October 22, 2024

Odia Express

Leading Odia News Portal of Odisha

ଫିଲ୍ମ ‘ମେନେ ପ୍ୟାର କିୟା’ ର ହିରୋଇନଙ୍କ ଝିଅ ଅଟେ ବହୁତ ସୁନ୍ଦରୀ ଏବଂ ଗ୍ଲାମରସ, ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ – ଏବେ ଦେଖି ନିୟନ୍ତୁ…

ବଲିଉଡରେ ଅନେକ ଅଭିନେତ୍ରୀ ମାନେ ଏପରି ଅଟନ୍ତି ଯେଉଁମାନେ ପ୍ରଥମ ଫିଲ୍ମରୁ ତ ବହୁତ ନାମ କରନ୍ତି କିନ୍ତୁ ତାପରେ ସେମାନେ ଯେପରି ଗାୟବ ହୋଇଯାନ୍ତି । ପ୍ରଥମ ଫିଲ୍ମ କରିବା ପରେ ଏହି ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ହୃଦୟରେ ଏକ ଭିନ୍ନ ଛାପ ଛାଡି ଦେଇଛନ୍ତି। ସେମାନେ ନିଜର ପ୍ରଥମ ଫିଲ୍ମରୁ ହିଁ ଦର୍ଶକଙ୍କୁ ନିଜର ପ୍ରଶଂସକ ବନେଇଦେଇଛନ୍ତି। କିନ୍ତୁ ଏହି ହିରୋଇନ ଗୋଟିଏ ଦୁଇଟି ଫିଲ୍ମ କରିବା ପରେ ସତେ କି ଗାୟବ ହୋଇଗଲେ। ଦର୍ଶକ ତାଙ୍କୁ ଅନ୍ୟ ଫିଲ୍ମରେ ଦେଖିବା ପାଇଁ ତରସି ଗଲେ କିନ୍ତୁ ସେମାନଙ୍କୁ ଏହି ସୁଯୋଗ ଦ୍ଵିତୀୟଥର ମିଳିଲା ନାହିଁ । ଭାଗ୍ୟଶ୍ରୀ, ଗ୍ରେସୀ ସିଂହ ଏଭଳି କିଛି ଅଭିନେତ୍ରୀ ଅଟନ୍ତି ଯେଉଁମାନେ ନିଜର ଉତ୍ତମ ଅଭିନୟ ଦ୍ଵାରା ଲୋକଙ୍କ ହୃଦୟ ଜିତିଳେ କିନ୍ତୁ ଏହାପରେ ଗୋଟିଏ ଦୁଇଟି ଫିଲ୍ମ କରିକି ଗାୟବ ହୋଇଗଲେ।

ଆଜି ଆମେ ଏକ ଏପରି ହିରୋଇନଙ୍କ କଥା ହେବୁ ଯିଏ ଏକ ସୁପରହିଟ ଫିଲ୍ମରେ କାମ କରିବା ପରେ ପ୍ରାୟତଃ ଫିଲ୍ମରୁ ଦୂରେଇ ଯାଇଛନ୍ତି। ଫିଲ୍ମ ‘ମେନେ ପ୍ୟାର କିୟା’ରେ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ବନେଇଥିବା ଭାଗ୍ୟଶ୍ରୀ ଏକ ବହୁତ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି। କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଭାଗ୍ୟଶ୍ରୀଙ୍କର ନୁହେଁ ବରଂ ତାଙ୍କର ସୁନ୍ଦରୀ ଝିଅ ବିଷୟରେ କଥା ହେବାକୁ ଯାଉଛୁ ।

ଅତ୍ୟନ୍ତ ସୁନ୍ଦରୀ ଅଟନ୍ତି ଭାଗ୍ୟଶ୍ରୀଙ୍କ ଝିଅ – ଜଣେଇଦେବୁ ଯେ 1990ମସିହାରେ ଭାଗ୍ୟଶ୍ରୀ ବ୍ୟବସାୟୀ ହିମାଳୟ ଦଶାନୀଙ୍କୁ ବିବାହ କରିଥିଲେ। ଆଜି ଭାଗ୍ୟଶ୍ରୀ 2ଟି ସନ୍ତାନର ମାଆ ଅଟନ୍ତି। ତାଙ୍କର ଏକ 23ବର୍ଷର ପୁଅ ଅଛି ଯାହାର ନାମ ଅଭିମନ୍ୟୁ ଅଟେ ଏବଂ ଏକ 21ବର୍ଷର ଝିଅ ଅଛି ଯାହାର ନାମ ଅବନ୍ତିକା ଅଟେ। ଝିଅ ଅବନ୍ତିକା ଦେଖିବାକୁ ବହୁତ ସୁନ୍ଦରୀ ଅଟେ। ତାଙ୍କର ଜନ୍ମ 1995ରେ ହୋଇଥିଲା। ଆଜିକାଲିର ସମସ୍ତ ଷ୍ଟାର ସନ୍ତାନ ନିଜକୁ ବଲିଉଡରେ ଏଣ୍ଟ୍ରି ନିମନ୍ତେ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଏକ ନାମ ଅବନ୍ତିକାଙ୍କର ମଧ୍ୟ ଅଟେ।

