ଇଣ୍ଟରଭିୟୁରେ ପଚରାଯାଏ ଏଭଳି ଅଦ୍ଭୁତ ପ୍ରଶ୍ନ ଯାହାର ପ୍ରସ୍ତୁତି କେହି କରନ୍ତି ନାହିଁ, ଜାଣନ୍ତୁ କଣ ଅଟେ ଏହି ପ୍ରଶ୍ନ…
କୌଣସି ବ୍ୟକ୍ତି ଶିକ୍ଷା ସମାପ୍ତ କରି ବାହାରନ୍ତି ତ ସେ ଚିନ୍ତା କରନ୍ତି ଯେ ତାଙ୍କୁ ଏକ ଭଲ ଚାକିରି ମିଳିଯାଉ ତ ତାଙ୍କର ଶିକ୍ଷା ସଫଳ ହୋଇଯିବ। କିଛି ଲୋକମାନେ ନିଜର କଠିନ ପରିଶ୍ରମ ଦ୍ଵାରା ଭଲ ଚାକିରି ମଧ୍ୟ ପାଇଯାନ୍ତି। ଆପଣ ତ ଜାଣିଥିବେ ଯେ ବହୁତ ପୂର୍ବରୁ କାହାର ମଧ୍ୟ ଚାକିରିରେ ରଖିବା ପୂର୍ବରୁ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସାକ୍ଷାତକାର ହୋଇଥାଏ। ଏଥିରୁ ତାଙ୍କର ବ୍ୟକ୍ତିତ୍ବର ଏବଂ ତାଙ୍କର ଜ୍ଞାନ ବିଷୟରେ ଜଣାପଡିଥାଏ । ଏହା ମଧ୍ୟ ଜଣା ପଡେ ଯେ ସେ କୌଣସି ବି ଜିନିଷ ବିଷୟରେ କେତେ ଶୀଘ୍ର ଚିନ୍ତା କରିପାରିବେ ଏବଂ ନିର୍ଣ୍ଣୟ ନେଇପାରିବେ ।ଲୋକମାନେ କେତେ କ୍ରିଏଟିଭ ଅଟନ୍ତି, ଏହା ମଧ୍ୟ ଦେଖାଯାଇଥାଏ ଇଣ୍ଟରଭିୟୁରେ
ପୂର୍ବ ତୁଳନାରେ ଆଜି ଇଣ୍ଟରଭିୟୁରେ ପଚରା ଯାଉଥିବା ପ୍ରଶ୍ନ ବଦଳି ସାରିଛି। ଆଗରୁ କେବଳ ସେମାନଙ୍କର ଶିକ୍ଷାର ହିସାବରେ ପ୍ରଶ୍ନ ପଚରା ଯାଉଥିଲା କିନ୍ତୁ ଏବେ ଯେକୌଣସି ଚାକିରିର ଇଣ୍ଟରଭିୟୁ ନିମନ୍ତେ ଆପଣଙ୍କୁ ଦେଶବିଦେଶ ବିଷୟରେ ମଧ୍ୟ ପଚରାଯାଉଛି । ଆଜିକାଲି ତ ଲୋକଙ୍କର କ୍ରିଏଟିଭିଟି ମଧ୍ୟ ଦେଖାଯାଉଛି । କଥା କହିବା ସମୟରେ ଲୋକଙ୍କର ଆଟିଚ୍ୟୁଡ କିପରି ଅଛି, ଏହା ଉପରେ ମଧ୍ୟ ଧ୍ୟାନ ଦିଆଯିବାରେ ଲାଗିଛି। ତାସହ ଆପଣଙ୍କ ପୋଷାକ ବିଷୟରେ ମଧ୍ୟ ଆପଣଙ୍କୁ ପଚରାଯାଉଛି। ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଆଜିର କିଛି ଏପରି ପ୍ରଶ୍ନ ମଧ୍ୟ ପଚରାଯାଏ ଯାହା ବହୁତ ଅଦ୍ଭୁତ ହୋଇଥାଏ ।
ପଚରାଯାଏ ଏପରି ପ୍ରଶ୍ନ
– ପ୍ରଶ୍ନ- ଆପଣଙ୍କ ବୁଦ୍ଧିର ରଙ୍ଗ କଣ ଅଟେ?
