ଆଜିର ସାଧାରଣ ଜ୍ଞାନ – କଣ ଆପଣ ଜାଣିଛନ୍ତି ଟାୱାର ଉପରେ ଲାଲ ରଙ୍ଗର ବତୀ କଣ ପାଇଁ ଲଗା ହୋଇଥାଏ? ଷଣ୍ଢ ଲାଲ ରଙ୍ଗର କାହିଁକି ଚିଡିଥାଏ? ଉତ୍ତର ଏବେ ଜାଣି ରଖନ୍ତୁ…
ଆମର ଦୈନନ୍ଦିନ ଜୀବନରେ ଏମିତି କିଛି ଜିନିଷ ଅଛି ଯାହାକୁ ଦେଖି ମଧ୍ୟ ଆମେ ଅଣଦେଖା କରିଥାଉ। ଯଦି ଆମେ ନିଜ ଆଖ ପାଖରେ ଦେଖିବା ତେବେ ଏମିତି କାମ ପ୍ରତିଦିନ ହୋଇଥାଏ ହେଲେ ଆମେ ଏହା ବିଷୟରେ ଅଧିକ ଧ୍ୟାନ ଦେଇନଥାଉ। ଆଜି ଆମେ ଏହି ଆର୍ଟିକିଲ ସାହାଯ୍ୟ ଆପଣଂକୁ ଏମିତି ୫ଟି ପ୍ରଶ୍ନ ଏବଂ ତାହାର ଉତ୍ତର କହିବୁ ଯାହାର ଜବାବ ଆପଣଙ୍କ ପାଖରେ ବହୁତ କମ ଥିବ।
୧.ଷଣ୍ଢ ଲାଲ ରଙ୍ଗର କାହିଁକି ଚିଡିଥାଏ?
ଉତ୍ତର:- ଛୋଟବେଳେ ଆପଣ ଶୁଣିଥିବେ ଷଣ୍ଢ ଆଗକୁ ଲାଲ ରଙ୍ଗର କପଡ଼ା ପିନ୍ଧିକି ଯିବା ଉଚିତ ନୁହେଁ ନହେଲେ ଷଣ୍ଢ ଆପଣଂକୁ ତାର ସିଂଘରେ ମାରିବାକୁ ଆସିବ। କହିଦେଉଛୁ କି ଷଣ୍ଢକୁ , ଗାଈକୁ ଲାଲ ରଙ୍ଗ କିମ୍ବା ସବୁଜ ରଙ୍ଗ ଦେଖା ଯାଏନି ସେମାନେ ଏହି ରଙ୍ଗ ପ୍ରତି ଅନ୍ଧ ଅଟନ୍ତି। ପ୍ରକୃତରେ ଷଣ୍ଢ ନାଲି ରଙ୍ଗରେ ନୁହେଁ ବରଂ ଚାଲୁଥିବା କପଡାରେ ରାଗି ଯାଆନ୍ତି । କପଡ଼ାର ରଙ୍ଗ ନାଲି କିମ୍ବା ଧଳା, ଏଥିରେ କିଛି ଫରକ ପଡ଼େ ନାହିଁ । ଯଦି ସେମାନେ କପଡା ଗତି କରୁଥିବା ଦେଖନ୍ତି, ସେମାନେ ନିଶ୍ଚିତ ଭାବରେ ଆକ୍ରମଣ କରିବେ ।
୨.ଟାୱାର ଉପରେ ନାଲି ରଙ୍ଗର ବତୀ କଣ ପାଇଁ ଲାଗିଥାଏ?
ଉତ୍ତର:- ଏମିତିରେ ଟାୱାରର ଉଚ୍ଚତା ବହୁତ ଅଧିକ ଅଟେ। ଏମିତିରେ ସେହି ବାଟ ଦେଇ ଯାଉଥିବା ପ୍ଲେନ କିମ୍ବା ହେଲିକପ୍ଟର ଟାୱାର ଠାରେ ପିଟି ହେବାର ଭୟ ଥାଏ। ଏଥିପାଇଁ ଟାୱାର କିମ୍ବା ଅନ୍ୟ କୌଣସି ୪୫ ମିଟରରୁ ଅଧିକ ଉଚ୍ଚତା ଉପରେ ଲାଲ ରଙ୍ଗର ବତୀ ଲଗେଇବା ନିୟମ ଅଟେ ଏବଂ ଏହା ଆପଣଂକୁ ସବୁ ପରିସ୍ଥିତିରେ ମାନିକି ଚାଲିବାକୁ ହେବ। ବିଶେଷ ଭାବେ ଏଥିପାଇଁ ଲଗାଯାଏ ଯେ ପ୍ଲେନ ଚାଳକକୁ ଜଣାଯିବ ଯେ ତଳେ କିଛି ବସ୍ତୁ ଅଛି।
୩.ଲାଇନ ହାଜିର ଅର୍ଥ କଣ?
ଉତ୍ତର:- ଏହି ଶବ୍ଦ ଇଂରାଜୀ ଜମାନାର ଅଟେ। ଯେବେବି କୌଣସି ପୋଲିସ କର୍ମୀଙ୍କୁ ଦଣ୍ଡ ଦେବାକୁ ହୁଏ ହେଲେ ତାକୁ ସସପେଣ୍ଡ କରାଯାଏ ନାହିଁ ତେବେ ତାକୁ ଲାଇନ ହାଜିର କରାଯାଏ। ଏଥିରେ କୌଣସି ପୋଲିସ ଷ୍ଟାଫକୁ ତାଙ୍କୁ ତାର ଥାନାରୁ ଟ୍ରାନ୍ସଫର କରି ପୋଲିସ ମୁଖ୍ୟାଳୟକୁ ଡ଼କାଯାଏ, ହେଲେ ସେଠି ତାକୁ କୌଣସି ଦାୟତ୍ୱ ଦିଆଯାଏ ନାହିଁ।
ଏଥିରେ ସେ ପ୍ରତିଦିନ ସକାଳୁ ଉଥିବା , ପ୍ୟାରେଡ଼ କରିବା ଏବଂ ନିଜକୁ ଫିଟ ରଖିବା ହୋଇଥାଏ।
୪.ମୋକ ଡ୍ରିଲର ଅର୍ଥ କଣ?
ଉତ୍ତର:- ଏହାର ଅର୍ଥ ଛୋଟ ଅଭ୍ୟାସ। ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ ସଂଗଠନ କେଉଁଠି ନିଆଁ ଲାଗିଲେ , ବୋମା ବିସ୍ଫୋରଣ, ଜେଲ ବ୍ରେକ ପ୍ରତି ପ୍ରତିକ୍ରିୟା ଇତ୍ୟାଦିର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ଏପରି ଛଦ୍ମ-ଅଭ୍ୟାସ କରନ୍ତି। ଯେତେବେଳେ ଏହି ଅଭ୍ୟାସ ପୁରାପୁରି ପ୍ରସ୍ତୁତି ସହିତ କରାଯାଇଥାଏ, ପ୍ରଥମେ ଲୋକଙ୍କୁ କୁହାଯାଏ ନାହିଁ, ଯେଉଁ କାରଣରୁ ଅନେକ ଥର ଲୋକମାନେ ଏହାକୁ ପ୍ରକୃତ ଆକ୍ରମଣ କିମ୍ବା ପୋଲିସର କାର୍ଯ୍ୟ ଭାବରେ ଜାଣନ୍ତି। ସବୁ ପରିସ୍ଥିତିରେ ଏମାନେ ନିଜକୁ ପ୍ରସ୍ତୁତ ରଖନ୍ତି। ଲୋକଙ୍କୁ ମଧ୍ୟ କିଛି ଶିଖିବାକୁ ମିଳେ ଏବଂ ଯାହା ଫଳରେ ବିପଦ ଆସିଲେ ସେ ମୁକାବିଲା କରିପାରିବେ।
୫.କ୍ୟୁ ଆର (QR) କୋର୍ଡର ଅର୍ଥ କଣ?
ଉତ୍ତର:- QR CODE ର ଅର୍ଥ ହେଉଛି କୁଇକ ରେଷ୍ପନ୍ସ କୋର୍ଡ। କୋର୍ଡ କଳା କିମ୍ବା ଧଳା ବର୍ଗାକାରରେ ତିଆରି ହୋଇଥାଏ। QR CODE କୁ ଆମେ 2D bar code ମଧ୍ୟ ଲେଖୁ। ଏହାକୁ ମୋବାଇଲ କ୍ୟାମେରା ସାହାଯ୍ୟରେ ସ୍କାନ କରିହୁଏ ହେଲେ ମୋବାଇଲ ଆଂଡ଼ର୍ରେଡ଼ କିମ୍ବା ଆଇଓଏସ ହେବା ଦରକାର ଅଟେ। ଏହି କୋର୍ଡ଼କୁ ସ୍କାନ କରିବା ପରେ ମୋବାଇଲରେ ଷ୍ଟୋର କରାଯାଇଥିବା data ଖୋଲିଯିବ |ତେବେ ଏହା ଆପଣଂକୁ କେମିତି ଲାଗିଲା ଆମକୁ ନିଶ୍ଚିତ ଜଣାନ୍ତୁ।