ଅବନ୍ତିକା ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି ଏବଂ ତାଙ୍କର ଗ୍ଲାମରସ ଶୈଳୀ ମଧ୍ୟ କୌଣସି ବଲିଉଡ ହିରୋଇନ ଠାରୁ କମ ନୁହେଁ। ଅବନ୍ତିକା ସୋସିଆଲ ମିଡିଆରେ ମଧ୍ୟ ବହୁତ କ୍ରିୟାଶୀଳ ଅଟନ୍ତି ଏବଂ ପ୍ରାୟ ଦିନ ନିଜର ଫଟୋ ପୋଷ୍ଟ କରୁଛନ୍ତି। ଆଜି ଆମେ ଆପଣଙ୍କ ନିମନ୍ତେ ଭାଗ୍ୟଶ୍ରୀଙ୍କ ଝିଅ ଅବନ୍ତିକା ଦଶାନୀଙ୍କର କିଛି ଗ୍ଲାମରସ ଫଟୋ ନେଇ ଆସିଛୁ , ଯାହାକୁ ଦେଖିକି ଆପଣ ମଧ୍ୟ ଏହା କହିବେ ଯେ ଅବନ୍ତିକାଙ୍କୁ ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିନେବା ଉଚିତ।

ଭାଗ୍ୟଶ୍ରୀ ଏହି ବୟସରେ ମଧ୍ୟ ଦେଖାଯାନ୍ତି ଗ୍ଲାମରସ – ଜଣେଇଦେବୁ ଆଜି ଭାଗ୍ୟଶ୍ରୀ 49ବର୍ଷର ହୋଇଯାଇଛନ୍ତି କିନ୍ତୁ ଏହି ବୟସରେ ମଧ୍ୟ ସେ ବହୁତ ସୁନ୍ଦରୀ ଦେଖାଯାଉଛନ୍ତି। ନିଜର ଫିଟନେସ କାରଣରୁ ସେ ବଡ ବଡ ମଡେଲ ଏବଂ ଅଭିନେତ୍ରୀ ମାନଙ୍କୁ ଟକ୍କର ଦେବେ। ଭାଗ୍ୟଶ୍ରୀ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଟନ୍ତି ଏବଂ ପ୍ରାୟତଃ ନିଜର ଫଟୋ ସେୟାର କରନ୍ତି। ବଲିଉଡରୁ ଦୂରତା ବନେଇବା ସତ୍ବେ ଭାଗ୍ୟଶ୍ରୀ ଏକ ରୟାଲ ଲାଇଫ ବିତାଉଛନ୍ତି। ବଲିଉଡର ଦବଙ୍ଗ ଖାନ ମାନେ ସଲମାନ ଖାନଙ୍କ ସହିତ ଭାଗ୍ୟଶ୍ରୀ ନିଜର ଫିଲମି କ୍ୟାରିଆରର ଆରମ୍ଭ କରିଥିଲେ।

ଏକ ସମୟ ଏପରି ମଧ୍ୟ ଥିଲା ଯେବେ ଭାଗ୍ୟଶ୍ରୀଙ୍କୁ କେବଳ ତାଙ୍କର ସୌନ୍ଦର୍ଜ୍ୟ ନିମନ୍ତେ ହିଁ ନୁହେଁ ବରଂ ତାଙ୍କର ଫିଲ୍ମ ମାନଙ୍କ ନିମନ୍ତେ ମଧ୍ୟ ପରିଚିତ ହେଉଥିଲେ। କିନ୍ତୁ କିଛି ଫିଲ୍ମରେ କାମ କରିବା ପରେ ସେ ବଲିଉଡକୁ ଅଲବିଦା କହିଦେଲେ। ସଲମାନ ଖାନ ଏବଂ ଭାଗ୍ୟଶ୍ରୀଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ‘ମୈନେ ପ୍ୟାର କିୟା’ ଥିଲା। 1989ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଦୁହେଁ ରାତାରାତି ସୁପରଷ୍ଟାର ହୋଇଯାଇଥିଲେ। ଏହି ଫିଲ୍ମ ନିମନ୍ତେ ଭାଗ୍ୟଶ୍ରୀଙ୍କୁ ଫିଲ୍ମଫେୟାର , ବେଷ୍ଟ ଫିମେଲ ଡେବ୍ୟୁର ପୁରସ୍କାର ମଧ୍ୟ ମିଳିଥିଲା । ଏହାପରେ ସେ କୈଦ ମେ ହୈ ବୁଲବୁଲ, ତ୍ୟାଗୀ, ପାୟେଲ, ଘର ଆୟା ମେରା ପରଦେଶୀ ଭଳି ଫିଲ୍ମରେ ଦୃଷ୍ଟିଗୋଚର ହୋଇଥିଲେ ।

Leave a Reply

Your email address will not be published. Required fields are marked *