ଆପଣଙ୍କୁ ଜଣେଇଦେବୁ ଏପରି କୌଣସି ପ୍ରଶ୍ନକୁ ଶୁଣିବା ମାତ୍ରେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ , ଏହା ଆପଣଙ୍କ ମୁଡକୁ ଚେକ କରିବା ପାଇଁ ପଚରାଯାଏ
ପ୍ରଶ୍ନ- ଦିଲ୍ଲୀରେ କେତେ ଟ୍ରାଫିକ ଲାଇଟ ଲାଗିଛି?
ଏହି ପ୍ରଶ୍ନକୁ ଶୁଣିକି ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ, ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଆପଣଙ୍କ ଠାରୁ ଏହା ଜାଣିବାକୁ ଚାହାନ୍ତି ଯେ ଆପଣ ଅନ୍ୟ ଜିନିଷ ବିଷୟରେ ମଧ୍ୟ କିଛି ଜାଣନ୍ତି ନା କେବଳ କିଛି ଜିନିଷ ମଧ୍ୟରେ ସୀମିତ ଅଟନ୍ତି।
ପ୍ରଶ୍ନ- ବ୍ୟାଟମ୍ୟାନ ଏବଂ ସୁପରମ୍ୟାନ ମଧ୍ୟରେ କଣ ଅନ୍ତର ଅଟେ, ଆପଣ କିପରି ଜାଣିବେ?
ଏହି ପ୍ରକାରର ପ୍ରଶ୍ନ ଆପଣଙ୍କ ରେଲିବେସୀ ଚେକ କରିବା ନିମନ୍ତେ ପଚରାଯାଏ।
ପ୍ରଶ୍ନ- କୌଣସି ଜିନିଷ ଦେଇ ଆପଣଙ୍କୁ ଏହା ପଚରା ଯାଇପାରେ ଯେ ଆପଣ ଏହାର କଣ କରିପାରିବେ?
ଏହି ପ୍ରକାରର ପ୍ରଶ୍ନ ଶୁଣିବା ମାତ୍ରେ ଆପଣ ବୁଝି ଯାଆନ୍ତୁ ଯେ ଇଣ୍ଟରଭିୟୁ ନେଉଥିବା ବ୍ୟକ୍ତି ଆପଣଙ୍କ କ୍ରିଏଟିଭିଟି ଦେଖିବାକୁ ଚାହୁଁଛନ୍ତି ।
ପ୍ରଶ୍ନ- ଆପଣ ଗାର୍ଡେନ ଗେମ୍ସ ବିଷୟରେ କଣ ଭାବନ୍ତି?
ଏପରି ପ୍ରଶ୍ନ ଏହା ଜାଣିବା ନିମନ୍ତେ ପଚରାଯାଏ ଯେ ବ୍ୟକ୍ତି କମ୍ପାନୀର ବିକାଶରେ କେଉଁ ପ୍ରକାର ଏବଂ କେଉଁ ଭଳି ଯୋଗଦାନ ଦେଇପାରିବେ ।
ପ୍ରଶ୍ନ- କଣ ଆପଣ ସ୍ନୋହ୍ଵାଇଟର ସାନ୍ତ ବାମନଙ୍କ ନାମ କହିପାରିବେ?
ଏହି ପ୍ରକାର ପ୍ରଶ୍ନ ସ୍ମରଣ ଶକ୍ତି ଜାଣିବା ନିମନ୍ତେ ପଚରାଯାଏ ।
ପ୍ରଶ୍ନ- କଣ ଆପଣ କୌଣସି କାହାଣୀ ଶୁଣେଇପାରିବେ?
ଏପରି ପ୍ରଶ୍ନ ପଚାରି ବ୍ୟକ୍ତିଙ୍କର ଆଟେନସନ ଏବଂ କ୍ରିଏଟିଭିଟି ଚେକ କରାଯାଏ ।