧.ଧାର୍ମିକ ହେବା:- ଏମିତି ସ୍ତ୍ରୀ ଯିଏ ଧର୍ମ ମାର୍ଗରେ ରହି ନିଜ ଜୀବନକୁ ଆଗକୁ ବଢ଼ାଇଥାଏଅର୍ଥାତ ଯିଏ ଭଗବାନଙ୍କୁ ବିଶ୍ୱାସ କରିଥାଏ , ତାର ଘରେ ସବୁବେଳେ ସୁଖ ସମୃଦ୍ଧି ରହିଥାଏ ଏବଂ ତାର ସ୍ୱାମୀ ସହିତ ଅନ୍ୟ ସଦସ୍ୟ ମଧ୍ୟ ଭଲରେ ରହିଥାନ୍ତି।

୨.ସୀମିତ ଇଚ୍ଛା ଥିବା:- ଏମିତି ସ୍ତ୍ରୀ ଯାହାର ଇଚ୍ଛା ସୀମିତ ସେମିତି ସ୍ତ୍ରୀ ନିଜ ସ୍ୱାମୀ ପାଇଁ ବରଦାନ ସଦୃଶ ହୋଇଥାନ୍ତି। କାରଣ ମହିଳାଙ୍କର ଆଶା ପୂରଣ କରିବାକୁ ଯାଇ ପୁରୁଷ କେତେଥର ଭୁଲ କାମ କରିଥାଏ , ଏମିତିରେ ତା ପାଇଁ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ। ହେଲେ ଯଦି ସ୍ତ୍ରୀର ଇଚ୍ଛା ସୀମିତ ତେବେ ସେ ଘରେ ଖୁସି ରହିଥାଏ।

୩.ଧର୍ଯ୍ୟବାନ ହେବା:- ଯେଉଁ ସ୍ତ୍ରୀ ଧର୍ଯ୍ୟବାନ ଅଟନ୍ତି ସେ ନିଜ ସ୍ୱାମୀଙ୍କର ଖରାପ ପରିସ୍ଥିତିରେ ତାଙ୍କୁ ଛାଡିନଥାନ୍ତି। ଏମିତି ସ୍ତ୍ରୀ ନିଜ ସ୍ୱାମୀ ସହିତ ସବୁ କଷ୍ଟ ପରିସ୍ଥିତିରେ ରହିଥାନ୍ତି। ଏହା ଛଡା ଧର୍ଯ୍ୟବାନ ସ୍ତ୍ରୀର ଏହା ବଳ ଥାଏ ଯେ ସେ ନିଜ ସ୍ୱାମୀଙ୍କୁ ଖରାପ କାମ କରିବାରୁ ଅଟକାଇଥାନ୍ତି।ଏମିତିରେ ଯଦି ଆପଣଙ୍କ ପତ୍ନୀ ଧର୍ଯ୍ୟବାନ ତେବେ ଆପଣ ବହୁତ ଖୁସି ରହିବେ।

୪.ରାଗି ହୋଇନଥିବ:- ଯଦି ଆପଣଙ୍କ ସ୍ତ୍ରୀ କୁ ରାଗ ଆସେ ନାହିଁ ତେବେ ଆପଣଙ୍କ ଜୀବନ ସୁଖପ୍ରଦ ହେବ। କାରଣ ପ୍ରତି ସ୍ୱାମୀ ଏମିତି ସ୍ତ୍ରୀ ଚାହିଁଥାନ୍ତି ଯିଏ ସବୁ କ୍ଷେତ୍ରରେ ତାର କଥା ବୁଝୁ , ଅଯଥା ନ ରାଗୁ । ଏମିତି ନ ରାଗି ରହିଲେ ଘରେ ଭଲ ବାତାବରଣ ନଜର ଆସିଥାଏ ଏବଂ ଜୀବନ ସୁଖପ୍ରଦ ହୋଇଥାଏ।

୫.କମ ଏବଂ ମିଠା ଶବ୍ଦ କହୁଥିବ :- ସ୍ତ୍ରୀର ଭାଷା ଏବଂ କଥା କହିବାର ଶୈଳୀ ଯଦି ଭଲ ହେବ ତେବେ ଘରେ ଖୁସି ର ବାତାବରଣ ରହିବ। ହେଲେ ଯଦି ସ୍ତ୍ରୀ କଟୁ ଶବ୍ଦ କୁହେ ଏବଂ କଥାରେ ଭଲ ପାଇବା ନଥାଏ ତେବେ ସବୁବେଳେ ନିଜ ସ୍ୱାମୀଙ୍କୁ ଏମାନେ ଅସୁବିଧାରେ ପକାନ୍ତି। ଯାହା ଫଳରେ ସ୍ୱାମୀର ଘର ଏବଂ ଜୀବନ ନର୍କ ହୋଇଯାଏ।

ତେବେ ଏହା ଆପଣଂକୁ କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *